Jewelry mirror: ଅଳଙ୍କାର ଆଇନା: ଏବେ ନଜରରେ ରୁପା

Advertisment

ଭାରତୀୟ ମହିଳାଙ୍କ ଶୃଙ୍ଗାରର ଅବିଚ୍ଛେଦ୍ୟ ଅଂଶ ଅଳଙ୍କାର। ପାଦରୁ ମଥାଯାଏ ସେମାନେ ପିନ୍ଧନ୍ତି ଭଳିକି ଭଳି ଗହଣା। ଆଉ ଗହଣା କହିଲେ ସ୍ବର୍ଣ୍ଣାଳଙ୍କାରକୁ ହିଁ ବୁଝାଏ। କିନ୍ତୁ ଆଜିକାଲି ସୁନାର ଦାମ୍‌ ଏତେ ବଢ଼ିଯାଇଛି ଯେ ସାଧାରଣ ପରିବାରର ମହିଳାଟିଏ ପାଇଁ ସୁନା କିଣିବା ଏବେ ସାତ ସପନ ହୋଇଯାଇଛି।

ଭାରତୀୟ ମହିଳାଙ୍କ ଶୃଙ୍ଗାରର ଅବିଚ୍ଛେଦ୍ୟ ଅଂଶ ଅଳଙ୍କାର। ପାଦରୁ ମଥାଯାଏ ସେମାନେ ପିନ୍ଧନ୍ତି ଭଳିକି ଭଳି ଗହଣା। ଆଉ ଗହଣା କହିଲେ ସ୍ବର୍ଣ୍ଣାଳଙ୍କାରକୁ ହିଁ ବୁଝାଏ। କିନ୍ତୁ ଆଜିକାଲି ସୁନାର ଦାମ୍‌ ଏତେ ବଢ଼ିଯାଇଛି ଯେ ସାଧାରଣ ପରିବାରର ମହିଳାଟିଏ ପାଇଁ ସୁନା କିଣିବା ଏବେ ସାତ ସପନ ହୋଇଯାଇଛି।

sliver jeweallery

ପ୍ରଗତି ସାହୁ

ଭାରତୀୟ ମହିଳାଙ୍କ ଶୃଙ୍ଗାରର ଅବିଚ୍ଛେଦ୍ୟ ଅଂଶ ଅଳଙ୍କାର। ପାଦରୁ ମଥାଯାଏ ସେମାନେ ପିନ୍ଧନ୍ତି ଭଳିକି ଭଳି ଗହଣା। ଆଉ ଗହଣା କହିଲେ ସ୍ବର୍ଣ୍ଣାଳଙ୍କାରକୁ ହିଁ ବୁଝାଏ। କିନ୍ତୁ ଆଜିକାଲି ସୁନାର ଦାମ୍‌ ଏତେ ବଢ଼ିଯାଇଛି ଯେ ସାଧାରଣ ପରିବାରର ମହିଳାଟିଏ ପାଇଁ ସୁନା କିଣିବା ଏବେ ସାତ ସପନ ହୋଇଯାଇଛି। କିନ୍ତୁ ଅଳଙ୍କାର ପିନ୍ଧିବାର ଝୁଙ୍କ ଏବେ ମହିଳାମାନଙ୍କୁ ରୁପା ଅଳଙ୍କାର ଆଡ଼କୁ ଆକର୍ଷିତ କରାଇଛି। ଏହାକୁ ଲକ୍ଷ୍ୟକରି ଅଳଙ୍କାର ନିର୍ମାତାମାନେ ବିଭିନ୍ନ ଷ୍ଟାଇଲିସ୍ ଲୁକ୍‌ର ରୁପା ଗହଣା ବଜାରକୁ ଛାଡ଼ିଲେଣି। ଏହା ମଧ୍ୟ କ୍ରମେ ଆଦୃତ ହେଉଥିବା ଲକ୍ଷ୍ୟ କରାଯାଉଛି। ଆଗକୁ ଖରାଦିନ। ଆଉ ଗ୍ରୀଷ୍ମରେ ରୁପା ଅଳଙ୍କାର ପିନ୍ଧିବା ଆରାମଦାୟକ ଓ ସ୍ବାସ୍ଥ୍ୟପଯୋଗୀ।

Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ

ଦେହ ଓ ମନ ପାଇଁ ଭଲ
ପ୍ରାଚୀନ କାଳରୁ ରୁପାକୁ  ମାନସିକ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହିତ କରୁଥିବା ଧାତୁ ଭାବେ ସ୍ୱୀକୃତି ଦିଆଯାଇଛି। କୁହାଯାଏ, ଏହା ଶରୀରର ଶକ୍ତିସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ ଏବଂ ଶୀତଳତା ପ୍ରଦାନ କରେ। ରୁପାର ହାର, ମୁଦି, କଙ୍କଣ ଓ କାନଫୁଲ ଆଦି ଅଳଙ୍କାର ପରିଧାନ କଲେ ଶରୀର ଓ ମନ ଉପରେ ସୁପ୍ରଭାବ ପଡ଼ିଥାଏ ବୋଲି ବିଶ୍ବାସ ରହିଛି। ରୁପା ଏହାର ଆଣ୍ଟିମାଇକ୍ରୋବାୟଲ୍ ତତ୍ତ୍ବ ପାଇଁ ବେଶ୍‌ ଜଣାଶୁଣା। ଏହା ତ୍ବଚାକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ ଏବଂ ଜୀବାଣୁ ଓ କବକ ବୃଦ୍ଧିକୁ ରୋକି ସଂକ୍ରମଣର ବିପଦକୁ କମ୍‌ କରେ। ଦୈନନ୍ଦିନ ଜୀବନରେ ପିନ୍ଧା ଯାଉଥିବା କଡ଼ା, ପାଉଁଜି ଓ ଝୁଣ୍ଟିଆ ଭଳି ଗହଣା କ୍ଷତିକାରକ ଅଣୁଜୀବଠାରୁ ସୁରକ୍ଷା ଦିଏ। ସେହିପରି ରୁପା ଅଳଙ୍କାର ଦେହ ଓ ମନକୁ ଶାନ୍ତ ରଖେ, ଯାହା ଆବେଗିକ ସ୍ଥିରତାକୁ ଉନ୍ନତ କରେ ଏବଂ ଚିନ୍ତାଗ୍ରସ୍ତତାକୁ ହ୍ରାସ କରେ। ରୁପା ପରିଧାନ ଯନ୍ତ୍ରଣା ଓ ପ୍ରଦାହ ହ୍ରାସ କରିଥାଏ। ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାର କ୍ଷମତା ହେତୁ ରୁପାକୁ ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ। ରୁପା ଅଳଙ୍କାର ପରିଧାନ ଦ୍ବାରା ଅଙ୍ଗଗୁଡ଼ିକୁ ଅମ୍ଳଜାନ ସଞ୍ଚରଣ ଅଧିକ ହୁଏ ଏବଂ ରକ୍ତ ସଂଚାଳନ ବୃଦ୍ଧିପାଏ।

ଏ ନେଇ ସ୍କିନ୍‌‌ଟେକ୍‌ ସିଟି କ୍ଲିନିକ୍‌ର ଡର୍‌ମାଟୋଲୋଜିଷ୍ଟ୍‌ ଡାକ୍ତର ମୋନାଲି ପଟ୍ଟନାୟକ କହନ୍ତି, ‘‘ରୁପା ଅଳଙ୍କାର ପିନ୍ଧିବା ଦ୍ବାରା ଶରୀରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପଡ଼େ ନାହିଁ। ଏଥିରେ କିଛି ମାତ୍ରାରେ ଶକ୍ତିଶାଳୀ ଆଣ୍ଟିମା‌କ୍ରୋବିୟଲ୍‌ ତତ୍ତ୍ବ ରହୁଥିବାରୁ ଏହା ବିଭିନ୍ନ ପ୍ରକାର ସ୍କିନ୍‌ ଇନ୍‌ଫେକ୍ସନ୍‌ରୁ ଆମକୁ ସୁରକ୍ଷା ଦେଇଥାଏ। ଖାସ୍‌କରି ଖରାଦିନେ ଦେଖାଯାଉଥିବା ନାନାଦି ତ୍ବଚାଜନିତ ରୋଗରୁ ଏହା ଉପଶମ ଦେଇଥାଏ। ସମସ୍ତଙ୍କର ତ୍ବଚା ଯେହେତୁ ସମାନ ନୁହେ‌ଁ, ତେଣୁ ‌କେତେକଙ୍କଠାରେ ଏହାର ବ୍ୟତିକ୍ରମ ଦେଖା ଦେଇପାରେ।’’

ଫ୍ୟାସନ୍‌ରେ ରୁପା ଅଳଙ୍କାର
ଅକ୍ସିଡାଇଜ୍‌ଡ୍ ସିଲ୍‌ଭର୍‌: ଏହା ନିତିଦିନିଆ ବ୍ୟବହାର ଲାଗି ଉଦ୍ଦିଷ୍ଟ ଅଳଙ୍କାର। ଏହାକୁ ଯେକୌଣସି ଆଉଟ୍‌ଫିଟ୍‌ରେ ପରିଧାନ କରିହେବ। ଏହା ପୁରୁଣା ଶୈଳୀର ଆକର୍ଷଣ ବା ରେଟ୍ରୋଲୁକ୍‌ ପ୍ରଦାନ କରେ।
ନାମାନୁସାରେ ଅଳଙ୍କାର: ଏବେ ଅନେକ କଷ୍ଟମାଇଜ୍‌ଡ୍‌ ରୁପା ଅଳଙ୍କାର ପିନ୍ଧୁଛନ୍ତି। ଅର୍ଥାତ୍‌ ସେ ଅଳଙ୍କାରରେ ସେମାନଙ୍କ ନାମର ପ୍ରଥମ ଅକ୍ଷର କିମ୍ବା ପୂରାନାମ ବା ସାଙ୍ଗିଆ ଖୋଦିତ ହୋଇଥାଏ। ଏଥିପାଇଁ ନିଜ ରୁଚି ଅନୁସାରେ ବରାଦଦିଆ ରୁପା ହାର, ପେଣ୍ଡେଣ୍ଟ୍‌, ମୁଦି ଓ ବ୍ୟାଣ୍ଡ୍ ତିଆରି କରିବାକୁ ପଡ଼ିଥାଏ। ଏହା ଏବେ ଟ୍ରେଣ୍ଡ୍‌ରେ ରହିଛି। ଓଭର୍‌ସାଇଜ୍‌ଡ ‌ଷ୍ଟେଟ୍‌ମେଣ୍ଟ୍‌ ହୁପ୍ସ୍‌: ହୁପ୍ ଇୟରରିଂ ବହୁଦିନ ଧରି ପ୍ରଚଳିତ। ସେଗୁଡ଼ିକ ପୂର୍ବ ଅପେକ୍ଷା ବଡ଼ ଏବଂ ଓଜନ ହୋଇଛି। ଲମ୍ବା ଓହଳି ଓ ମୋଡ଼ି ରହିଥିବା କାନଫୁଲ ଏବେ ଚାହିଦାରେ ରହିଛି।

Bird Census: ନବରଙ୍ଗପୁର ବନଖଣ୍ଡରେ ୪୦୮୬ ପକ୍ଷୀ ଚିହ୍ନଟ, ଆସିନାହାନ୍ତି ବିଦେଶୀ

ଚେନ୍ ଆଙ୍କ୍‌ଲେଟ୍‌ସ: ୨୦୦୦ ଦଶକର ପ୍ରାରମ୍ଭରେ ଲୋକପ୍ରିୟ ଥିବା କିଛି ଆକର୍ଷଣୀୟ ରୁପା ଅଳଙ୍କାର ପୁଣି ଥରେ ଟ୍ରେଣ୍ଡ୍‌କୁ ଫେରିଛି। ଗୋଟିଏ ଗୋଡ଼ରେ ପିନ୍ଧାଯାଉଥିବା ପାଉଁଜି ବା ଆଙ୍କ୍‌ଲେଟ୍‌ ଏବେ ଅନେକ ପିନ୍ଧୁଛନ୍ତି। ସରୁ ଚେନ୍‌ ସଦୃଶ ଏହି ଆଙ୍କ୍‌ଲେଟ୍‌ ଜୋତା ଓ ହିଲ୍ସକୁ ମ୍ୟାଚ୍‌ କରି ପିନ୍ଧାଯାଉଛି। ବୋଲ୍‌ଡ ଚୋକର୍ସ ଓ କଲାର୍‌ ଚେନ୍‌:  ରୁପା ତିଆରି ଚୋକର୍ସ ଓ କଲାର୍‌ ଚେନ୍‌ ଏବେ ଯୁବପିଢ଼ିଙ୍କୁ ଆକର୍ଷିତ କରୁଛି। ଚମଡ଼ା କିମ୍ବା କପଡ଼ାରେ ତିଆରି ପତଳା ବ୍ୟାଣ୍ଡ୍‌ରେ ରୁପା ତାରକସି ଚଢ଼ାଯାଇ ଏହା ପ୍ରସ୍ତୁତ ହେଉଛି। ଏହା ବେକରେ ଚାପିହୋଇ ରହେ ଓ ଧ୍ୟାନ ଆକର୍ଷଣ କରିବାରେ ସାହାଯ୍ୟ କରେ।
ମଲ୍ଟି-ଫିଙ୍ଗର୍‌ ଓ ଷ୍ଟାକେବଲ୍ ରିଙ୍ଗ୍: ରୁପାର ଷ୍ଟାକେବଲ୍‌ ରିଙ୍ଗ୍‌ ଅନେକେ ପସନ୍ଦ କରୁଛନ୍ତି। ଆପଣ ପତଳା ପଲିସ୍ ହୋଇଥିବା ରିଙ୍ଗ୍‌ଗୁଡ଼ିକର ଏକ ସେଟ୍ କିଣି ଏହାକୁ ୫ ଆଙ୍ଗୁଳିରେ ବିଭିନ୍ନ ସ୍ଥାନରେ ପିନ୍ଧିପାରିବେ। ସିଙ୍ଗଲ୍ ଷ୍ଟେଟ୍‌ମେଣ୍ଟ୍ ଇୟର୍‌ରିଙ୍ଗ୍‌: ଏବେ ପ୍ରସିଦ୍ଧ ବ୍ୟକ୍ତିମାନେ ଗୋଟିଏ କାନରେ କାନଫୁଲ ପିନ୍ଧୁଥିବାର ନଜର ଆସୁଛନ୍ତି। ଏହା ସେମାନଙ୍କୁ ଭିନ୍ନ ଓ ଆକର୍ଷଣୀୟ କରାଇଥାଏ। ଏହା ସାଇଜ୍‌ରେ ବଡ଼ ହୋଇଥିବା ସହିତ ଏଥିରେ ଚିତ୍ରକଳା ଖୋଦିତ ହୋଇଥାଏ ଏବଂ କାନ୍ଧ ପର୍ଯ୍ୟନ୍ତ ଓହଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe