Wait two minutes: ଚଳନ୍ତିକା: ବାସ୍‌ ଦୁଇ ମିନିଟ୍‌! କିଟ୍‌ କହିଦେବ କେତେ ବିଷ

Advertisment

ତିବର୍ଷ ଆମ ଦେଶରେ ସାପ କାମୁଡ଼ାରେ ବହୁ ଲୋକଙ୍କ ଜୀବନ ଯାଉଛି। ଓଡ଼ିଶାରେ ମଧ୍ୟ ଏହା ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ପରିଗଣିତ ହେଉଛି। କେବଳ ଆମ ଦେଶ କି ପ୍ରଦେଶ ନୁହେଁ, ସାରା ବିଶ୍ବରେ ଏହି ସମସ୍ୟା ରହିଛି।

ତିବର୍ଷ ଆମ ଦେଶରେ ସାପ କାମୁଡ଼ାରେ ବହୁ ଲୋକଙ୍କ ଜୀବନ ଯାଉଛି। ଓଡ଼ିଶାରେ ମଧ୍ୟ ଏହା ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ପରିଗଣିତ ହେଉଛି। କେବଳ ଆମ ଦେଶ କି ପ୍ରଦେଶ ନୁହେଁ, ସାରା ବିଶ୍ବରେ ଏହି ସମସ୍ୟା ରହିଛି।

hfhshshfxbvvb

ପ୍ରତିବର୍ଷ ଆମ ଦେଶରେ ସାପ କାମୁଡ଼ାରେ ବହୁ ଲୋକଙ୍କ ଜୀବନ ଯାଉଛି। ଓଡ଼ିଶାରେ ମଧ୍ୟ ଏହା ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ପରିଗଣିତ ହେଉଛି। କେବଳ ଆମ ଦେଶ କି ପ୍ରଦେଶ ନୁହେଁ, ସାରା ବିଶ୍ବରେ ଏହି ସମସ୍ୟା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ୱେବ୍‌ସାଇଟ୍‌ରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, ବିଶ୍ବରେ ପ୍ରତିବର୍ଷ ପ୍ରାୟ ୫ ନିୟୁତ ସାପ କାମୁଡ଼ା ମାମଲା ଚିହ୍ନଟ ହୁଏ। ସେଥିମଧ୍ୟରୁ ୨.୭ ନିୟୁତ ବିଷାକ୍ତ ସାପ କାମୁଡ଼ା ହେତୁ ହୋଇଥାଏ। ସେହିପରି ପ୍ରତିବର୍ଷ ପ୍ରାୟ ୮୧୦୦୦ରୁ ୧ ଲକ୍ଷ ୩୮ ହଜାର ସାପ କାମୁଡ଼ାଜନିତ ମୃତ୍ୟୁ ଘଟିଥାଏ। ଏହାଛଡ଼ା ପାଖାପାଖି ୪ ଲକ୍ଷ ଲୋକଙ୍କର ବିଷକ୍ରିୟା ହେତୁ ଅଙ୍ଗ କାଟିବାକୁ ପଡ଼ିଥାଏ। ଏବେ ବି ବହୁସଂଖ୍ୟକ ସାପ କାମୁଡ଼ା ସରକାରୀ ବ୍ୟବସ୍ଥାରେ ରିପୋର୍ଟ ହୋଇ ନଥାଏ।  

Science Programme: ଓପନ୍ ଡେ- ଆଇଆଇଏସଏଫ କର୍ଟେନ ରେଜର୍ ଇଭେଣ୍ଟରେ ଭାଗ ନେଲେ ୮୦୦ ଛାତ୍ରଛାତ୍ରୀ

ଏଭଳି ପ୍ରେକ୍ଷାପଟ୍ଟରେ ଜଣେ ଭାରତୀୟ ଡାକ୍ତର ଓ ବେଙ୍ଗାଲୁରୁସ୍ଥିତ ଏକ ବାୟୋଟେକ୍‌ କମ୍ପାନୀର ଗବେଷକ ମିଳିତ ଭାବେ ସାପ କାମୁଡ଼ା ଆକ୍ରାନ୍ତଙ୍କ ପରୀକ୍ଷଣ ପାଇଁ ଏକ କିଟ୍‌ ପ୍ରସ୍ତୁତ କରିଛନ୍ତି। ଯେଭଳି ଗର୍ଭ ଚିହ୍ନଟ ପାଇଁ କିଟ୍‌ ବ୍ୟବହୃତ ହୁଏ, ଠିକ୍‌ ସେଭଳି ଏହି କିଟ୍‌ ସାପ କାମୁଡ଼ିବା ପରେ ରକ୍ତରେ ବିଷ ଅଛି କି ନାହିଁ, ତାହା ସୂଚିତ କରିବ। ‘ସ୍ନେକ୍ ଭେନମ୍ ରାପିଡ୍ ଟେଷ୍ଟ୍ କିଟ୍’ ଭାବେ ନାମିତ ଏହି କିଟ୍‌ ସାପ କାମୁଡ଼ାଜନିତ ମୃତ୍ୟୁ ଓ ଅଙ୍ଗହାନୀକୁ ହ୍ରାସ କରିବାରେ ସହାୟକ ହୋଇପାରିବ ବୋଲି ଗବେଷକମାନେ ଆଶା ପ୍ରକାଶ କରିଛନ୍ତି।

ଆମ ଆଖପାଖରେ ଯଦି କାହାକୁ ସାପ କାମୁଡ଼େ ତ ଆମେ ସାଧାରଣତଃ କେଉଁ ସାପ କାମୁଡ଼ିଲା ବୋଲି ଜାଣିବାକୁ ଚେଷ୍ଟା କରନ୍ତି। ତାହା ବିଷଧର କି ବିଷଧର ନୁହେଁ, ସେକଥା ନିର୍ଣ୍ଣୟ କରିବାକୁ ଉଦ୍ୟମ କରନ୍ତି। ଗ୍ରାମାଞ୍ଚଳରେ ଲୋକେ କାମୁଡ଼ିଥିବା ସାପକୁ ଧରି ଡାକ୍ତରଖାନା ଆସିବା ଉଦାହରଣ ବି ରହିଛି। ଯଦି ସାପ ବିଷଧର ହୋଇଥାଏ ତ ମନରେ ସାପ କାମୁଡ଼ାକୁ ନେଇ ଭୟ ଓ ଦ୍ବନ୍ଦ୍ବ ଉପୁଜେ। ତେବେ, ଏତେ ସବୁ ଦ୍ବନ୍ଦ୍ବକୁ ଦୂର କରିବା ପାଇଁ ଗବେଷକମାନେ ଏହି ଦ୍ରୁତ ନିର୍ଣ୍ଣାୟକ ଉପକରଣ ବିକଶିତ କରିଛନ୍ତି। ଏହି ସ୍ନେକ୍ ଭେନମ୍ ରାପିଡ୍ ଟେଷ୍ଟ୍ କିଟ୍ ଆଗାମୀ ଦୁଇ ମାସ ମଧ୍ୟରେ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି।

Maulana Madni : ମୌଲାନା ମଦନୀଙ୍କ ବିବାଦୀୟ ବୟାନ, ବିରୋଧ କଲେ ବିଜେପି, କଂଗ୍ରେସ

କେମିତ କାମ କରିବ ଭେନମ୍‌ ଟେଷ୍ଟ୍‌ କିଟ୍?
ଏହି କିଟ୍‌ ବଜାରରେ ମିଳୁଥିବା ପ୍ରେଗ୍‌ନାନ୍‌ସି କିଟ୍‌ ପରି କାମ କରେ। ଗର୍ଭ ନିର୍ଦ୍ଧାରଣ ଲାଗି ପରିସ୍ରା ବ୍ୟବହାର ହେଉଥିବା ବେଳେ ଏଠାରେ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କ ରକ୍ତରୁ ଦୁଇବୁନ୍ଦା ଆବଶ୍ୟକ ପଡ଼େ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କ ଦୁଇବୁନ୍ଦା ରକ୍ତ ଡିଭାଇସ୍‌ରେ ପକାଯାଏ। ଯଦି ରକ୍ତ ପଡ଼ିବା ପରେ ଡିଭାଇସ୍‌ରେ ଥିବା ୱିଣ୍ଡୋରେ ଦୁଇଟି ଲାଲ୍‌ ଗାର ଦେଖାଯାଏ, ତେବେ ପରୀକ୍ଷା ପଜିଟିଭ୍। ଅର୍ଥାତ୍ ରକ୍ତରେ ବିଷ ଅଛି। ଯଦି ଗୋଟିଏ ମାତ୍ର ଗାର ଦୃଶ୍ୟମାନ ହୁଏ, ତେବେ ରକ୍ତରେ ବିଷ ନାହିଁ ବୋଲି ସୂଚିତ ହୁଏ। ଏହି କିଟ୍‌ ପ୍ରସ୍ତୁତ କରିଥିବା ଭଟ୍ଟ ବାୟୋଟେକ୍‌ ଇଣ୍ଡିଆର ତଥା ଗବେଷକ ଟିମ୍‌ର ମୁଖ୍ୟ ଡକ୍ଟର ଶାମା ଭଟ୍ଟ କହନ୍ତି,‘‘ସାପ ବିଷ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଶରୀର ସାରା ବ୍ୟାପୀ ଯାଇଥାଏ। ସାପ କାମୁଡ଼ିବା ପରେ ଆକ୍ରାନ୍ତ ଡାକ୍ତରଖାନାରେ ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲେ, ତାଙ୍କ ଶରୀରରେ ବିଷ ଅଛି କି ନାହିଁ ତାହା ଚିକିତ୍ସକ ଜାଣିବା ଜରୁରି। ଏହି କିଟ୍‌ ସାହାଯ୍ୟରେ ତୁରନ୍ତ ଏହା ଜଣାପଡ଼ିବ।’’ଏହି କିଟ୍‌କୁ  ଦେଶର ଅନେକ ହସ୍ପିଟାଲରେ ପରୀକ୍ଷା କରାଯାଇଛି। ପ୍ରା‌ୟ ୩୦୦ ଆକ୍ରାନ୍ତଙ୍କୁ ନେଇ କରଯାଇଥିବା ଏହି ପରୀକ୍ଷଣରେ ଶତପ୍ରତିଶତ ସଠିକତା ଦୃଶ୍ୟମାନ ହୋଇଛି। ଦୀର୍ଘ ପାଞ୍ଚ ବର୍ଷର ପ୍ରଚେଷ୍ଟା ପରେ ଏହି ସଫଳତା ମିଳିଛି। ତେବେ ଏହା ଖୁବ୍ ଶୀଘ୍ର ବଜାରରେ ୨୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି ଜାଣିବାକୁ ମିଳିଛି।

Food Poisoning

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe