BCCI warns mohsin naqvi Photograph: (sambad.in)
ନୂଆଦିଲ୍ଲୀ: ଗତ ମାସରେ ଭାରତୀୟ କ୍ରିକେଟ୍ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଥିଲା। ପାକିସ୍ତାନକୁ ହରାଇ ଏସିଆ କପ୍ ଦଖଲ କରିଥିଲା ଭାରତୀୟ କ୍ରିକେଟ୍ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍ ମୁକୁଟ ଜିତିଥିଲା। ତେବେ ବିଜୟ ପରେ ପାକିସ୍ତାନୀ ମନ୍ତ୍ରୀ ଏବଂ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ମୋହସିନ୍ ନକବୀ ଟ୍ରଫି ଦେବାକୁ ଆସିବାରୁ ଭାରତୀୟ ଟିମ୍ ତାଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲା। ବିସିସିଆଇ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲା। ପ୍ରଥମ କରି କୌଣସି ଦଳ ମ୍ୟାଚ୍ ଜିତିବା ପରେ ବିନା ଟ୍ରଫିରେ ବିଜୟ ପାଳନ କରିଥିବା ଦେଖାଯାଇଥିଲା। ତେବେ ଅନ୍ୟ କାହା ହାତରୁ ଟ୍ରଫି ଦେବା ପରିବର୍ତ୍ତେ ନକବୀ ଟ୍ରଫିକୁ ଡ୍ରେସିଂ ରୁମ୍କୁ ନେଇଯାଇଥିଲେ ବୋଲି କୁହାଯାଉଛି। ଏବେ ନକବୀ ଟ୍ରଫିକୁ ନିଜ ଘରକୁ ନେଇଯାଇଥିବା ଦାବି କରାଯାଉଛି।
ଆହୁରି ପଢ଼ନ୍ତୁ: ଥରକରେ ୧୦୦ରୁ ୧୫୦ଟି ଅଣ୍ଡା ଦିଅନ୍ତି ଅଲିଭ୍ ରିଡ୍ଲେ କଇଁଛ, ଲିଙ୍ଗ ନିରୂପଣ କରେ ବାଲିର ତାପମାତ୍ରା
ଆହୁରି ପଢ଼ନ୍ତୁ: ସେୟାର ବଜାର ମୁହୂର୍ତ୍ତ ଟ୍ରେଡିଂରେ ନିବେଶକଙ୍କ ଉପରେ ୨.୭୧ ଲକ୍ଷ କୋଟିର ଟଙ୍କା ବର୍ଷା
ଏପର୍ଯ୍ୟନ୍ତ ନକବୀ ଟ୍ରଫି ଭାରତକୁ ହସ୍ତାନ୍ତର କରିନଥିବାରୁ ଚେତାବନୀ ଦେଇଛି ବିସିସିଆଇ। କୁହାଯାଉଛି ଯେ, ଏସିଆ କପ୍ ଟ୍ରଫି ବର୍ତ୍ତମାନ ଦୁବାଇର ଏସିସି କାର୍ଯ୍ୟାଳୟରେ ଅଛି ଏବଂ ନକବୀଙ୍କ ଅନୁମୋଦନ ବିନା ଏସିଆ କପ୍ ଟ୍ରଫି ସ୍ଥାନାନ୍ତର କିମ୍ବା ହସ୍ତାନ୍ତର କରାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ନକବୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ: ଦେବଜିତ ସାଇକିଆ
ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କ ଅନୁଯାୟୀ, ବିସିସିଆଇ ଏବେ ନକବୀଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଯଦି ତାଙ୍କ ପକ୍ଷରୁ କୌଣସି ଉତ୍ତର ନମିଳେ, ତେବେ ସେମାନେ ଏକ ସରକାରୀ ଇମେଲ୍ ମାଧ୍ୟମରେ ଆଇସିସିରେ ଅଭିଯୋଗ କରି ମାମଲାକୁ ଆଗକୁ ବଢାଇବେ।
ଆହୁରି ପଢ଼ନ୍ତୁ: ଓଡ଼ିଆ ସିନେମା ‘ଜହ୍ଲାଦ’ରେ ଆଇଟମ୍ ଗାର୍ଲ ବନିଲେ ନିଶା ମହାରଣା: ସରିଲା ସୁଟିଂ, ସାମ୍ନାକୁ ଆସିଲା ଫଟୋ
ଏହା ପୂର୍ବରୁ ସାଇକିଆ କହିଥିଲେ ଯେ, "ଆମେ ପାକିସ୍ତାନର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ତଥା ଏସିସି ଅଧ୍ୟକ୍ଷ ମୋହସିନ୍ ନକବୀଙ୍କଠାରୁ ଏସିଆ କପ୍ ୨୦୨୫ଟ୍ରଫି ନନେବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ସେ ଭଦ୍ରଲୋକଜଣଙ୍କ ପଦକ ସହିତ ଟ୍ରଫି ମଧ୍ୟ ନିଜ ସାଙ୍ଗରେ ନେଇଯିବେ। ତେଣୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆମେ ଆଶା କରୁଛୁ ଯେ, ଟ୍ରଫି ଏବଂ ପଦକ ଯଥାଶୀଘ୍ର ଭାରତକୁ ଫେରସ୍ତ କରାଯିବ।"
ଆହୁରି ପଢ଼ନ୍ତୁ: ଗିଲ୍ଙ୍କୁ ମିଳିଲାନି ଦାୟିତ୍ବ , ଭାରତ-ଏ ଦଳର ଅଧିନାୟକ ହେଲେ ଋଷଭ ପନ୍ତ
BCCI | Mohsin Naqvi | trophy
Follow Us