The forgotten story of India: ଭାରତ ଭୁଲି ଯାଇଥିବା କାହାଣୀ: ଅଠେଇଶ ବର୍ଷ ତଦନ୍ତ ପରେ ଧରାପଡ଼ିଲେ ହତ୍ୟାକାରୀ

Advertisment

କେରଳର କୋଟ୍ଟୟାମ୍‌ସ୍ଥିତ ‘ସେଣ୍ଟ୍‌ ପାୟସ୍‌ କନ୍‌ଭେଣ୍ଟ’ ପରିସରସ୍ଥ ଗୋଟାଏ ଗଭୀର କୂଅ ଭିତରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା ସିଷ୍ଟର୍‌ ଅଭୟାଙ୍କୁ। ନନ୍‌ କାର୍ଯ୍ୟ କରୁଥିବା ସିଷ୍ଟର୍‌ ଅଭୟାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପ୍ରାୟ ୨୮ ବର୍ଷ ଚାଲିଥିଲା।

କେରଳର କୋଟ୍ଟୟାମ୍‌ସ୍ଥିତ ‘ସେଣ୍ଟ୍‌ ପାୟସ୍‌ କନ୍‌ଭେଣ୍ଟ’ ପରିସରସ୍ଥ ଗୋଟାଏ ଗଭୀର କୂଅ ଭିତରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା ସିଷ୍ଟର୍‌ ଅଭୟାଙ୍କୁ। ନନ୍‌ କାର୍ଯ୍ୟ କରୁଥିବା ସିଷ୍ଟର୍‌ ଅଭୟାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପ୍ରାୟ ୨୮ ବର୍ଷ ଚାଲିଥିଲା।

Untitled-1 copy

the-forgotten-story-of-india

କେରଳର କୋଟ୍ଟୟାମ୍‌ସ୍ଥିତ ‘ସେଣ୍ଟ୍‌ ପାୟସ୍‌ କନ୍‌ଭେଣ୍ଟ’ ପରିସରସ୍ଥ ଗୋଟାଏ ଗଭୀର କୂଅ ଭିତରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା ସିଷ୍ଟର୍‌ ଅଭୟାଙ୍କୁ। ନନ୍‌ କାର୍ଯ୍ୟ କରୁଥିବା ସିଷ୍ଟର୍‌ ଅଭୟାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପ୍ରାୟ ୨୮ ବର୍ଷ ଚାଲିଥିଲା। ଏଯାବତ୍‌ କେରଳରେ ଅନ୍ୟ କୌଣସି ନରହତ୍ୟା ଘଟଣାରେ ଏତେ ବର୍ଷ ତଦନ୍ତ କରାଯାଇନାହିଁ। ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ପୁଲିସ ଓ ରାଜ୍ୟ ପୁଲିସ କ୍ରାଇମ୍‌ ବ୍ରାଞ୍ଚ୍‌ ବିଭାଗ ରିପୋର୍ଟ ଦେଇଥିଲେ। କିନ୍ତୁ, ଜୋମୋନ୍‌ ପୁଥେପୁକ୍ରାକଲ୍‌ ନାମକ ଜଣେ ମାନବ ଅଧିକାର କର୍ମୀଙ୍କ ଉଦ୍ୟମ ଓ ଜନ ପ୍ରତିବାଦ ଯୋଗୁଁ ହାଇକୋର୍ଟ ଘଟଣାର ତଦନ୍ତଭାର ସିବିଆଇ ଉପରେ ନ୍ୟସ୍ତକରି ଶେଷରେ ଆତତାୟୀଙ୍କୁ ଧରିବାରେ ସମର୍ଥ ହୋଇଥିଲା।

Pre-Christmas Festival: ଘୁ.ଉଦୟଗିରିରେ ପ୍ରାକ୍ ଖ୍ରୀଷ୍ଟମାସ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ

୧୯୭୧ ଫେବ୍ରୁଆରି ୨୬ରେ ଜନ୍ମିତା ସିଷ୍ଟର୍‌  ଅଭୟାଙ୍କ ପ୍ରକୃତ ନାଁ ବୀଣା ଥୋମାସ୍‌। ସେ କୋଟ୍ଟୟାମ୍‌ ବିସିଏମ୍‌ କଲେଜ୍‌ରେ ଦ୍ବିତୀୟବାର୍ଷିକୀ ଛାତ୍ରୀ ତଥା ‘କନାନାୟା କ୍ୟାଥୋଲିକ୍‌ କମ୍ୟୁନିଟି’ର ଅନ୍ୟତମ ସଦସ୍ୟା ବା ନନ୍‌ ଥିଲେ। ଦିନ ସବୁ ଠିକ୍‌ ଚାଲୁଥିଲା।

କୂଅ ଭିତରେ ନନ୍‌ ଅଭୟାଙ୍କ ମୃତଦେହ
ପରୀକ୍ଷା ଥିବାରୁ ୧୯୯୨ ମାର୍ଚ୍ଚ ୨୭ ତାରିଖ ରାତି ୪ଟା ବେଳେ ପାଠ ପଢ଼ିବାକୁ ଉଠିଥିବା ୨୧ ବର୍ଷୀୟା ଅଭୟା ପାଣି ପିଇବାକୁ କନ୍‌ଭେଣ୍ଟ୍‌ ରୋଷେଇଘରକୁ ଯାଇଥିଲେ। ଏହାର କିଛି ସମୟ ଅନ୍ତେ କୂଅ ମଧ୍ୟରେ ତାଙ୍କ ଶବ ପଡ଼ିଥିବା ଦେଖି ସମସ୍ତଙ୍କ ମନରେ ସ‌ନ୍ଦେହ ହେଲା। ସୂଚନା ପାଇ ପୁଲିସ ଘଟଣାର ତଦନ୍ତ ଚଳାଇଲା। କନ୍‌ଭେଣ୍ଟ୍‌ର ମଦର୍‌ ସୁପରିୟର୍‌ ସିଷ୍ଟର୍‌ ଲିସ୍ୟୁଙ୍କ ବୟାନ୍‌ ଆଧାରରେ ପୁଲିସ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁକଲା। ତଦନ୍ତ କରିବାପରେ ଏହା ଆତ୍ମହତ୍ୟାଜନିତ ମୃତ୍ୟୁ ବୋଲି ଦର୍ଶାଇ ପୁଲିସ ମାମଲା ବନ୍ଦ କରିଦେଲା। କିନ୍ତୁ, ଜନଅସନ୍ତୋଷ ଦେଖାଦେବାରୁ ଏପ୍ରିଲ୍‌ ୧୩ରେ ରାଜ୍ୟ ପୁଲିସ ବିଭାଗର କ୍ରାଇମ୍‌ ବ୍ରାଞ୍ଚ୍‌ ଏ ଘଟଣାର ତଦନ୍ତ ଭାର ନେଲା। ମୃତ ନନ୍‌ ମାନସିକ ସ୍ତରରେ ଅସୁସ୍ଥ ଥିବାରୁ ଆତ୍ମହତ୍ୟା କରିଛନ୍ତି ବୋଲି ୧୯୯୩ ଜାନୁଆରି ୩୦ରେ କ୍ରାଇମ୍‌ ବ୍ରାଞ୍ଚ୍‌ ଚୂଡ଼ାନ୍ତ ରିପୋର୍ଟ ଦେଲା।

ହାଇକୋର୍ଟରେ ମାମଲା
ସର୍ବସାଧାରଣ କିନ୍ତୁ, ଏ ରିପୋର୍ଟ ପ୍ରତି ସନ୍ଦେହବ୍ୟକ୍ତ କଲେ। ସେମାନଙ୍କର ଧାରଣା ଥିଲା ଏଇଟା ନିଶ୍ଚୟ ହତ୍ୟା ଘଟଣା। ହୁଏତ ପ୍ରମାଣ ସବୁ ନଷ୍ଟ କିଂବା ସୁବିଧା ଅନୁସାରେ ପରିବର୍ତ୍ତନ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଜାଲିଆତି ହୋଇଛି। ରାସାୟନିକ ବିଶ୍ଳେଷଣ କରାଯିବାରେ ବିଳମ୍ବ ହୋଇଛି ଏବଂ ଅଭୟାଙ୍କ ପୋଷାକ ନ‌ଷ୍ଟ କରିଦିଆଯାଇଛି। ଏତାଦୃଶ ଜନ ଅସନ୍ତୋଷ ମାନବ ଅଧିକାର କର୍ମୀ ଜୋମୋନ୍‌ ପୁଥେନ୍‌ପୁରାକାଲ୍‌ଙ୍କୁ ‘ସିଷ୍ଟର୍‌ ଅଭୟା କେସ୍‌ ଆକ୍‌ସନ୍‌ କାଉନ୍‌ସିଲ୍‌ ଫର୍‌ ଜଷ୍ଟିସ୍‌’ ଗଠନ କରାଇବା ଲାଗି ପ୍ରେରିତ କଲା। ଏହି ସଂଗଠନର ନେତୃତ୍ବ ନେଇ ସେ କେରଳ ହାଇକୋର୍ଟରେ ମାମଲା ଦାଏର କଲେ। ପରିଶେଷରେ ୧୯୯୩ରେ କେରଳ ହାଇକୋର୍ଟ ଅଭୟା ମୃତ୍ୟୁ ଘଟଣା ତଦନ୍ତ କରିବା ଲାଗି ସିବିଆଇକୁ ଦାୟିତ୍ବ ଦେଲେ।

ସିବିଆଇ କହିଲା ପ୍ରମାଣ ନାହିଁ
ସିବିଆଇର ପ୍ରଥମ ଟିମ୍‌ ଅଭୟାଙ୍କ ମୃତ୍ୟୁର କାରଣ ଉନ୍ମୋଚନ କରିବାରେ ବିଫଳ ହେଲା। ହାଇକୋର୍ଟଙ୍କ ଆଦେଶକ୍ରମେ ଦ୍ବିତୀୟ ଟିମ୍‌ ଗଠନ କରାଗଲା। ତିନିଜଣ ଡାକ୍ତରଙ୍କ ମତାମତ ବିଶ୍ଳେଷଣକରି ଦ୍ବିତୀୟ ଟିମ୍‌ ରିପୋର୍ଟ ଦେଲା ଯେ ଏହା ନିଃସନ୍ଦେହ ହତ୍ୟାକାଣ୍ଡ, କିନ୍ତୁ ଆତତାୟୀଙ୍କୁ ଧରିବା ପାଇଁ ଯଥେଷ୍ଟ ପ୍ରମାଣ ନାହିଁ। ହାଇକୋର୍ଟ ଏ ରିପୋର୍ଟ ଅଗ୍ରାହ୍ୟ କରିବାରୁ ଆର୍‌ ଆର୍‌ ସହାୟ ନାମକ ଆଉଜଣେ ଅଧିକାରୀଙ୍କ ନେତୃତ୍ବରେ ପୁନଶ୍ଚ ତଦନ୍ତ ଚାଲିଲା। ୨୦୦୫ ଅଗଷ୍ଟ ୨୫ରେ ସିବିଆଇ ରିପୋର୍ଟ ଦେଲା କି, ସିଷ୍ଟର୍‌ ଅଭୟାଙ୍କ ମୃତ୍ୟୁ ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ସମ୍ପର୍କରେ ଆଭାସ ମିଳୁନାହିଁ। ହାଇକୋର୍ଟ ଏ ତଦନ୍ତ ରିପୋର୍ଟ ଗ୍ରହଣ କଲେନାହିଁ। ତେଣୁ ‌ତଦନ୍ତ ଚାଲିଲା। ୨୦୦୮ ସେପ୍ଟେମ୍ବର ୪ରେ ହାଇକୋର୍ଟ କୋଚିସ୍ଥିତ ସିବିଆଇ କେରଳ ୟୁନିଟ୍‌କୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କଲେ। ଏହାକୁ ମିଶାଇ ସିବିଆଇ ଅଦାଲତଙ୍କୁ ୪ଥର ଜଣାଇଲା ଯେ ପ୍ରମାଣ ମିଳୁ ନ ଥିବାରୁ ମାମଲା ବନ୍ଦ କରିଦିଆଯାଉ। ମାତ୍ର ହାଇକୋର୍ଟ ପୁଣି ୨୦୦୮ ନଭେମ୍ବର ପ୍ରାରମ୍ଭରେ ସିବିଆଇ ରାଜ୍ୟ ୟୁନିଟ୍‌କୁ ତଦନ୍ତ ଭାର ଦେଇ ୩ ମାସରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ। 

UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…

ଚୋର ଦେଲା ସାକ୍ଷୀ
ଡିଏସ୍‌ପି ନନ୍ଦକୁମାରନ୍‌ ନାୟର୍‌ଙ୍କ ନେତୃତ୍ବରେ ନୂଆ ସିବିଆଇ ଟିମ୍‌ ଗଠିତ ହେଲା। ସେମାନେ ଅଭୟାଙ୍କ ମୃତ୍ୟୁ ସମୟରେ କନ୍‌ଭେଣ୍ଟ୍‌ର ପାଖ ପ୍ରକୋଷ୍ଠରେ ରହୁଥିବା ସଞ୍ଜୁ ପି ମାଥ୍ୟୁଙ୍କଠାରୁ ବୟାନ୍‌ ରେକର୍ଡ କରାଇଲେ। ବୟାନ୍‌ରେ ସେ କହିଲେ କି, ନନ୍‌ ଅଭୟାଙ୍କ ମୃତ୍ୟୁ ପୂର୍ବଦିନ ସେ କନ୍‌ଭେଣ୍ଟ୍‌ ହଷ୍ଟେଲ୍‌ ପରିସରରେ ଫାଦର୍‌ ‌ଥୋମାସ୍‌ ଏମ୍‌ କୋଟ୍ଟୂର୍‌ଙ୍କୁ ଦେଖିଥିଲେ। ତା’ ଛଡ଼ା ଏକଦା ଛୋଟମୋଟ ଚୋରିଚପାଟି କରୁଥିବା ଅଡ଼ାକ୍କା ରାଜୁ ନାମରେ ଜଣେ ବ୍ୟକ୍ତି ମଧ୍ୟ କହିଲା ଯେ ସେଦିନ ପାହାନ୍ତାରେ ଦୁଇଜଣ ପାଦ୍ରୀ କନ୍‌ଭେଣ୍ଟ୍‌ ଛାତରେ ଟର୍ଚମାରି ବୁଲାବୁଲି କରୁଥିବା ସେ ଦେଖିଥିଲା। ଦୁହିଁଙ୍କ ବୟାନ୍‌, ଆଉ କେତେକ ସାକ୍ଷ୍ୟପ୍ରମାଣ, ଫୋରେନ୍‌ସିକ୍‌ ତଥ୍ୟାବଳୀ ଓ ବିବାଦୀୟ ନାର୍କୋ ଟେଷ୍ଟ୍‌ ଆଧାରରେ ସିବିଆଇ ୨୦୦୮ ନଭେମ୍ବର ୧୯ରେ ଫାଦର୍‌ କୋଟ୍ଟୂର୍‌, ପାଦ୍ରୀ ପୂଥ୍ରିକ୍କେୟଲ୍‌ ଓ ସିଷ୍ଟର୍‌ ସେଫିଙ୍କୁ ଗିରଫ କଲା।

ଆପତ୍ତିଜନକ ଅବସ୍ଥାରେ କୋଟ୍ଟୂର ଓ ସେଫି 
୨୦୨୦ ଡିସେମ୍ବର ୨୨ରେ ତିରୁଅନନ୍ତପୁରମ୍‌ଠାରେ ସିବିଆଇର ସ୍ବତନ୍ତ୍ର ଅଦାଲତ ଏହି ୨୮ ବର୍ଷ ପୁରାତନ ନରହତ୍ୟା ମାମଲା ଉପରେ ରାୟଦେଲେ। ସିବିଆଇ ଅଦାଲତ କହିଲେ ଯେ ସେଦିନ ତରୁଣୀ ନନ୍‌ ଅଭୟା ପାହାନ୍ତା ପହରରେ ଉଠିପଡ଼ି ଫ୍ରିଜ୍‌ରୁ ପାଣି ଆଣିବା ଲାଗି ରୋଷେଇଘରକୁ ଯାଇଥିଲେ। ସେଠାରେ ସେ ଫାଦର୍‌ କୋଟ୍ଟୂର୍‌ ଓ ସିଷ୍ଟର୍‌ ସେଫିଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିପକାଇଲେ। ଦେଖିଥିବା ଘଟଣା ଅଭୟା କାଳେ ପ୍ରଘଟ କରିଦେବେ- ଏଇ ଆଶଙ୍କାରେ ଦୁହେଁ ତାଙ୍କୁ ହତ୍ୟାକରି ତାଙ୍କ ଶବ କୂଅରେ ଫିଙ୍ଗିଦେଲେ। ହତ୍ୟାକାଣ୍ଡ ଘଟଣାରେ ଫାଦର୍‌ ଥୋମାସ୍‌ ଏମ୍‌ କୋଟ୍ଟୂର୍‌ ଓ ସିଷ୍ଟର୍‌ ସେଫିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତା’ପର ଦିନ ଦୁହିଁଙ୍କୁ ଆଜୀବନ କରାଦଣ୍ଡାଦେଶ ଓ ପାଞ୍ଚଲକ୍ଷ ଟଙ୍କାଲେଖାଏଁ ଜରିମାନା ହେଲା। ଦୁଇ ଦଶନ୍ଧିଧରି ଏକାଧିକ ‘ସିବିଆଇ’ ଟିମ୍‌କୁ ଗୀର୍ଜାର ବିରୋଧ ଏବଂ ଅନ୍ୟାନ୍ୟ କେତେକ ଅଭ୍ୟନ୍ତରୀଣ ସମସ୍ୟା ମୁକାବିଲା କରିବାକୁ ପଡ଼ିଥିଲା। ଏ ଘଟଣା ସେତେବେଳେ ଭାରତରେ ଅତି ବିବାଦୀୟ ହୋଇଥିଲା। ଶେଷରେ ମାନବ ଅଧିକାର କର୍ମୀ ଜୋମୋନ୍‌ ପୁଥେନପୁରକଲ୍‌ କହିଲେ, ‘‘ସିଷ୍ଟର୍‌  ଅଭୟାଙ୍କୁ ଏଥର ନ୍ୟାୟ ମିଳିଲା। ଏଥର ସେ ଶାନ୍ତିରେ ବିଶ୍ରାମ ନେବେ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe