Advertisment

Final Match: ଅହମଦାବାଦରେ ୨ଟି ମ୍ୟାଚ୍ ହାରିସାରିଥିବାରୁ ବଦଳିଲା ଟିମ୍ ଇଣ୍ଡିଆର ହୋଟେଲ

Advertisment

ଭାରତୀୟ ଦଳ ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ଖେଳିବ। ଏହା ପୂର୍ବରୁ ଦୁଇଟି କାରଣରୁ ଭାରତୀୟ ଦଳ ଟିକିଏ ଅଧିକ ସତର୍କ ହୋଇଉଠିଛି।

ଭାରତୀୟ ଦଳ ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ଖେଳିବ। ଏହା ପୂର୍ବରୁ ଦୁଇଟି କାରଣରୁ ଭାରତୀୟ ଦଳ ଟିକିଏ ଅଧିକ ସତର୍କ ହୋଇଉଠିଛି।

Final Match

Final Match

ଅହମଦାବାଦ: ଭାରତୀୟ ଦଳ ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ଖେଳିବ। ଏହା ପୂର୍ବରୁ ଦୁଇଟି କାରଣରୁ ଭାରତୀୟ ଦଳ ଟିକିଏ ଅଧିକ ସତର୍କ ହୋଇଉଠିଛି। ଗୋଟିଏ ହେଉଛି ଏହି ଷ୍ଡାଡିୟମ୍‌ରେ ପୂର୍ବରୁ ଭାରତୀୟ ଦଳ ଦୁଇଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ହାରିସାରିଛି- ୨୦୨୩ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ଓ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସୁପର-୮ ମ୍ୟାଚ୍‌। ଅନ୍ୟଟି ହେଉଛି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଅପରାଜେୟ ରେକର୍ଡ।

ଅନ୍ଧବିଶ୍ବାସ ଉପରେ ବି ବିଶ୍ବାସ କରିବା ଆରମ୍ଭ କରିଛି

ଏହି କାରଣରୁ ଫାଇନାଲ୍‌ ପୂର୍ବରୁ ଭାରତୀୟ ଦଳ କେବଳ ନିଜର ଦକ୍ଷତା ବା ରଣନୀତି ନୁହେଁ, ଅନ୍ଧବିଶ୍ବାସଉପରେ ବି ବିଶ୍ବାସ କରିବା ଆରମ୍ଭ କରିଛି। ଅହମଦାବାଦରେ ମ୍ୟାଚ୍‌ ହେଲେ ଭାରତୀୟ ଦଳ ନିୟମିତଭାବେ ଯେଉଁ ହୋଟେଲ୍‌ରେ ରହେ, ତାହାକୁ ବଦଳାଇ ଦିଆଯାଇଛି। ପୂର୍ବ ହୋଟେଲ୍‌ଟି ଭାରତୀୟ ଦଳକୁ ସୁହାଉନଥିବା ବିସିସିଆଇ ମନେ କରୁଥିବାରୁ ଏକ ନୂଆ ହୋଟେଲ୍‌ରେ ଦଳକୁ ରଖାଯାଇଛି। ସେହିପରି ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ମାର୍ଚ୍ଚ ୩ରେ ଭାରତୀୟ ଦଳ ଅଭ୍ୟାସକୁ ୪୫ ମିନିଟ୍‌ ବିଳମ୍ବିତ କରାଯାଇଥିଲା। ଚନ୍ଦ୍ରଗ୍ରହଣର କୁପ୍ରଭାବ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବା ଆଶଙ୍କାରେ ଏପରି କରାଯାଇଥିଲା ବୋଲି କୁହାଯାଉଛି। ତେବେ ଏସବୁ ପଦକ୍ଷେପ ପଛର କାରଣ ସମ୍ପର୍କରେ ବିସିସିଆଇ ଔପଚାରିକଭାବେ କିଛି ସୂଚନା ଦେଇନାହିଁ।

ତେବେ ଭାରତୀୟ କ୍ରିକେଟରମାନଙ୍କ ଅନ୍ଧବିଶ୍ବାସ ଏକ ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏ ନେଇ ଅନେକ ରୋଚକ କଥା ରହିଛି। କେତେକ ଖେଳାଳି ନିର୍ଦ୍ଦିଷ୍ଟ ଜର୍ସି ସଂଖ୍ୟାକୁ ନିଜ ପାଇଁ ସୌଭାଗ୍ୟଶାଳୀ ବୋଲି ମନେକରନ୍ତି। ଆଉ କେତେକ ନିଜ ପାଇଁ କିଛି ନିର୍ଦ୍ଦିଷ୍ଟ ବ୍ୟାଟ ଓ ଅନ୍ୟାନ୍ୟ ଉପକରଣକୁ ସୌଭାଗ୍ୟଶାଳୀ ମନେ କରିଥାନ୍ତି। ଆଉ କେତେକ ପଡ଼ିଆରେ ପ୍ରବେଶ କରିବାପୂର୍ବରୁ ସବୁବେଳେ ନିର୍ଦ୍ଦିଷ୍ଟ ପାଦକୁ ପ୍ରଥମେ ରଖିଥାନ୍ତି।

ଆହୁରି ପଢ଼ନ୍ତୁ: Lineman Daughter Rasneet Kaur: ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଲାଇନମ୍ୟାନ୍‌ଙ୍କ ଝିଅ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe