BCCI: ଭାରତୀୟ ଖେଳାଳିଙ୍କ ପାଇଁ ବିସିସିଆଇର ନୂଆ ନିୟମ: ବିଜୟ ହଜାରେ ଟ୍ରଫି ଖେଳିବାକୁ ବାଧ୍ୟ

Advertisment

ସଂପ୍ରତି ଭାରତୀୟ ଦଳର ସଦସ୍ୟ ଥିବା ସମସ୍ତ ଖେଳାଳି ଚଳିତ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଅନ୍ୟୂନ ଦୁଇଟି ମ୍ୟାଚ୍ ଖେଳିବାକୁ ବାଧ୍ୟତାମୂଳକ କରାଯାଇଛି।

ସଂପ୍ରତି ଭାରତୀୟ ଦଳର ସଦସ୍ୟ ଥିବା ସମସ୍ତ ଖେଳାଳି ଚଳିତ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଅନ୍ୟୂନ ଦୁଇଟି ମ୍ୟାଚ୍ ଖେଳିବାକୁ ବାଧ୍ୟତାମୂଳକ କରାଯାଇଛି।

vijay hazare trophy

Photograph: (InsideSport)

ମୁମ୍ବାଇ: ସଂପ୍ରତି ଭାରତୀୟ ଦଳର ସଦସ୍ୟ ଥିବା ସମସ୍ତ ଖେଳାଳି ଚଳିତ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାର ଅନ୍ୟୂନ ଦୁଇଟି ମ୍ୟାଚ୍ ଖେଳିବାକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଏହି ଅନ୍ତଃରାଜ୍ୟ ପ୍ରତିଯୋଗିତାର ରୋମାଞ୍ଚ ପୂର୍ବାପେକ୍ଷା ବଢ଼ିବ  ବୋଲି ଆଶା କରାଯାଉଛି। ଅହମଦାବାଦରେ ୧୯ ତାରିଖରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ ଏବଂ ଜାନୁଆରି ୧୧ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ମଧ୍ୟରେ ତିନି ସପ୍ତାହର ବ୍ୟବଧାନ ଥିବାରୁ ଦଳର ସମସ୍ତ ବରିଷ୍ଠ ଖେଳାଳିଙ୍କୁ ଏହି ପ୍ରତିଯୋଗିତା ଖେଳୁଥିବାର ଦେଖିବାକୁ ଚାହୁଛି ବିସିସିଆଇ। ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ମାଧ୍ୟମରେ ସମସ୍ତ ଖେଳାଳିଙ୍କୁ ଏହି ବିଷୟରେ ମଧ୍ୟ ଜଣାଇ ଦିଆଯାଇଛି। 

Horoscope 2025 December 15: ଜାଣନ୍ତୁ ଆଜିର ରାଶିଫଳ

ସୂଚନା ଅନୁସାରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ଘରୋଇ କ୍ରିକେଟ୍ ଫର୍ମାଟ୍‌କୁ ଅଧିକ ଗୁରୁତ୍ବ ଦେବାକୁ ବିସିସିଆଇର ଏକ ସମୀକ୍ଷା କମିଟି ସୁପାରିସ୍ କରିଥିଲା। ଏହି ସୁପାରିସ ଆଧା‌ରରେ ସବୁ ଭାରତୀୟ ଖେଳାଳିଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ ବୋଲି ବୋର୍ଡ ପୂର୍ବରୁ ସ୍ପଷ୍ଟ ସଙ୍କେତ ଦେଇ ସାରିଥିଲା। ଦୁଇ ପୁରୁଖା ତାରକା ରୋହିତ ଶର୍ମା ଓ ବିରାଟ କୋହଲି ବି ନିଜନିଜ ରାଜ୍ୟ ଦଳରୁ ବିଜୟ ହଜାରେ ଟ୍ରଫି ଖେଳିବାକୁ ସବୁଜ ସଙ୍କେତ ଦେଇ ସାରିଛନ୍ତି। ଶୁବମନ୍ ଗିଲ୍, ଯଶପ୍ରୀତ୍ ବୁମ୍‌ରା, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳିଙ୍କୁ ଏହି ପ୍ରତିଯୋଗିତାରେ ନିଜନିଜ ରାଜ୍ୟର ପ୍ରତିନିଧିତ୍ବ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇ ସାରିଛି। ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟର୍ ଆହତ ଥିବାରୁ ତାଙ୍କୁ ଏଥିରୁ ରିହାତି ପ୍ରଦାନ କରାଯାଇଛି।

ଓଡ଼ିଶା ଦଳରେ ୭ ନୂଆ ମୁହଁ
ଭୁବନେଶ୍ବର: ବେଙ୍ଗାଲୁରୁରେ ଚଳିତ ମାସ ୨୪ରୁ ଆରମ୍ଭ ହେବାକୁଥିବା ବିସିସିଆଇ ଘରୋଇ ଦିନିକିଆ ପ୍ରତିଯୋଗିତା ‘ବିଜୟ ହଜାରେ ଟ୍ରଫି’ର ପ୍ରଥମ ୩ ମ୍ୟାଚ୍‌ ଲାଗି ସୋମବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଏହି ୧୬ ଜଣିଆ ଦଳରେ ୭ଜଣ ନୂଆ ମୁହଁ ଓମ୍‌ ଟି ମୁଣ୍ଡେ, ଦୀନେଶ କୁମାର ମାଝୀ, ସମ୍ବିତ ବରାଳ, ସୌମ୍ୟରଞ୍ଜନ ଲେଙ୍କା, ଅନିଲ ପରିଡ଼ା, ବାଦଲ ବିଶ୍ବାଳ ଓ ସୟଦ୍‌ ତୁଫୈଲ ଅହମଦ ସ୍ଥାନ ପାଇଛନ୍ତି। ଅଭିଜ୍ଞ ବିପ୍ଳବ ସାମନ୍ତରାୟଙ୍କୁ ଅଧିନାୟକ ନିଯୁକ୍ତି କରାଯାଇଛି। ଓଡ଼ିଶା ୨୪ ତାରିଖରେ ସୌରାଷ୍ଟ୍ର ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିଛି। 

MGNREGA : ଗାନ୍ଧି ଓ ରାମରାଜ୍ୟ ମଧ୍ୟରେ କୌଣସି ଫରକ ନାହିଁ : ଶଶୀ ଥରୁର

ଓଡ଼ିଶା ଦଳ: ଶାନ୍ତନୁ ମିଶ୍ର, ସ୍ବସ୍ତିକ ସାମଲ, ଓମ୍‌ ଟି ମୁଣ୍ଡେ, ଦୀନେଶ କୁମାର ମାଝୀ (ୱିକେଟ୍‌ରକ୍ଷକ), ଆଶୀର୍ବାଦ ସ୍ବାଇଁ (ୱିକେଟ୍‌ରକ୍ଷକ), ବିପ୍ଳବ ସାମନ୍ତରାୟ (ଅଧିନାୟକ), ପ୍ରୟାଶ କୁମାର ସିଂହ, ସମ୍ବିତ ବରାଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ସୌମ୍ୟରଞ୍ଜନ ଲେଙ୍କା, ଅନିଲ ପରିଡ଼ା, ସନ୍ଦୀପ ପଟ୍ଟନାୟକ, ବାଦଲ ବିଶ୍ବାଳ, ଗୋବିନ୍ଦ ପୋଦ୍ଦାର ଓ ସୟଦ୍‌ ତୁଫୈଲ। ଷ୍ଟାଣ୍ଡବାଇ-ଶୁଭମ ଶତ୍ରୁଜିତ, ରାଜେଶ ଧୁପର, ସମ୍ବିତ ବେଜ, ପ୍ରଦୀପ ପ୍ରଧାନ, କାର୍ତ୍ତିକ ବିଶ୍ବାଳ, ପ୍ରଶାନ୍ତ ରଣା, ତରଣୀ ସ’, ସୁମିତ ଶର୍ମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe