ବ୍ରାଡି ଫେଇଗ୍ଲ ନାମରେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୁଇ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାେନ ଦେଖିବାକୁ ପାଖାପାଖି ସମାନ। ସେମାନଙ୍କ ଉଚ୍ଚତା, କେଶ ଓ ଦାଢ଼ିର ରଙ୍ଗ, ଚଷମା ଆଦି ଏକା ପରି। ପୁଣି ଉଭୟ ହେଉଛନ୍ତି ପେସାଦାର ବେସ୍ବଲ୍ ଖେଳାଳି। ଏସବୁ ସତ୍ତ୍ବେ ସେମାନେ ୨୦୧୫ ଯାଏ ପରସ୍ପରଙ୍କୁ ଜାଣି ନଥିଲେ। ଏକ ଅବାସ୍ତବ ମନେ ହେଉଥିବା ପରିସ୍ଥିତିରେ ସେମାନଙ୍କ ମଧ୍ୟରେ ପରିଚୟ ହୋଇଥିଲା। ଜେମ୍ସ ଆଣ୍ଡ୍ର୍ୟୁ ନାମକ ଜଣେ ଡାକ୍ତରଙ୍କ ପାଖକୁ ଉଭୟ କିଛି ମାସର ବ୍ୟବଧାନରେ ‘ଟମି ଜନ୍ ସର୍ଜରି’ ନାମକ ଚିକିତ୍ସା କରାଇବାକୁ ଯାଇଥିଲେ। ସେହି ଡାକ୍ତରଙ୍କ କ୍ଲିନିକ୍ର କର୍ମଚାରୀମାନେ ଏ ଦୁହେଁ ସମାନ ବ୍ୟକ୍ତି ବୋଲି ପ୍ରଥମେ ଭାବି ନେଇଥିେଲ। ଜଣଙ୍କ ଚିକିତ୍ସା ସରିଯାଇଥିଲେ ହେଁ ସାତ ମାସ ପରେ ତାଙ୍କ ପାଖକୁ ଉକ୍ତ କ୍ଲିନିକ୍ରୁ ସମାନ ଚିକିତ୍ସା ପାଇଁ ଯିବାକୁ ଡାକରା ଆସିଲା।
Horoscope 2026 March 2: ଜାଣନ୍ତୁ ଆଜିର ରାଶିଫଳ
ସେ କିନ୍ତୁ କହିଲେ ଯେ ତାଙ୍କର ଚିକିତ୍ସା ସରିଯାଇଛି। ତା’ ପରେ ଯାଇ ଦୁଇ ବ୍ରାଡି ପରସ୍ପରଙ୍କ ବିଷୟରେ ଜାଣିଲେ। ଉଭୟ ଏକା ଦେଖାଯାଉଥିଲେ ବି ସେମାନଙ୍କ ବୟସରେ ୫ ବର୍ଷର ତାରତମ୍ୟ ରହିଛି। ବଡ଼ ବ୍ରାଡି ମେରିଲାଣ୍ଡ୍ର ନିବାସୀ ତ ସାନ ବ୍ରାଡିଙ୍କ ଜନ୍ମ ମିସୌରିରେ। ରୂପ, ନାମ ଓ କାମରେ ସମାନତା ଦେଖି ସମସ୍ତେ ଭାବିବା ସ୍ବାଭାବିକ ଯେ ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ କିଛି ରହିଥିବ, ଯାହା ସମ୍ପର୍କରେ ସେମାନେ ବୋଧହୁଏ ଅଜ୍ଞ ଥିବେ। ଏହି ସନ୍ଦେହ ଦୂର କରିବା ପାଇଁ ସେମାେନ କିଛି ବର୍ଷ ତଳେ ଡିଏନ୍ଏ ପରୀକ୍ଷା କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ସେମାନେ ସମ୍ପର୍କିତ ନୁହନ୍ତି। ସେମାନେ ବଂଶଗତ ଭାବେ ଜର୍ମାନିକ୍ ମୂଳର ବୋଲି ସେ ପରୀକ୍ଷାରୁ ଯାହା ଜଣାପଡ଼ିଲା। ସେମାନେ ଯମଜ ନୁହନ୍ତି କି କୌଣସି ରକ୍ତ ସମ୍ପର୍କ ନାହିଁ ବୋଲି ଜାଣିବା ପରେ ବି ପରସ୍ପରକୁ ଭାଇ ବୋଲି ଗ୍ରହଣ କରନ୍ତି ଏବଂ ବ୍ରାଡି ଫେଇଗ୍ଲ ନାମଟି ସେମାନଙ୍କୁ ସର୍ବଦା ଯୋଡ଼ି ରଖିବ।
Demand: ଚାନ୍ଦବାଲି ସବ୍ ଡିଭିଜନ୍, ନୌକା ପ୍ରଶିକ୍ଷଣ କଲେଜ ପ୍ରତିଷ୍ଠା ଦାବି
Follow Us