Food: ମୁଆଁ ଖାଇବାକୁ କରିଛି ଆଁ

Advertisment

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ କାର୍ତ୍ତିକମାସରେ ବେଣ୍ଟମୁଆଁ ଭୋଗଲାଗି କରାଯାଏ। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭକରି ମକର ସଂକ୍ରାନ୍ତିଯାଏ ପୂରା ମାସକଯାକ ଠାକୁରଙ୍କୁ ମୁଆଁଭୋଗ ଲାଗିକରାଯାଏ।

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ କାର୍ତ୍ତିକମାସରେ ବେଣ୍ଟମୁଆଁ ଭୋଗଲାଗି କରାଯାଏ। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭକରି ମକର ସଂକ୍ରାନ୍ତିଯାଏ ପୂରା ମାସକଯାକ ଠାକୁରଙ୍କୁ ମୁଆଁଭୋଗ ଲାଗିକରାଯାଏ।

Untitled-4

special/food-eating

‘‘ଧନୁମାସ ହେଲା ହନୁ ନ ଚଳିଲା
କହିବାକୁ ବଡ଼ ଲାଜ,
ମୁଁ ଆଁ କରିଛି ମୁଆଁ ଖାଇବାକୁ
ଦେବା ହେଉ ମହାରାଜ।’’

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ କାର୍ତ୍ତିକମାସରେ ବେଣ୍ଟମୁଆଁ ଭୋଗଲାଗି କରାଯାଏ। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭକରି ମକର ସଂକ୍ରାନ୍ତିଯାଏ ପୂରା ମାସକଯାକ ଠାକୁରଙ୍କୁ ମୁଆଁଭୋଗ ଲାଗିକରାଯାଏ। କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ପାଖରେ ମଧ୍ୟ କାର୍ତ୍ତିକପୂର୍ଣ୍ଣିମାରେ ମୁଆଁ ଭୋଗ ପରମ୍ପରା ରହିଛି। କେବଳ ଦେବତାମାନେ ନୁହଁନ୍ତି, ମୁଆଁ ପ୍ରତି ଆକର୍ଷଣ ରହିଛି ଲୋକମାନଙ୍କର। ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଏବେ ବିଭିନ୍ନ ଆକୃତିର ମୁଆଁ ପ୍ରସ୍ତୁତ କରାଯାଉଛି। ଆଜିକାଲି ବଜାରରେ ଚାନ୍ଦମୁଆଁ, ଚାରିକୋଣିଆ ମୁଆଁ, ହାର୍ଟମୁଆଁ, ଡାଇମଣ୍ଡ୍‌ ମୁଆଁ, ଚେପଟାମୁଆଁ ଇତ୍ୟାଦି ଉପଲବ୍ଧ ହେଉଛି। ମୁଆଁ ସହ ଜଡ଼ିତ ଓଡ଼ିଶାର ପରମ୍ପରା, ପ୍ରସ୍ତୁତି ଓ ଉପଲବ୍‌ଧତାକୁ ନେଇ ଏଥରର ପ୍ରମୁଖ ପ୍ରସଙ୍ଗ... ଉପସ୍ଥାପନା: ପ୍ରଜ୍ଞା ନିବେଦିତା ନାୟକ

ମୁଆଁ ପ୍ରସଙ୍ଗ ଆସିଲେ ଉତ୍କଳଘଣ୍ଟ ରସିକକବି ଯଦୁମଣି ମହାପାତ୍ରଙ୍କ ଉପରୋକ୍ତ ଉକ୍ତି ସ୍ବତଃ ମନକୁ ଚାଲିଆସେ। ‘ଯଦୁମଣି ଗ୍ରନ୍ଥାବଳୀ’ରେ ପ୍ରଦତ୍ତ ତଥ୍ୟ ଅନୁସାରେ ଯଦୁମଣି ଏକଦା ଧନୁସଂକ୍ରାନ୍ତି ସମୟରେ ସସ୍ତ୍ରୀକ ଶ୍ରୀଜଗନ୍ନାଥ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଆସିଥିଲେ। ସେ ସମୟରେ ତତ୍କାଳୀନ ଗଜପତି ମହାରାଜା ମୁକୁନ୍ଦଦେବଙ୍କୁ ଦରବାରରେ ସେ ଏହା କହିଥିଲେ। ଏହାକୁ କବିଙ୍କର ସାଧାରଣ ପ୍ରାର୍ଥନା ଭାବି ଗଜପତି ଖୁବ୍‌ ତୁଷ୍ଟ ହୋଇଥିଲେ। ଗଜପତିଙ୍କ ନିକଟରୁ କବି ଯଦୁମଣି ଧନୁମୁଆଁ ସହ ପାଞ୍ଚପେଡ଼ି ଶୁଖିଲା ନିର୍ମାଲ୍ୟ, ଗୋଟିଏ କାଞ୍ଚିକାବେରୀ ପାଟ ଓ ପାଞ୍ଚଟି ମୁଦ୍ରା ପାଇଥିଲେ। କଥାବାହୁଲ୍ୟେ ସେତେବେଳୁ ମଧ୍ୟ ଧନୁମୁଆଁ ପ୍ରଚଳନ ଥିବା ପ୍ରମାଣ ମିଳେ। ଏପଟେ ଲୋ‌େକ ବି କହନ୍ତି, ମୁଆଁ ଖାଇବ ତ ମାମୁ ଘର ଚାଲ...। ସତରେ, ମୁଆଁ କଥା ପଡ଼ିଲେ ଆଗ ମନେପଡ଼େ ମାମୁଘରେ ଆଈ ହାତତିଆରି ଗୁଡ଼ପାଗ ମୁଆଁ କଥା। ଧନୁମୁଆଁ ଖଣ୍ଡେ ପାଟିରେ ପୂରେଇ ମାମୁଘ‌ର ଗାଁରେ ଧନୁଯାତ ଯିଏ ଦେଖିଥିବ, ତା’ର ସେ ସ୍ମୃତି ଚିରଦିନ ପାଇଁ ଅଭୁଲାହୋଇ ରହିଥିବ। ମୁଆଁ ନାଁ ହିଁ ପାଟିରେ ଲାଳ ଆଣିବାକୁ ଯଥେଷ୍ଟ।

Gold: ୩ ସପ୍ତାହରେ ସୁନା ୭ ହଜାର ମହଙ୍ଗା, ରୁପା ଦର ୩୯ ହଜାର ବଢ଼ିଛି

ସୂର୍ଯ୍ୟ ଧନୁ ରାଶିକୁ ଚଳିଲେ ଧନୁସଂକ୍ରାନ୍ତି ପାଳନହୁଏ। ଓଡ଼ିଆ ସଂସ୍କୃତିରେ ସଂକ୍ରାନ୍ତିର ବିଶେଷ ମହତ୍ତ୍ବ ରହିଛି। କେତେକ ସଂକ୍ରାନ୍ତିର ଭୋଗ ଓ ପୂଜାବିଧି ବି ସ୍ବତନ୍ତ୍ର। ଏଇ ଯେମିତି ମକର ସଂକ୍ରାନ୍ତିରେ ମକରଚାଉଳ, ପଣା ସଂକ୍ରାନ୍ତିରେ ପଣା, ଠିକ୍‌ ସେମିତି ଧନୁ ସଂକ୍ରାନ୍ତିରେ ଦିଅଁଙ୍କ ପାଖରେ ମୁଆଁଭୋଗ ଅର୍ପଣ କରାଯାଏ। ଧନୁସଂକ୍ରାନ୍ତି ଦିନଠୁ ଶ୍ରୀଜଗନ୍ନାଥଙ୍କ ପହିଲିଭୋଗ ଆରମ୍ଭହୋଇ ମକର ସଂକ୍ରାନ୍ତିଯାଏ ଚାଲେ। ପୌଷ ମାସରେ ନୂଆ ଧାନ ଅମଳହୁଏ ଏବଂ ସେହି ଧାନରୁ ପ୍ରସ୍ତୁତ ଖଇରେ ଉଖୁଡ଼ା ଓ ମୁଆଁ ତିଆରି କରାଯାଇ ପ୍ରଥମେ ଆରାଧ୍ୟଙ୍କୁ ଅର୍ପଣ କରାଯିବାର ପରମ୍ପରା କାହିଁ କେତେ କାଳରୁ ଓଡ଼ିଶାରେ ପ୍ରଚଳିତ ହୋଇଛି। ଧନୁ ସଂକ୍ରାନ୍ତିରେ ପୂଜା ହେଲାପରେ ବିକ୍ରି ପାଇଁ ମୁଆଁ ବଜାରକୁ ଆସେ ଏବଂ ମକର ଓ କୁମ୍ଭ ସଂକ୍ରାନ୍ତିଯାଏ ବଜାରରେ ମୁଆଁ ମିଳିଥାଏ। ମୁଆଁ ଓଡ଼ିଶାର ଅନ୍ୟତମ ପାରମ୍ପରିକ ମିଷ୍ଟାନ୍ନ ଭାବେ ପରିଗଣିତ।

Odisha Masters: ଓଡ଼ିଶା ମାଷ୍ଟର୍ସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍: ଫାଇନାଲ୍‌ରେ ଉନ୍ନତି-ଈଶାରାଣୀ, ୟୁସୁଫ-କିରଣ

ପାରମ୍ପରିକ ଢଙ୍ଗରେ ଖଇ ବା ଲିଆକୁ ଆଖୁଗୁଡ଼ରେ ପାଗକରି ମୁଆଁ ପ୍ରସ୍ତୁତ ହୋଇଥାଏ। ସାଧାରଣ ଭାବେ ଓଡ଼ିଶାର ଗୁଡ଼ିଆ ବର୍ଗର ଲୋକେ ମୁଆଁ ପ୍ରସ୍ତୁତ କରିଥାଆନ୍ତି। ପରମ୍ପରା ଅନୁଯାୟୀ, ଆଗକାଳରେ ଗାଁମାନଙ୍କରେ ଗୁଡ଼ିଆଘରେ ମୁଆଁ ତିଆରି ହୋଇ ବେତାରେ ରଖାହୋଇ ମନ୍ଦିରକୁ ଆସିଥାଏ। ଏହାବାଦ୍‌ ଗାଁର ପ୍ରତିଘରେ ପ୍ରଥମ ଭୋଗଲାଗି ପାଇଁ ପୁଞ୍ଜାଏ ଲେଖାଏଁ ମୁଆଁ ଗୁଡ଼ିଆ କି ଗୁଡ଼ିଆଣୀ ପହଞ୍ଚାଇବା‌ ପରମ୍ପରା ବି ପ୍ରଚଳିତ ଥିଲା। ଆଉ ଏହାର ପାଉଣା ବାବଦକୁ ଧାନ, ଚାଉଳ କିମ୍ବା ବାଡ଼ିର ପନିପରିବା ନେବା ଧାରା ବି ମଫସଲରେ ଥିଲା। ଏବେ ଯଦିଓ ଏସବୁ ହଜିଗଲାଣି, ତଥାପି କେତେକ ଗାଁରେ ଆଜି ବି ଏହି ଧାରା ଅଳ୍ପବହୁତେ ସାଙ୍କେତିକ ଭାବେ ବଞ୍ଚିଛି।

ମୁଆଁର ଆକାର ଓ ପ୍ରକାର
ସାଧାରଣ ଭାବେ ମୁଆଁର ଆକାର ଗୋଲ୍‌। କିନ୍ତୁ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଏବେ ବିଭିନ୍ନ ଆକୃତିର ମୁଆଁ ପ୍ରସ୍ତୁତ କରାଯାଉଛି। ହେଲେ ସ୍ବାଦ କିନ୍ତୁ ଆପାତତଃ ଅପରିବର୍ତ୍ତିତ ରହିଛି। ଆଜିକାଲି ଚାନ୍ଦମୁଆଁ, ଚାରିକୋଣିଆ ମୁଆଁ, ହାର୍ଟମୁଆଁ, ଡାଇମଣ୍ଡ୍‌ ମୁଆଁ, ଚେପଟାମୁଆଁ ଇତ୍ୟାଦି ଉପଲବ୍ଧ ହେଉଛି। ଯଦିଓ ଧନୁସଂକ୍ରାନ୍ତିରେ ଖଇରେ ତିଆରି ମୁଆଁ ଭୋଗ ହୋଇଥାଏ, କିନ୍ତୁ ଓଡ଼ିଆ ଘରେ ଚୁଡ଼ାମୁଆଁ, ମୁଢ଼ିମୁଆଁ, ବେଣ୍ଟମୁଆଁ ଆଦି ବିଭିନ୍ନ ପ୍ରକାରର ମୁଆଁ ଖିଆଯାଇଥାଏ।

ଖଇ ବା ଲିଆମୁଆଁ: ଗୁଡ଼ପାଗ ଖଇରେ ପ୍ରସ୍ତୁତ ମୁଆଁ ସୁଆଦିଆ ହେବା ସହ ମୁସୁମୁସିଆ ବି ହୋଇଥାଏ। ଆଗରୁ କେବଳ ଗୁଡ଼ରେ ମୁଆଁ ତିଆରି ହେଉଥିବା ବେଳେ ଚିନିର ପ୍ରଚଳନ ପରେ ଏହାକୁ ବ୍ୟବହାର କରାଯାଉଛି। ମୁଆଁର ସ୍ବତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ ରହିଛି। ଏଥିପାଇଁ ନୂଆ ଧାନ ଉଷେଁଇ ଖଇ ପାଇଁ ଧାନ କଢ଼ାଯାଏ। ତା’ପରେ ସେହି ଧାନକୁ ବାଲିରେ ଭାଜି ଖଇ ଫୁଟାଯାଏ। ଖଇଛଡ଼ା ଡାଲାରେ ସେ ଖଇରୁ ଧାନଚୋପା ଅଲଗା କରାଯାଏ। ପୁଣି ଗୁଡ଼ ବା ଚିନି ପାଗ କରାଯାଇ ଉକ୍ତ ଖଇକୁ ସେଥିରେ ଗୋଳାଯାଏ। ଧରନ୍ତୁ, ଦୁଇଗିନା ଗୁଡ଼ ପାଗକଲେ ସେଥିରେ ଦେଢ଼ଗିନା ଖଇ ପକାଇବେ। ସେଥିରେ ନଡ଼ିଆପାତି, ଗୋଲମରିଚଗୁଣ୍ଡ, ପାନମଧୁରୀ ଓ କାଜୁବାଦାମ ଆଦି ପକାଯାଏ। ଟିକେ ଥଣ୍ଡା ହେଲାପରେ ଖଇପାଗରେ ବିଭିନ୍ନ ଆକାରର ମୁଆଁ ଗଢ଼ାଯାଏ ବୋଲି କହନ୍ତି ପାରମ୍ପରିକ ମୁଆଁ କାରିଗର ନୀଳକଣ୍ଠ ସାହୁ।

Messi: ହାଇଦ୍ରାବାଦରେ ହୃଦୟ ଜିତିଲେ ମେସି

ଚୁଡ଼ାମୁଆଁ:  ଯଦିଓ ଏବେ ଚୁଡ଼ାମୁଆଁର ପ୍ରଚଳନ ସହରବଜାରରେ କମିଗଲାଣି, ତଥାପି ଏହା ଗାଁଗଣ୍ଡା‌େର ମିଳୁଛି। ନୂଆ ଚାଉଳରେ କୁଟା ହୋଇଥିବା ମୋଟା ଚୁଡ଼ା ଆଣି ତାକୁ କଡ଼ାକରି ଭଜାଯାଏ। ପୁଣି ସେଥିରେ ନଡ଼ିଆପାତି, ବାଦାମ, ରାଶି ଆଦି ପକାଇ ଭଜାଯାଏ। ତା’ପରେ ଗୁଡ଼ ବା ଚିନିରେ ସିରାକରି ସେଥିରେ ଉକ୍ତ ଚୁଡ଼ାକୁ ଭଲଭାବେ ଘାଣ୍ଟି ମିଶାଯାଏ। ‌ଧ୍ୟାନ‌ ଦେବାକୁ ହୁଏ ଯେମିତି ଚୁଡ଼ା କେଉଁଠି ଗୋଟାଳି ବାନ୍ଧି ରହି ନଯାଏ। ଚୁଡ଼ାପାଗ ସାମାନ୍ୟ ଥଣ୍ଡା ହେଲାପରେ ସେଥିରେ ଗୋଲାକାର ମୁଆଁ ଗଢ଼ାଯାଏ।

ମୁଢ଼ିମୁଆଁ: ମୁଢ଼ିମୁଆଁ ଏବେ ବି ବେଶ୍‌ ଲୋକପ୍ରିୟ। ଏହାକୁ ତିଆରି କରିବା ପାଇଁ ଆଗ ଗୁଡ଼ ପାଗକରି ସେଥିରେ ମୁଢ଼ି ମିଶାଯାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe