ନୂଆଦିଲ୍ଲୀ: ମୋବାଇଲ ଫୋନ୍ ଓ ହେଡଫୋନ୍ ଅତ୍ୟଧିକ ବ୍ୟବହାର କରିବା ହେତୁ କାନ ଉପରେ ଏହାର ପ୍ରଭାବ ପଡିଥାଏ ବୋଲି ଡାକ୍ତରମାନେ ଅନେକଥର ପରାମର୍ଶ ଦେଇଥାଆନ୍ତି। ତେବେ ହେଡଫୋନ୍ର ଅତ୍ୟଧିକ ବ୍ୟବହାର ଯେ କାନର ଆକୃତିକୁ ବଦଳାଇ ଦେଇଥାଏ, ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତିଙ୍କ ସହିତ ଏଭଳି କିଛି ଘଟଣା ଘଟିଛି। ଫଟୋ ଦେଖି ଆପଣ ଜାଣି ପାରୁଥିବେ ଅତ୍ୟଧିକ ହେଡଫୋନ୍ ବ୍ୟବହାର ହେତୁ ଉକ୍ତ ବ୍ୟକ୍ତିଙ୍କ କାନର ଆକୃତି କିଭଳି ହୋଇଛି।
କାଲିଫର୍ଣ୍ଣିଆରେ ବସବାସ କରୁଥିବା ଜଣେ ବ୍ୟକ୍ତି ଅତ୍ୟଧିକ ହେଡଫୋନ୍ ବ୍ୟବହାର କରୁଥିଲେ। ଧୀରେଧୀରେ ତାଙ୍କ କାନରେ ଯନ୍ତ୍ରଣା ହୋଇଥିଲା। ସେ ଏହି ଯନ୍ତ୍ରଣାକୁ ଅଣଦେଖା କରି ଦେଇଥିଲେ। କିଛି ଦିନ ପରେ ଏହି ଯନ୍ତ୍ରଣା ବୃଦ୍ଧି ପାଇଥିଲା। ଏହାପରେ ଯାହା ହେଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଯନ୍ତ୍ରଣା ତାଙ୍କର କାନର ଆକୃତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା। କେବଳ ଏତିକି ନୁହେଁ ସେ ଶୁଣିବି ପାରୁ ନାହାନ୍ତି। ତେଣୁ ଅତ୍ୟଧିକ ହେଡଫୋନ୍ ବ୍ୟବହାରରୁ ନିଜକୁ ଦୂରେଇ ରଖନ୍ତୁ।