Ima Keithel: ଯେଉଁ ବଜାରରେ ମହିଳାଙ୍କର ଚାଲେ ରାଜ୍‌...

Advertisment

ଆମ ଭାରତରେ ଏମିତି ଏକ ବଜାର ଅଛି ଯେଉଁଠାରେ କେବଳ ମହିଳାମାନେ ବେପାର ବଣିଜ କରନ୍ତି। ମଣିପୁରର ଇମ୍ଫାଲରେ ଥିବା ଏହି ମହିଳା ମାର୍କେଟ୍‌ଟି ମଇମା କେଇଥେଲ୍‌ ନାମରେ ପରିଚିତ। କେହି କେହି ଏହାକୁ ମଦର୍ସ ମାର୍କେଟ୍‌ ବୋଲି ମଧ୍ୟ କହନ୍ତି।

ଆମ ଭାରତରେ ଏମିତି ଏକ ବଜାର ଅଛି ଯେଉଁଠାରେ କେବଳ ମହିଳାମାନେ ବେପାର ବଣିଜ କରନ୍ତି। ମଣିପୁରର ଇମ୍ଫାଲରେ ଥିବା ଏହି ମହିଳା ମାର୍କେଟ୍‌ଟି ମଇମା କେଇଥେଲ୍‌ ନାମରେ ପରିଚିତ। କେହି କେହି ଏହାକୁ ମଦର୍ସ ମାର୍କେଟ୍‌ ବୋଲି ମଧ୍ୟ କହନ୍ତି।

ss

Photograph: (internet)

ଆପଣ ଜାଣନ୍ତି କି, ଆମ ଭାରତରେ ଏମିତି ଏକ ବଜାର ଅଛି ଯେଉଁଠାରେ କେବଳ ମହିଳାମାନେ ବେପାର ବଣିଜ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହଁ, ମଣିପୁରରେ ଏମିତି ଏକ ବଜାର ଅଛି, ଯେଉଁଠି କେବଳ ମହିଳାଙ୍କ ରାଜୁତି ଚାଲେ। କୁହାଯାଏ ଏହି ବଜାରରେ ପ୍ରାୟ ୪୦୦୦ରୁ ଅଧିକ ମହିଳା ବେପାର କରନ୍ତି। ସେଥିପାଇଁ ଏସିଆର ସବୁଠାରୁ ବଡ଼ ମହିଳା ବଜାର ବୋଲି ସମ୍ବୋଧନ କରାଯାଇଥାଏ।

ମଣିପୁରର ଇମ୍ଫାଲରେ ଥିବା ଏହି ମହିଳା ମାର୍କେଟ୍‌ଟି ମଇମା କେଇଥେଲ୍‌ ନାମରେ ପରିଚିତ। କେହି କେହି ଏହାକୁ ମଦର୍ସ ମାର୍କେଟ୍‌ ବୋଲି ମଧ୍ୟ କହନ୍ତି। ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗ୍ରାହକ ଆସିଥାନ୍ତି। ଆଉ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଦେଖାଇ ବେପାର କେମିତି ସୁରୁଖୁରୁରେ ହୋଇପାରିବ ସେ କାଇଦା ଏଠାକାର ମହିଳା ବ୍ୟବସାୟୀଙ୍କୁ ଭଲଭାବେ ଜଣା।

ଏହାର ଆରମ୍ଭ....

ଏହି ମାର୍କେଟଟି କେବେ ଆରମ୍ଭ ହୋଇଥିଲା ତାହାର ସଠିକ୍‌ ସୂଚନା ନାହିଁ। କିନ୍ତୁ କିଛି ଲୋକଙ୍କ ମତରେ, ଇମ୍ଫାଲ୍‌ର ଏହି ମହିଳା ବଜାର ୫୦୦ ବର୍ଷରୁ ଅଧିକ ପୁରଣା। ଯେତେବେଳେ ରାଜାରାଜୁଡ଼ାମାନେ ଶାସନ କରୁଥିଲେ ସେ ସମୟରେ ଲାଲ୍ଲୁପ ପରମ୍ପରା ପ୍ରଚଳନ ଥିଲା। ପରମ୍ପରା ଅନୁଯାୟୀ, ସ୍ଥାନୀୟ ମୈତ୍ରୀ ସମ୍ପ୍ରଦାୟର ପୁରୁଷମାନଙ୍କୁ ରାଜାଙ୍କ ଦରବାରରେ କାମ କରିବା ପାଇଁ ବାରମ୍ବାର ଡକାଯାଉଥିଲା। ଫଳରେ ଏହି ସମ୍ପ୍ରଦାୟର ମହିଳାମାନଙ୍କୁ ପରିବାରର ସମସ୍ତ ଦାୟିତ୍ବ ତୁଲାଇବାକୁ ପଡୁଥିଲା। ଚାଷବାସ ସହିତ ବେପାରବଣିଜ ଆଦି ସବୁ ଦାୟିତ୍ବ ନେବାକୁ ପଡ଼ିଲା। ପିଢ଼ି ପରେ ପିଢ଼ି ମହିଳାମାନେ ସେମାନଙ୍କର ଏହି ବେପାରକୁ ଆପଣେଇନେଲେ। ସେବେଠାରୁ ଏହି ବଜାର କେବଳ ବିବାହିତା ମହିଳାଙ୍କୁ ହିଁ ବେପାର କରିବାକୁ ଅନୁମତି ଦେଇଥାଏ। ଏଣୁ ମାଆଙ୍କର ବେପାରରେ କେବଳ ନିଜ ବିବାହିତ ଝିଅ ହିଁ ଉତ୍ତରାଧିକାରୀ ହୋଇପାରିବ। ସେଥିପାଇଁ ମହିଳାଙ୍କୁ ପରିବାର ମୁଖ୍ୟ ଆୟକାରୀ ବୋଲି ଗ୍ରହଣ କରାଯାଏ।

କ’ଣ କ’ଣ ମିଳୁଛି...

ଏହି ମାର୍କେଟ୍‌ରେ ବିଭିନ୍ନ ପ୍ରକାରର ଜିନିଷ ବିକ୍ରିି କରାଯାଏ। ଫଳମୂଳ, ପନିପରିବାଠୁ ନେଇ ହସ୍ତଶିଳ୍ପ ସାମଗ୍ରୀ, ଅଳଙ୍କାର, ଘରକରଣା ଜିନିଷ, ଚାଷ ସାମଗ୍ରୀ, ମିଷ୍ଟାନ୍ନ, ମଣିପୁରର ପାରମ୍ପରିକ ପୋଷାକ, ଶୁଖୁଆ, ମସଲାଦ୍ରବ୍ୟ ବେଶ୍‌ ସୁଲଭ ଦରରେ ମିଳିଥାଏ। ଏକ ରିପୋର୍ଟ ଅନୁଯାୟୀ, ଏଠାକାର ବେପାରୀଙ୍କ ବାର୍ଷିକଆୟ ସତୁରି ହଜାରରୁ ଦୁଇ ଲକ୍ଷ ଭିତରେ ହୋଇଥାଏ। 

ଏକତା ହିଁ ମୂଳମନ୍ତ୍ର

ଏତେ ବର୍ଷର ପୁରୁଣା ବଜାରକୁ ମହିଳାମାନେ ଚଲାଉଥିବାରୁ ଏହାକୁ ଭାଙ୍ଗିବା ପାଇଁ ଅତୀତରେ ବହୁପ୍ରକାର ଚାପ ପ୍ରୟୋଗ କରାଯାଇଛି। ଏପରିକି ସେଠିକା ସରକାର ଏହି ବଜାରକୁ ଭାଙ୍ଗି ଗୋଟେ ସୁପର୍‌ ମାର୍କେଟ୍‌ କରିବା ପାଇଁ ଯୋଜନା କରିଥିଲେ। କିନ୍ତୁ ମହିଳାମାନଙ୍କର ଏକତ୍ରୀକରଣ ହିଁ ସେମାନଙ୍କ ଆୟକୁ ବଞ୍ଚାଇଛି। ‌ବିପଦ ବେଳେ ଏକାଠି ହୋଇ ଅନ୍ୟାୟ ବିରୁଦ୍ଧରେ ସ୍ବର ଉଠାଇଥାନ୍ତି। ସେମାନେ ଏକତାକୁ ମୂଳମନ୍ତ୍ର ବୋଲି ମାନି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe