Advertisment

Music: ତାଙ୍କ ପ୍ରେରଣା ହେଉଛି ମୋ ସଂଗୀତର ଘୋଷାପଦ

Advertisment

ସୁଗମସଙ୍ଗୀତରେ ରାଜ୍ୟର ମର୍ଯ୍ୟାଦାଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର’ ଗ୍ରହଣ କରିବାର ଉଲ୍ଲସିତ ମୁହୂର୍ତ୍ତରେ ମୁଁ ସେହିମାନଙ୍କୁ ସ୍ମରଣ କରୁଛି, ଯେଉଁମାନଙ୍କ ପ୍ରେରଣା ମତେ ସଙ୍ଗୀତ ସାଧନାରେ ବ୍ରତୀ କରିଛି।

ସୁଗମସଙ୍ଗୀତରେ ରାଜ୍ୟର ମର୍ଯ୍ୟାଦାଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର’ ଗ୍ରହଣ କରିବାର ଉଲ୍ଲସିତ ମୁହୂର୍ତ୍ତରେ ମୁଁ ସେହିମାନଙ୍କୁ ସ୍ମରଣ କରୁଛି, ଯେଉଁମାନଙ୍କ ପ୍ରେରଣା ମତେ ସଙ୍ଗୀତ ସାଧନାରେ ବ୍ରତୀ କରିଛି।

SFHFSHSHF

ସୁଗମସଙ୍ଗୀତରେ ରାଜ୍ୟର ମର୍ଯ୍ୟାଦାଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର’ ଗ୍ରହଣ କରିବାର ଉଲ୍ଲସିତ ମୁହୂର୍ତ୍ତରେ ମୁଁ ସେହିମାନଙ୍କୁ ସ୍ମରଣ କରୁଛି, ଯେଉଁମାନଙ୍କ ପ୍ରେରଣା ମତେ ସଙ୍ଗୀତ ସାଧନାରେ ବ୍ରତୀ କରିଛି। ସଙ୍ଗୀତ ବା ସାହିତ୍ୟ, ଯେକୌଣସି ସୃଜନଶୀଳ କାର୍ଯ୍ୟରେ ପରିବାରର ସାହାଯ୍ୟ ଓ ଦିଗ୍‌ଦର୍ଶନ ଲୋଡ଼ାହୁଏ। ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରୁ ପୋଷ୍ଟ ଗ୍ରାଜୁଏସନ୍ କଲା ପରେ ମୁଁ ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ଏମ୍‌.ବି.ଏ. କରୁଥିଲି। ମୋର ଶେଷ ବର୍ଷ ଅଧ୍ୟୟନ ସମୟରେ ଭାରତୀୟ ପୁଲିସ ସେବା ଅଫିସର ଡକ୍ଟର ଲଳିତ ଦାସଙ୍କ ସହ ବିବାହ ସ୍ଥିର ହୋଇଥିଲା। ଲଳିତ ଏକ ସଙ୍ଗୀତପ୍ରାଣ ପରିବାରର ସନ୍ତାନ। ବିବାହ ପରେ ମୋର ସଙ୍ଗୀତ ପରିବେଷଣ ଓ ସାହିତ୍ୟ ରଚନା ଦିଗରେ ଲଳିତଙ୍କ ନିରନ୍ତର ସହଯୋଗ ମତେ ସାଧନାନିଷ୍ଠ କରି ରଖିଛି। ସୁଗମ ସଙ୍ଗୀତ ଓ ଶାସ୍ତ୍ରୀୟ ସଙ୍ଗୀତର ଯୁଗଳବନ୍ଦୀରେ ଲଳିତ ମୋର ଦିଗଦର୍ଶକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ବିବାହ ପରେ ସମସ୍ତ ପୁଲିସ ସମାବେଶରେ ଲଳିତ ମୋର ସଙ୍ଗୀତକୁ ପ୍ରଶଂସା କରନ୍ତି ଏବଂ ଗାଇବାକୁ ବାଧ୍ୟ କରିଥାନ୍ତି। ପ୍ରାୟ ତାହା ହିଁ ଥିଲା ମୋର ନିୟମିତ ରିୟାଜ୍‌।

Old woman: ଝାଟିମାଟିର କୁଡ଼ିଆରେ ବିତୁଛି ଅସହାୟ ଜୀବନ

ମନେପଡ଼େ ମୋର ମଞ୍ଚ ପରିବେଷଣର ପୁରୁଣା ସ୍ମୃତି। ବହୁ ଲବ୍ଧପ୍ରତିଷ୍ଠିତ କଳାକାରଙ୍କ ମଧ୍ୟରେ ସାମିଲ ହେବା ମୋ ପାଇଁ ଖୁବ୍ ପ୍ରେରଣାଦାୟୀ ଥିଲା, କିନ୍ତୁ ସେମାନେ କେହି ମୋ ଗୀତ ଶୁଣିପାରୁ ନଥିଲେ କାରଣ ମୋ ପାଳି ରାତି ଦଶଟା ପରେ ଆସୁଥିଲା। ସେତେବେଳେ ଅଡିଟୋରିୟମ୍‌ରେ ଲଳିତ ଓ ଦଶ ବାରଜଣ ଶ୍ରୋତା ଦେଖାଯାଉଥିଲେ। ମୁଁ ଉଦାସ ହୋଇ ଥରେ କହିଥିଲି ଯେ “ଏଭଳି ଗାଇବା ଅପେକ୍ଷା ନଗାଇବା ଭଲ”। ସେ ତୁରନ୍ତ କହିଥିଲେ “ମଞ୍ଚ ଗାୟନର ଅନେକ ଗୂଢ଼ ରହସ୍ୟ ରହିଛି। ଧରିନିଅ ଯେ ତୁମେ ରାତି ଦଶଟା ପରେ ଅଭ୍ୟାସ କରୁଛ। ନିଜର ଭୁଲ୍ ନିଜେ ସୁଧାରିନେବା ପାଇଁ ତୁମକୁ ଗୋଟିଏ ସୁନ୍ଦର ସୁଯୋଗ ମିଳିଛି। ତାକୁ ଉଚିତ ଭାବରେ ଉପଯୋଗ କର।” ଏମିତି ରାତି ଦଶଟା ପରେ ଗାଇବାଠାରୁ ମୁଁ ପ୍ରଥମ ଦଶଜଣଙ୍କ ଭିତରେ ଗାଇବାର ସୁଯୋଗ ମଧ୍ୟ ପାଇଲି। ସେ ସର୍ବଦା କହିଆସିଛନ୍ତି, “ଯାତ୍ରାପଥକୁ ସୁନ୍ଦର ଓ ମଧୁର କରିପାରିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚି ହୁଏ। ସଙ୍ଗୀତ ହେଉ  କି ସାହିତ୍ୟ ହେଉ, ସାଧନା ହିଁ ମୂଳମନ୍ତ୍ର। ଏହି ସାଧନାର ଅନ୍ତ ହୁଏ ନାହିଁ।” ମଲ୍‌ଟିଟାସ୍କିଂ ଥିଲା ତାଙ୍କର ବ୍ୟକ୍ତିତ୍ୱ। ମତେ ମଧ୍ୟ ସେହି ଭାବରେ ଦେଖିବାକୁ ସେ ଚାହୁଥିଲେ। ତେଣୁ ଚାକିରି ସହିତ ମୋର ସାହିତ୍ୟ, ସଙ୍ଗୀତ, ସଂସ୍କୃତି, ଐତିହ୍ୟ ଆଦି ଅନେକ କ୍ଷେତ୍ରରେ ଆଗ୍ରହ ଜାରି ରହିଲା। ମୋ ଉପରେ ତାଙ୍କର ବିଶ୍ୱାସ ଏବଂ ମୋ ସଙ୍ଗୀତର ପ୍ରତିଟି ଛନ୍ଦ, ଲୟରେ ତାଙ୍କର ନିରନ୍ତର ସହଯୋଗିତା ମୋ ସାଧନା ପଥକୁ ସୁଗମ କରିଛି। 

CJI: ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଧ୍ୟସ୍ଥତା ପ୍ରଭାବଶାଳୀ ମାଧ୍ୟମ: ସିଜେଆଇ

ତାଙ୍କ ପ୍ରେରଣାର ପ୍ରତିଧ୍ୱନି ହେଉଛି ମୋ ସଙ୍ଗୀତର ଘୋଷାପଦ। ମୋର ପ୍ରଥମ ଅଡିଓ ଆଲ୍‌ବମ୍ ‘ଭୁଲି ହୁଏନା’ ୨୦୦୬ ମସିହାରେ ରିଲିଜ୍ ହୋଇଥିଲା। ସେ ଏକହଜାର ସିଡିର ପେଟି ଧରି ଦିଲ୍ଲୀରୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ ଏବଂ ଘୋଷଣା କରିଥିଲେ ଯେ ସିଡିଟି ବିଶ୍ୱର ସବୁଠାରୁ ସଫଳ ସୁଗମସଙ୍ଗୀତର ଉପହାର। ସେ ମଧ୍ୟ ଥିଲେ ମୋର ବଡ଼ କ୍ରିଟିକ୍। ପ୍ରତ୍ୟେକ ଗାୟକର ସଫଳତା ନିର୍ଭର କରେ ବିଶ୍ୱସ୍ତ ଶ୍ରୋତାଙ୍କ ଉପରେ। ଲଳିତ କେବଳ ମୋ ଗୀତ ଶୁଣି ଖୁସି ହେଉନଥିଲେ, ସେ ମଧ୍ୟ ଭଲମନ୍ଦ ବିଷୟରେ ମନ୍ତବ୍ୟ ଦେଉଥିଲେ। ପ୍ରଥମ ସିଡିରୁ କୋଡ଼ିଏତମ ସିଡି ପର୍ଯ୍ୟନ୍ତ ଏହି ଗଠନମୂଳକ ସମାଲୋଚନା ମୋର ଚିନ୍ତାଧାରା ଏବଂ ଗାୟନ ଉପରେ ବିଶେଷ ପ୍ରଭାବ ପକାଇଥିଲା। ମୋ ସହିତ ପାଦରେ ପାଦ ମିଳାଇ ଚାଲିଛନ୍ତି ଲଳିତ। ଭୋର୍‌ବେଳାର ଭୈରବୀ ରାଗ ଭଳି ଏହି ଯାତ୍ରା ଆହୁରି ଅନେକ ବାକି ଅଛି। ସୁଗମ ସଂଗୀତରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ୨୦୨୩ ପୁରସ୍କାର ଲାଭ କରିବାରେ ମୋ’ଠାରୁ ଅଧିକ ଆନନ୍ଦିତ ହୋଇଛନ୍ତି ଲଳିତ। କିନ୍ତୁ ସବୁଠାରୁ ବଡ଼ ପୁରସ୍କାର ମୁଁ ପାଏ ଯେତେବେଳେ ରବୀନ୍ଦ୍ର ମଣ୍ଡପ ଓ ଜୟଦେବ ଭବନରେ ସବୁଠାରୁ ପଛଧାଡ଼ିରେ ସେ ବସିଥା’ନ୍ତି ଏବଂ ଶ୍ରୋତାମାନଙ୍କର ମୋ ଗୀତ ସଂପର୍କରେ ଆଲୋଚନା ଶୁଣୁଥା’ନ୍ତି। ଅତଏବ ମୋ ଜୀବନ ସଂଗୀତର ସ୍ୱରରେ ଅବିରତ ବାଜୁଥାଏ ରାଗ ଲଳିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe