Magic smell: ମହକର କୁହୁକ

Advertisment

ମେସୋପଟାମିଆରୁ ମିଶର, ପୁଣି ପାରସ୍ୟରୁ ଭାରତ- ମହକର କୁହୁକରେ ମୋହିତ ଏବେ ସାରା ବିଶ୍ବ। ମଣିଷଠୁ ଦେବତା ଯାଏ ମହକର ମାୟାରେ ସଭିଏଁ।  ହିନ୍ଦୁଧର୍ମରେ ଦେବଦେବୀଙ୍କୁ ସୁଗନ୍ଧିତ ପୁଷ୍ପ, ସୁବାସିତ ଚନ୍ଦନ ଓ ଅଗୁର ଅର୍ପଣ କରାଯାଏ। ଇସ୍‌ଲାମ୍‌, ଖ୍ରୀଷ୍ଟିଆନ୍‌ ଓ ବୌଦ୍ଧ....

ମେସୋପଟାମିଆରୁ ମିଶର, ପୁଣି ପାରସ୍ୟରୁ ଭାରତ- ମହକର କୁହୁକରେ ମୋହିତ ଏବେ ସାରା ବିଶ୍ବ। ମଣିଷଠୁ ଦେବତା ଯାଏ ମହକର ମାୟାରେ ସଭିଏଁ।  ହିନ୍ଦୁଧର୍ମରେ ଦେବଦେବୀଙ୍କୁ ସୁଗନ୍ଧିତ ପୁଷ୍ପ, ସୁବାସିତ ଚନ୍ଦନ ଓ ଅଗୁର ଅର୍ପଣ କରାଯାଏ। ଇସ୍‌ଲାମ୍‌, ଖ୍ରୀଷ୍ଟିଆନ୍‌ ଓ ବୌଦ୍ଧ....

sfhfhfhxbvbv

ମେସୋପଟାମିଆରୁ ମିଶର, ପୁଣି ପାରସ୍ୟରୁ ଭାରତ- ମହକର କୁହୁକରେ ମୋହିତ ଏବେ ସାରା ବିଶ୍ବ। ମଣିଷଠୁ ଦେବତା ଯାଏ ମହକର ମାୟାରେ ସଭିଏଁ।  ହିନ୍ଦୁଧର୍ମରେ ଦେବଦେବୀଙ୍କୁ ସୁଗନ୍ଧିତ ପୁଷ୍ପ, ସୁବାସିତ ଚନ୍ଦନ ଓ ଅଗୁର ଅର୍ପଣ କରାଯାଏ। ଇସ୍‌ଲାମ୍‌, ଖ୍ରୀଷ୍ଟିଆନ୍‌ ଓ ବୌଦ୍ଧ ଭଳି ଧର୍ମରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାରର ବିଧି ରହିଛି। ପ୍ରତ୍ୟେକ ଧର୍ମର ପବିତ୍ର ଗ୍ରନ୍ଥରେ ବି ପ୍ରାକୃତିକ ସୁଗନ୍ଧି ସଂପର୍କରେ ଉଲ୍ଲେଖ ରହିଛି। ପଶୁ ପକ୍ଷୀ ବି ସୁଗନ୍ଧିର ମାୟାରୁ ମୁକ୍ତ ନୁହନ୍ତି। ନିଜ ନାଭିର କସ୍ତୁରୀ ବାସ୍ନାକୁ ଖୋଜି ଖୋଜି ମରିଯାଏ ମୃଗୁଣୀ! ସାଧାରଣ ମଣିଷଠୁ ସେଲିବ୍ରିଟିଙ୍କ ଯାଏ ମହକର କୁହୁକ ସଭିଙ୍କୁ ଘାରିଛି। ଏହାକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ।  
ଉପସ୍ଥାପନା: ପ୍ରଗତି ସାହୁ

ପ୍ରକୃତି ହିଁ ସୁଗନ୍ଧର ଉତ୍ସ। ବନସ୍ପତି ସୁଗନ୍ଧର ପ୍ରଥମ ବାହକ। ପ୍ରଚଳିତ ଲୋକକଥା ଅନୁସାରେ, ମାନବ ସଭ୍ୟତାର ଆଦ୍ୟ କାଳରେ ମଣିଷ ସୁଗନ୍ଧର ଉତ୍ସ ସଂପର୍କରେ ଅବଗତ ନଥିଲା। ଥରେ ଜଙ୍ଗଲରେ ନିଆଁ ଲାଗିଲା। ନିଆଁ ଲାଗିବା ସମୟରେ ଜଙ୍ଗଲରୁ ପବନ ବହିଆସିବା ବେଳେ ଏକ ଅଦ୍ଭୁତ ସୁଗନ୍ଧ ଚତୁର୍ଦିଗ ମହକାଇ ଦେଲା। ଏହାର ଉତ୍ସ ଖୋଜିବାରେ ଲାଗି ପଡ଼ିଲେ ଆଦିମ ଅଧିବାସୀ। ଆଉ ଶେଷରେ ସେମାନେ ଚିହ୍ନଟ କରିଥିଲେ ‌େଯ, କେତେକ ବୃକ୍ଷଲତା ଓ ଗୁଳ୍ମରୁ ଏହି ସୁଗନ୍ଧ ଆସୁଛି। ତା’ପରେ ସୁଗନ୍ଧିତ ବୃକ୍ଷଲତା ଓ ଫଳପୁଷ୍ପ ସନ୍ଧାନରେ ଲାଗିପଡ଼ିଥିଲେ ସେମାନେ। ଉତ୍ସର ସନ୍ଧାନ ମିଳିବାପରେ ଏହି ସୁଗନ୍ଧକୁ ନିଜ ପାଖରେ ସାଇତି ରଖିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ସମ୍ଭବତଃ ଏହି ଆବଶ୍ୟକତା ଅତର ଉଦ୍ଭାବନ ଲାଗି ବାଟ କଢ଼ାଇଥିଲା।

ଆଜି ଆମେ ଯେଉଁ ଅତର ବା ପର୍‌ଫ୍ୟୁମ୍‌ ବ୍ୟବହାର କରୁଛେ ତା’ର ପ୍ରସ୍ତୁତି କୌଶଳ ପ୍ରଥମେ ପ୍ରାଚୀନ ମେସୋପଟାମିଆବାସୀ ଆବିଷ୍କାର କରିଥିଲେ। ମେସୋପଟାମିଆର ତାପ୍ପତି ନାମ୍ନୀ ଜଣେ ମହିଳା ପ୍ରଥମେ ତେଲ, ଫୁଲ ଓ ଜଳ ମିଶ୍ରଣରେ ସୁଗନ୍ଧି ବା ଅତର ପ୍ରସ୍ତୁତ କରିଥିଲେ ବୋଲି କୁହାଯାଏ। ମୋଟାମୋଟି ତାପ୍ପତି ହିଁ ଅତରର ଜନ୍ମଦାତ୍ରୀ ବୋଲି କୁହାଯାଏ। ଏହାପରେ ପ୍ରାଚୀନ ମିଶରରେ ଅତରର ବହୁବିଧ ବ୍ୟବହାର ଦୃଷ୍ଟିଗୋଚର ହୋଇଥିଲା। ଲୋକମାନେ ଧାର୍ମିକ ଅନୁଷ୍ଠାନରୁ ଆରମ୍ଭକରି ଦୈନନ୍ଦିନ ଜୀବନ, ଏପରିକି ମୃତ୍ୟୁ ପରବର୍ତ୍ତୀ ବିଧିବିଧାନରେ ମଧ୍ୟ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରୁଥିଲେ। ମିଶରର କିଙ୍ଗ୍‌ସ୍‌ ଉପତ୍ୟକାରେ ଥିବା ରାଜକୀୟ ପ୍ରାସାଦଗୁଡ଼ିକର ପାଚେରିରେ ଖୋଦିତ କଳାକୃତିରୁ ଜାଣିବାକୁ ମି‌େଳ ଯେ ପ୍ରାଚୀନ ମିଶରୀୟ ସଭ୍ୟତାରେ ସୁଗନ୍ଧିର ବହୁଳ ବ୍ୟବହାର ପ୍ରଚଳିତ ଥିଲା।
ଆଧୁନିକ ଅତର ସଂପର୍କରେ ବିଧିବଦ୍ଧ ସୂଚନା ନବମ ଶତାବ୍ଦୀରେ ଆରବୀ ଭାଷାରେ ଲିଖିତ ପୁସ୍ତକ ‘ଦ ବୁକ୍‌ ଅଫ୍‌ ପର୍‌ଫ୍ୟୁମ୍‌’ରେ ମିଳିଥାଏ। ଇତିହାସ ଅନୁସାରେ, ପାରସ୍ୟର ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ରାଜନୈତିକ ସ୍ଥିତି ସମ୍ପର୍କରେ ସଙ୍କେତ ଦେବା ଉଦ୍ଦେଶ୍ୟରେ ସୁଗନ୍ଧି ଉପଯୋଗ କରୁଥିଲେ। ପରବର୍ତ୍ତୀ ସମୟରେ ଖ୍ରୀଷ୍ଟାବ୍ଦ ୧୧୯୦ରେ ପ୍ୟାରିସ୍‌ରେ ବାଣିଜ୍ୟିକ ଭିତ୍ତିରେ ସୁଗନ୍ଧି ଉତ୍ପାଦ ଆରମ୍ଭ ହୋଇଥିଲା ବୋଲି ଦାବିକରାଯାଏ। କୁହାଯାଏ, ଷୋଡ଼ଶ ଶତାବ୍ଦୀରେ ଇଂଲଣ୍ଡ୍‌ର ମହାରାଣୀ ଏଲିଜାବେଥ୍‌ ପ୍ରଥ‌େମ କସ୍ତୁରୀ ଓ ଗୋଲାପରୁ ତିଆରି ଅତର ବ୍ୟବହାର କରୁଥିଲେ।

Education sambad: ଖୁବ୍‌ଶୀଘ୍ର ପ୍ରକାଶ ପାଇବ ‘ଶିକ୍ଷା ସମ୍ବାଦ’

ଭାରତକୁ ପ୍ରାଚୀନ ପାରସ୍ୟରୁ ଅତର ଆସିଛି ବୋଲି କୁହାଯାଏ। କ୍ରମେ ଭାରତୀୟମାନେ ଅତରକୁ ନିଜର କରିନେଇଥିଲେ। ଏବେ ଭାରତରେ ଅତର/ପର୍‌ଫ୍ୟୁମ୍‌ ବ୍ୟବହାର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇସାରିଲେଣି। ସଂପ୍ରତି ସୌନ୍ଦର୍ଯ୍ୟ ଶିଳ୍ପରେ ଅତର, ପର୍‌ଫ୍ୟୁମ୍‌ ଓ ଡିଓଡ୍ରେଣ୍ଟ୍‌ ଏକ ବଡ଼ ଅଂଶୀଦାର। ପୂର୍ବରୁ ମହିଳାମାନେ ଏସବୁ ଅଧିକ ବ୍ୟବହାର କରୁଥିବା ବେଳେ ଆଜିକାଲି ପୁରୁଷମାନେ ବି ପଛରେ ନାହାନ୍ତି। ୨୦୧୬-୨୦୨୨ ମଧ୍ୟରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଭାରତରେ ପର୍‌ଫ୍ୟୁମ୍‌ ଚାହିଦା ବୃଦ୍ଧି ପାଇବାର କାରଣ ହେଉଛି ସହରୀକରଣ ସହିତ ବ୍ୟକ୍ତିଗତ ସାଜସଜ୍ଜା ଉପରେ ଲୋକଙ୍କର ଧ୍ୟାନକେନ୍ଦ୍ରିତ ହେବା। ଫଳରେ ପର୍‌ଫ୍ୟୁମ୍‌ର ଦାମ୍‌ ଯେତେ ମହଙ୍ଗା ହେଲେ ମଧ୍ୟ ସୁଗନ୍ଧି ସୌଖୀନ୍‌ ଲୋକେ କିଣିବାକୁ କୁଣ୍ଠାବୋଧ କରୁନାହାନ୍ତି। ଅନ୍ୟ ଏକ ଅଧ୍ୟୟନରୁ ଜଣାଯାଇଛି ଯେ ଭାରତରେ ୩୦ ପ୍ରତିଶତ ଲୋକ ପ୍ରତିଦିନ ପର୍‌ଫ୍ୟୁମ୍‌ ବ୍ୟବହାର କରୁଥିବା ବେଳେ ବାକି ୭୦ ପ୍ରତିଶତ ଲୋକ ବିଶେଷ ଅବସରରେ ଏହା ଲଗାଇଥାଆନ୍ତି।

କେବଳ ବ୍ୟକ୍ତିଗତ ସାଜସଜ୍ଜା ବା ପ୍ରସାଧନ ନୁହେଁ, ସୁଗନ୍ଧର ଧାର୍ମିକ ପ୍ରୟୋଗ ମଧ୍ୟ ରହିଛି। ଯଦି ଆମେ ହିନ୍ଦୁଧର୍ମ କଥା କହିବା, ତେବେ ପ୍ରାତଃକାଳରେ ପ୍ରଥମେ ଦେବଦେବୀଙ୍କୁ ସୁଗନ୍ଧିତ ପୁଷ୍ପ ଅର୍ପଣ କରିବା ପରମ୍ପରା କାହିଁ କେଉଁ କାଳରୁ ରହିଛି। ପୂଜା ସମୟରେ ଫୁଲ ସହ ଚନ୍ଦନ ଓ ଅଗୁର ମଧ୍ୟ ଲାଗି କରାଯାଏ। ପରବର୍ତ୍ତୀ ସମୟରେ ପୂରା ଘରର ବାତାବରଣକୁ ସୁଗନ୍ଧିତ କରିବା ଲାଗି ଧୂପକାଠିର ବ୍ୟବହାର ଭାରତୀୟ ଜୀବନଧାରାରେ ଯୋଡ଼ି ହୋଇଥିଲା। ବର୍ତ୍ତମାନ ପ୍ରାୟ ସବୁ ଧର୍ମର ପୂଜାପୀଠରେ ସୁଗନ୍ଧ ସୃଷ୍ଟି ଲାଗି ଧୂପକାଠି ବ୍ୟବହାର କରାଯାଉଛି। କେତେକ ନିର୍ଦ୍ଦିଷ୍ଟ ଧାର୍ମିକ ପରମ୍ପରାରେ ସୁବାସିତ ଜଳ ବି ସିଞ୍ଚନ କରାଯାଇଥାଏ। ଇସ୍‌ଲାମ୍‌, ଖ୍ରୀଷ୍ଟିଆନ୍‌ ଓ ବୌଦ୍ଧ ଭଳି ଧର୍ମରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର ବିଧି ରହିଛି। ପ୍ରତ୍ୟେକ ଧର୍ମର ପବିତ୍ର ଗ୍ରନ୍ଥରେ ବି ପ୍ରାକୃତିକ ସୁଗନ୍ଧି ସଂପର୍କରେ ଉଲ୍ଲେଖ ରହିଛି। ବିଶେଷ ଭାବେ ମୁସଲମାନ୍‌ ସଂପ୍ରଦାୟରେ ଅତର ବ୍ୟବହାର ଖୁବ୍‌ ଲୋକପ୍ରିୟ। 

ଆରୋମା ଥେରାପି: ଶରୀର ଓ ମନପାଇଁ ମହୌଷଧୀ
ସୁଗନ୍ଧ କେବଳ ମନକୁ ଉଲ୍ଲସିତ କରି ନଥାଏ,ଏହା ଆରୋଗ୍ୟ ଲାଭ କରିବାରେ ମଧ୍ୟ ସହାୟକ ହୋଇଥାଏ। ବର୍ତ୍ତମାନ ଲୋକପ୍ରିୟତା ଅର୍ଜନ କରିଥିବା ଆରୋମାଥେରାପି ବା ସୁଗନ୍ଧି ଚିକିତ୍ସା ଏହାର ପ୍ରକୃଷ୍ଟ ଉଦାହରଣ। ପ୍ରାଚୀନ କାଳରେ ସୁଗନ୍ଧିତ ଦ୍ରବ୍ୟ ଜରିଆରେ ବିଭିନ୍ନ ରୋଗ ଉପଚାର କରାଯାଉଥିବାର ପ୍ରମାଣ ମିଳେ। ତେବେ ଆଧୁନିକ ସମୟରେ ଏହି ଉପଚାର ପଦ୍ଧତିରେ ଅନେକ ପରିବର୍ତ୍ତନ ଘଟିଛି।

 ଏହି ଥେରାପିରେ ଉଭୟ ଶାରୀରିକ ଓ ମାନସିକ ସମସ୍ୟା ଉପଚାର କରାଯାଉଛି। ମାନସିକ ଉତ୍କଣ୍ଠା ଓ ଉତ୍ତେଜନା, ଅବସାଦଗ୍ରସ୍ତତା, ନିଦ୍ରାହୀନତା ଓ କ୍ଲାନ୍ତିଗ୍ରସ୍ତତା ଆଦିର ଚିକିତ୍ସା ଆରୋମା ଥେରାପି ଜରିଆରେ ସମ୍ଭବ। ସେହିପରି ବିଭିନ୍ନ ପ୍ରକାରର ମୁଣ୍ଡବିନ୍ଧା, ତ୍ବଚା ଓ ଚର୍ମ ସମସ୍ୟା ଏବଂ ମହିଳାମାନଙ୍କର ଋତୁସ୍ରାବ ଓ ରଜେ‌ାନିବୃତ୍ତି ଭଳି ଶାରୀରିକ ସମସ୍ୟା ସମାଧାନ ମଧ୍ୟ ଆରୋମା ଥେରାପି ଦ୍ବାରା କରାଯାଉଛି। ଏଥିପାଇଁ  ଫୁଲ, ଫଳ, ପତ୍ର ଓ ଗଛର ଛାଲି ଇତ୍ୟାଦି ଉଦ୍ଭିଦଜାତ ସାମଗ୍ରୀରୁ ପ୍ରସ୍ତୁତ ସୁଗନ୍ଧି ତୈଳ ଓ ଅର୍କ ପ୍ରୟୋଗ ହୋଇଥାଏ। କାଗଜି, କମଳା, ବାତାପି ଭଳି ଖଟାଫଳ ଚୋପାରୁ ବାହାରୁଥିବା ତେଲରୁ ପ୍ରସ୍ତୁତ ହୋଇଥିବା ସୁଗନ୍ଧିତ ତୈଳ ଏବଂ ଚନ୍ଦନ ଓ ଡାଳଚିନି ଭଳି ଗଛର ଛାଲି ଓ ଚେରରୁ ପ୍ରସ୍ତୁତ ତୈଳ ବି ବ୍ୟବହାର ହୁଏ। ପ୍ରାକୃତିକ ସୁଗନ୍ଧିତ ତୈଳ ବ୍ୟବହାରରେ ହେଉଥିବା ‘ଏସେନ୍‌ସିଆଲ୍‌ ଅଏଲ୍‌ ଥେରାପି’ ମଧ୍ୟ ଏବେ ଚାହିଦାରେ ରହିଛି। ମଲ୍ଲୀ, ଗୋଲାପ ଓ ଗେଣ୍ଡୁଫୁଲ ପତ୍ରରେ ଚିତ୍ରୋନେଲା, ଲେମନ୍‌ଗ୍ରାସ୍‌, ପାମାରୋସା‌ ଓ ଅଦା ପ୍ରଭୃତିରୁ ପ୍ରସ୍ତୁତ ସୁଗନ୍ଧିତ ତୈଳ ଏହି ଉପଚାରରେ ବ୍ୟବହାର କରାଯାଇଥ‌ାଏ। 

Konark: କୋଣାର୍କରେ ‘ପଥ ଉତ୍ସବ’, ଯୋଗଦେଲେ ଶତାଧିକ କଳାକାର

ଚୀନ୍‌ ଓ ମିଶର ଭଳି ଦେଶର ପ୍ରାଚୀନ ସଭ୍ୟତାରେ ଏହି ଚିକିତ୍ସା ପଦ୍ଧତି ବ୍ୟବହାର ଆରମ୍ଭ ହୋଇଥିଲା। ଏହା ତ୍ବଚା ଚିକ୍କଣ କରିବା ସହିତ ଶରୀରକୁ ଆରାମ ଦେଇଥାଏ। ଏଥିରେ ଇନ୍‌ହେଲର୍‌, ଲୁଣ, ସାବୁନ୍‌ ଓ ତେଲ ଭଳି ଉପାଦାନ ବ୍ୟବହାର କରାଯାଏ। ଆରୋମା ଥେରାପିରେ ମାଟି ମଧ୍ୟ ବ୍ୟବହାର କରାଯାଏ। ଏ ନେଇ ଭୁବନେଶ୍ବର ଅଶୋକ ନଗରସ୍ଥିତ ‘ନମାମ୍‌ ଆଣ୍ଡ୍‌ ହମାମ୍‌’ ଥେରାପି ସେଣ୍ଟର୍‌ରେ କାର୍ଯ୍ୟରତ ଲକି କହନ୍ତି, ‘‘ଆଜିକାଲି ଶରୀରକୁ ହାଲୁକା ଓ ଚିନ୍ତାମୁକ୍ତ କରିବା ପାଇଁ ଗ୍ରାହକମାନେ ଆରୋମା ମସାଜ୍‌ ନେବାକୁ ଆସୁଛନ୍ତି। ଆମେ ସୁଗନ୍ଧିତ ତୈଳ ବ୍ୟବହାର କରି ଶରୀର ଓ ମୁଣ୍ଡ ମାଲିସ୍‌ କରୁଛୁ। ଏଥିଲାଗି ମୁଖ୍ୟତଃ ଲାଭେଣ୍ଡର୍‌, ରୋଜ୍‌, ଭେଟ୍ରିଭର୍‌, ‌ପିପର୍‌ମିଣ୍ଟ୍‌ ଫ୍ଲେଭର୍‌ ତୈଳ ପ୍ରୟୋଗ କରିଥାଉ। ଏହି ମସାଜ୍‌ ବା ମାଲିସ୍‌ ଲାଗି ୧୬୦୦ ଟଙ୍କା ପୈଠ କରିବାକୁ ପଡ଼େ।’’ ବରିଷ୍ଠ ଆୟୁର୍ବେଦ ବିଶେଷଜ୍ଞ ଡାକ୍ତର ବାସୁଦେବ ପ୍ରଧାନ କହନ୍ତି, ‘‘ଆରୋମା ଥେରାପି ଆର୍ୟୁବେଦ ଚିକିତ୍ସାର ଅଂଶବିଶେଷ। ୫ ହଜାର ବର୍ଷ ପୂର୍ବରୁ ଭାରତରେ ଏହି ଚିକିତ୍ସା ପ୍ରଚଳିତ। ଏହି ପଦ୍ଧତିରେ ଶରୀରର ଯନ୍ତ୍ରଣା ଦୂର ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ଅତର ଓ ତେଲ ବ୍ୟବହାର ହୋଇଥାଏ। ସୁବାସିତ ଦ୍ରବ୍ୟ ଆଘ୍ରାଣ କଲେ ମସ୍ତିଷ୍କ ଉପରେ ସୁପ୍ରଭାବ ପଡ଼ିଥାଏ ଏବଂ ଅବସାଦ ଓ ମାନସିକ ଅସ୍ଥିରତା ଦୂର ହୋଇଥାଏ। ସେହିଭଳି ସୁବାସିତ ତୈଳର ମାଲିସ୍‌ ମାସଂପେଶୀ, ଶିରା ଓ ସ୍ନାୟୁ ଉପରେ ଭଲ ପ୍ରଭାବ ପକାଏ। ଫଳରେ ବିନା ଔଷଧରେ ମଧ୍ୟ ରୋଗ ଠିକ୍‌ ହୋଇଯାଏ। ଏବେ ନଡ଼ିଆ ତେଲରେ ବିଭିନ୍ନ ପ୍ରକାର ସୁଗନ୍ଧି ଫୁଲ ମିଶାଇ ବାସ୍ନାତେଲ ତିଆରି କରାଯାଉଛି। ଏହା ଶରୀର ପାଇଁ ଉପକାରୀ। ଆଜିକାଲି ଯେଉଁ ବଡି ସ୍ପ୍ରେ ବ୍ୟବହାର କରାଯାଉଛି ତାହା କ୍ଷତିକାରକ। ଏହାର କଡ଼ାବାସ୍ନା ଦ୍ବାରା ମସ୍ତିଷ୍କରେ ଚାପ ସୃଷ୍ଟି ହୋଇଥାଏ। ପୁଣି କେବେ କେବେ ଏହା ମାଇଗ୍ରେନ୍‌ ଓ ମୁଣ୍ଡବିନ୍ଧା ଭଳି ସମସ୍ୟାର କାରଣ ବି ହୋଇଥାଏ। ଏହା ସହିତ କ୍ୟାନ୍‌ସର୍‌ ଆଦି ବିଭିନ୍ନ ଚର୍ମ ସମସ୍ୟା ମଧ୍ୟ ଦେଖାଯାଇଥାଏ। କିନ୍ତୁ ଦେଶୀ ଅତରକୁ ତୁଳାରେ ଭିଜାଇ ଟିକେ କାନରେ କିମ୍ବା ବେକରେ ଲଗାଇଦେଲେ ବହୁ ସମୟ ପର୍ଯ୍ୟନ୍ତ ଏହାର ବାସ୍ନା ରହିଥାଏ। ମନ ସତେଜ ଓ ଉତ୍‌ଫୁଲ୍ଲ ରହିଥାଏ।’’

ସ୍ବଭାବ ଅନୁସା‌େର ସୁଗନ୍ଧ
ସାଧାରଣ ଭାବେ ସୁଗନ୍ଧକୁ ଫ୍ଲୋରାଲ୍‌, ଉଡି, ସ୍ପାଇସି, ଫେରୋମନ୍‌, ସାଇଟ୍ରସ୍‌ ଇତ୍ୟାଦି ବର୍ଗରେ ବିଭକ୍ତ କରାଯାଇଥାଏ। ସବୁ ସୁଗନ୍ଧର ମନ ଉପରେ ଭିନ୍ନ ଭିନ୍ନ ପ୍ରଭାବ ରହିଥାଏ।ପୁରୁଷମାନେ ସାଧାରଣତଃ ଉଡି ପର୍‌ଫ୍ୟୁମ୍‌ ବ୍ୟବହାର କରିଥାଆନ୍ତି, ଯାହା ଅନ୍ୟକୁ ଆକର୍ଷିତ କରିବାର କ୍ଷମତା ରଖିଥାଏ। ଏହି ଶ୍ରେଣୀୟ ପର୍‌ଫ୍ୟୁମ୍‌ ଆତ୍ମବିଶ୍ବାସ ବୃଦ୍ଧି କରିବାରେ ବି ସହାୟକ ହୋଇଥାଏ। ସେହିପରି ଗୋଲାପ, କୋର୍ନେସିନ୍‌, ଜସ୍ମିନ୍‌ ଭଳି ଫୁଲରୁ ତିଆରି ପର୍‌ଫ୍ୟୁମ୍‌ ଗ୍ରୀଷ୍ମଋତୁ ପାଇଁ ଖୁବ୍‌ ଭଲ, କାରଣ ଏହା ଶରୀରକୁ ସତେଜ ରଖିବା ସହିତ ଝାଳ ଦୁର୍ଗନ୍ଧ ଦୂର କରିବାରେ ସହାୟକ ହୋଇଥାଏ। ତେଣେ ସ୍ପାଇସି ପର୍‌ଫ୍ୟୁମ୍‌ ମନକୁ ଚଳଚଞ୍ଚଳ ରଖିବାରେ ସାହାଯ୍ୟ କରିଥାଏ। କାମ କରିବା ସମୟରେ ହାଲିଆ ଅନୁଭବ କଲେ ଏହାର ବ୍ୟବହାର ଦ୍ବାରା ଶରୀର ଚଳଚଞ୍ଚଳ ହୁଏ ବୋଲି ବିଶେଷଜ୍ଞମାନେ କହନ୍ତି। ସେହିପରି ଗୋଲାପ, ଜସ୍ମିନ୍‌ ଓ ଲିଲି ଭଳି ଫୁଲରୁ ପ୍ରସ୍ତୁତ ପର୍‌ଫ୍ୟୁମ୍‌ ରୋମାଣ୍ଟିକ୍‌ ଭାବନା ସୃଷ୍ଟି କରିଥାଏ। ନୋଟ୍‌ ବାସ୍ନା ବାହାରୁଥିବା ଅତର ସୃଜନଶୀଳତା ଓ ସକାରାତ୍ମକତା, ଜଳଜ ଉଦ୍ଭିଦରୁ ତିଆରି ସୁଗନ୍ଧ ମାନସିକ ଶାନ୍ତି, ଭାନିଲା, କାରାମେଲ୍‌ ଓ ମହୁ ଅତର ନିର୍ମଳ ଭାବନା ସୃଷ୍ଟି କରିଥାଏ। ଅତର ସୁଗନ୍ଧକୁ ଅଧିକ ସମୟ ଧରିରଖିବା ପାଇଁ ହାତର କଚଟି, ବାହୁ, ବେକମୂଳ, କହୁଣୀ, ଆଣ୍ଠୁ ତଳେ ଲଗାଇବା ଉଚିତ। ଶରୀର‌େର ପେଟ୍ରୋଲିୟମ୍‌ ଜେଲି ଲଗାଇ ତା’ପରେ ପର୍‌ଫ୍ୟୁମ୍‌ ଲଗାଇଲେ ସୁଗନ୍ଧ ଦୀର୍ଘସମୟ ରହେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe