ଚେନ୍ନାଇ: ଚଳିତ ପୁରୁଷ ହକି ଇଣ୍ଡିଆ ଲିଗ୍ରେ ବୁଧବାର ହିଲ୍ ଜିସି (ହକି ଇଣ୍ଡିଆ ପରିଚାଳନା ପରିଷଦ) ଓ ହାଇଦ୍ରାବାଦ ତୁଫାନ୍ସ ବିଜୟୀ ହୋଇଛନ୍ତି। ଆଜିର ପ୍ରଥମ ମ୍ୟାଚ୍ରେ ହିଲ୍ ଜିସି ୬-୩ ଗୋଲ୍ରେ ଶ୍ରାଚୀ ବେଙ୍ଗଲ ଟାଇଗର୍ସକୁ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ହିଲ୍ ଜିସି ପକ୍ଷରୁ କେନ୍ ରସେଲ (୧୯, ୩୬, ୪୪ ମିନିଟ୍) ହ୍ୟାଟ୍ରିକ୍ ଅର୍ଜନ କରିଥିଲା ବେଳେ ସାମ୍ ୱାର୍ଡ (୧୯ ମିନିଟ୍), ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ (୩୮ ମିନିଟ୍) ଓ ଜେମ୍ସ ଆଲବେରି (୫୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଟାଇଗର୍ସର ଯୁଗରାଜ ସିଂହ (୧୨ ମିନିଟ୍), ଟମ୍ ଗ୍ରାମ୍ବୁଚ (୪୦ ମିନିଟ୍) ଓ କ୍ରିଷ୍ଟୋଫର ରୁର୍ (୪୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଦ୍ବିତୀୟ ମ୍ୟାଚ୍ରେ ହାଇଦ୍ରାବାଦ ତୁଫାନ୍ସ ୩-୨ ଗୋଲ୍ରେ ରାଞ୍ଚି ରୟାଲ୍ସକୁ ମାତ୍ ଦେଇଥିଲା। ଟମ୍ ବୁନ୍ (୧୧, ୧୭ ମିନିଟ୍)ଙ୍କ ଯୁଗଳ ଗୋଲ୍ରେ ରୟାଲ୍ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ତେବେ ତୁଫାନ୍ସର ଓଡ଼ିଆ ପୁଅ ଅମନଦୀପ ଲାକ୍ରା (୪୨ ମିନିଟ୍), ନିକ୍ ଉଡ୍ସ (୪୫ ମିନିଟ୍) ଓ ତଲବିନ୍ଦର ସିଂହ (୫୭ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରି ଦଳକୁ ବିଜୟ ଭେଟି ଦେଇଥିଲେ।
Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ ନିଯୁକ୍ତି ହେଲେ ୪
ବିଜୟ ସହ ସୁର୍ମାରେ ଅଭିଯାନ ଶେଷ
ରାଞ୍ଚି: ଏଠାରେ ଚାଲିଥିବା ମହିଳା ହକି ଇଣ୍ଡିଆ ଲିଗ୍ରେ ଜେଏସ୍ଡବ୍ଲ୍ୟୁ ସୁର୍ମା ହକି କ୍ଲବ୍ ଦ୍ବିତୀୟ ବିଜୟ ପାଇଛି। ଟ୍ରଫି ଟକ୍କରରୁ ବାଦ୍ ପଡ଼ିଥିଲେ ମଧ୍ୟ ଏହି ଦଳ ବୁଧବାର ଫାଇନାଲିଷ୍ଟ୍ ଶ୍ରାଚୀ ବେଙ୍ଗଲ ଟାଇଗର୍ସକୁ ୩-୨ ଗୋଲ୍ରେ ପରାସ୍ତ କରି ସମ୍ମାନର ସହ ଅଭିଯାନ ଶେଷ କରିଛି। ସୁର୍ମା ପକ୍ଷରୁ ସୋନମ (୧୦ ମିନିଟ୍), ପେନି ସ୍କ୍ବିବ୍ (୫୦ ମିନିଟ୍) ଓ ମାରିଆ ଗ୍ରାନାଟୋ (୫୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଟାଇଗର୍ସ ପକ୍ଷରୁ ଅଗଷ୍ଟିନା ଗୋର୍ଜେଲାନି (୩୭ ମିନିଟ୍) ଓ ଲାଲ୍ରେମସିଆମି (୬୦ ମିନିଟ୍) ଦୁଇଟି ଗୋଲ୍ ଶୁଝିଥିଲେ।
Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ
ବିଶ୍ବରଞ୍ଜନ ବୈଷୟିକ ଅଧିକାରୀ
ଭୁବନେଶ୍ବର: ଖେଳାଳିରୁ ଅଧିକାରୀ ପାଲଟିଥିବା ଓଡ଼ିଶାର ଅନ୍ତର୍ଜାତୀୟ ହକି ଅମ୍ପାୟାର, ଜଜ୍ ତଥା ବୈଷୟିକ ଅଧିକାରୀ ବିଶ୍ବରଞ୍ଜନ ଷଡ଼ଙ୍ଗୀ ସଂପ୍ରତି ରାଞ୍ଚି ଓ ଚେନ୍ନାଇରେ ଖେଳାଯାଉଥିବା ହକି ଇଣ୍ଡିଆ ଲିଗ୍ରେ ବୈୟଷିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଭୁବନେଶ୍ବରରେ ଖେଳାଯିବାକୁ ଥିବା ଏହି ଲୋକପ୍ରିୟ ଲିଗ୍ର ନକ୍ଆଉଟ୍ ପର୍ଯ୍ୟାୟରେ ମଧ୍ୟ ସେ ଏହି ଦାୟିତ୍ବ ତୁଲାଇବେ। ଗତ ଦେଢ଼ ଦଶନ୍ଧି ଧରି ହକି ପରିଚାଳନରେ ସଂପୃକ୍ତ ଥିବା ବିଶ୍ବରଞ୍ଜନ ଏହା ପୂର୍ବରୁ ଭାରତରେ ଖେଳାଯାଇଥିବା କନିଷ୍ଠ ବିଶ୍ବକପ୍ ହକିରେ ମଧ୍ୟ ସଫଳତାର ସହ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇଥିଲେ।
Follow Us