Advertisment

The difficulty of crying in space: ମହାକାଶରେ କାନ୍ଦିବାର କଷ୍ଟ

Advertisment

ପୃଥିବୀ ପୃଷ୍ଠରେ କେହି କାନ୍ଦିଲେ ସ୍ବାଭାବିକ ଭାବେ ଆଖିରୁ ଲୁହ ଝରେ। ଏହା ଏକ ବଡ଼ କଥା ନୁହେଁ। ମାତ୍ର ମହାକାଶରେ କାନ୍ଦିବା ସଂପୂର୍ଣ୍ଣ ଭିନ୍ନ ଅଭିଜ୍ଞତା। ଆପଣ ଜାଣନ୍ତି କି ମହାକାଶରେ ମହାକାଶଚାରୀ କାନ୍ଦିଲେ କ’ଣ ହୋଇଥାଏ?

ପୃଥିବୀ ପୃଷ୍ଠରେ କେହି କାନ୍ଦିଲେ ସ୍ବାଭାବିକ ଭାବେ ଆଖିରୁ ଲୁହ ଝରେ। ଏହା ଏକ ବଡ଼ କଥା ନୁହେଁ। ମାତ୍ର ମହାକାଶରେ କାନ୍ଦିବା ସଂପୂର୍ଣ୍ଣ ଭିନ୍ନ ଅଭିଜ୍ଞତା। ଆପଣ ଜାଣନ୍ତି କି ମହାକାଶରେ ମହାକାଶଚାରୀ କାନ୍ଦିଲେ କ’ଣ ହୋଇଥାଏ?

hfshsfhfhhf

ପୃଥିବୀ ପୃଷ୍ଠରେ କେହି କାନ୍ଦିଲେ ସ୍ବାଭାବିକ ଭାବେ ଆଖିରୁ ଲୁହ ଝରେ। ଏହା ଏକ ବଡ଼ କଥା ନୁହେଁ। ମାତ୍ର ମହାକାଶରେ କାନ୍ଦିବା ସଂପୂର୍ଣ୍ଣ ଭିନ୍ନ ଅଭିଜ୍ଞତା। ଆପଣ ଜାଣନ୍ତି କି ମହାକାଶରେ ମହାକାଶଚାରୀ କାନ୍ଦିଲେ କ’ଣ ହୋଇଥାଏ? ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ଯେ, ମହାକାଶଚାରୀମାନେ ମଧ୍ୟ ମହାକାଶରେ କାନ୍ଦିଥାନ୍ତି। କାରଣ ପୃଥିବୀ ଛାଡ଼ିବା ପରେ ବି ସେମାନଙ୍କର ଆବେଗ ଶେଷ ହୋଇ ନଥାଏ। ସେଠାରେ ମଧ୍ୟ ଦୁଃଖ, ଚାପ, ଚିଡ଼ଚିଡ଼ାପଣ ଓ ଭାସମାନ ଧୂଳି ଆଖିରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଫଳରେ ଲୁହ ଆସିବା ଏକ ସ୍ବାଭାବିକ କଥା। ହେଲେ ମହାକାଶଚାରୀଙ୍କ ଲୁହ ପୃଥିବୀ ପୃଷ୍ଠର ଲୋକମାନଙ୍କର ଲୁହ ପରି ସାଧାରଣ ନୁହେଁ। 

PMAY: ଗରିବଙ୍କୁ ମିଳୁନି ଘର; ଭାଇ ଘରେ ଆଶ୍ରୟ ନେଉଛନ୍ତି ଦଂପତି

ମହାକାଶରେ ଲୁହ ଗାଲ ଦେଇ ବୋହିଯାଏ ନାହିଁ। ଲୁହ ଯେଉଁଠି ସୃଷ୍ଟି ହୁଏ, ସେଇଠି ହିଁ ଅଟକି ରହେ। ଏନେଇ ଗବେଷକମାନେ ମତ ଦିଅନ୍ତି କି ମାଧ୍ୟାକର୍ଷଣ ଶକ୍ତି ନଥିବା ହେତୁ ଲୁହ ତଳକୁ ନଖସି ଆଖି ଚାରିପାଖରେ ଜମାହୋଇ ରହେ। ସେହି ଲୁହ ଏକ ପତଳା ଓ ଗୋଲାକାର ଆସ୍ତରଣ ସୃଷ୍ଟି କରେ; ଯାହାକି ଆଖି ମିଟିମିଟି କଲେ ମଧ୍ୟ ତଳେ ପଡ଼ି ନଥାଏ। ଫଳରେ ଆଖିଦୁଇଟି ପାଣିରେ ଆଚ୍ଛାଦିତ ହୋଇ ରହିବା ପରି ଅନୁଭୂତ ହୁଏ। ସେ ସମୟରେ ଯଦିଓ ଆଖିକୁ ଝାପ୍‌ସା ଦିଶେ; ମାତ୍ର ଏହାର କୌଣସି କୁପ୍ରଭାବ ନଥାଏ କିମ୍ବା ଯନ୍ତ୍ରଣା ହୁଏ ନାହିଁ।  

Silver Import by India: ତିନିଗୁଣ ଅଧିକ ମୂଲ୍ୟ ସତ୍ତ୍ୱେ ସବୁଠାରୁ ଅଧିକ ରୂପା ଆମଦାନୀ କରୁଛି ଭାରତ

ଯେତେବେଳେ ପ୍ରଥମ ଥର ପାଇଁ ମହାକାଶଚାରୀଙ୍କ ସହିତ ଏପରି ହୁଏ, ସେମାନେ ଅସହଜ ଅନୁଭବ କରନ୍ତି ଏବଂ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ମହାକାଶଚାରୀମାନେ ମହାକାଶଯାନରେ ଭାସୁଥିବା କୌଣସି ତରଳ ପଦାର୍ଥ ଯଥା- ପାଣି, ଝାଳ ଓ ଲୁହ ଆଦିକୁ ଅଣଦେଖା କରନ୍ତି ନାହିଁ। କାରଣ ମହାକାଶରେ ମାଧ୍ୟାକର୍ଷଣର ଅନୁପସ୍ଥିତି ଯୋଗୁଁ ତରଳ ପଦାର୍ଥ ବାୟୁମଣ୍ଡଳରେ ବୁନ୍ଦା ଆକାରରେ ଭାସିଥାଏ, ଯାହା ବିଭିନ୍ନ ଉପକରଣ ବା ଭେଣ୍ଟ ସିଷ୍ଟମ୍‌ରେ ପ୍ରବେଶ କରି କ୍ଷତି ପହଞ୍ଚାଇପାରେ। ତେଣୁ ମହାକାଶଚାରୀମାନେ ବିଶେଷ ଶୋଷକ କପଡ଼ା ସାହାଯ୍ୟରେ ସେମାନଙ୍କର ଲୁହକୁ ସାବଧାନତାର ସହିତ ପୋଛି ଦିଅନ୍ତି। ଏହା ଦ୍ବାରା ଉଭୟ ମହାକାଶଚାରୀ ଓ ମହାକାଶଯାନ ସୁରକ୍ଷିତ ରହିଥା‌ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe