ମାର୍ଗଶିର ଶୁକ୍ଳପକ୍ଷ ଏକାଦଶୀର ନାମ ‘ମୋକ୍ଷଦା ଏକାଦଶୀ’। ଏହାର ମାହାତ୍ମ୍ୟ ବ୍ୟାସଦେବକୃତ ‘ପଦ୍ମପୁରାଣ’ରେ ବର୍ଣ୍ଣିତ ହୋଇଛି। ଏହି ପୁରାଣ ‘ଅଷ୍ଟାଦଶ ପୁରାଣ’ର ଅନ୍ତର୍ଗତ। ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହି ଏକାଦଶୀର କଥା କହିଛନ୍ତି। ତାହା ଏହିପରି। ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ- ମାର୍ଗଶିରର ଉତ୍ପତ୍ତି ହୋଇଛି ତାଙ୍କ ଶରୀରରୁ। ଏହି ମାସର ଶୁକ୍ଳପକ୍ଷ ଏକାଦଶୀର ନାମ ‘ମୋକ୍ଷଦା’ ବା ‘ମୋକ୍ଷା’। ଏହା ପାପହାରିଣୀ ଭାବରେ ଶ୍ରେଷ୍ଠା। ଏହା ମହାପାପର ବିନାଶ କରି ମୋକ୍ଷ ପ୍ରଦାନ କରିଥାଏ।
Silk: ସୁକିନ୍ଦା ରେଶମ ପୋକ ପ୍ରକଳ୍ପକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ସ୍ବୀକୃତି
ଏହି ଏକାଦଶୀ କଥା ଅନୁସାରେ- ଚମ୍ପକ ନାମରେ ଏକ ନଗରୀ ଥିଲା। ତାହା ଥିଲା ଅନେକ ବୈଷ୍ଣବଙ୍କର ନିବାସ ସ୍ଥାନ। ତାହାର ରାଜା ଥିଲେ ବୈଖାନସ। ସେ ଅତ୍ୟନ୍ତ ପ୍ରଜାନୁରଞ୍ଜକ ଥିଲେ।
ଦିନେ ରାଜା ସ୍ବପ୍ନରେ ଦେଖିଲେ, ତାଙ୍କର ପିତୃପୁରୁଷଙ୍କର ଅଧୋଗତି ହୋଇଛି। ସେମାନେ ନର୍କଭୋଗ କରୁଛନ୍ତି। ସେମାନେ କହୁଛନ୍ତି- ହେ ବତ୍ସ! ଆମକୁ ଏହି ନର୍କବାସରୁ ଉଦ୍ଧାର କର।
ପରଦିନ ସକାଳେ ରାଜା ବ୍ରାହ୍ମଣ ଓ ପଣ୍ଡିତମାନଙ୍କୁ ଡକାଇ ସେ କଥା କହିଲେ। ସେ ଏହା ମଧ୍ୟ କହିଲେ- ମୋ ପରି ପୁତ୍ର ଥାଉ ଥାଉ ଯଦି ପିତୃପୁରୁଷ ନର୍କଭୋଗ କରୁଛନ୍ତି, ତେବେ ମୋତେ ଧିକ୍।
ତାହା ଶୁଣି ବ୍ରାହ୍ମଣ, ପଣ୍ଡିତମାନେ ତାଙ୍କୁ ମହର୍ଷି ପର୍ବତଙ୍କ ଆଶ୍ରମକୁ ଯିବାକୁ ପରାମର୍ଶ ଦେଲେ। ସେହି ପରାମର୍ଶ ମାନି ରାଜା ଯାଇ ପର୍ବତ ମହର୍ଷିଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ। ପର୍ବତ ତାଙ୍କର କୁଶଳ ଜିଜ୍ଞାସା କରିବାରୁ ରାଜା କହିଲେ- ହେ ମହର୍ଷି! ମୋ’ର ସମସ୍ତ କୁଶଳ। କାରଣ, ବିଷ୍ଣୁଭକ୍ତଙ୍କର କୌଣସି ବିଘ୍ନ ହେବାର ଆଶଙ୍କା ହିଁ ନାହିଁ। କିନ୍ତୁ ମୋ’ର ପିତୃଗଣଙ୍କର ନର୍କଭୋଗ ଯୋଗୁଁ ମୁଁ ଚିନ୍ତିତ। ମୋର କେଉଁ ପୁଣ୍ୟ ତାଙ୍କୁ ମୋକ୍ଷ ଦେବ, ଅନୁଗ୍ରହ କରି ସେ କଥା ମୋତେ କହନ୍ତୁ!
Imran Khan Death Mystery: ଇମ୍ରାନଙ୍କ ମୃତ୍ୟୁ ଗୁଜବକୁ ନେଇ ପାକିସ୍ତାନ ସଂସଦରେ ହଙ୍ଗାମା
ରାଜାଙ୍କ କଥା ଶୁଣି ପର୍ବତ ମହର୍ଷି କହିଲେ- ମାର୍ଗଶିର ଶୁକ୍ଳପକ୍ଷ ଏକାଦଶୀ ହେଉଛି ମୋକ୍ଷା ବା ମୋକ୍ଷଦା ଏକାଦଶୀ। ଏହି ଏକାଦଶୀ ପାଳନ କରି, ତାହାର ପୁଣ୍ୟଫଳ ପିତୃଗଣଙ୍କୁ ଦାନ କଲେ ସେମାନେ ମୋକ୍ଷ ଲାଭ କରିବେ। ରାଜପ୍ରାସାଦକୁ ଫେରିଆସି ରାଜା ବୈଖାନସ ବିଧିମତେ ସେହି ଏକାଦଶୀ ପାଳନ କଲେ ଏବଂ ତାହାର ପୁଣ୍ୟ ନିଜ ପିତୃଗଣଙ୍କୁ ଦାନ କଲେ। ସେହି ସମୟରେ ଆକାଶରୁ ପୁଷ୍ପ ବୃଷ୍ଟି ହେଲା। ପିତୃଗଣ ମୋକ୍ଷ ଲାଭ କରି ତାଙ୍କୁ ଧନ୍ୟ ଧନ୍ୟ କରି ଦ୍ୟୁଲୋକକୁ ଚାଲିଗଲେ। ଏଣୁ ଯେଉଁବ୍ୟକ୍ତି ବିଧିମତେ ମାର୍ଗଶିର ଶୁକ୍ଳ ଏକାଦଶୀ ପାଳନ କରନ୍ତି, ତାଙ୍କର ଇହକାଳର ସମସ୍ତ ପାପ ବିନଷ୍ଟ ହୁଏ ଏବଂ ମୃତ୍ୟୁ ପରେ ସେ ମୋକ୍ଷ ଲାଭ କରନ୍ତି। ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି- ଏହି ଏକାଦଶୀ ତାଙ୍କର ଅତ୍ୟନ୍ତ ପ୍ରିୟ। ଏହା ମନୁଷ୍ୟଙ୍କ ପାଇଁ ଚିନ୍ତାମଣି ତୁଲ୍ୟ। ଏହି ଏକାଦଶୀ କଥା ଯେ ପଢ଼ନ୍ତି ବା ଶୁଣନ୍ତି ସେ ବାଜପେୟ ଯଜ୍ଞର ଫଳ ପାଆନ୍ତି ବୋଲି ମଧ୍ୟ ‘ପଦ୍ମପୁରାଣ’ରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/28/fshfsfsxbvvb-2025-11-28-01-27-03.jpg)