Advertisment

Koraput sandalwood factory lost: ହଜିଗଲା କୋରାପୁଟ ଚନ୍ଦନର ମହକ: ଗଛର ଆୟୁଷ ୧୦ ବର୍ଷ, କାଟି ନେଉଛନ୍ତି ମାଫିଆ

Advertisment

ରକ୍ତ ଚନ୍ଦନର ବାସ୍ନାରେ ଏକଦା ମହକୁଥିଲା କୋରାପୁଟ। ବ୍ୟାପକ ପରିମାଣର ଜଙ୍ଗଲ ଯୋଗୁଁ ଜୟପୁର ଅଞ୍ଚଳର ସମସ୍ତ ମଠ, ମନ୍ଦିର ସହିତ ପୁରୀ ରଥଯାତ୍ରାକୁ ଯାଉଥିଲା କାଠ। ମାଫିଆଙ୍କ ଲୋଲୁପ ଦୃଷ୍ଟି ପରେ ଜଙ୍ଗଲରୁ ଗଛ ଉଭାନ ହେବା ସହିତ ହଜିଯାଇଛି କୋରାପୁଟ ଚନ୍ଦନର ମହକ।

ରକ୍ତ ଚନ୍ଦନର ବାସ୍ନାରେ ଏକଦା ମହକୁଥିଲା କୋରାପୁଟ। ବ୍ୟାପକ ପରିମାଣର ଜଙ୍ଗଲ ଯୋଗୁଁ ଜୟପୁର ଅଞ୍ଚଳର ସମସ୍ତ ମଠ, ମନ୍ଦିର ସହିତ ପୁରୀ ରଥଯାତ୍ରାକୁ ଯାଉଥିଲା କାଠ। ମାଫିଆଙ୍କ ଲୋଲୁପ ଦୃଷ୍ଟି ପରେ ଜଙ୍ଗଲରୁ ଗଛ ଉଭାନ ହେବା ସହିତ ହଜିଯାଇଛି କୋରାପୁଟ ଚନ୍ଦନର ମହକ।

sfhhfshfsxbvbv

କୋରାପୁଟ: ରକ୍ତ ଚନ୍ଦନର ବାସ୍ନାରେ ଏକଦା ମହକୁଥିଲା କୋରାପୁଟ। ବ୍ୟାପକ ପରିମାଣର ଜଙ୍ଗଲ ଯୋଗୁଁ ଜୟପୁର ଅଞ୍ଚଳର ସମସ୍ତ ମଠ, ମନ୍ଦିର ସହିତ ପୁରୀ ରଥଯାତ୍ରାକୁ ଯାଉଥିଲା କାଠ। ମାଫିଆଙ୍କ ଲୋଲୁପ ଦୃଷ୍ଟି ପରେ ଜଙ୍ଗଲରୁ ଗଛ ଉଭାନ ହେବା ସହିତ ହଜିଯାଇଛି କୋରାପୁଟ ଚନ୍ଦନର ମହକ। ସର୍ବାଧିକ ୧୦ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ଗଛ ରହୁଥିବା ବେଳେ ବାସ୍ନା ଧରିବା ପୂର୍ବରୁ କାଟି ନେଉଛନ୍ତି ମାଫିଆ।

୧୯୫୦ ମସିହାରେ ଜୟପୁର ରାଜା ଚନ୍ଦନ ବଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେଇଥିଲେ। ଉଚିତ ରକ୍ଷଣାବେକ୍ଷଣ କାରଣରୁ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁକୁ ଛାଡ଼ିଲେ ଅନ୍ୟ ୧୨ଟି ବ୍ଲକର ବ୍ୟାପକ ଅଞ୍ଚଳରେ ଚନ୍ଦନ ବଣ ଥିଲା। ବିଶେଷ କରି ନନ୍ଦପୁରରୁ ପାଡୁଆ ଏବଂ ଆନ୍ଧ୍ରର ଆରକୁ ପର୍ଯ୍ୟନ୍ତ ପ୍ରାୟ ୬୦ କିମି ଜଙ୍ଗଲରେ ଚନ୍ଦନ ଗଛ ଭରି ହୋଇ ରହିଥିଲା। ଏବେ ନନ୍ଦପୁର, ସୁବାଇ, ଦାମନଯୋଡ଼ି, ସେମିଳିଗୁଡ଼ା, କୋରାପୁଟ-ଜୟପୁର ଘାଟି ଅଞ୍ଚଳ ଏବଂ ଲମତାପୁଟର କିଛି ଅଞ୍ଚଳରେ ଗଛ ରହିଛି। ଯେଉଁ ଗଛ ଅଛି ତାହାର ପରିପକ୍ବତା ଏବଂ ବାସ୍ନା ଆସିବା ପୂର୍ବରୁ କାଟି ନେଉଛନ୍ତି ମାଫିଆ। ଜୟପୁର ଏସିଏଫଓ ଡ. ଅମିତ ପ୍ରକାଶ ନାୟକ କହିଛନ୍ତି ଜୟପୁରର କୁନ୍ତରଖାଲ ସଂରକ୍ଷିତ ଜଙ୍ଗଲରେ ୫ ବର୍ଷ ବୟସର ୩୦୦ ରୁ ୪୦୦ ଚନ୍ଦନ ବୃକ୍ଷ ରହିଛି। ଏହାର ରକ୍ଷଣାବେକ୍ଷଣ କରାଯାଉଛି।

୩.୨୫ ଲକ୍ଷ କର୍ମୀଙ୍କୁ ନେଇ ବିଶ୍ୱର ସର୍ବବୃହତ ସିଏପିଏଫ୍ ସାଜିଛି ସିଆରପିଏଫ୍: ଶାହ

ସାଧାରଣତଃ ଚନ୍ଦନ ଗଛର ଗୋଲେଇ ପ୍ରାୟ ୪୫ ସେମିରୁ ଅଧିକ ଓ ବୟସ ୨୦ ବର୍ଷ ହେଲେ କାଠର ବାସ୍ନା ସୃଷ୍ଟି ହେବା ସହ ତୈଳ ଗୁଣ ସୃଷ୍ଟି ହୁଏ। କୋରାପୁଟ ଏସିଏଫ୍‌ଓ ଜଗନ୍ନାଥ ବିଷୋୟୀ କହିଛନ୍ତି କୋରାପୁଟ ବନଖଣ୍ଡର ସେମିଳିଗୁଡା ଓ ବାଲଡା ବନଖଣ୍ଡରେ ଥିବା ଜଙ୍ଗଲରେ ଚନ୍ଦନ ଗଛ ରହିଛି। ନନ୍ଦପୁର ବନପାଳ ଗୋପୀନାଥ ପାଙ୍ଗି କହିଛନ୍ତି ପୂର୍ବ ଭଳି ଆଉ ଘଞ୍ଚ ଚନ୍ଦନ ବଣ ନଥିବାରୁ ଗତ ୪ ବର୍ଷ ମଧ୍ୟରେ ବନୀକରଣ ଯୋଜନାରେ ଲାମଣ୍ଡା ଜଙ୍ଗଲରେ ଚନ୍ଦନ ଚାରାରୋପଣ କରାଯାଇଛି। ମୁଖ୍ୟତଃ ଜିଲ୍ଲାରେ ଏବେ ଧଳା ଚନ୍ଦନ ଗଛ ରହିଛି। ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖରାଙ୍କ କହିବା ଅନୁଯାୟୀ ଏକଦା ନନ୍ଦପୁର ଅଞ୍ଚଳର ଲୋକେ ଚନ୍ଦନ ଗଛକୁ ଜାଳେଣୀ ଭାବେ ବ୍ୟବହାର କରୁଥିଲେ। ପ୍ରାୟ ୧୫ ବର୍ଷ ହେବ ଆଉ ଜଙ୍ଗଲରେ ସେହି ପରିମାଣର ଚନ୍ଦନ ଗଛ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe