Advertisment

Lollipop: ଲଲିପପ୍‌ରେ ସଂଗୀତ ଚାଖିବାର ମଜା!

Advertisment

ଯୁକ୍ତରାଷ୍ଟ୍ର ଆମେରିକାର ଲାସ୍‌ ଭେଗାସ୍‌ରେ ଚାଲିଥିବା ପୃଥିବୀର ସର୍ବବୃହତ୍‌ ବୈଷୟିକ ପ୍ରଦର୍ଶନୀ ‘କନ୍‌ଜ୍ୟୁମର୍‌ ଇଲେକ୍ଟ୍ରୋନିକ୍‌ସ ସୋ’ (ସିଇଏସ୍‌)ରେ ଉନ୍ମୋଚିତ ହୋଇଛି ଏକ ଅଜବ ଲଲିପପ୍‌। ଏହି ଲଲିପପ୍‌ଟିର ବିଶେଷତ୍ବ ହେଲା ଏହାକୁ ଖାଇଲା ବେଳେ ମୁଣ୍ଡ ଭିତରେ ବିଭିନ୍ନ ଗୀତ ଶୁଣାଯିବ।

dadgadgzvvcv

ଯୁକ୍ତରାଷ୍ଟ୍ର ଆମେରିକାର ଲାସ୍‌ ଭେଗାସ୍‌ରେ ଚାଲିଥିବା ପୃଥିବୀର ସର୍ବବୃହତ୍‌ ବୈଷୟିକ ପ୍ରଦର୍ଶନୀ ‘କନ୍‌ଜ୍ୟୁମର୍‌ ଇଲେକ୍ଟ୍ରୋନିକ୍‌ସ ସୋ’ (ସିଇଏସ୍‌)ରେ ଉନ୍ମୋଚିତ ହୋଇଛି ଏକ ଅଜବ ଲଲିପପ୍‌। ଏହି ଲଲିପପ୍‌ଟିର ବିଶେଷତ୍ବ ହେଲା ଏହାକୁ ଖାଇଲା ବେଳେ ମୁଣ୍ଡ ଭିତରେ ବିଭିନ୍ନ ଗୀତ ଶୁଣାଯିବ। ଏହା ପଛରେ ରହିଛି ‘ବୋନ୍‌ କଣ୍ଡକ୍‌ସନ୍‌’ ନାମକ ପ୍ରଯୁକ୍ତିବିଦ୍ୟା। 

Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ

ଲଲିପପ୍‌ଟିକୁ ଚାଟିଲେ କିମ୍ବା କାମୁଡ଼ିଲେ ସେଥିରୁ ଏକପ୍ରକାର କମ୍ପନ ବାହାରି ଖପୁରିର ହାଡ଼ ଦେଇ ପ୍ରବାହିତ ହେବ। ସେହି କମ୍ପନ କାନ ଅଭ୍ୟନ୍ତରରେ ଥିବା ହାଡ଼ମାନଙ୍କରେ ପହଞ୍ଚିଲା ପରେ ଶବ୍ଦ ତରଙ୍ଗରେ ରୂପାନ୍ତରିତ ହୋଇଯିବ। ‘ଲଲିପପ୍‌ ଷ୍ଟାର୍‌’ ନାମକ କମ୍ପାନି ଏହି ଅଭିନବ କ୍ୟାଣ୍ଡିଟିକୁ ପ୍ରସ୍ତୁତ କରିଛି, ଯାହାକୁ ତିନିଟି ଭିନ୍ନ ଭିନ୍ନ ସ୍ବାଦରେ କିଣାଯାଇପାରିବ, ଯେଉଁଥିରେ ‘ଆକନ୍’, ‘ଆଇସ୍‌ ସ୍ପାଇସ୍‌’ ଓ ‘ଅର୍‌ମାନି ହ୍ବାଇଟ୍‌’ ପରି କଳାକାରଙ୍କ ଗୀତ ସନ୍ନିହିତ ହୋଇ ରହିଛି। ଗୋଟିଏ ଲଲିପପ୍‌ର ଦାମ ୯ ଡଲାର୍‌ ବା ୮୦୦ ଟଙ୍କା।

Silver Import by India: ତିନିଗୁଣ ଅଧିକ ମୂଲ୍ୟ ସତ୍ତ୍ୱେ ସବୁଠାରୁ ଅଧିକ ରୂପା ଆମଦାନୀ କରୁଛି ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe