Advertisment

Tampara is becoming a destination wedding spot: ତାମ୍ପରା ସାଜିଛି ଡେଷ୍ଟିନେସନ୍‌ ୱେଡିଂ ସ୍ପଟ୍‌

Advertisment

ଆରମ୍ଭ ହୋଇଯାଇଛି ବିବାହ ଋତୁ। ସ୍ମୃତିର ଏହି ନିଆରା ବନ୍ଧନରେ ବାନ୍ଧିହେବାକୁ ବର, ବଧୂଙ୍କର ଯେତିକି ସ୍ବପ୍ନ ରହିଛି ପରିବାରମାନେ ମଧ୍ୟ ସେତିକି ଅପେକ୍ଷାରେ। ସେଥିପାଇଁ ପ୍ରାୟ ମାସେ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ।

Updated On

ଆରମ୍ଭ ହୋଇଯାଇଛି ବିବାହ ଋତୁ। ସ୍ମୃତିର ଏହି ନିଆରା ବନ୍ଧନରେ ବାନ୍ଧିହେବାକୁ ବର, ବଧୂଙ୍କର ଯେତିକି ସ୍ବପ୍ନ ରହିଛି ପରିବାରମାନେ ମଧ୍ୟ ସେତିକି ଅପେକ୍ଷାରେ। ସେଥିପାଇଁ ପ୍ରାୟ ମାସେ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ।

ଅଦ୍ୟତନ ହୋଇଛି
weding

Photograph: (sambad.in)

ଆରମ୍ଭ ହୋଇଯାଇଛି ବିବାହ ଋତୁ। ସ୍ମୃତିର ଏହି ନିଆରା ବନ୍ଧନରେ ବାନ୍ଧିହେବାକୁ ବର, ବଧୂଙ୍କର ଯେତିକି ସ୍ବପ୍ନ ରହିଛି ପରିବାରମାନେ ମଧ୍ୟ ସେତିକି ଅପେକ୍ଷାରେ। ସେଥିପାଇଁ ପ୍ରାୟ ମାସେ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଗୁଆ ନିମନ୍ତ୍ରଣଠାରୁ ଆରମ୍ଭ କରି ବାଟବରଣୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରକ୍ରିୟାର ପୂର୍ବପ୍ରସ୍ତୁତି ସରିଯାଇଥାଏ। ସେହିସବୁ ସ୍ମୃତିକୁ ସୁନେଲି ଇଲାକାରେ ସାଇତି ରଖିବାକୁ କିଏ କେତେ ପ୍ରକାର ଯୋଜନା କରିଥାଏ। କିଏ କ୍ୟା‌ମେରାର ଲେନ୍ସରେ ତ’ ଆଉ କିଏ ସେଇ ଅପାସୋରା ସ୍ମୃତିର ମୁହୂର୍ତ୍ତଗୁଡ଼ିକୁ ପେନ୍‌ ଡ୍ରାଇଭ୍ ଭିତରେ କଏଦ କରି ସାଇତି ରଖନ୍ତି। କିନ୍ତୁ ଆଧୁନିକ ଯୁଗରେ ସବୁକିଛିର ପରିବର୍ତ୍ତନ ହେଉଥିବାବେଳେ ବାହାଘର ପରି ପବ୍ରିତ କାର୍ଯ୍ୟରେ ମଧ୍ୟ ବହୁତ ନୂତନଧାରାକୁ ଆପଣେଇଲେଣି। ଆଉ ଦାଣ୍ଡ ଦୁଆର କି ଖୋଲା ମଣ୍ଡପ ଖୋଜାପଡୁନି। ଖୋଜାପଡୁଛି ସମୁଦ୍ରକୂଳ ଓ ପାହାଡ଼ ଜଙ୍ଗଲ। ଆଗ୍ରହ ବଢୁଛି ପ୍ରକୃତିର କୋଳରେ ବିବାହ କରିବାକୁ। ସେଥିପାଇଁ ନିଜର ସ୍ବପ୍ନର ସ୍ଥାନରେ ନିଆରା ବିବାହ ପାଇଁ ଏବେ ଆପଣାର ପାଲଟିଛି ‘ଡେଷ୍ଟିନେସନ୍‌ ୱେଡିଂ’।

ପ୍ରଥାର ଆରମ୍ଭ କେଉଁଠୁ:

ଡେଷ୍ଟିନେସନ୍‌ ୱେଡିଂ ହେଉଛି ଏକ ବିଦେଶୀ ସଂସ୍କୃତି ଯାହାକି ନରୱେରୁ ଆସିଛି। ଏହି ସଂସ୍କୃତିର ଛାପ ଏବେ ଆମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ୨୦୧୫ରୁ ଏହି ପ୍ରଥା ଆରମ୍ଭ ହୋଇଛି। ବିଦେଶୀମାନେ ମଧ୍ୟ ଆସି ଓଡ଼ିଶାରେ ବିବାହ କରୁଛନ୍ତି। ଉଭୟଙ୍କ ପରିବାର ଯେଉଁଠି ହେଉନା କାହିଁକି ସେମାନେ ଗୋଟିଏ ସ୍ଥାନରେ ମିଳନ ହୁଅନ୍ତି। ପରସ୍ପରଙ୍କୁ ଭେଟିବା ଓ ଚିହ୍ନିବାର ସୁଯୋଗ ମିଳିଥାଏ। ‌େମହେନ୍ଦି, ସଙ୍ଗୀତ, ହଳଦୀଠାରୁ ଆରମ୍ଭ କରି ରିସେପ୍ସନ୍‌ ପାର୍ଟି ପର୍ଯ୍ୟନ୍ତ ସେହି ଗୋଟିଏ ସ୍ଥାନରେ ସରିଥାଏ। ସକାଳୁ ରାତି ପର୍ଯ୍ୟନ୍ତ ଖାଇବା, ପିଇବା, ଡିଜେ ଓ ନାଚଗୀତର ଆସର ପରିବେଶକୁ ଝୁମାଇଦେଇଥାଏ।

ମୁଖ୍ୟ ଆକର୍ଷଣରେ ଲଙ୍କା, ଲେମ୍ବୁ, ପିଆଜ, ରସୁଣ

ଏ ନେଇ ସହିଦ ନଗରସ୍ଥିତ ଆମେଷ୍ଟ୍ରୋ ଇଭେଣ୍ଟ୍‌ସ୍‌ର ସ୍ବତ୍ବାଧିକାରୀ ନିରୋଜ କୁମାର ସାହୁ କୁହନ୍ତି, ଗୋଟିଏ ଡେଷ୍ଟିନେସନ୍‌ ‌ୱେଡିଂ ପାଇଁ ଆମକୁ ବାହାଘରର କିଛିଦିନ ଆଗରୁ ପ୍ରସ୍ତୁତ ହେବାକୁ ପଡ଼େ। କାର୍ଡ ଛାପିବାଠାରୁ ଆରମ୍ଭ କରି  ଅତିଥି ନମନ୍ତ୍ରଣ, ସେମାନଙ୍କୁ ନେବା ଆଣିବାର ଦାୟିତ୍ବ, ରୁମ୍‌ ବୁକ୍‌ କରିବା ପର୍ଯ୍ୟନ୍ତ ସମସ୍ତ ଆତିଥ୍ୟକୁ ଆମକୁ ସମ୍ପାଦନ କରିବାକୁ ପଡ଼ିଥାଏ। ଆଜିକାଲି ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ବାହାଘର କରିବାକୁ ସମସ୍ତ ଇଚ୍ଛାପ୍ରକଟ କରୁଛନ୍ତି। ତାମ୍ପରା ଏବେ ଲୋକଙ୍କ ବିଶେଷ ଆକର୍ଷଣରେ ଆସିଛି। ବିଭିନ୍ନ ପ୍ରକାର ସାଜସଜାକୁ ଗୁରୁତ୍ବ ଦିଆଯାଉଛି। ଯେପରି ଲଙ୍କା, ଲେମ୍ବୁ, ପିଆଜ, ରସୁଣ, ପାନପତ୍ର , ଶୁଖିଲା ଲଙ୍କା, ବିଭିନ୍ନ ଚୁଡ଼ି ଝୁଡ଼ି ଆଦିକୁ ଷ୍ଟେଜ୍‌ରେ ରଖାଯାଇଚି। ଯାହା ଲୋକଙ୍କୁ ବହୁ ମଜାଦାର ଓ ଆକର୍ଷଣୀୟ କରିପାରିଛି।

ଆହୁରି ପଢ଼ନ୍ତୁ: ଝୁମୁରୁ ଝୁମୁରୁ ପାଉଁଜି ଲୋ...

କେଉଁଠି କେଉଁଠି.....

ଡେଷ୍ଟିନେସନ୍‌ ୱେଡିଂ ପାଇଁ ବିଭିନ୍ନ ସମୁଦ୍ରକୂଳିଆ ସ୍ଥାନକୁ ଚୟନ କରାଯାଏ। ପ୍ରକୃତି କୋଳରେ ଦୁଇମନ ମିଶାଇବା ପାଇଁ ୱେଡିଂପ୍ଲାନର କମ୍ପାନିମାନେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ବ‌େନ୍ଦାବସ୍ତ କରିଥାନ୍ତି। ସେଥିପାଇଁ ସୁନ୍ଦର ସୁନ୍ଦର ସ୍ଥାନକୁ ମଧ୍ୟ ସୂଚି ଭିତରେ ରଖାଯାଇଥାଏ। ଯେପରି ପୁରୀ ମେ’ଫେୟାର ରିସୋର୍ଟ, ସ୍ବସ୍ତି ଚିଲିକା ରିସୋର୍ଟ, ଗୋପାଳପୁର, ଚାନ୍ଦିପୁର, ଶିଆଳି ଆଦି ସ୍ଥାନକୁ ଗୁରୁତ୍ବ ଦିଆଯାଉଛି। ୱେଡିଂପ୍ଲାନର କମ୍ପାନିମାନେ ଥିମ୍‌ ଅନୁଯାୟୀ ବଜେଟ୍‌ ପ୍ରସ୍ତୁତ କରିଥାଆନ୍ତି। ୫ ଲକ୍ଷରୁ ଆରମ୍ଭ କରାଯାଇ ୨୦ ଲକ୍ଷ ପର୍ଯ୍ୟନ୍ତ ଭେନୁ ବୁକ୍‌ କରାଯାଇଥାଏ। ସେହିପରି ଫଟୋଗ୍ରାଫି ପାଇଁ ୨.୮ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ।

ଏବେ ମୁଖ୍ୟ ଆକ‌ର୍ଷଣରେ ତାମ୍ପରା:

ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇ ରହି ନାହିଁ। ଯୋଧପୁର, ଜୟପୁର, ଗୋଆ ବା କେରଳ ଭଳି ଓଡ଼ିଶ‌ାରେ ବି ‌ଡେଷ୍ଟିନେସନ୍‌ ୱେଡିଂ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ଧୀରେ ଧୀରେ ପୁରୀ, କୋଣାର୍କ ଛାଡ଼ି ଟିକେ ଦୂରରେ ବିବାହର ମଜା ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବର ଓ କନ୍ୟା। ଗଞ୍ଜାମର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ତାମ୍ପରା ହ୍ରଦ। ୩୦୦ ହେକ୍ଟର(୭୪୦ ଏକର) ପରିମିତ ଇଲାକାରେଏହି ମଧୁରଜଳର ହ୍ରଦ ରହିଛି। ଯାହାକି ଋଷିକୁଲ୍ୟା ନଦୀ ସହ ସଂଯୁକ୍ତ। ନଦୀର ବନ୍ୟାଜଳ ଏହାର ଜୈବ ବିବିଧତାକୁ ସମୃଦ୍ଧ କରିଥାଏ। ଏଥିପାଇଁ ଏହି ହ୍ରଦ ରାମସର ଆର୍ଦ୍ରଭୂମି(୨୪୯୮) ତାଲିକାରେ ସାମିଲ ହୋଇଛି। ଆଉ ଏଠାକାର ପରିବେଶ ୬୦ ପ୍ରଜାତିର ପକ୍ଷୀ ଓ ୪୬ ପ୍ରଜାତିର ମାଛ ପାଇଁ ବେଶ୍ ଅନୁକୂଳ। ତାମ୍ପରାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା ହୋଇଛି। ସେଥିପାଇଁ ଏହାକୁ ଏବେ ୱେଡିଂର ଡେଷ୍ଟିନେସନ୍‌ ଭାବେ ଲୋକେ ଆପଣାଉଛନ୍ତି। 

ଆହୁରି ପଢ଼ନ୍ତୁ: ମହିଳାମାନଙ୍କ ଗାଁ ଉମୋଜା

୩୬୦ ସେଲ୍ଫି ବୁଥ୍‌ ପ୍ରତି ଆକର୍ଷଣ

ଆକର୍ଷଣରେ ଥାଏ ଫଟୋ ଉତ୍ତୋଳନ। ଆଜିକାଲି ସିନେମାଟୋଗ୍ରାଫିକୁ ଖୁବ୍‌ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ପୋଜ୍‌ ଦେବା ସହିତ ବାଡୁଅ ପାଣି ଗାଧୋଇବାଠାରୁ ଆରମ୍ଭ କରି ବିଦାୟୀ ପର୍ଯ୍ୟନ୍ତ ସମସ୍ତ ମୁହୂର୍ତ୍ତକୁ ସେହି କ୍ୟାମେରାର ଲେନ୍ସ୍‌ରେ ସଜେଇ ରଖାଯାଏ।  କନ୍‌ସେପ୍ଟ ଅନୁଯାୟୀ ପେ‌ାଷାକ ରଙ୍ଗ, ଜୁଏଲାରି ଆଦିକୁ ଚୟନ କରାଯାଇଥାଏ। ଝିଅଟିଏ ଆସିବା ସମୟରେ ଉପରେ ଫୁଲ ଚାଦର ପକେଇବା, କେଉଁଠି କେଉଁଠି ଗୋଲାପ ଫୁଲକୁ ତଳେ ବିଛା ଯାଇଥାଏ। ବର କନ୍ୟାଙ୍କ ଅନୁସାରେ ସମାନ ରଙ୍ଗର ପୋଷାକ ପରିଧାନ କରିବା, ଧଳା ଥିମ୍‌, କକ୍‌ଟେଲ୍‌ ଓ ମକ୍‌ଟେଲ୍‌ ପାର୍ଟି, ବରଣମାଳା ପିନ୍ଧାଇବା ପକ୍ରିୟା, ମାରୱାଡିଙ୍କ ମାଇରା ପରମ୍ପରା ଓ ଘୂର୍ଣ୍ଣନ ଟେବୁଲ୍‌ (୩୬୦ ସେଲ୍ଫି ବୁଥ୍‌) ଉପରେ ଠିଆହୋଇ ସେଲ୍‌ଫି ନେବା ପ୍ରକ୍ରିୟାକୁ ଖୁବ୍‌ ଗୁରୁତ୍ବ ଦିଆଯାଉଛି। ଏହି ଟେବୁଲ୍‌ ଉପରେ ଠିଆ ହୋଇ ଜଣେ ଆଉ ଜଣଙ୍କୁ ବରଣମାଳା ପିନ୍ଧାଇବା, ବିଭିନ୍ନ ସେଲ୍‌ଫି ସୁଟ୍‌ କରିବା, ବିଭିନ୍ନ ରିଲ୍‌ସରେ ନାଚିବା ସହିତ ଆସିଥିବା ଅତିଥିମାନେ ମଧ୍ୟ ଏହାକୁ ଖୁବ୍‌ ପସନ୍ଦ କରିଥାନ୍ତି। ମୁଖ୍ୟତଃ ତିନିଦିନ ଏଠାରେ ରହିବାକୁ ପଡ଼ିଥାଏ। ପ୍ରଥମ ସଂଧ୍ୟାରେ ମକ୍‌ଟେଲ୍‌ ବା କକ୍‌ଟେଲ୍‌ ପାର୍ଟି, ଦ୍ବିତୀୟ ଦିନରେ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ଓ ତୃତୀୟ ଦିନରେ ବିବାହ କାର୍ଯ୍ୟ ସମ୍ପାଦନ ହୋଇଥାଏ।

ଆହୁରି ପଢ଼ନ୍ତୁ: ଆମେ ସମ୍ବଲପୁରିଆ ଫୁଲରେ… ଦକ୍ଷିଣ ଆଫ୍ରିକାରେ ଶୁଭିଲା ସମ୍ବଲପୁରୀ ଗୀତ, ଘଡ଼ିଏ ଛିଡ଼ା ହୋଇ ମୋଦୀ ଦେଖିଲେ ନୃତ୍ୟ…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe