ପୃଥିବୀରେଏମିତି କେତେକ ଦେଶ ରହିଛି, ଯେଉଁ ଦେଶରେ ରହିବା ଲାଗି ସେଠାକାର ସରକାର ଆପଣଙ୍କୁ ଘର ତିଆରି ଲାଗି ସହାୟତା ସାଙ୍ଗକୁ ମାଗଣାରେ କାର୍ ଆଦି ଯୋଗାଇଦେଇଥାନ୍ତି। ଦେଶର ଲୋକସଂଖ୍ୟା କମିବା ଓ ଗ୍ରାମାଞ୍ଚଳ ଖାଲିହେବା ସାଙ୍ଗକୁ ଆର୍ଥିକ ଗତିବିଧିକୁ ନଜରରେ ରଖି ଏହି ଦେଶଗୁଡ଼ିକ ଏଭଳି ପ୍ରୋତ୍ସାହନ ଦେଉଛନ୍ତି। ତେବେ ଆପଣଙ୍କୁ େସଠାକାର କେତେକ ସର୍ତ୍ତ ପାଳନ କରିବାକୁ ହେବ। ସ୍ଥାନୀୟ ଆଇନ କାନୁନ ମଧ୍ୟ ପାଳନ କରିବାକୁ ପଡ଼ିବ।
ଗ୍ରାମୀଣ ଅଞ୍ଚଳରେ ଜନସଂଖ୍ୟା କମିଯିବା କାରଣରୁ ଜାପାନରେ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି। କେତେକ ଅଞ୍ଚଳକୁ ପରିବାର ସହ ଆସି ରହିଲେ ସନ୍ତାନ ପିଛା ପ୍ରାୟ ୭୫୦୦ ଡଲାର ଲେଖାଏଁ ସହାୟତା ପ୍ରଦାନ କରାଯାଇଥାଏ। ସେହିପରି ଅନ୍ୟ କେତେକ ଅଞ୍ଚଳରେ ଖାଲିଥିବା ଘର ଓ ଜମି ମଧ୍ୟ ଦିଆଯାଉଛି।
Health: ବୃତ୍ତିରେ ୬୦ ବର୍ଷ: ରାଇରଙ୍ଗପୁର ଦରଦୀ ଚିକିତ୍ସକ ଡା. ପି.ଏସ୍. ମାଣିକେଶ୍ୱରୀ
ସ୍ବିଜରଲାଣ୍ଡର ଛୋଟିଆ ଗାଁ ଅଲ୍ବିନେନ୍ରେ ରହିବାକୁ ଲୋକଙ୍କୁ ସ୍ବତନ୍ତ୍ର ଯୋଜନାରେ ସାମିଲ୍ କରାଯାଇଥାଏ। ଯଦି ଜଣଙ୍କର ବୟସ ୪୫ ବର୍ଷରୁ କମ୍ ହୋଇଥାଏ ଓ ସେ ଅତି କମ୍ରେ ୧୦ ବର୍ଷ ଗାଁରେ ରହିବା ସର୍ତ୍ତରେ ରାଜି ହୁଅନ୍ତି, ତେବେ ତାଙ୍କୁ ୭୦ ହଜାର ଡଲାର ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ। ସେହିପରି ସ୍ପେନର କେତେକ ଗ୍ରାମାଞ୍ଚଳରେ ବସବାସ କରିବା ପାଇଁ ୩୦୦୦ ୟୁରୋ ଓ ସେଠାରେ ସନ୍ତାନ ସନ୍ତତି ଜନ୍ମହେଲେ ଆହୁରି ୩୦୦୦ ୟୁରୋ ଦିଆଯାଏ। ଇଟାଲିର ଟ୍ରେଣ୍ଟିନୋ ଅଞ୍ଚଳର ଗାଁ ଗହଳିରେ ରହିଲେ ତ ୧ ଲକ୍ଷ ୟୁରୋ ପର୍ଯ୍ୟନ୍ତ ସହାୟତା ମିଳିଥାଏ। ତେବେ ଏଥିପାଇଁ ଆପଣଙ୍କୁ ସମ୍ପୃକ୍ତ ଗାଁରେ ଘରକରି କିମ୍ବା ଘରଭଡ଼ା ନେଇ ଅତି କମ୍ରେ ଦଶବର୍ଷ ରହିବାକୁ ହେବ।
Follow Us