- ଶୀତ ଋତୁରେ ଶରୀରର ଯତ୍ନ କିପରି ନେବା ଉଚିତ?
ସବୁବେଳେ ସନ୍ତୁଳିତ ଆହାର ଖାଇବା ଉଚିତ। ବିଶେଷକରି ଶୀତଦିନରେ ଖାଦ୍ୟ ନେଇ ଅଧିକ ଯତ୍ନଶୀଳ ହେବା ଉଚିତ। ଏହି ଦିନରେ ତାପମାତ୍ରା କମ୍ ରହେ ତେଣୁ ଆମ ଶରୀରକୁ ଉତ୍ତାପ ଆବଶ୍ୟକ ହୋଇଥାଏ। ସେଥିପାଇଁ ଶୀତ ଦିନରେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ ଯାହାଦ୍ବାରା ଆମର ରୋଗପ୍ରତିରୋଧକ ଶକ୍ତି ବଢ଼ିବ। ଏହି ଦିନରେ ଘିଅ, ଡ୍ରାଏଫ୍ରୁଟ୍ ଆଦି ଖାଦ୍ୟେର ସାମିଲ୍ କରିବା ଉଚିତ। ସେହିପରି ସକାଳ ଖରାରେ ସମୟ କାଟିବା ଉପାଦେୟ। - ଏହି ସମୟରେ କେଉଁ ପ୍ରକାର ଖାଦ୍ୟ ଗ୍ରହଣ କରିବା ଉଚିତ?
ଶୀତ ଦିନରେ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଅଧିକ ଖାଇବା ଉଚିତ। କମଳା, ଲେମ୍ବୁ, ଅଙ୍ଗୁର, କୋବି, ମୂଳା, ଶାଗ, ବିଟ୍, ଗାଜର, ମଟର ଭଳି ପଳ ଓ ପନିପରିବା ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ। କାରଣ ଏହି ଜାତୀୟ ଖାଦ୍ୟ ଆମକୁ ଥଣ୍ଡା, ଫ୍ଲୁ, ସଂକ୍ରମଣ ଜନିତ ରୋଗରୁ ରକ୍ଷା କରିଥାଏ। - ଶୀତ ଋତୁରେ ଖାଦ୍ୟର କେଉଁ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ?
ଶୀତଋତୁ ସାଧାରଣତଃ ମଉଜମଜଲିସ୍ର ଦିନ ହୋଇଥାଏ। ବିଭିନ୍ନ ପର୍ବପର୍ବାଣିଠାରୁ ଆରମ୍ଭ କରି ବଣଭୋଜି, ବାହାଘର ଭଳି କାର୍ଯ୍ୟକ୍ରମ ରହିଥାଏ। ଆଉ ସେଠାରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରତି ଆମକୁ ଲୋଭ ଆସିଯାଏ। ଆମେ ଅଧିକ ତେଳଯୁକ୍ତ ଖାଦ୍ୟ, ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଇଦେଉ, ଯାହାଫଳରେ ଆମର ଶରୀର ଦୁର୍ବଳ ଅନୁଭବ କରେ ଓ ଫୁଡ୍ ପଏଜନିଂ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଖାଦ୍ୟର ପରିମାଣ ଓ ଖାଦ୍ୟଶୈଳୀ ଉପରେ ଅଧିକ ଧ୍ୟାନ ଦେବା ନିହାତି ଆବଶ୍ୟକ। - କେଉଁ ଭଳି ଖାଦ୍ୟ ଖାଇବାଦ୍ବାରା ହଜମ ଶକ୍ତି ଠିକ୍ ରହିଥାଏ?
ଭୁଲ୍ ଖାଦ୍ୟ ଓ ଆଳସ୍ୟ ଆମର ହଜମ ଶକ୍ତିକୁ କମାଇଥାଏ। ଜଙ୍କ୍ଫୁଡ୍ ଓ ପ୍ୟାକେଟ୍ ଖାଦ୍ୟ ହିଁ ଆମ ଖାଦ୍ୟଶୈଳୀକୁ ଖରାପ କରି ରଖିଛି। ଆମେ ଯେତେବେଳେ ଯାହା ପାଉଛେ ଖାଇଦେଉଛେ। ଏହା ସମ୍ପୂର୍ଣ୍ଣ ଭୁଲ୍। ଏହି କାରଣରୁୁ ଆମର ବଦହଜମି, ପେଟ ଖରାପ, ଅମ୍ଳ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ଗୋଟେ ଉପଚାର ହେଉଛି ପାଣି। ଫଳ ରସ, ପାଣି, ପଇଡ଼ ପାଣି ଭଳି ପାଣି ଜାତୀୟ ଜିନିଷକୁ ଅଧିକ ଗ୍ରହଣ କରିବା ଉଚିତ। ଯାହାଫଳରେ ଆମ ଖାଦ୍ୟ ହଜମ ହୁଏ ଓ ତ୍ବଚା ମଧ୍ୟ ଉଜ୍ଜ୍ବଳ ହୁଏ। - ଶୀତଦିନରେ କେଉଁ ଖାଦ୍ୟକୁ ଅନୁସରଣ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିବ?
ଏହି ଋତୁରେ, ଧମନୀ ଓ ହୃତ୍ପିଣ୍ଡରେ ଅତ୍ୟଧିକ ଚାପ ହେତୁ ରକ୍ତଚାପ ବଢ଼ିଯାଏ। ଏହା ବ୍ୟତୀତ ଖାଦ୍ୟରେ ପରିବର୍ତ୍ତନ ଏବଂ ଶାରୀରିକ କାର୍ଯ୍ୟକଳାପରେ ହ୍ରାସ ମଧ୍ୟ ଏହାର କାରଣ। କିନ୍ତୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ, ଆପଣ କିଛି ସୁପରଫୁଡ୍ ବ୍ୟବହାର କରିପାରିବେ। ଅଧିକ ଲୁଣ ଓ ତେଲ ଜାତୀୟ ଖାଦ୍ୟକୁ ବାରଣ କରିବା ଦରକାର। ଠିକ୍ ସମୟରେ ଠିକ୍ ଖାଦ୍ୟ ଖାଇଲେ ଆମେ ଉଚ୍ଚ ରକ୍ତଚାପରୁ ଦୂରେଇ ରହିପାରିବା।
ଆହୁରି ପଢ଼ନ୍ତୁ: ଅଧା ବିଶ୍ୱକୁ ବାଦାମ ଖୁଆନ୍ତି ଭାରତୀୟ ପୁଅ- ସିମରପାଲ ସିଂହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113655717z-whatsapp-image-2025-11-13-at-32725-pm-2025-11-15-17-06-55.jpeg)
/sambad/media/media_files/2025/12/09/untitled-26-2025-12-09-17-08-26.jpg)