Which is more accident-prone: ଚଳନ୍ତିକା: କେଉଁଟି ଅଧିକ ଦୁର୍ଘଟଣା ପ୍ରବଣ? ବିମାନ ନା ହେଲିକପ୍ଟର୍‌

Advertisment

କୌଣସି କାରଣରୁ ଉଡ଼ନ୍ତା ଯାନଟିଏ ଭୂଇଁରେ କଚାଡ଼ିହୋଇ, ଜଳରାଶି ମଧ୍ୟକୁ ଖସି ଅଥବା ବିସ୍ଫୋରଣ ଯୋଗୁଁ ଧ୍ବଂସ ହେବା ଘଟଣା ‘ପ୍ଲେନ୍‌ କ୍ରାସ୍‌’ ନାମରେ ବିଦିତ। କ୍ବଚିତ୍‌ ହେଲେ ମଧ୍ୟ ‘ପ୍ଲେନ୍‌ କ୍ରାସ୍’ ବା ବିମାନ ଦୁର୍ଘଟଣା ଅତି ଭୟଙ୍କର। ସାଧାରଣତଃ ବଡ଼ ଦୁର୍ଘଟଣାରେ ପାଇଲଟ୍‌....

କୌଣସି କାରଣରୁ ଉଡ଼ନ୍ତା ଯାନଟିଏ ଭୂଇଁରେ କଚାଡ଼ିହୋଇ, ଜଳରାଶି ମଧ୍ୟକୁ ଖସି ଅଥବା ବିସ୍ଫୋରଣ ଯୋଗୁଁ ଧ୍ବଂସ ହେବା ଘଟଣା ‘ପ୍ଲେନ୍‌ କ୍ରାସ୍‌’ ନାମରେ ବିଦିତ। କ୍ବଚିତ୍‌ ହେଲେ ମଧ୍ୟ ‘ପ୍ଲେନ୍‌ କ୍ରାସ୍’ ବା ବିମାନ ଦୁର୍ଘଟଣା ଅତି ଭୟଙ୍କର। ସାଧାରଣତଃ ବଡ଼ ଦୁର୍ଘଟଣାରେ ପାଇଲଟ୍‌....

gdjdgjgjgd

କୌଣସି କାରଣରୁ ଉଡ଼ନ୍ତା ଯାନଟିଏ ଭୂଇଁରେ କଚାଡ଼ିହୋଇ, ଜଳରାଶି ମଧ୍ୟକୁ ଖସି ଅଥବା ବିସ୍ଫୋରଣ ଯୋଗୁଁ ଧ୍ବଂସ ହେବା ଘଟଣା ‘ପ୍ଲେନ୍‌ କ୍ରାସ୍‌’ ନାମରେ ବିଦିତ। କ୍ବଚିତ୍‌ ହେଲେ ମଧ୍ୟ ‘ପ୍ଲେନ୍‌ କ୍ରାସ୍’ ବା ବିମାନ ଦୁର୍ଘଟଣା ଅତି ଭୟଙ୍କର। ସାଧାରଣତଃ ବଡ଼ ଦୁର୍ଘଟଣାରେ ପାଇଲଟ୍‌, ବିମାନ କର୍ମଚାରୀ ଓ ଯାତ୍ରୀଙ୍କର ମୃତ୍ୟୁ ଘଟିଥାଏ। ଯଦି କିଏ ବଞ୍ଚିଯାଏ, ତାହାକୁ ଭାଗ୍ୟବଳ ବୋଲି ବିଚାର କରାଯାଏ। ଗତ ବୁଧବାର ମହାରାଷ୍ଟ୍ରର ବାରାମତୀରେ ବିମାନ ଦୁର୍ଘଟଣା ଘଟି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍‌ଙ୍କ ସମେତ ୫ଜଣଙ୍କର ମୃତ୍ୟୁ ପୁଣିଥରେ ବିମାନ ଦୁର୍ଘଟଣାର ଭୟାବହତା କଥା ଚେତାଇ ଦେଇଛି।
ଅନ୍ୟାନ୍ୟ ଯାନବାହନ ଅପେକ୍ଷା ବିମାନ କିଂବା ହେଲିକପ୍ଟର୍‌ ଦୁର୍ଘଟଣା ଘଟିଲେ ଦେଶବିଦେଶରେ ଅଧିକ ଚର୍ଚ୍ଚା ହୋଇଥାଏ। ଜାନୁଆରି ୨୮ ତାରିଖ ଦିନ ଘଟିଥିବା ଉକ୍ତ ବିମାନ ଦୁର୍ଘଟଣା ଏବେ ସମଗ୍ର ଦେଶରେ ଚହଳ ପକାଇଛି। ଏହା ପୂର୍ବରୁ ମଧ୍ୟ ବିମାନ ଓ ହେଲିକପ୍ଟର୍‌ ଦୁର୍ଘଟଣା ହେତୁ ଅନେକ ପ୍ରଖ୍ୟାତ ଭାରତୀୟ ନେତା ଓ ପ୍ରସିଦ୍ଧି ଅର୍ଜନ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନେକେ ଯୁକ୍ତି ବାଢୁଛନ୍ତି ଯେ ବୃହଦ୍‌କାୟ ବିମାନ ଅପେକ୍ଷା ଅଧିକସଂଖ୍ୟକ କ୍ଷୁଦ୍ରକାୟ ବିମାନ ଦୁର୍ଘଟଣାଗ୍ରସ୍ତ ହେଉଛି। ସଂଗୃହୀତ ବିମାନ ଦୁର୍ଘଟଣା ତଥ୍ୟାବଳି ଦର୍ଶାଉଛି ଯେ ଅସୁରକ୍ଷିତ ନ ହେଲେ ବି କ୍ଷୁଦ୍ର ବିମାନ ଅଧିକ ସଂଖ୍ୟାରେ ଦୁର୍ଘଟଣାଗ୍ରସ୍ତ ହେଉଛି। ଜେଟ୍‌ ନ ହେଲେ ବି ହେଲିକପ୍ଟର୍‌ ମଧ୍ୟ ଉଡ଼ନ୍ତାଯାନ ବା କ୍ଷୁଦ୍ର ବିମାନ ଭଳି। ଏହା ମଧ୍ୟ ବଡ଼ ବଡ଼ ବିମାନ ପରି ‘କ୍ରାସ୍‌’ ବା ଦୁର୍ଘଟଣାଗ୍ରସ୍ତ ହୁଏ।

Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ

ଏଥିଯୋଗୁଁ ବି ବହୁ ଧନଜୀବନ ନଷ୍ଟ ହୁଏ। ଉଡ଼ାଜାହାଜ ହେଉ କିଂବା ହେଲିକପ୍ଟର୍‌, ପ୍ରତିକୂଳ ପରିସ୍ଥିତିକୁ ସମ୍ମୁଖୀନ କରି ନ ପାରି ଦୁର୍ଘଟଣାଗ୍ରସ୍ତ ହୁଅନ୍ତି। କଥା ହେ‌ଲା- ବିମାନ ଦୁର୍ଘଟଣା ଅଧିକ ଭୟାବହ ନା, ହେଲିକପ୍ଟର୍‌ ଦୁର୍ଘଟଣା ଅଧିକ ଭୟାବହ? ବ୍ୟୋମଯାନ ଦୁର୍ଘଟଣା ସମ୍ବନ୍ଧୀୟ ତଥ୍ୟାବଳିରୁ ଜଣାପଡ଼େ  ଯେ ବିମାନ ଦୁର୍ଘଟଣାଗ୍ରସ୍ତ ହେଲେ ଅଧିକ ଲୋକ ମୃତାହତ ହୁଅନ୍ତି ସତ, କିନ୍ତୁ ହେଲିକପ୍ଟର୍‌ ଦୁର୍ଘଟଣା ତା’ ଅପେକ୍ଷା ଅଧିକ ଭୟାବହ ହୋଇଥାଏ। ଗତ ୫ ବର୍ଷ ମଧ୍ୟରେ ବିମାନ ଦୁର୍ଘଟଣା ଯୋଗୁଁ ୧୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲିକପ୍ଟର୍‌ ଦୁର୍ଘଟଣା ହେତୁ ୧୦୦ରୁ ୨୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏଇଟା ସାଧାରଣ କଥା ଯେ ବିମାନରେ ଅଧିକସଂଖ୍ୟକ ଯାତ୍ରୀ ଥିବାରୁ ମୃତ୍ୟୁସଂଖ୍ୟା ଅଧିକ ହୁଏ। କିନ୍ତୁ, ପ୍ରତି ଫ୍ଲାଇଟ୍‌ ଆୱାର୍‌ ଅର୍ଥାତ୍‌ ଉଡ଼ାଜାହାଜ ଆକାଶରେ ଉଡୁଥିବା ସମୟ ହିସାବରେ ବିମାନ ଅପେକ୍ଷା ହେଲିକପ୍ଟର୍‌ କ୍ରାସ୍‌ ୫ରୁ ୮ଗୁଣ ମାରାତ୍ମକ ବୋଲି ଜଣାପଡ଼ିଛି। ବିମାନ ଅପେକ୍ଷା ହେଲିକପ୍ଟର୍‌ ଦୁର୍ଘଟଣା ଅଧିକ ବିପଜ୍ଜନକ ହେବାର ବିଭିନ୍ନ କାରଣ ମଧ୍ୟ ରହିଛି।

ଅଧିକ ସମୟ ପବନରେ ଭାସିପାରେ ନାହିଁ: କୌଣସି କାରଣରୁ ଇଞ୍ଜିନ୍‌ ବିଗିଡ଼ି ଗଲେ ବିମାନ କିଛି ସମୟ ପବନରେ ଭାସି ଭାସି ଅବତରଣ କରିପାରେ। ହେଲିକପ୍ଟର୍‌ ଦ୍ବାରା ତାହା ସମ୍ଭବ ହୁଏନାହିଁ। ଅଟୋରୋଟେସନ୍‌ ବା ପଙ୍ଖା ଦ୍ବାରା ହେଲିକପ୍ଟର୍‌ର ଅବତରଣ କରାଇବା ବି ଦୁଃସାଧ୍ୟ।

ଅଧିକ ଘୂର୍ଣ୍ଣନଶୀଳ କଳକବ୍‌ଜା: ହେଲିକପ୍ଟର୍‌ରେ ରୋଟର୍‌, ଟେଲ୍‌ ରୋଟର୍‌ ଓ ଗିୟର୍‌ବକ୍ସ୍‌ ଆଦି ଅଧିକ ଘୂର୍ଣ୍ଣନଶୀଳ ଉପକରଣ ଲାଗିଛି। ବେଳେ ବେଳେ ଏଗୁଡ଼ିକ ଅକାମିକା ହୋଇଯିବାର ଅଧିକ ଆଶଙ୍କା ଥାଏ। ବିମାନରେ କିନ୍ତୁ ଏଭଳି ଯନ୍ତ୍ରାଂଶ ଅପେକ୍ଷାକୃତ କମ୍‌ ଥାଏ।

ସ୍ବଳ୍ପ ଉଚ୍ଚରେ ଉଡ଼ାଣ: ହେଲିକପ୍ଟର୍‌ ଅପେକ୍ଷାକୃତ ସ୍ବଳ୍ପ ଉଚ୍ଚରେ ଉଡୁଥିବାରୁ ବୃକ୍ଷ, ପାହାଡ଼, ତାର, କୋଠାବାଡ଼ିରେ ଧକ୍କା ଖାଇବାର ଆଶଙ୍କା ଥାଏ। କିନ୍ତୁ, ବିମାନ ହେଲିକପ୍ଟର୍‌ଠାରୁ ଯଥେଷ୍ଟ ଉଚ୍ଚରେ ଉଡ଼େ। ତା’ କ୍ଷେତ୍ରରେ ଏଭଳି ଆଶଙ୍କା ପ୍ରାୟ ନ ଥାଏ।

Cricket: ଆଜି ୟୁନିଲାଇଟ୍‌ କପ୍‌ ଫାଇନାଲ୍‌: ବିଜେଇଏମ୍‌ ବନାମ ଡିଏଭି ଚନ୍ଦ୍ରଶେଖରପୁର

ପାଗ କୁପ୍ରଭାବ: କୁହୁଡ଼ିଆ ଅଥବା ବତାସିଆ ଭଳି ଖରାପ ପାଗ ହେଲିକପ୍ଟର୍‌ ଉଡ଼ାଣ କ୍ଷେତ୍ରରେ ବିଶେଷ କୁପ୍ରଭାବ ପକାଏ। ପାଇଲଟ୍‌ ଦିଗଭ୍ରଷ୍ଟ ହୋଇଯାଆନ୍ତି। ମାତ୍ର, ପ୍ରତିକୂଳ ପରିସ୍ଥିତି ମୁକାବିଲା କରିବା ଲାଗି ବିମାନରେ ଉତ୍କୃଷ୍ଟ ଯନ୍ତ୍ରପାତି ଥାଏ।

ମରାମତି ଓ ଚାଳକ ତ୍ରୁଟି: ହେଲିକପ୍ଟର୍‌ରେ ମରାମତି କରି କୌଣସି ତ୍ରୁଟି ସୁଧାରିବା ସେତେ ସହଜ ନୁହେଁ। ପୁଣି ଚାଳକ ବା ପାଇଲଟ୍‌ ଥକି ପଡ଼ନ୍ତି ଅଥବା ଉନ୍ନତ ଉଡ଼ାଣ ପ୍ରଶିକ୍ଷଣ ପାଇ ନ ଥାଆନ୍ତି। ଏହି କାରଣରୁ ୭୦% ହେଲିକପ୍ଟର୍‌ ଦୁର୍ଘଟଣା ହୋଇଥାଏ।

ବୈଦ୍ୟୁତିକ ବିଭ୍ରାଟ: ବେଳେ ବେଳେ ହେଲିକପ୍ଟର୍‌ରେ ଥିବା ବୈଦ୍ୟୁତିକ ବ୍ୟବସ୍ଥାରେ ବିଭ୍ରାଟ ଦେଖାଦିଏ ବା ତାହା ଅକାମିକା ହୋଇଯାଏ। ସେତେବେଳେ ଉଡ଼ନ୍ତା ହେଲିକପ୍ଟର୍‌କୁ ନିୟନ୍ତ୍ରଣ କରିବା ଆଦୌ ସମ୍ଭବ ହୋଇ ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe