Swimming pool inaugurated: ଆଉ ଏକ ସନ୍ତରଣାଗାର ଉଦ୍‌ଘାଟିତ

Advertisment

ଓଡ଼ିଶା ସନ୍ତରଣପ୍ରେମୀଙ୍କୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ଆଉ ଏକ ଅତ୍ୟାଧୁନିକ ସନ୍ତରଣାଗାର ଉପହାର ଦେଇଛନ୍ତି। କ୍ରୀଡ଼ା ବିଭାଗର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ତମାଣ୍ଡୋସ୍ଥିତ....

ଓଡ଼ିଶା ସନ୍ତରଣପ୍ରେମୀଙ୍କୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ଆଉ ଏକ ଅତ୍ୟାଧୁନିକ ସନ୍ତରଣାଗାର ଉପହାର ଦେଇଛନ୍ତି। କ୍ରୀଡ଼ା ବିଭାଗର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ତମାଣ୍ଡୋସ୍ଥିତ....

FHFSHFSXVBVB

ଭୁବନେଶ୍ବର: ଓଡ଼ିଶା ସନ୍ତରଣପ୍ରେମୀଙ୍କୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋମବାର ଆଉ ଏକ ଅତ୍ୟାଧୁନିକ ସନ୍ତରଣାଗାର ଉପହାର ଦେଇଛନ୍ତି। କ୍ରୀଡ଼ା ବିଭାଗର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜିସିପିଇ) ପରିସରରେ  ନିର୍ମିତ ୨୫ ମିଟର ଲମ୍ବ ବିଶିଷ୍ଟ ସନ୍ତରଣାଗାର ବା ସୁଇମିଂ ପୁଲ୍‌କୁ ଶ୍ରୀ ସୂରଜ ଆନୁଷ୍ଠାନିକ ଭାବେ ଶୁଭଉଦ୍‌ଘାଟନ କରିଛନ୍ତି। ଏହା ଦ୍ବାରା ତୃଣମୂଳ ସ୍ତରରୁ ସନ୍ତରଣ ପ୍ରତିଭାଙ୍କ ଚିହ୍ନଟ ଓ ବିକାଶ ହୋଇପାରିବ ବୋଲି ଆଶାପ୍ରକାଶ କରିଛନ୍ତି ସେ। ଏହି ଆଧୁନିକ ପ୍ରଶିକ୍ଷଣ ସୁବିଧା ଥିବା ସନ୍ତରଣାଗାର  ପ୍ରତିଭାସମ୍ପନ୍ନ ସ୍ଥାନୀୟ ସନ୍ତରକମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ଏହି ଅବସରରେ କହିଛନ୍ତି ଶ୍ରୀ ସୂରଜ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ବିଭାଗର ଅତିରିକ୍ତ ଶାସନ ସଚିବ ବିଜୟ ସ୍ୱାଇଁ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେହୁରା, ଉପସଚିବ ଡ. ସ୍ୱରୂପାନନ୍ଦ ସାହୁ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିସିପିଇ ଅଧ୍ୟକ୍ଷ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। 

Russia-Ukraine War : ପୁଟିନଙ୍କ ଘର ଉପରେ ଡ୍ରୋନ ଆକ୍ରମଣ !

 ୧୧ କୋଟି ୬୯ ଲକ୍ଷ ୪୬ହଜାର ୭୬୨ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସନ୍ତରଣାଗାରରେ ପୁରୁଷ ଓ ମହିଳାଙ୍କ ଚେଞ୍ଜିଂ ରୁମ୍, ଟଏଲେଟ୍, ଅଫିସ୍‌ ରୁମ୍, ମହୁମୁଖୀ କୋଠରୀ, ସୁନ୍ଦର ଘାସ ଗାଲିଚା, ଅତ୍ୟାଧୁନିକ ପାଣି ନିଷ୍କାସନ ବ୍ୟବସ୍ଥା ଏବଂ ଗାଡ଼ି ରଖିବା ପାଇଁ ପାର୍କି ବ୍ୟବସ୍ଥା ରହିଛି। ଶ୍ରୀ ସୂରଜ ଏହି ଅବସରରେ ତମାଣ୍ଡୋସ୍ଥିତ ଜିସିପିଇ ଶିକ୍ଷାକେନ୍ଦ୍ର ପରିସରରେ ନିର୍ମାଣାଧୀନ ଫୁଟ୍‌ବଲ୍‌ ପଡ଼ିଆ ତଥା ସିନ୍ଥେଟିକ୍‌ ଟ୍ରାକ୍ ବିଛାଯିବା କାର୍ଯ୍ୟର ସମୀକ୍ଷା କରିଥିଲେ। ତମାଣ୍ଡୋ ଛଡ଼ା ସ୍ଥାନୀୟ ନୀଳାଦ୍ରିବିହାରଠାରେ ଆଉ ଏକ ୨୫ ମିଟର ଲମ୍ବ ବିଶିଷ୍ଟ ସନ୍ତରଣାଗାରର ନିର୍ମାଣ ସରିଛି। ଏହା ଖୁବ୍‌ଶୀଘ୍ର ଉମଦଘାଟିତ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ କ୍ରୀଡ଼ାମନ୍ତ୍ରୀ ଏହା ପୂର୍ବରୁ ବରଗଡ଼ ଜିଲ୍ଲାରେ ଏକ ୫୦ ମିଟର ଲମ୍ବ ବିଶିଷ୍ଟ ସନ୍ତ୍ରରଣାଗାରର ଉଦ୍‌ଘାଟନ କରିବା ସହ ଏହାକୁ ରାଜ୍ୟ କ୍ରୀଡ଼ାର ବିକାଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ସାରିଛନ୍ତି।

DRDO : ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ

ସିଏମ୍‌ ଟ୍ରଫିରେ ସାମିଲ ହେବ ବ୍ୟାଡ୍‌ମିଣ୍ଟନ୍
ରାଜ୍ୟରେ ତୃଣମୂଳସ୍ତରୀୟ କ୍ରୀଡ଼ା ବିକାଶରେ ବୈପ୍ଲିବକ ପରିବର୍ତ୍ତନ ଆଣିବା ସହ ଏହି  କ୍ଷେତ୍ରରେ ଏକ ବିରାଟ ମାଇଲ୍‌ଖୁଣ୍ଟ ସାବ୍ୟସ୍ତ ହୋଇଥିବା ‘ସିଏମ୍‌ ଟ୍ରଫି’ର ପରିସୀମା ଆହୁରି ବ୍ୟାପ୍ତ ହେବାକୁ ଯାଉଛି। ଆସନ୍ତା ଋତୁରେ ଏହି ଅଭିନବ କ୍ରୀଡ଼ା ଆନ୍ଦୋଳନରେ ବ୍ୟାଡ୍‌ମିଣ୍ଟନ୍‌କୁ ସାମିଲ କରାଯିବ ଏବଂ ଏଥିନେଇ ନୀତିଗତ ନିଷ୍ପତ୍ତି ନିଆଯାଇସାରିଛି ବୋଲି ସୋମବାର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ପ୍ରତିନିଧି ମଣ୍ଡଳ ସହ ଅନଔପଚାରିକ ଆଲୋଚନା ବେଳେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି। ସେହିଭଳି ଆଗାମୀ ସମୟରେ ଏଥିରେ ଦୌଡ଼କୁଦକୁ ଯୋଡ଼ିବାର ଯୋଜନା ରହିଥିବା ମଧ୍ୟ ଶ୍ରୀ ସୂରଜ କହିଛନ୍ତି। ପୂର୍ବରୁ ସିଏମ୍‌ ଟ୍ରଫିରେ ସାମିଲ ଥିବା ଫୁଟ୍‌ବଲ୍‌ ((୧୫ବର୍ଷରୁ କମ୍) ପ୍ରତିଯୋଗିତାକୁ ସାରା ରାଜ୍ୟରେ ଅପାର ସମର୍ଥନ ମିଳିଥିଲା। ଏଥିରେ ୫,୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଏବେ ବ୍ୟାଡ୍‌ମିଣ୍ଟନ୍ ଭଳି ଲୋକପ୍ରିୟ ଖେଳ ଏଥିରେ ଯୋଡ଼ିବା ନେଇ ଯୋଜନା ଥିବାରୁ ଉଭୟ ଖେଳରେ ତୃଣମୂଳ ସ୍ତରରୁ ଦକ୍ଷ ଖେଳାଳି ଚିହ୍ନଟ ଏବଂ ସେମାନଙ୍କର ବିକାଶ ପଥ ଆହୁରି ସୁଗମ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe