Memorable 25: ମନେରହିବ ୨୫: ବିମାନବନ୍ଦରରେ ସାଇବର ଆକ୍ରମଣ, ଯାତ୍ରୀ ଯନ୍ତ୍ରଣା

Advertisment

ଚଳିତବର୍ଷ ଶେଷ ଆଡ଼କୁ ବିମାନ ଯାତ୍ରୀ କଲବଲ ହୋଇଛନ୍ତି। ସରକାର ପାଇଲଟ୍‌ଙ୍କ ପାଇଁ ଫ୍ଲାଇଟ୍ ଡ୍ୟୁଟି ଟାଇମ୍‌ ଲିମିଟେସନ୍‌ସ (ଏଫ୍‌ଡିଟିଏଲ୍‌)ରେ ପରିବର୍ତ୍ତନ ଆଣିଥିଲେ। ସେମାନଙ୍କ ସାପ୍ତାହିକ ବିଶ୍ରାମ ୪୮ ଘଣ୍ଟାକୁ ବୃଦ୍ଧି କରାଯାଇଥିଲା।

ଚଳିତବର୍ଷ ଶେଷ ଆଡ଼କୁ ବିମାନ ଯାତ୍ରୀ କଲବଲ ହୋଇଛନ୍ତି। ସରକାର ପାଇଲଟ୍‌ଙ୍କ ପାଇଁ ଫ୍ଲାଇଟ୍ ଡ୍ୟୁଟି ଟାଇମ୍‌ ଲିମିଟେସନ୍‌ସ (ଏଫ୍‌ଡିଟିଏଲ୍‌)ରେ ପରିବର୍ତ୍ତନ ଆଣିଥିଲେ। ସେମାନଙ୍କ ସାପ୍ତାହିକ ବିଶ୍ରାମ ୪୮ ଘଣ୍ଟାକୁ ବୃଦ୍ଧି କରାଯାଇଥିଲା।

hsfhffxbvbvv

ଚଳିତବର୍ଷ ଶେଷ ଆଡ଼କୁ ବିମାନ ଯାତ୍ରୀ କଲବଲ ହୋଇଛନ୍ତି। ସରକାର ପାଇଲଟ୍‌ଙ୍କ ପାଇଁ ଫ୍ଲାଇଟ୍ ଡ୍ୟୁଟି ଟାଇମ୍‌ ଲିମିଟେସନ୍‌ସ (ଏଫ୍‌ଡିଟିଏଲ୍‌)ରେ ପରିବର୍ତ୍ତନ ଆଣିଥିଲେ। ସେମାନଙ୍କ ସାପ୍ତାହିକ ବିଶ୍ରାମ ୪୮ ଘଣ୍ଟାକୁ ବୃଦ୍ଧି କରାଯାଇଥିଲା। ନୂଆ ନିୟମ ପାଳନ କରିବାରେ ବିଫଳ ହୋଇଥିଲା ଦେଶର ବିମାନସେବା ବଜାରରେ ୬୦ ପ୍ରତିଶତରୁ ଅଧିକ ଅଂଶ ରଖିଥିବା ଇଣ୍ଡିଗୋ ଏୟାରଲାଇନ୍ସ। ଏଥିପାଇଁ ଡିସେମ୍ବର ୨ ତାରିଖରୁ ଦେଶର ବିଭିନ୍ନ ସହରରେ ଇଣ୍ଡି‌ଗୋର ଶହଶହ ସଂଖ୍ୟାରେ ବିମାନ ବାତିଲ ହେବା ସହ ଉଡ଼ାଣ ମାତ୍ରାଧିକ ବିଳମ୍ବ ହୋଇଥିଲା। ସମସ୍ୟା ଗମ୍ଭୀର ରୂପ ନେବାରୁ ସରକାର ବାଧ୍ୟ ହୋଇ ନୂଆ ନିୟମକୁ ସାମୟିକ କୋହଳ କରିଥିଲେ। ଏଥିସହିତ ଇଣ୍ଡିଗୋ ସିଇଓ ପିଟର ଏଲବର୍ସଙ୍କୁ ସମନ କରିଥିଲେ। ସେହି ସମୟରେ ବିମାନ ଭଡ଼ା ବହୁମାତ୍ରାରେ ବଢ଼ି ଯାଇଥିଲା। ‌

Sports: ତ୍ରିଦିବସୀୟ ସଂସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ: ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତଙ୍କୁ ଅଲମ୍ପିକ୍ସକୁ ନେବା ଲକ୍ଷ୍ୟ- ସାଂସଦ

ଯାତ୍ରୀଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ଦୂରତା ପାଇଁ ଭଡ଼ାର ସ‌ର୍ବୋଚ୍ଚ ସୀମା ଲଗାଇଥିଲେ। ୫୦୦ କିମି ପର୍ଯ୍ୟନ୍ତ ଉଡ଼ାଣ କ୍ଷେତ୍ରରେ ବିମାନ ଭଡ଼ାର ସର୍ବୋଚ୍ଚ ସୀମା ୭୫୦୦ ଟଙ୍କା, ୫୦୦କିମିରୁ ୧୦୦୦ କିମି ପର୍ଯ୍ୟନ୍ତ ସର୍ବାଧିକ ବିମାନ ଭଡ଼ା ୧୨ ହଜାର ଟଙ୍କା, ୧୦୦୦ରୁ ୧୫୦୦ କିମି ମଧ୍ୟରେ ବିମାନ ଭଡ଼ା ୧୫ ହଜାର ଟଙ୍କାରେ ଏବଂ ୧୫୦୦ କିମିରୁ ଅଧିକ ଦୂରତା କ୍ଷେତ୍ରରେ ସର୍ବୋଚ୍ଚ ବିମାନ ଭଡ଼ାକୁ ୧୮ ହଜାର ଟଙ୍କାରେ ସୀମିତ ରଖିଥିଲେ। ଯାତ୍ରୀଙ୍କୁ ଟିକଟ ବାବଦ ରାଶି ଓ ଲଗେଜ୍‌ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସରକାର ଇଣ୍ଡିଗୋର ବିମାନ ଉଡ଼ାଣ ୧୦ ପ୍ରତିଶତ କମାଇ ଦେଇଥିଲେ। ଏସବୁ ସତ୍ତ୍ବେ ବିମାନ ଯାତ୍ରୀଙ୍କ ଯନ୍ତ୍ରଣା କମି ନଥିଲା। ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରଦୂଷଣ ଓ ଘନ କୁହୁଡ଼ି ଯୋଗୁ ବିମାନବନ୍ଦରରେ ଦୃଶ୍ୟମାନତା କମି ଯାଇଥିଲା। ଏଥିପାଇଁ ଅନେକ ବିମାନର ଉଡ଼ାଣ ବାତିଲ ଓ ବିଳମ୍ବ ହୋଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଫୁଟ୍‌ବଲ୍‌ କିଂବଦନ୍ତି ମେସିଙ୍କ ବିମାନ ଦିଲ୍ଲୀ ବିମାନବନ୍ଦର ଛାଡ଼ିବା ଓ ପହଞ୍ଚିବା ବିଳମ୍ବ ହୋଇଥିଲା।

ବିମାନବନ୍ଦରରେ ସାଇବର ଆକ୍ରମଣ
ଦେଶର ବିମାନବନ୍ଦରଗୁଡ଼ିକରେ ସାଇବର ଆକ୍ରମଣ ହେଉଛି। ଜିପିଏସ୍‌ ସ୍ପୁଫିଙ୍ଗ ଜରିଆରେ ଏହା କରାଯାଉଛି। ଏହାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ସ୍ବୀକାର କରିଛନ୍ତି। ଦିଲ୍ଲୀ ସମେତ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଭଳି ବିମାନବନ୍ଦରରେ ଏପରି ଆକ୍ରମଣ ହୋଇଛି। ଜିପିଏସ୍‌ ସ୍ପୁଫିଙ୍ଗ ଜରିଆରେ ବିମାନର ନେଭିଗେସନ୍‌ ବ୍ୟବସ୍ଥାକୁ ଅଚଳ କରି ଦିଆଯାଇଥାଏ। ପାଇଲଟ୍‌ଙ୍କୁ ମିଛ ଜିପିଏସ୍‌ ସିଗନାଲ୍‌ ଯାଇଥାଏ, ଯାହା ଫଳରେ ସେମାନେ ସେମାନଙ୍କ ସ୍ଥାନ ଓ ଉଚ୍ଚତା ଆଦି ସଂପର୍କରେ ଜାଣିପାରି ନଥାନ୍ତି। ସାଇବର ଆକ୍ରମଣ ହୋଇଥିଲେ ମଧ୍ୟ ଏହାଦ୍ବାରା ବିମାନ ଉଡ଼ାଣରେ କୌଣସି ଅସୁବିଧା ହୋଇନାହିଁ କିମ୍ବା ବିମାନ ବାତିଲ ହୋଇନାହିଁ ବୋଲି ସରକାର କହିଛନ୍ତି। ବିମାନ ଚଳାଚଳ ପ୍ରଭାବିତ ହୋଇ ନଥିଲେ ମଧ୍ୟ ଦେଶର ବିମାନ ଚଳାଚଳ ଭିତ୍ତିଭୂମି ପ୍ରତି ବଢ଼ୁଥିବା ବିପଦକୁ ଏହା ସୂଚାଉଛି। 

ଚାଲିଗଲା ୨୬୦ ଜୀବନ
ଚଳିତବର୍ଷ ଜୁନ ୧୨ ତାରିଖ ଥିଲା ଭାରତର ବିମାନସେବା କ୍ଷେତ୍ରରେ ଏକ କଳାଦିନ। ଅହମଦାବାଦରୁ ଲଣ୍ଡନକୁ ଉଡ଼ାଣ ଆରମ୍ଭ କରିଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନଟି ଆକାଶକୁ ଉଠିବାର ଅଳ୍ପ କେତେ ସମୟ ମଧ୍ୟରେ ତଳକୁ ଖସି ପଡ଼ିଥିଲା। ସହରର ବିଜେ ମେଡିକାଲ କଲେଜ କୋଠାରେ ଖସି ପଡ଼ିବାରୁ ବିମାନଟି ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ୨୬୦ ଲୋକଙ୍କ ଜୀବନ ଦୀପ ଲିଭି ଯାଇଥିଲା। ସେମାନଙ୍କ ମଧ୍ୟରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳର ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଦୁର୍ଘଟଣାସ୍ଥଳ ବୁଲି ଦେଖିବା ସହ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଥିଲେ। ଏହି ଭୟଙ୍କର ବିମାନ ଦୁର୍ଘଟଣା ‌ସାରା ଦେଶର ବିମାନ ଯାତ୍ରୀଙ୍କ ମନରେ କିଛିଦିନ ପାଇଁ କୋକୁଆ ଭୟ ସୃଷ୍ଟି କରିଥିଲା। ତେବେ ବିମାନର ୧୧ଏ ସିଟ୍‌ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ବଞ୍ଚି ଯାଇଥିବା ଜଣାପଡ଼ିବା ପରେ ବିମାନଗୁଡ଼ିକରେ ଏହି ସିଟ୍‌ ପାଇଁ ଲୋକଙ୍କ ମଧ୍ୟରେ ଚାହିଦା ଓ ଆଗ୍ରହ ବଢ଼ିଯାଇଥିଲା।

NIA : ଜମ୍ମୁ ଏନଆଇଏ କାର୍ଯ୍ୟାଳୟ ନିକଟରୁ ମିଳିଲା ରାଇଫଲର ଟେଲିସ୍କୋପ୍

ଭୁବନେଶ୍ବରରେ ବିମାନ ମରାମତି କେନ୍ଦ୍ର
ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ ହେବ ବିମାନ ରକ୍ଷଣାବେକ୍ଷଣ, ମରାମତି ଓ ଅନୁଧ୍ୟାନ (ଏମ୍‌ଆର୍‌ଓ) ସୁବିଧା ସ୍ଥାପନ ପାଇଁ ରାଜ୍ୟ ସରକାର ଚଳିତବର୍ଷ ନିଷ୍ପତ୍ତି ନେଇଛନ୍ତି। ଏୟାର ୱାର୍କସ ଇଣ୍ଡିଆ (ଇଞ୍ଜିନିୟରିଂ) ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନି ଏହି ପ୍ରକଳ୍ପ କାର୍ଯ୍ୟ କରିବ। ଏହା କାର୍ଯ୍ୟକାରୀ ହେଲେ ବିମାନ ରକ୍ଷଣାବେକ୍ଷଣ ଓ ମରାମତି ସେବା କ୍ଷେତ୍ରରେ ଓଡ଼ିଶା ପୂର୍ବ ଭାରତର ଏକ ହବ୍‌ରେ ପରିଣତ ହେବ। ଏଥିସହିତ ଭାରତର ବିମାନସେବା ଭିତ୍ତିଭୂମି ସୁଦୃଢ଼ ହେବ। କ୍ୟାପିଟାଲ୍‌ ସବ୍‌ସିଡି ବାବଦରେ କମ୍ପାନିକୁ ୫୦ ପ୍ରତିଶତ ସବ୍‌ସିଡି ମିଳିବ। ପ୍ରାୟ ୮୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଏଥିପାଇଁ ମଞ୍ଜୁର କରାଯାଇଛି। ବିମାନର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଏୟାରଲାଇନ୍ସର ପ୍ରାୟ ୧୨ରୁ ୧୫ ପ୍ରତିଶତ ରାଜସ୍ବ ଖର୍ଚ୍ଚ ହୋଇଥାଏ। ତେଣୁ ଏମ୍‌ଆର୍‌ଓ ପ୍ରକଳ୍ପ ହେବାଦ୍ବାରା ଏ ବାବଦ ଅନେକ ଅର୍ଥ ଓଡ଼ିଶାରେ ଖର୍ଚ୍ଚ ହେବ।

ଦୁବାଇ ଏୟାର ସୋ’ରେ ତେଜସ୍‌ ପାଇଲଟ୍‌ଙ୍କ ମୃତ୍ୟୁ
ଅଲ୍‌ ମକତୁମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ନଭେମ୍ବର ମାସରେ ଦୁବାଇ ‌ଏୟାରସୋ’ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ବାୟୁସେନାର ପାଇଲଟ୍ ୱିଙ୍ଗ୍‌ କମାଣ୍ଡର ନମାଂଶ ସ୍ୟାଲଙ୍କର ଏଥିରେ ମୃତ୍ୟୁ ହୋଇଥିଲା। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ନିର୍ମିତ ତେଜସ୍‌ ଲଢ଼ୁଆ ବିମାନରେ ସେ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରୁଥିଲେ। କିନ୍ତୁ ହଠାତ୍ ବିମାନଟି ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ଜୀବନ ଯାଇଥିଲା। ଗତ ଦୁଇବର୍ଷ ମଧ୍ୟରେ ତେଜସ୍‌ ଲଢ଼ୁଆ ବିମାନର ଏହା ଦ୍ବିତୀୟ ଦୁର୍ଘଟଣା। ଗତବର୍ଷ ମାର୍ଚ୍ଚରେ ରାଜସ୍ଥାନର ଜୟସଲମେର୍‌ରେ ପ୍ରଥମ ଦୁର୍ଘଟଣା ହୋଇଥିଲା। କିନ୍ତୁ ସେଥିରେ ପାଇଲଟ୍‌ଙ୍କର ମୃତ୍ୟୁ ହୋଇ ନଥିଲା। ୨୦୦୧ରେ ତେଜସ୍‌ ବିମାନର ପ୍ରଥମ ଉଡ଼ାଣ ଆରମ୍ଭ ହୋଇଥିଲା। ପାଇଲଟ୍‌ ନମାଂଶ ସ୍ୟାଲଙ୍କ ଘର ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ। ସେ ଜଣେ ଦକ୍ଷ ପାଇଲଟ୍‌ ଭାବେ ପରିଚିତ ଥିଲେ। ତାଙ୍କ ପତ୍ନୀ ମଧ୍ୟ ବାୟୁସେନାରେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।

ଚିନ୍ତା ବଢ଼ାଇଲା ସଫ୍ଟୱେର ସମସ୍ୟା

ଅକ୍ଟୋବର ୩୦ରେ ଆମେରିକୀୟ ଏୟାରଲାଇନ୍ସଜେଟ୍‌ବ୍ଲ୍ୟୁ ଦ୍ବାରା ଉଡ଼ାଣ ଭରୁଥିବା ଏୟାରବସ୍‌ର ଏ୩୨୦ ବିମାନଟି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲା। ବିମାନଟି ପାଇଲଟ୍‌ଙ୍କ ବିନା ହସ୍ତକ୍ଷେପରେ ଅପ୍ରତ୍ୟାଶିତ ଭାବେ ହଠାତ୍‌ ତଳକୁ ଖସିଯାଇଥିଲା। ସେହି ସମୟରେ ବିମାନଟି କାନକୁନ୍‌ରୁ ନ୍ୟୁୟର୍କକୁ ଉଡ଼ାଣ କରୁଥିଲା। ବିମାନଟିକୁ ଦିଗ ବଦଳାଇ ତାମ୍ପାକୁ ନିଆଯାଇଥିଲା। ସେଠାରେ ୧୫ରୁ ୨୦ ଯାତ୍ରୀଙ୍କୁ ଡାକ୍ତରଖାନା ନେବାକୁ ପଡ଼ିଥିଲା। ୟୁରୋପୀୟ କମ୍ପାନି ଏୟାରବସ୍‌ ଆଶଙ୍କା ବ୍ୟକ୍ତ କରିଥିଲା ଯେ ତୀବ୍ର ସୌର ବିକିରଣ ଏ୩୨୦ ବିମାନ ଚଳାଚଳ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଗୁରୁତ୍ବପୂର୍ଣ୍ଣ ସଫ୍ଟୱେରକୁ ଖରାପ କରିପାରେ। ୟୁରୋପିଆନ୍ ୟୁନିୟନ ଏଭିଏ‌ସନ୍ ସେଫ୍ଟି ଏଜେନ୍ସି (ଇଏଏସଏ) ଏଥିପାଇଁ ଏୟାରବସ୍‌ର ସମସ୍ତ ଏ୩୨୦ ବିମାନର ସଫ୍ଟୱେର ଅପ୍‌ଗ୍ରେଡ୍ ପାଇଁ ନି‌ର୍ଦ୍ଦେଶ ଦେଇଥିଲା। ବିମାନର କଣ୍ଟ୍ରୋଲ ସିଷ୍ଟମ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ ଇଏଲ୍‌ଏସି (ଏଲିଭେଟର ଆଣ୍ଡ୍ ଏଲେରନ୍ କମ୍ପ୍ୟୁଟର)ରେ ଅପଡେଟ୍‌ କରିବାକୁ ପଡ଼ିଥିଲା। ଏଥିପାଇଁ ବିଶ୍ବର ବିଭିନ୍ନ ଦେଶରେ ପ୍ରାୟ ୬ ବିମାନର ଉଡ଼ାଣ ପ୍ରଭାବିତ ହୋଇଥିଲା। ଭାରତର ବିମାନ ଚଳାଚଳ ମହାନି‌ର୍ଦ୍ଦେଶାଳୟ (ଡିଜିସିଏ)  ସୂଚନା ଅନୁଯାୟୀ, ୩୩୮ଟି ବିମାନରେ ଏହି ସମସ୍ୟା ଥିଲା। ପରେ ସେଗୁଡ଼ିକୁ ଠିକ୍‌ କରାଯାଇଛି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଇଣ୍ଡିଗୋ  ଭଳି ପ୍ରମୁଖ ଏୟାରଲାଇନ୍ସଗୁଡ଼ିକ ଏ୩୨୦, ଏ୩୨୦ ସିଇଓ ଓ ଏନ୍‌ଇଓ, ଏ୩୨୧ ସିଇଓ ଓ ନିଇଓ ମଡେଲ ବିମାନ ଚଳାଉଛନ୍ତି। ୟୁରୋପିଆନ୍ ଏଭିଏସନ୍‌ ସେଫ୍ଟି ଏଜେନ୍ସି (ଇଏଏସ୍‌ଏ) ପକ୍ଷରୁ ସଫ୍ଟୱେର୍‌ ଠିକ୍‌ କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶନାମା ଫଳରେ ଭାରତରେ ଏୟାରଲାଇନ୍ସଗୁଡ଼ିକ ପ୍ରଭାବିତ ହୋଇଥି‌‌ଲେ। ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ, ଅହମଦାବାଦ ଓ କୋଲକାତା ବିମାନବନ୍ଦରରେ ବିମାନଗୁଡ଼ିକରେ ଏହି ‌ସଫ୍ଟୱେର ପରିବର୍ତ୍ତନ କରାଯାଇଥିଲା।

ବିମାନ ଦୁର୍ଘଟଣା

ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ‌ବିଶ୍ବର ବିଭିନ୍ନ ସ୍ଥାନରେ ଏକାଧିକ ବିମାନ ଦୁର୍ଘଟଣା ହୋଇଛି। ସବୁଠୁ ବଡ଼ ବିମାନ ଦୁର୍ଘଟଣା ତାଲିକାରେ ଭାରତ ଆଗରେ ରହିଛି। ଏହା ପଛକୁ ଚଳିତବର୍ଷ ଆମେରିକାରେ ଏକାଧିକ ବିମାନ ଦୁର୍ଘଟଣାରେ ‌ବହୁ ‌ଲୋକଙ୍କ ଜୀବନ ଯାଇଛି। ସେହିଭଳି ରୁଷ୍‌, ବାଂଲାଦେଶ, ତୁର୍କୀ, ସୁଦାନ, ଘାନା, କେନିଆ ଆଦି ଦେଶରେ ମଧ୍ୟ ଭୟଙ୍କର ବିମାନ ଦୁର୍ଘଟଣାରେ ଅନେକଙ୍କ ମୃତ୍ୟୁ ହୋଇଛି। ଚଳିତବର୍ଷ ବିଶ୍ବର ବିଭିନ୍ନ ଭାଗରେ ହୋଇଥିବା କେତୋଟି ପ୍ରମୁଖ ବିମାନ ଦୁର୍ଘଟଣା ହେଉଛି...

ଜାନୁଆରି ୨୯: ଦକ୍ଷିଣ ସୁଦାନର ଜୁବା ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଗଲ ଏୟାରର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ୨୧ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ଥିଲେ। ତୈଳ କମ୍ପାନିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏହି ବିମାନରେ ନିଆଯାଉଥିଲା। ବିମାନ ଆକାଶ ମାର୍ଗକୁ ଉଡ଼ାଣ ଆରମ୍ଭ କରିବାର ୧୦ ମିନିଟ୍‌ ମଧ୍ୟରେ ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲା।


ଜାନୁଆରି ୨୯: ଚଳିତବର୍ଷ ଜାନୁଆରି ୨୯ ତାରିଖରେ ଆମେରିକା ୱାସିଂଟନ ଡିସିର ରୋଟୋମାକ ନଦୀ ଉପରେ ମଝି ଆକାଶରେ ବିମାନ ଦୁର୍ଘଟଣା ହୋଇଥିଲା। ଆମେରିକାର ନିକଟ  ଇତିହାସରେ ଏହା ଏକ ବଡ଼ ବିମାନ ଦୁର୍ଘଟଣା। ଏଥିରେ ଆମେରିକାନ୍‌ ଇଗଲର ଏକ ବିମାନ ସେନାର ଏକ ହେଲିକପ୍ଟର ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୬୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଥିରୁ ୬୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ବିମାନର ଥିବାବେଳେ ୩ ଜଣ ହେଲିକପ୍ଟରର ରହିଥିଲେ। 

ଜାନୁଆରି ୩୧: ଆମେରିକାର ପେନସିଲଭାନିଆରେ ମେଡ୍‌ ଜେଟ୍‌ସ ଫ୍ଲାଇଟ୍ ୦୫୬ ଦୁର୍ଘଟଣାରେ ୬ ମୃତ

ଫେବ୍ରୁଆରି ୬: ଆମେରିକାର ଆଲାସ୍କାରେ ବେରିଂ ଏୟାରଫ୍ଲାଇଟ୍ ୪୪୫ର ଦୁଘର୍ଟଣାରେ ୧୦ ମୃତ

ମାର୍ଚ୍ଚ ୧୭: ହଣ୍ଡୁରାସରେ ବିମାନ ଦୁର୍ଘଟଣାରେ ୧୨ ମୃତ

ଏପ୍ରିଲ ୧୦: ହଡସନ ନଦୀରେ ହେଲିକପ୍ଟର ଦୁର୍ଘଟଣାରେ ଗୋଟିଏ ପରିବାରର ୫ ସଦସ୍ୟଙ୍କ ସମେତ ୬ ମୃତ

ମେ ୨୨: ଆମେରିକାର କାଲିଫର୍ଣ୍ଣିଆରେ ବିମାନ ଦୁର୍ଘଟଣାରେ ୬ ମୃତ

ଜୁନ ୧୨: ଅହମଦାବାଦ ବିମାନ ଦୁର୍ଘଟଣାରେ୨୬୦ ମୃତ 

ଜୁଲାଇ ୨୧: ଚଳିତବର୍ଷର ଅନ୍ୟତମ ବଡ଼ ବିମାନ ଦୁର୍ଘଟଣା ବାଂଲାଦେଶର ଢାକାରେ ହୋଇଥିଲା। ବାଂଲାଦେଶ ବାୟୁସେନାର ଏକ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ମାଇଲ‌୍‌ଷ୍ଟୋନ ସ୍କୁଲ କ୍ୟାମ୍ପସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଅତିକମ୍‌ରେ ୩୬ ଜଣଙ୍କର ମୃତ୍ୟୁ (୩୨ ଜଣ ସ୍କୁଲ ପିଲା, ୩ ଶିକ୍ଷକ ଏବଂ ପାଇଲଟ୍‌) ହୋଇଥିଲା। 

ଜୁଲାଇ ୨୪: ରୁଷ୍‌ର ଆଙ୍ଗାରା ଏୟାରଲାଇନ୍ସ ଦ୍ବାରା ପରିଚାଳିତ ଏକ ବିମାନ ଇଗ୍ନାଟ୍ୟେଭୋ ବିମାନବନ୍ଦରରୁ ଟାଇଣ୍ଡା ବିମାନ ବନ୍ଦରକୁ ଉଡ଼ାଣ ସମୟରେ ଏକ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୪୨ ଜଣ ଯାତ୍ରୀ ଓ ୬ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୪୮ ଜଣଙ୍କର ମୃତ୍ୟୁ ହୋଇଥିଲା। 

ଅଗଷ୍ଟ ୬: ଚଳିତବର୍ଷ ଘାନାରେ ଏକ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା। ସେଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଘାନା ବାୟୁସେନାର ହର୍ବିନ ଜେଡ୍‌-୯ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏଡୱାର୍ଡ ଓମାନି ବାଓମା, ପରିବେଶ ମନ୍ତ୍ରୀ ଇବ୍ରାହିମ ମୁରତାଲା ମହମ୍ମଦ, କାର୍ଯ୍ୟକାରୀ ଉପ ଜାତୀୟ ନିରାପତ୍ତା ସଂଯୋଜକ ଲିମୁନା ମହମ୍ମଦ ମୁନିରୁ, ଶାସକ ନ୍ୟାସନାଲ ଡେମେକ୍ରାଟିକ୍‌ କଂଗ୍ରେସର ଉପାଧ୍ୟକ୍ଷ ସାମୁଏଲ ସାରପୋଙ୍ଗ ଥିଲେ। 

ଅକ୍ଟୋବର ୨୮: କେନିଆର କ୍ବାଲେ ନିକଟରେ ଚଳିତବର୍ଷ ଅକ୍ଟୋବର ୨୮ରେ ଏକ ବିମାନ ଦୁର୍ଘଟଣା ହୋଇଥିଲା। ମୋମ୍ବାସା ଏୟାର ସଫାରିର ଏକ ବିମାନ ଉକୁଣ୍ଡା ବିମାନବନ୍ଦରରୁ କିଚୱା ଟେମ୍ବୋ ବିମାନବନ୍ଦରକୁ ଯାତ୍ରା କରୁଥିଲା। କିନ୍ତୁ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। 

ନଭେମ୍ବର ୪: ଆମେରିକାର ୟୁପିଏସ୍‌ ଏୟାରଲାଇନ୍ସର ଏକ ‌କାର୍ଗୋ ବିମାନ ଦୁର୍ଘଟଣା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି କେଣ୍ଟୁକିର ଲୁଇଭିଲେ ମହମ୍ମଦ ଅଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ହାୱାଇର ହୋନୋଲୁଲୁ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ରନ୍‌ୱେରୁ ଆକାଶ ମାର୍ଗକୁ ଉଠିବାର କିଛି ସମୟ ମଧ୍ୟରେ ଏହାର ବାମପଟ ଇଞ୍ଜିନ ବାହାରି ଯିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ନଭେମ୍ବର ୧୧: ତୁର୍କୀ ବାୟୁସେନାର ଲକହିଡ୍‌ ସି-୧୩୦ ହର୍କ୍ୟୁଲେସ୍‌ ବିମାନଟି ଆଜରବୈଜାନର ଗାନ୍‌ଜା ଅନ୍ତର୍ଜାତୀୟ ବିମାନବନ୍ଦରରୁ ତୁର୍କୀର ମର୍ଜିଫୋନ ବିମାନ ଘାଟିକୁ ଯାଉଥିଲା। କିନ୍ତୁ ଆକାଶରେ ବିମାନଟି ଭାଙ୍ଗି ୩ ଖଣ୍ଡ ହୋଇଯାଇଥିଲା। ଆଜରବୈଜାନ-ଜର୍ଜିଆ ସୀମାରେ ସମସ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe