Kohli, Rohit: ଚକିତ କଲେ କୋହଲି, ରୋହିତ

ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ପରେ ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମା ଅଚାନକ ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପ୍ରଶଂସକଙ୍କୁ...

Untitled-8

ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ପରେ ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ବିରାଟ କୋହଲି ଓ ରୋହିତ ଶର୍ମା ଅଚାନକ ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପ୍ରଶଂସକଙ୍କୁ ଚକିତ କରିଥିଲା। ଉଭୟ ଆଗପଛ ହୋଇ ସନ୍ନ୍ୟାସ ନେବା ଭାରତୀୟ କ୍ରିକେଟ୍ ପାଇଁ ମଧ୍ୟ ଯୁଗଳ ଝଟ୍‌କା ଥିଲା। ରୋହିତ ମେ ୭ ତାରିଖରେ ଅବସର ଘୋଷଣା କରିବାର ପାଞ୍ଚ ଦିନ ପରେ କୋହଲି ଅବସର ବୋମା ପକାଇଥିଲେ। ଏହା ପରେ ଭାରତୀୟ ଟେଷ୍ଟ୍ ଦଳର ସନ୍ତୁଳନ ବିଗିଡ଼ି ଯାଇଥିଲା। ଶୁବମନ୍ ଗିଲ୍ ଉଭୟ ଦିନିକିଆ  ଓ ଟେଷ୍ଟ୍ ଦଳର ମଙ୍ଗ ଧରିଥିଲେ। ଟ୍ବେଣ୍ଟି-୨୦ ଅଧିନାୟକ ଦାୟିତ୍ବ ସୂର୍ଯ୍ୟକୁମାର ଯାଦବ ନେଇଥିଲେ। ଅବସର ବେଳକୁ ରୋହିତ ୬୭ ଟେଷ୍ଟ୍ ଖେଳି ୧୨ ଶତକ ଓ ୧୮ ଅର୍ଦ୍ଧଶତକ ବଳରେ ୪୩୦୧ ରନ୍ କରିଥିଲେ। ଅନ୍ୟପକ୍ଷରେ କୋହଲି ୧୨୩ ଟେଷ୍ଟ୍ ଖେଳି ୩୦ ଶତକ ଓ ୫୧ ଅର୍ଦ୍ଧଶତକ ବଳରେ ୯୨୩୦ ରନ୍ କରିଥିଲେ। ତାଙ୍କ ପାଖରେ ୧୦,୦୦୦ ରନ୍ ପୂରଣ କରିବାର ସୁଯୋଗ ଥିଲେ ମଧ୍ୟ ସେ କୌଣସି ଆଗ୍ରହ ଦେଖାଇ ନଥିଲେ।

Coastal areas: ଭୀଷଣ ଅମ୍ଳୀୟ ହୋଇଯିବ ଉପକୂଳ ଅଞ୍ଚଳ

Dhankhad: ଧନଖଡ଼ଙ୍କ ବିଦାୟ ସମ୍ବର୍ଦ୍ଧନା ପ୍ରସଙ୍ଗ, ରାଜ୍ୟସଭାରେ ବିଜେପି-କଂଗ୍ରେସ ମୁହାଁମୁହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe