ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଦିଲ୍ଲୀକୁ ୧୦ ଓ୍ବିକେଟରେ ହରାଇ ଦେଇ ପ୍ଲେଅପରେ ନିଜ ସ୍ଥାନ ସୁରକ୍ଷିତ କରିଛି । ୨୦୦ ରନର ଲକ୍ଷ୍ୟକୁ ଗୁଜରାଟ ୧୯ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ସାଇ ସୁଦର୍ଶନ ୧୦୮ ରନ ଓ ଶୁଭମନ ଗିଲ୍ ୯୩ ରନ କରିଥିଲେ ।
ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦୁଇ ଓପନର କେଏଲ ରାହୁଲ ଓ ଫାଫ ଡୁପ୍ଲେସିସ୍ ଭଲ ଆରମ୍ଭ କରିଥିଲେ ବି ଡୁପ୍ଲେସିସ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ଏହା ସତ୍ତ୍ବେ ରାହୁଲ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସେ ୬୦ ବଲରେ ନିଜର ଶତକ ପୂରଣ କରିଥିଲେ । ଅଭଷେକ ପୋରେଲ ୩୦ ରନ ଓ ଅଧିନାୟକ ଅକ୍ଷର ପଟେଲ ୨୫ ରନ କରିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୯୯ ରନ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/18/HczFbTLITSwCDfvP6A4I.jpg)