Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ଏଆର୍‌ଟ୍ୟାଗ୍‌ର ଦ୍ବିତୀୟ ସଂସ୍କରଣ

Advertisment

ବର୍ଦ୍ଧିତ ବ୍ଲୁଟୁଥ୍‌ ରେଞ୍ଜ ଓ ଅଧିକ ଧ୍ବନିଯୁକ୍ତ ସ୍ପିକର୍‌ ସହିତ ଆପଲ୍ କମ୍ପାନି ନୂଆ ଏଆର୍‌ଟ୍ୟାଗ୍‌ ମଡେଲ୍‌ ଉନ୍ମୋଚନ କରିଛି। ଜରୁରି ସାମଗ୍ରୀଗୁଡ଼ିକୁ ସହଜରେ ଖୋଜିବା ଲାଗି ଏହି ଛୋଟ ଗ୍ୟାଜେଟ୍‌ଟିକୁ ବ୍ୟବହାର କରାଯାଇଥାଏ। ଆଇଫୋନ୍‌ର....

ବର୍ଦ୍ଧିତ ବ୍ଲୁଟୁଥ୍‌ ରେଞ୍ଜ ଓ ଅଧିକ ଧ୍ବନିଯୁକ୍ତ ସ୍ପିକର୍‌ ସହିତ ଆପଲ୍ କମ୍ପାନି ନୂଆ ଏଆର୍‌ଟ୍ୟାଗ୍‌ ମଡେଲ୍‌ ଉନ୍ମୋଚନ କରିଛି। ଜରୁରି ସାମଗ୍ରୀଗୁଡ଼ିକୁ ସହଜରେ ଖୋଜିବା ଲାଗି ଏହି ଛୋଟ ଗ୍ୟାଜେଟ୍‌ଟିକୁ ବ୍ୟବହାର କରାଯାଇଥାଏ। ଆଇଫୋନ୍‌ର....

fhsfhfhxbvvb

ବର୍ଦ୍ଧିତ ବ୍ଲୁଟୁଥ୍‌ ରେଞ୍ଜ ଓ ଅଧିକ ଧ୍ବନିଯୁକ୍ତ ସ୍ପିକର୍‌ ସହିତ ଆପଲ୍ କମ୍ପାନି ନୂଆ ଏଆର୍‌ଟ୍ୟାଗ୍‌ ମଡେଲ୍‌ ଉନ୍ମୋଚନ କରିଛି। ଜରୁରି ସାମଗ୍ରୀଗୁଡ଼ିକୁ ସହଜରେ ଖୋଜିବା ଲାଗି ଏହି ଛୋଟ ଗ୍ୟାଜେଟ୍‌ଟିକୁ ବ୍ୟବହାର କରାଯାଇଥାଏ। ଆଇଫୋନ୍‌ର ‘ଫାଇଣ୍ଡ୍‌ ମାଇଁ’ ଆପ୍‌ ଜରିଆରେ ଏଆର୍‌ଟ୍ୟାଗ୍‌ ଉପରେ ନିଘା ରଖିହୁଏ।  ଏଆର୍‌ଟ୍ୟାଗ୍‌(ଦ୍ବିତୀୟ ସଂସ୍କରଣ)ରେ ସେକେଣ୍ଡ ଜେନେରେସନ୍‌ର ଅଲ୍‌ଟ୍ରା ଵାଇଡ୍‌ବ୍ୟାଣ୍ଡ୍‌ ଚିପ୍‌ ଖଞ୍ଜାଯାଇଛି, ଯାହା ଫଳରେ ଏହାକୁ ପୁରୁଣା ଏଆର୍‌ଟ୍ୟାଗ୍‌ ତୁଳନାରେ ଦେଢ଼ଗୁଣ ଅଧିକ ଦୂରତାରୁ ଠାବ କରିବା ସମ୍ଭବ।

Jaundice cases: ରାୟଗଡ଼ା ସହରରେ ଜଣ୍ଡିସ ଆଶଙ୍କା

ସେହିପରି ଏଥିରେ ଲାଗିଥିବା ନୂତନ ସ୍ପିକର୍‌ଟି ପୂର୍ବ ତୁଳନାରେ ୫୦% ଅଧିକ ତୀବ୍ର ଧ୍ବନି ସୃଷ୍ଟି କରିବାକୁ ସକ୍ଷମ। ମାଲିକଙ୍କ ବ୍ଲୁଟୁଥ୍‌ ରେଞ୍ଜରୁ ବାହାରକୁ ଚାଲିଗଲେ ମଧ୍ୟ ଏହି ସରଞ୍ଜାମଟି ଅନ୍ୟାନ୍ୟ ଆପଲ୍‌ ଡିଭାଇସ୍‌ ଜରିଆରେ ନିଜର ସ୍ଥାନ ସମ୍ପର୍କିତ ସୂଚନା ପଠାଇଚାଲିଥାଏ। ଏଥିରେ ଲାଗିଥିବା ବ୍ୟାଟେରିଟି ଏକ ବର୍ଷରୁ ଅଧିକ ସମୟ ଅନବରତ ଚାଲିଥାଏ। ତେଣୁ ନିଜ ବ୍ୟାଗ୍‌, ଚାବି ଆଦି ସାମଗ୍ରୀ ସହିତ ଏଆର୍‌ଟ୍ୟାଗ୍‌କୁ ଖଞ୍ଜିଦେଲେ, ହଜିବାର ଭୟ ନଥାଏ। ଏହାର ଓଜନ ମାତ୍ର ୧୧.୮ ଗ୍ରାମ୍‌ ଏବଂ ଏହାକୁ ଆପଲ୍‌ ୱେବସାଇଟ୍‌ରୁ ୩୭୯୦ ଟଙ୍କା ଦେଇ କିଣିହେବ। ଏହା ସହିତ ଏଆର୍‌ଟ୍ୟାଗ୍‌ ଚାବି ରିଙ୍ଗ୍‌ଟି ହାସଲ କରିବା ପାଇଁ ଅତିରିକ୍ତ ୩୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Protest: ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ସବୁ ଠପ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe