Shri Ram's Path: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାମ-ଗମନପଥ ପରିଯୋଜନା

Advertisment

ଛତିଶଗଡ଼- ଅଙ୍ଗିରାମୁନି ଆଶ୍ରମ: ଛତିଶଗଡ଼ର ଧମତରୀ ଜିଲାର ସାତ ପାହାଡ଼ ମଧ୍ୟରେ ଥିବା ସପ୍ତର୍ଷି ଆଶ୍ରମ ମଧ୍ୟରୁ ଏକ ଆଶ୍ରମ ମହର୍ଷି ଅଙ୍ଗିରା ବା ଅଙ୍ଗରସଙ୍କର । ପୁରାତନ ମାନ୍ୟତା ଅନୁସାରେ, ସପ୍ତଋଷିମାନଙ୍କ ମଧ୍ୟରେ ଅଙ୍ଗିରା ମୁନି ବରିଷ୍ଠ ।

ଛତିଶଗଡ଼- ଅଙ୍ଗିରାମୁନି ଆଶ୍ରମ: ଛତିଶଗଡ଼ର ଧମତରୀ ଜିଲାର ସାତ ପାହାଡ଼ ମଧ୍ୟରେ ଥିବା ସପ୍ତର୍ଷି ଆଶ୍ରମ ମଧ୍ୟରୁ ଏକ ଆଶ୍ରମ ମହର୍ଷି ଅଙ୍ଗିରା ବା ଅଙ୍ଗରସଙ୍କର । ପୁରାତନ ମାନ୍ୟତା ଅନୁସାରେ, ସପ୍ତଋଷିମାନଙ୍କ ମଧ୍ୟରେ ଅଙ୍ଗିରା ମୁନି ବରିଷ୍ଠ ।

fhfsfhfhsfh

ଛତିଶଗଡ଼- ଅଙ୍ଗିରାମୁନି ଆଶ୍ରମ: ଛତିଶଗଡ଼ର ଧମତରୀ ଜିଲାର ସାତ ପାହାଡ଼ ମଧ୍ୟରେ ଥିବା ସପ୍ତର୍ଷି ଆଶ୍ରମ ମଧ୍ୟରୁ ଏକ ଆଶ୍ରମ ମହର୍ଷି ଅଙ୍ଗିରା ବା ଅଙ୍ଗରସଙ୍କର । ପୁରାତନ ମାନ୍ୟତା ଅନୁସାରେ, ସପ୍ତଋଷିମାନଙ୍କ ମଧ୍ୟରେ ଅଙ୍ଗିରା ମୁନି ବରିଷ୍ଠ । ସେ ବେଦକାଳୀନ ଋଷି। ସେ ଋଗ୍‌ବେଦ ଓ ଅଥର୍ବ ବେଦର ଅନେକ ମନ୍ତ୍ରର ଦ୍ରଷ୍ଟା।ସେ ‘ଅଙ୍ଗୀରସ ସଂହିତା’ ନାମକ ଏକ ଗ୍ରନ୍ଥ ପ୍ରଣୟନ କରିଥିଲେ। ‌
ଏହି ଋଷିଙ୍କର ବୃହସ୍ପତି ଆଦି ସାତ ପ୍ରଭାମୟ ପୁତ୍ର ଥିଲେ ଏବଂ ପୁତ୍ର ପୌତ୍ରାଦି କ୍ରମେ ସେମାନେ ବିଭିନ୍ନ ଅଗ୍ନିର ଧାରକ ଥିଲେ। ଅଗ୍ନିଙ୍କ ସହିତ ଅଙ୍ଗିରା ମୁନିଙ୍କର ନିବିଡ଼ ସଂପର୍କ ଥିଲା। ସଂସାରରେ ସେ ଦ୍ବିତୀଅଗ୍ନି ଭାବରେ ପରିଚିତ।

Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍

ଏକ ସମୟର କଥା। ମହର୍ଷି ଅଙ୍ଗିରା କଠୋର ତପସ୍ୟାରେ ନିମଗ୍ନ ଥିଲେ। ତପସ୍ୟାର ପ୍ରଭାବରେ ତାଙ୍କର ଶରୀର ଅତ୍ୟନ୍ତ ତେଜୋମୟ ହୋଇଗଲା। ସେହି ତେଜ ଏତେ ପ୍ରଖର ଥିଲା ଯେ ସ୍ବୟଂ ଅଗ୍ନିଦେବ ତେଜୋମୟ ହୋଇ ମଧ୍ୟ ତାଙ୍କ ତାପରେ ଅତ୍ୟନ୍ତ ସନ୍ତାପିତ ହେଲେ। ତାଙ୍କର ଶରୀର ମଳିନ ହୋଇଗଲା। କିନ୍ତୁ ଏହାର କାରଣ ଜାଣି ନ ପାରି ସେ ମନେ ମନେ ଚିନ୍ତା କଲେ, ଦୀର୍ଘ ସମୟ ସେ ଅନୁପସ୍ଥିତ ରହିବା କାରଣରୁ ବ୍ରହ୍ମା ବୋଧହୁଏ କୌଣସି ଦ୍ବିତୀୟ ଅଗ୍ନି ନିର୍ମାଣ କରିଛନ୍ତି। ତପସ୍ୟାରେ ନିମଗ୍ନ ରହି ମୋର ଅଙ୍ଗକ୍ଷୀଣ ଓ ନିଷ୍ପ୍ରଭ ହୋଇଯାଇଛି। ଏହିପରି ଚିନ୍ତାକରି ଇତସ୍ତତଃ ବୁଲୁ ବୁଲୁ ତାଙ୍କର ଅଙ୍ଗିରା ମୁନିଙ୍କ ସହିତ ସାକ୍ଷାତ ହେଲା। ସେ ଦେଖିଲେ, ଅଙ୍ଗିରା ମୁନି ଅଗ୍ନି ସମାନ ତେଜ ପ୍ରକାଶିତ କରି ସମଗ୍ର ଜଗତକୁ ତାପ ପ୍ରଦାନ କରୁଛନ୍ତି। ଏହା ଦେଖି ଅଗ୍ନି ମହର୍ଷି ଅଙ୍ଗିରାଙ୍କ ନିକଟକୁ ଆସି ତାଙ୍କୁ ଲୋକପାବନ ଅଗ୍ନି ଆସନରେ ପ୍ରତିଷ୍ଠିତ‌ ହେବାକୁ ଅନୁରୋଧ କଲେ। କିନ୍ତୁ ମହର୍ଷି ଅଙ୍ଗିରା ଏହାକୁ ନମ୍ରତାର ସହିତ ଅସ୍ବୀକାର କରିବା ସହିତ ଅଗ୍ନିଦେବଙ୍କୁ ସଶକ୍ତ କରିବାପାଇଁ ଯଜ୍ଞ ଅଗ୍ନି ତାଙ୍କ ପାଖରେ ପହଞ୍ଚାଇବାପାଇଁ କାର୍ଯ୍ୟ କଲେ। ପୁତ୍ର ପୌତ୍ରାଦିକ୍ରମେ ଏହା ଚାଲିଲା। ଏହିପରି ମହାନ ଋଷି ଥିଲେ ଅଙ୍ଗିରା।

Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ

ସିହାବା ପାହାଡ଼ର ଏହି ସ୍ଥାନ ଥିଲା ମହର୍ଷି ଅଙ୍ଗିରାଙ୍କର ତପସ୍ୟା କ୍ଷେତ୍ର। ଏଠାରେ ଥିବା ଏକ ଗୁମ୍ଫା ମଧ୍ୟରେ ମହର୍ଷି ଅଙ୍ଗିରାଙ୍କର ମୂର୍ତ୍ତି ରହିଛି। ତା’ ସହିତ ଶିବ, ଗଣେଶ, ହନୁମାନଙ୍କର ମୂର୍ତ୍ତି ମଧ୍ୟ ଅଛି। ପର୍ବତର ପାଦଦେଶରେ ଏକ ଯଜ୍ଞଶାଳା ଅଛି। ଅଙ୍ଗିରା ମୁନିଙ୍କ ତ୍ରିଶୂଳ ଓ ଚିମୁଟା ସେଠାରେ ପୂଜିତ ହୋଇଥାଏ। ଅନଘ ପୂର୍ଣ୍ଣିମା ଓ ଶ୍ରୀରାମ ନବମୀ ଏଠାର ମୁଖ୍ୟପର୍ବ। ପର୍ବତ ଉପରେ ଏକ ପାଦଚିହ୍ନ ଅଛି। ଏହାକୁ ରାମଙ୍କର ପାଦଚିହ୍ନ ବୋଲି କୁହାଯାଏ। ବନବାସ କାଳରେ ରାମ ଏଠାକୁ ଆସିଥିଲେ ବୋଲି କୁହାଯାଏ।

ଶରଭଙ୍ଗ ମୁନି ଆଶ୍ରମ:
ଦଲଦଲି ଗ୍ରାମ ନିକଟରେ ଥିବା ପର୍ବତ ଶିଖରରେ ରହିଛି ଶରଭଙ୍ଗ ମୁନିଙ୍କର ଆଶ୍ରମ। ଭଗବାନ ଶ୍ରୀରାମ ଚିତ୍ରକୂଟ ଯାତ୍ରା କାଳରେ ସେଠାକୁ ଆସିଥିଲେ। ସେଠାରେ ସେହି ମୁନି ରାମଙ୍କୁ ଦର୍ଶନ କରି ଯୋଗାଗ୍ନିରେ ନିଜର ଶରୀରକୁ ତ୍ୟାଗ କରି ବ୍ରହ୍ମଲୋକ ଯାତ୍ରା କରିଥିଲେ। ଏହି ଆଶ୍ରମରେ ରାମଲକ୍ଷ୍ମଣ କୁଣ୍ଡ ନାମରେ ଏକ ଉଷ୍ମଜଳର କୁଣ୍ଡ ରହିଛି। ତାହା ନିକଟରେ ସୂର୍ଯ୍ୟକୁଣ୍ଡ ନାମରେ ଅନ୍ୟ ଏକ ଶୀତଳଜଳ କୁଣ୍ଡ ରହିଛି। ଏହି ଦୁଇ ଜଳକୁଣ୍ଡ ବର୍ଷସାରା ଜଳପୂର୍ଣ୍ଣ ହୋଇ ରହିଥାଏ। କୁହାଯାଏ ଦଶଥର ଗଙ୍ଗାସ୍ନାନ କଲେ ଯେଉଁ ପୁଣ୍ୟ ମିଳେ, ଥରେ ଶରଭଙ୍ଗ ଆଶ୍ରମ ଗଲେ ସେହି ପୁଣ୍ୟ ଫଳ ମିଳିଥାଏ।
ସେଠାରେ ଏହି ଜଳକୁଣ୍ଡ ବ୍ୟତୀତ ଅଶ୍ବମୁଖୀ ଦେବୀଙ୍କର ମନ୍ଦିର ତଥା ଆଉ କେତେକ କୁଣ୍ଡ ମଧ୍ୟ ରହିଛି। ଆଶ୍ରମବାସୀଙ୍କ ଜଳସଂକଟ ଦୂର କରିବାପାଇଁ ରାମଚନ୍ଦ୍ର ଶର ମାରି ଏହି ଜଳକୁଣ୍ଡ ପ୍ରସ୍ତୁତ କରିଥିଲେ। ଶରତ ପୂର୍ଣ୍ଣିମାର ମେଳା ପାଇଁ ଏହି ଆଶ୍ରମ ବିଶେଷ ଭାବରେ ପ୍ରସିଦ୍ଧ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe