Advertisment

Santa's Red Dress Story: ସାଣ୍ଟା କ୍ଲଜ୍‌ ଓ ତାଙ୍କ ଲାଲ୍‌ ପୋଷାକର କାହାଣୀ

Advertisment

ବଡ଼ଦିନ ପାଳନ ରୀତିନୀତି ସହିତ ସାଣ୍ଟା କ୍ଲଜ୍‌ ନାମରେ ବିଶ୍ବବିଦିତ ସେଣ୍ଟ୍‌ ନିକୋଲାସ୍‌ ଅତି ପ୍ରାଚୀନ କାଳରୁ ଜଡ଼ିତ। ଯିଶୁଙ୍କ ଜନ୍ମଦିନରେ ସାଣ୍ଟା କ୍ଲଜ୍‌ ଉପହାର ପ୍ରଦାନ କରିବାର ପରମ୍ପରା ତୃତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା।

ବଡ଼ଦିନ ପାଳନ ରୀତିନୀତି ସହିତ ସାଣ୍ଟା କ୍ଲଜ୍‌ ନାମରେ ବିଶ୍ବବିଦିତ ସେଣ୍ଟ୍‌ ନିକୋଲାସ୍‌ ଅତି ପ୍ରାଚୀନ କାଳରୁ ଜଡ଼ିତ। ଯିଶୁଙ୍କ ଜନ୍ମଦିନରେ ସାଣ୍ଟା କ୍ଲଜ୍‌ ଉପହାର ପ୍ରଦାନ କରିବାର ପରମ୍ପରା ତୃତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା।

Untitled-6 copy

Photograph: (google)

ବଡ଼ଦିନ ପାଳନ ରୀତିନୀତି ସହିତ ସାଣ୍ଟା କ୍ଲଜ୍‌ ନାମରେ ବିଶ୍ବବିଦିତ ସେଣ୍ଟ୍‌ ନିକୋଲାସ୍‌ ଅତି ପ୍ରାଚୀନ କାଳରୁ ଜଡ଼ିତ। ଯିଶୁଙ୍କ ଜନ୍ମଦିନରେ ସାଣ୍ଟା କ୍ଲଜ୍‌ ଉପହାର ପ୍ରଦାନ କରିବାର ପରମ୍ପରା ତୃତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ପିଲାଙ୍କୁ ସ୍ନେହ କରୁଥିବା ସେଣ୍ଟ୍‌ ନିକୋଲାସ୍‌ ଆଧୁନିକ ତୁର୍କୀର ମାଇରା ନିକଟସ୍ଥ ପାତାରାରେ ୨୮୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ଦୟା ଓ ଅନୁକମ୍ପା ଭଳି ଗୁଣ ଯୋଗୁଁ ଭୂୟସୀ ପ୍ରଶଂସିତ ସନ୍ଥ ନିକୋଲାସ୍‌ଙ୍କ ବିଷୟରେ ଅନେକ କିଂବଦନ୍ତି ରହିଛି। ବିତ୍ତଶାଳୀ ବଣିକଙ୍କର ପୁତ୍ର ହୋଇଥିବାରୁ ବାପାଙ୍କ ଅନ୍ତେ ନିକୋଲାସ୍‌ ବିପୁଳ ଧନସମ୍ପତ୍ତି ପ୍ରାପ୍ତହୋଇଥିଲେ। କଥିତ ଅଛି, ଉତ୍ତରାଧିକାର ସୂତ୍ରରେ ପାଇଥିବା ସମସ୍ତ ସମ୍ପଦ ବାଣ୍ଟିଦେଇ ଗରିବ ଓ ରୋଗାକ୍ରାନ୍ତମାନଙ୍କ ସେବା କରିବା ଲାଗି ସେ ମଫସଲ ଅଞ୍ଚଳକୁ ଚାଲିଯାଇଥିଲେ। ପରେ ସେ ମାଇରା ଗୀର୍ଜାରେ ବିସପ୍‌ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପୁରୁଣା କାହାଣୀର ନୂଆ ଅବତାର

 ନିକୋଲାସ୍‌ ଗୋପନରେ ଆସି ପିଲାମାନଙ୍କୁ ଉପହାର ଦେଇଯିବା କଥାଟି ଆରମ୍ଭ ହୋଇଥିଲା ଗୋଟାଏ ବାହାଘର ଘଟଣାରୁ। ଏକଦା ପାତାରା ଅଞ୍ଚଳର ଅନ୍ୟତମ ବିତ୍ତଶାଳୀ ଭାବେ ଖ୍ୟାତି ଅର୍ଜିଥିବା ବ୍ୟକ୍ତି ଘଟଣାଚକ୍ରରେ ପଡ଼ି ଏତେ ଦରିଦ୍ର ହୋଇଗଲେ ଯେ ତିନିଝିଅଙ୍କ ବିଭାଘର ପାଇଁ ଯୌତୁକ ଯୋଗାଡ଼ କରିପାରିଲେ ନାହିଁ। ଅଗତ୍ୟା ତିନିଝିଅଙ୍କୁ ସେ ବିକ୍ରୟକରିବା କଥା ଚିନ୍ତାକଲେ। ଏକଥା ଜାଣି ନିକୋଲାସ୍‌ ତାଙ୍କୁ ଗୁପ୍ତରେ ସାହାଯ୍ୟ କରିବାକୁ ଇଚ୍ଛାକଲେ। ଦିନେ ରାତିରେ ସମସ୍ତେ ନିଦ୍ରାଯିବା ପରେ ସେ ସେମାନଙ୍କ ଘରକୁ ଯାଇ ଖୋଲା ଝରକାବାଟେ ବଡ଼ଝିଅ କୋଠରିକୁ ମୁଣାଏ ସୁନାମୋହର ପକାଇଦେଲେ। ସେତକ ଯୌତୁକ ପାଇଁ ଢେର୍‌ ହେବ ଭାବି ପରଦିନ ସକାଳେ ଝିଅଟି ଆନନ୍ଦରେ ଆତ୍ମହରା ହୋଇଗଲା। ଏଥର ନିକୋଲାସ୍‌ ଆଉ ଦୁଇ ଝିଅଙ୍କୁ ସାହାଯ୍ୟ କରିବାକୁ ଚାହିଲେ। କିନ୍ତୁ, ସେମାନଙ୍କ ଝରକା ବନ୍ଦ ରହୁଥିବାରୁ ସେ ଘରର ଚିମ୍‌ନି ବାଟଦେଇ ସୁନାମୋହର ଭରା ଦୁଇଟି ମୁଣା ପକାଇଦେଲେ। ଏମିତି ଗୁପ୍ତରେ ଅପରକୁ ସାହାଯ୍ୟ କରୁଥିବା ଦୟାଳୁ ନିକୋଲାସ୍‌ଙ୍କ ଲୋକପ୍ରିୟତା ବଢ଼ିଲା। କ୍ରମେ ସେ ପିଲା ଓ ନାବିକମାନଙ୍କର ତ୍ରାଣକର୍ତ୍ତା ଭାବେ ପରିଚିତ ହେଲେ। ଓଲନ୍ଦାଜ୍‌ମାନେ ତାଙ୍କ ଭାଷାରେ ନିକୋଲାସ୍‌ଙ୍କୁ ଶ୍ରଦ୍ଧାରେ ସିଣ୍ଟର୍‌ କ୍ଲାସ୍‌ ବୋଲି ଡାକୁଥିଲେ। ସେଥିରୁ ସାଣ୍ଟା କ୍ଲଜ୍‌ ନାମର ଉତ୍ପତ୍ତି ‌ହୋଇଛି।

ଆହୁରି ପଢ଼ନ୍ତୁ:ବ୍ରିଜ ଉପରୁ ଡେଇଁ ଯୁବକଙ୍କର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଧଳାଧଡ଼ିବିଶିଷ୍ଟ ଲାଲ୍‌ ପୋଷାକପରିଚ୍ଛଦ ନିମନ୍ତେ ସ‌ାଣ୍ଟା କ୍ଲଜ୍‌ ଏବେ ଅନାୟାସରେ ଚିହ୍ନି ହୋଇଯାଉଛନ୍ତି। ଆଧୁନିକ ଯୁଗର ଏ ସ‌ାଣ୍ଟା କ୍ଲଜ୍‌ଙ୍କ ରୂପଭେକ ହେଉଛି ଜର୍ମାନ୍‌-ଜନ୍ମିତ ଆମେରିକୀୟ ବ୍ୟଙ୍ଗ ଚିତ୍ରଶିଳ୍ପୀ ଥୋମାସ୍‌ ନାଷ୍ଟ୍‌ଙ୍କ ସୃଷ୍ଟି। ସାଣ୍ଟାଙ୍କର ଏ ପ୍ରତିକୃତି  ୧୮୮୧ ମସିହାରେ ନାଷ୍ଟ୍‌ ‘ହାପର୍ସ ୱିକ୍‌ଲି’ ପତ୍ରିକା ଲାଗି ଆଙ୍କିଥିଲେ। ଆଉ କେତେକ କହନ୍ତି, ‘ଦି କୋକା-କୋଲା କମ୍ପାନି’ ବିଜ୍ଞାପନ ନିମନ୍ତେ ହାଡୋନ୍‌ ସଣ୍ଡ୍‌ବ୍ଲୋମ୍‌ ସାଣ୍ଟାଙ୍କର ଏ ପୋଷାକ ପ୍ରସ୍ତୁତ କରିଥିଲେ। କୋକା-କୋଲାର ଲାଲ୍‌ ଲେବୁଲ୍‌ ରଙ୍ଗ ସହିତ ମେଳ ଖାଇବା ପାଇଁ ସାଣ୍ଟା କ୍ଲଜ୍‌ ପୋଷାକ ବର୍ଣ୍ଣ ଲାଲ୍‌ କରାଯାଇଥିଲା।
କିନ୍ତୁ, ନାଷ୍ଟ୍‌ ଅଙ୍କନ କରିଥିବା ପ୍ରତିକୃତି ପୂର୍ବରୁ ସାଣ୍ଟାଙ୍କ ପୋଷାକ ରଙ୍ଗ ଥିଲା ଈଷତ୍‌ ମାଟିଆ। ତା’ଛଡ଼ା ନାଷ୍ଟ୍‌ ମଧ୍ୟ ସାଣ୍ଟାଙ୍କ ପୋଷାକ ବର୍ଣ୍ଣ ସବୁଜ, ବାଦାମୀ ଓ ମାଟିଆ କରିଥିଲେ। ଏହା ପୂର୍ବରୁ ଅଙ୍କନ କରାଯାଇଥିବା ସାଣ୍ଟା ଲାଲ୍‌ ବା ବାଇଗଣୀ ରଙ୍ଗର ବିସପ୍‌ ରୋବ୍‌ ପିନ୍ଧିଥିବା ଦେଖାଯାଉଥିଲା। ସେମିତି ‌ ଆଗରୁ ଇଂରାଜୀରେ ‘ଫାଦର୍‌ କ୍ରିସ୍‌ମାସ୍‌’ କୁହାଯାଉଥିବା ସାଣ୍ଟାଙ୍କ ପୋଷାକ ରଙ୍ଗ ଥିଲା ସବୁଜ। କିନ୍ତୁ, ୧୯୩୦ ଦଶକରେ କୋକୋ-କୋଲା କମ୍ପାନି ପ୍ରକାଶିତ କରିଥିବା ବିଜ୍ଞାପନରେ ସାଣ୍ଟାଙ୍କୁ ଧଳା ପଶୁଲୋମ ଧଡ଼ି ଲାଗିଥିବା ଗାଢ଼ ଲାଲ୍‌ ରଙ୍ଗ ପୋଷାକ ପିନ୍ଧାଯାଇଥିଲା। ଶେଷରେ ତାହା ବିଶ୍ବବ୍ୟାପୀ ଜନାଦୃତ ହେଲା ଏବଂ ଆଜି ବି ହେଉଛି।

ଆହୁରି ପଢ଼ନ୍ତୁ: ଏହି ଦେଶକୁ ଯାଆନ୍ତୁ: ସାମାନ୍ୟ କାମ କରି ୫ ବର୍ଷରେ ହୋଇଯିବେ କୋଟିପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe