subhasita: ସୁଭାଷିତ: ସୂର୍ଯ୍ୟଙ୍କୁ ଆରୋଗ୍ୟ, ଅଗ୍ନିଙ୍କୁ ଧନ, ଶିବଙ୍କୁ ଜ୍ଞାନ ଓ ବିଷ୍ଣୁଙ୍କୁ ମୋକ୍ଷ ମାଗ

Advertisment

ମହର୍ଷି ବ୍ୟାସଦେବ ବିରଚିତ ‘ଅଷ୍ଟାଦଶ  ପୁରାଣ’ ଅଗାଧ ଜ୍ଞାନର ଭଣ୍ଡାର। ଜୀବନକୁ ଓ ସମାଜକୁ ସଂମାର୍ଜିତ କରିବାପାଇଁ ଏଥିରେ ରହିଛି ପ୍ରଚୁର ଉପାଦାନ। ଏଥିରେ ଏପରି ଅନେକ ବ୍ରତକଥା ରହିଛି, ଯାହାର ପାଳନ ଜୀବନକୁ ସଂପନ୍ନ କରିବା ପାଇଁ ଉଦ୍ଦିଷ୍ଟ।

ମହର୍ଷି ବ୍ୟାସଦେବ ବିରଚିତ ‘ଅଷ୍ଟାଦଶ  ପୁରାଣ’ ଅଗାଧ ଜ୍ଞାନର ଭଣ୍ଡାର। ଜୀବନକୁ ଓ ସମାଜକୁ ସଂମାର୍ଜିତ କରିବାପାଇଁ ଏଥିରେ ରହିଛି ପ୍ରଚୁର ଉପାଦାନ। ଏଥିରେ ଏପରି ଅନେକ ବ୍ରତକଥା ରହିଛି, ଯାହାର ପାଳନ ଜୀବନକୁ ସଂପନ୍ନ କରିବା ପାଇଁ ଉଦ୍ଦିଷ୍ଟ।

dgdagdagdzvcvc

ଆରୋଗ୍ୟଂ ଭାସ୍କରାଦିଚ୍ଛେଦ୍‌
ଧନମିଚ୍ଛେଦ୍‌ ହୁତାଶନମ୍।
ଈଶ୍ବରାଜ୍‌ ଜ୍ଞାନମିଚ୍ଛେଦ୍‌
ମୋକ୍ଷମିଚ୍ଛେଦ୍‌ ଜନାର୍ଦ୍ଦନାତ୍‌।।
-ମତ୍ସ୍ୟପୁରାଣ, ୬୮/୪୧

ମହର୍ଷି ବ୍ୟାସଦେବ ବିରଚିତ ‘ଅଷ୍ଟାଦଶ  ପୁରାଣ’ ଅଗାଧ ଜ୍ଞାନର ଭଣ୍ଡାର। ଜୀବନକୁ ଓ ସମାଜକୁ ସଂମାର୍ଜିତ କରିବାପାଇଁ ଏଥିରେ ରହିଛି ପ୍ରଚୁର ଉପାଦାନ। ଏଥିରେ ଏପରି ଅନେକ ବ୍ରତକଥା ରହିଛି, ଯାହାର ପାଳନ ଜୀବନକୁ ସଂପନ୍ନ କରିବା ପାଇଁ ଉଦ୍ଦିଷ୍ଟ। ଏହିପରି ଗୋଟିଏ ବ୍ରତକଥା ହେଉଛି, ‘ସପ୍ତମୀସ୍ନପନ’ ବ୍ରତ। ଦେବର୍ଷି ନାରଦ ଭଗବାନ ସୂର୍ଯ୍ୟଦେବଙ୍କୁ ପଚାରିଛନ୍ତି- ହେ ପ୍ରଭୁ! କୌଣସି ଆକସ୍ମିକ ତଥା ବେଗବାନ୍‌ କଷ୍ଟରୁ ନିବୃତ୍ତି ପାଇଁ କେଉଁ ବ୍ରତ ପାଳନ କରିବା ଉଚିତ? ତାହାର ଉତ୍ତରରେ ସୂର୍ଯ୍ୟଦେବ ନାରଦଙ୍କୁ ଏହି ବ୍ରତକଥା କହିଛନ୍ତି। ଏହା ‘ମତ୍ସ୍ୟପୁରାଣ’ର ୬୮ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି।
ଦେବର୍ଷି ନାରଦଙ୍କୁ ଏହି ବ୍ରତକଥା କହି, ତାଙ୍କୁ ବ୍ରତପାଳନର ବିଧି  କହିଛନ୍ତି ସୂର୍ଯ୍ୟଦେବ। ଏହି ବ୍ରତ କଲେ ଆକସ୍ମିକ ଉଦ୍‌ବେଗ ଓ ଦୁସ୍ବପ୍ନ ଦୂର ହୁଏ ବୋଲି ମଧ୍ୟ ସେ କହିଛନ୍ତି। ପରିଶେଷରେ ଉପରୋକ୍ତ ଶ୍ଳୋକରେ ଆରୋଗ୍ୟ, ଧନ, ଜ୍ଞାନ ଓ ‌ମୋକ୍ଷ କେଉଁ ଦେବତା ଦେଇପାରିବେ, ତାହା କୁହାଯାଇଛି।

Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ

ଏଥିରେ କୁହାଯାଇଛି- ବ୍ରତଧାରୀ, ବା ଯେ କୌଣସି ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ଆରୋଗ୍ୟଲାଭ ନିମନ୍ତେ, ଅଗ୍ନିଙ୍କୁ ଧନପ୍ରାପ୍ତି ନିମନ୍ତେ, ଈଶ୍ବର (ମହାଦେବ ବା ଶିବ)ଙ୍କୁ ଜ୍ଞାନ ନିମନ୍ତେ ଏବଂ ଜନାର୍ଦ୍ଦନ (ଭଗବାନ ବିଷ୍ଣୁ)ଙ୍କୁ ମୋକ୍ଷଲାଭ ନିମନ୍ତେ ପ୍ରାର୍ଥନା କରିବା ଉଚିତ। ଏହିପରି ପ୍ରାର୍ଥନା କଲେ ସୂର୍ଯ୍ୟ ଆରୋଗ୍ୟ, ଅଗ୍ନି ଧନ, ଶିବ ଜ୍ଞାନ ଓ ବିଷ୍ଣୁ ମୋକ୍ଷ ପ୍ରଦାନ କରିଥାଆନ୍ତି।

Robbery: ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe