ନୂଆଦିଲ୍ଲୀ: ଜର୍ମାନୀ ଏବେ ବହୁଳ ପରିମାଣରେ ସଲ୍ଟ ବ୍ୟାଟେରି ଉତ୍ପାଦନ ଆରମ୍ଭ କରିଛି। ଏହି ନୂତନ ପ୍ରଯୁକ୍ତିବିଦ୍ୟା ଦ୍ବାରା ନିର୍ମିତ ବ୍ୟାଟେରିଗୁଡ଼ିକୁ ସେରେନର୍ଜି (CERENERGY) ନାମ ଦିଆଯାଇଛି। ଏହି ବ୍ୟାଟେରିଗୁଡ଼ିକୁ ଶକ୍ତି କ୍ଷେତ୍ରରେ ଏକ ଗେମ୍ ଚେଞ୍ଜର୍ ଭାବେ ବିବେଚନା କରାଯାଉଛି, କାରଣ ଏଗୁଡ଼ିକ ମହଙ୍ଗା ଓ ବିରଳ ଧାତୁ ଉପରେ ନିର୍ଭର କରନ୍ତି ନାହିଁ। ଏଗୁଡ଼ିକ ସାଧାରଣ ଲୁଣରୁ ତିଆରି ହୋଇଥାଏ।
ଆହୁରି ପଢ଼ନ୍ତୁ- Success Surgery: ତିନୋଟି ସଫଳ ଅସ୍ତ୍ରୋପଚାର ପରେ ଜୀବନ ନେଲା 'ୟୁ' ଟର୍ଣ୍ଣ
ଲୁଣରୁ ବ୍ୟାଟେରି ବନିବା ଟେକ୍ନିକ୍:
ଇନୋଭେସନ୍ ଅରିଜିନ୍ସ ଅନୁଯାୟୀ, ଏହି ବ୍ୟାଟେରିଟି ୟୁରୋପର ଫ୍ରାଉନ୍ହୋଫର୍ IKTS ଗବେଷଣା ପ୍ରତିଷ୍ଠାନ ସହାୟତାରେ ଅଷ୍ଟ୍ରେଲୀୟ କମ୍ପାନି ଅଲ୍ଟେକ୍ ବ୍ୟାଟେରି ଦ୍ୱାରା ବିକଶିତ ହୋଇଛି। ଏହି ପ୍ରଯୁକ୍ତିବିଦ୍ୟା ବିକାଶ କରିବାରେ ପ୍ରାୟ ଆଠ ବର୍ଷର ଗବେଷଣା ସାମିଲ ହେବା ସହିତ ୩୫ ମିଲିୟନ୍ ୟୁରୋ ଖର୍ଚ୍ଚ କରାଯାଇସରିଛି। କମ୍ପାନି ଏବେ ଏହାକୁ ବାଣିଜ୍ୟିକୀକରଣର ରୂପ ଦେଇ ବିକ୍ରୟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏକ ରିପୋର୍ଟ ଅନୁସାରେ, ସଲ୍ଟ ବ୍ୟାଟେରି ଦ୍ବାରା ମୋବାଇଲ୍ ଫୋନ୍, ସ୍ମାର୍ଟ ଡିଭାଇସ୍ ସହିତ ବୈଦ୍ୟୁତିକ ଯାନଗୁଡ଼ିକୁ ଶକ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଆହୁରି ପଢ଼ନ୍ତୁ- Malkangiri: ଜିଲ୍ଲାପାଳଙ୍କ କାର୍ଯ୍ୟକୁ ନେଇ ନିନ୍ଦା, ତୁରନ୍ତ ବଦଳି ଦାବି
କେମିତି କାମ କରେ ସଲ୍ଟ ବ୍ୟାଟେରି?
ପାରମ୍ପରିକ ଲିଥିୟମ୍-ଆୟନ୍ ବ୍ୟାଟେରି ଠାରୁ ଏହି ସଲ୍ଟ ବ୍ୟାଟେରୀର କାମ କରିବା ନୀତି ସଂପୂର୍ଣ୍ଣ ଭିନ୍ନ। ଏଥିରେ ଲିଥିୟମ୍, କୋବାଲ୍ଟ କିମ୍ବା ଗ୍ରାଫାଇଟ୍ର ବ୍ୟବହାର ହୁଏନାହିଁ। ଏଥିରେ ସଲ୍ଟ ଆଧାରିତ ସଲିଡ୍ ଇଲେକ୍ଟ୍ରାଲାଇଟ୍ ଓ ସେରାମିକ୍ ସେଲ୍ସ ଲାଗାଯାଏ, ଯାହାର ଭୋଲ୍ଟେଜ୍ ୨.୫୮V ହୋଇଥାଏ। ଏହା ଏକ ସଲିଡ୍-ଷ୍ଟେଟ୍ ବ୍ୟାଟେରି ଏବଂ ଏଥିରେ ନିଆଁ ଲାଗିବାର କୌଣସି ଭୟ ନାହିଁ। ତେଣୁ, ଏହାକୁ ବଡ଼ ଶକ୍ତି ସଂରକ୍ଷଣ ପ୍ରଣାଳୀ ଓ ପାୱାର୍ ଗ୍ରୀଡ୍ ପାଇଁ ଡିଜାଇନ୍ କରାଯାଇଛି। ବିଶ୍ୱ ଏହାକୁ ଭବିଷ୍ୟତର ପାୱାର୍ ଷ୍ଟୋରେଜ୍ ବୋଲି ବିବେଚନା କରୁଛି। ପ୍ରାରମ୍ଭିକ ପରୀକ୍ଷଣଗୁଡ଼ିକ ୫୦୦ରୁ ଅଧିକ ଚାର୍ଜ ସାଇକଲ୍ ପରେ ମଧ୍ୟ ସ୍ଥିର କାର୍ଯ୍ୟଦକ୍ଷତା ଦେଖାଇଛି।
ସଲ୍ଟ ବ୍ୟାଟେରିର ଭବିଷ୍ୟତ:
ଭାରତ ୨୦୩୦ ସୁଦ୍ଧା ୫୦୦GW ନବୀକରଣୀୟ ଶକ୍ତି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ, BESS (ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯିବ। ସଲ୍ଟ ବ୍ୟାଟେରି ଭାରତ ପାଇଁ ଲାଭଦାୟକ ହୋଇପାରେ; କାରଣ ଏଗୁଡ଼ିକ କମ୍ ଖର୍ଚ୍ଚ, ଅଗ୍ନି-ନିରପେକ୍ଷ ଏବଂ ଗ୍ରାମୀଣ ଓ ମାଇକ୍ରୋଗ୍ରୀଡ୍ ସିଷ୍ଟମ୍ରେ ବ୍ୟବହାର କରାଯାଇପାରିବ। ବର୍ତ୍ତମାନ, ସ୍ମାର୍ଟଫୋନ୍ ଓ ବୈଦ୍ୟୁତିକ ଯାନରେ ଏଗୁଡ଼ିକର ବ୍ୟବହାର ମୁଖ୍ୟ ଲକ୍ଷ୍ୟ ନୁହେଁ, କିନ୍ତୁ ପ୍ରଯୁକ୍ତିବିଦ୍ୟା ପରିପକ୍ୱ ହେବା ସହିତ ଯାନବାହନ, ମୋବାଇଲ୍ ଫୋନ୍ ଓ ହୋମ୍ ଏନର୍ଜି ସିଷ୍ଟମ୍ ମଧ୍ୟ ସଲ୍ଟ ବ୍ୟାଟେରି ଦ୍ୱାରା ଚାଳିତ ହୋଇପାରିବ ବୋଲି କେତେକ ବିଶେଷଜ୍ଞ ଆଶାପ୍ରକାଶ କରିଛନ୍ତି।
Follow Us