Research paper: ଗବେଷଣା ଗବାକ୍ଷ: ପରାଗ ରେଣୁ ସୂଚାଇଲା ୩୦୦୦ ବର୍ଷର ଜଳବାୟୁ ଇତିହାସ

Advertisment

ଛତିଶଗଡ଼ର କୋର୍‌ବା ଜିଲ୍ଲାର ରାଜାରାଣୀ ହ୍ରଦ ଗର୍ଭରୁ ମିଳିଥିବା ୨୫୦୦ ବର୍ଷ ତଳର ପରାଗ କଣିକା ଭାରତର ୩୦୦୦ ବର୍ଷ ତଳର ଜଳବାୟୁ ଇତିହାସ ସ୍ପଷ୍ଟ କରିଛି। ଭାରତୀୟ ଗ୍ରୀଷ୍ମ ମୌସୁମୀ (ଆଇଏସ୍ଏମ୍‌)ର ପରିବର୍ତ୍ତିତ ଢାଞ୍ଚାକୁ ଆବିଷ୍କାର କରିବାରେ ଏହା ସାହାଯ୍ୟ କରିଛି।

ଛତିଶଗଡ଼ର କୋର୍‌ବା ଜିଲ୍ଲାର ରାଜାରାଣୀ ହ୍ରଦ ଗର୍ଭରୁ ମିଳିଥିବା ୨୫୦୦ ବର୍ଷ ତଳର ପରାଗ କଣିକା ଭାରତର ୩୦୦୦ ବର୍ଷ ତଳର ଜଳବାୟୁ ଇତିହାସ ସ୍ପଷ୍ଟ କରିଛି। ଭାରତୀୟ ଗ୍ରୀଷ୍ମ ମୌସୁମୀ (ଆଇଏସ୍ଏମ୍‌)ର ପରିବର୍ତ୍ତିତ ଢାଞ୍ଚାକୁ ଆବିଷ୍କାର କରିବାରେ ଏହା ସାହାଯ୍ୟ କରିଛି।

sfhfhhffxbvvb

ଛତିଶଗଡ଼ର କୋର୍‌ବା ଜିଲ୍ଲାର ରାଜାରାଣୀ ହ୍ରଦ ଗର୍ଭରୁ ମିଳିଥିବା ୨୫୦୦ ବର୍ଷ ତଳର ପରାଗ କଣିକା ଭାରତର ୩୦୦୦ ବର୍ଷ ତଳର ଜଳବାୟୁ ଇତିହାସ ସ୍ପଷ୍ଟ କରିଛି। ଭାରତୀୟ ଗ୍ରୀଷ୍ମ ମୌସୁମୀ (ଆଇଏସ୍ଏମ୍‌)ର ପରିବର୍ତ୍ତିତ ଢାଞ୍ଚାକୁ ଆବିଷ୍କାର କରିବାରେ ଏହା ସାହାଯ୍ୟ କରିଛି। ଏହି ଆବିଷ୍କାର ଭବିଷ୍ୟତରେ ଭାରତରେ ମୌସୁମୀ କିପରି ଆଚରଣ କରିବ ସେ ବିଷୟରେ ଅଧିକ ସୂତ୍ର ପ୍ରଦାନ କରିବାରେ ସହାୟକ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶାବ୍ୟକ୍ତ କରିଛନ୍ତି। ରାଜାରାଣୀ ହ୍ରଦର ପରାଗଣ ଅଧ୍ୟୟନ ପ୍ରାଚୀନ ଭାରତରେ ପ୍ରବଳ ବର୍ଷା ହେଉଥିବା ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଛି। ୧୦୦୦ ବର୍ଷ ପୂର୍ବେ ଆକଳନ କରାଯାଇଥିବା ତୁଳନାରେ ମୌସୁମୀ ଅଧିକ ଶକ୍ତିଶାଳୀ ଥିଲା। ପ୍ରାୟ ୨୦୦୦-୨୮୦୦ ବର୍ଷ ପୂର୍ବେ ବୃକ୍ଷଲତା ତୃଣଭୂମିରୁ ବୃକ୍ଷଯୁକ୍ତ ତୃଣଭୂମିକୁ ସ୍ଥାନାନ୍ତରିତ ହୋଇଥିଲା। ଏହା ଭାରତୀୟ ଗ୍ରୀଷ୍ମ ମୌସୁମୀ (ଆଇଏସ୍ଏମ୍‌) ବର୍ଷା ପ୍ରଣାଳୀରେ ପରିବର୍ତ୍ତନର ସୂଚନା ଦିଏ। ପରବର୍ତ୍ତୀ ସମୟରେ, ଜଙ୍ଗଲଯୁକ୍ତ ତୃଣଭୂମି ଗ୍ରୀଷ୍ମମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲକୁ ପରିବର୍ତ୍ତିତ ହୋଇଥିଲା।

Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ

ଏହା ତୁଳନାତ୍ମକ ଭାବରେ ବର୍ଦ୍ଧିତ ବୃଷ୍ଟିପାତକୁ ପ୍ରତିଫଳିତ କରେ ବୋଲି ଏହି ହ୍ରଦରୁ ମିଳିଥିବା ପରାଗ କଣିକାର ଅନୁଧ୍ୟାନରୁ ଜଣାପଡ଼ିଛି। ୧୦୬୦-୧୭୨୫ ମଧ୍ୟରେ ଜଳବାୟୁ ଉଷ୍ଣ ଏବଂ ଅପେକ୍ଷାକୃତ ଅଧିକ ଆର୍ଦ୍ର ଥିବା ହେତୁ ଗ୍ରୀଷ୍ମମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲ ଅସ୍ତିତ୍ୱକୁ ଆସିଥିଲା। ଏହା ତୀବ୍ର ମୌସୁମୀ ବୃଷ୍ଟିପାତକୁ ସୂଚିତକରେ। ଜାନୁଆରି ମାସର ‘ରିଭିୟୁ ଅଫ୍ ପାଲିଓବଟ୍‌ନି ଆଣ୍ଡ୍‌ ପାଲିନୋଲ୍‌ଜି’ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ,୧୦୬୦ -୧୭୨୫ ମଧ୍ୟରେ ତୀବ୍ର ଉଷ୍ଣ-ଆର୍ଦ୍ର ଜଳବାୟୁ ଏବଂ ତୀବ୍ର ମଧ୍ୟମ ମୌସୁମୀ ବର୍ଷା ପ୍ରମୁଖ ମୌସୁମୀ ଅଞ୍ଚଳରେ (କୋର୍‌ ମନ୍‌ସୁନ୍ ଜୋନ୍‌)ରେ ଗ୍ରୀଷ୍ମମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲ ସୃଷ୍ଟି ହେବାରେ ସହାୟକ ହୋଇଥିଲା। ଏହି ଗବେଷଣାରେ କୁହାଯାଇଛି, ଏହି ପର୍ଯ୍ୟାୟର ପ୍ରାରମ୍ଭିକ ଭାଗ ୭୦୦-୧୪୦୦ ମଧ୍ୟରେ ବିଶ୍ୱର ମଧ୍ୟଯୁଗୀୟ ଜଳବାୟୁ ଅସଙ୍ଗତି ସହିତ ମେଳ ଖାଉଛି।

Modi meet Arab delegation team: ଆରବ ବୈଦେଶିକ ମନ୍ତ୍ରୀଙ୍କ ଏକ ପ୍ରତିନିଧି ଦଳକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି, ଏହି ସମୟ ମଧ୍ୟରେ ଭାରତୀୟ ଗ୍ରୀଷ୍ମ ମୌସୁମୀ ବୃଷ୍ଟିପାତ ବୃଦ୍ଧି ହେବା ଫଳରେ କୃଷି ଅଭ୍ୟାସରେ ପରିବର୍ତ୍ତନ ଆଣିଥିଲା। ଉଦ୍ୟାନ କୃଷି ଓ ପଶୁପାଳନରେ ବୃଦ୍ଧି ଘଟାଇଥିଲା। ଭାରତର ଯେଉଁସବୁ ଅଞ୍ଚଳରେ ୮୯ରୁ ୯୦ ପ୍ରତିଶତ  ବୃଷ୍ଟିପାତକୁ ଗ୍ରୀଷ୍ମ ମୌସୁମୀ ଯୋଗଦାନ ଦେଇଥାଏ, ପରବର୍ତ୍ତୀ ସମୟରେ ସେସବୁ ସ୍ଥାନର ଜଳବାୟୁ, ମୌସୁମୀ ବର୍ଷା ଓ ଉଦ୍ଭିଦରେ ପରିବର୍ତ୍ତନଶୀଳତା ଗବେଷଣା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଲକ୍ଷ୍ନୗସ୍ଥିତ ବୀରବଲ୍‌ ସାହାଣୀ ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ମହମ୍ମଦ୍‌ ଫିରୋଜ୍‌ କୱାମାର୍‌ କହିଛନ୍ତି,‘‘ଆମେ ଜଙ୍ଗଲ ଅଞ୍ଚଳରେ ହ୍ରଦର ଅବକ୍ଷେପ ଅନୁସନ୍ଧାନ କରୁଥିଲୁ। ଏହି ହ୍ରଦକୁ ଚୟନ କରିବାର କାରଣ ଏଠାରେ ମାନବ ପ୍ରଭାବ କମ୍ ଥିବାରୁ ଏହି ଅବକ୍ଷେପରେ କୌଣସି ମିଶ୍ରଣ ନଥିଲା। ଅବକ୍ଷେପର ଅନୁକ୍ରମ ଓ ସମୟ ନିର୍ଦ୍ଧାରଣ ମାସ୍ ସ୍ପେକ୍ଟ୍ରୋମେଟ୍ରି ଦ୍ୱାରା ହୋଇଥିଲା। ଆମେ ଅଭ୍ୟନ୍ତରୀଣ ଏକ ଅଂଶର କାର୍ବନ୍‌ ଡେଟିଂ କରିଛୁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe