Advertisment

T20 world-cup: ଭାରତ ରେକର୍ଡ ଚତୁର୍ଥ ଥର ଫାଇନାଲ୍‌ ଖେଳିବ

Advertisment

ହାଇସ୍କୋରିଂ ଦ୍ବିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ରୋମାଞ୍ଚକର ଭାବେ ୭ ରନ୍‌ରେ ହରାଇବା ପରେ ଭାରତ ଚଳିତ ଆଇସିିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଫାଇନାଲ୍‌ରେ ପ୍ରବେଶ କରିଛି। ମୋଟ ଉପରେ ଦୁଇ ଥର ବିଜେତା ଭାରତ ସର୍ବାଧିକ ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ କରି ଶୀର୍ଷରେ ପହଞ୍ଚିଯାଇଛି।

ହାଇସ୍କୋରିଂ ଦ୍ବିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ରୋମାଞ୍ଚକର ଭାବେ ୭ ରନ୍‌ରେ ହରାଇବା ପରେ ଭାରତ ଚଳିତ ଆଇସିିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଫାଇନାଲ୍‌ରେ ପ୍ରବେଶ କରିଛି। ମୋଟ ଉପରେ ଦୁଇ ଥର ବିଜେତା ଭାରତ ସର୍ବାଧିକ ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ କରି ଶୀର୍ଷରେ ପହଞ୍ଚିଯାଇଛି।

india

ମୁମ୍ବାଇ: ହାଇସ୍କୋରିଂ ଦ୍ବିତୀୟ ସେମିଫାଇନାଲ୍‌ରେ ଇଂଲଣ୍ଡକୁ ରୋମାଞ୍ଚକର ଭାବେ ୭ ରନ୍‌ରେ ହରାଇବା ପରେ ଭାରତ ଚଳିତ ଆଇସିିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଫାଇନାଲ୍‌ରେ ପ୍ରବେଶ କରିଛି। ମୋଟ ଉପରେ ଦୁଇ ଥର ବିଜେତା ଭାରତ ସର୍ବାଧିକ ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ କରି ଶୀର୍ଷରେ ପହଞ୍ଚିଯାଇଛି। ପାକିିସ୍ତାନ ଓ ଶ୍ରୀଲଙ୍କା ୩ ଥର ଲେଖାଏଁ ଫାଇନାଲ୍‌ ଖେଳି ଥରେ ଲେଖାଏଁ ବିଜେତା ହୋଇଛନ୍ତି। କ୍ରମାଗତ ଫାଇନାଲ୍‌ ପ୍ରବେଶରେ କିନ୍ତୁ ଭାରତ ତୃତୀୟ ଦେଶ ହୋଇଛି। ଭାରତ ୨୦୨୪ରେ ବିଜେତା ହୋଇଥିବାବେଳେ ୨ ବର୍ଷ ପରେ ପୁଣି ଟ୍ରଫି ଟକ୍କର ଦୌଡ଼ରେ ରହିଛି। ଏହା ପୂର୍ବରୁ ପାକିସ୍ତାନ (୨୦୦୭ ଓ ୨୦୦୯) ଏବଂ ଶ୍ରୀଲଙ୍କା (୨୦୧୨ ଓ ୨୦୧୪) କ୍ରମାଗତ ଭାବେ ଫାଇନାଲ୍‌ ଖେଳିଥିଲେ ମଧ୍ୟ କେହି କ୍ରମାଗତ ଭାବେ ଟ୍ରଫି ଜିତିପାରି ନଥିଲେ। ଭାରତ ଏହି ଧାରା ଭାଙ୍ଗିବା ସହ ପ୍ରଥମ ଆୟୋଜକ ଭାବେ ବିଜେତା ହେବାର ଆଶା ରଖିଛି। ଗୁରୁବାରର ଭାରତ-ଇଂଲଣ୍ଡ ସେମିଫାଇନାଲରେ ମୋଟ ୩୪ ଛକା ଦେଖିବାକୁ ମିଳିଛି। ଯାହାକି ଏକ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ରେ ସର୍ବାଧିକ।

Blue Sparrow: ଖେମିନିଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲ ମହାକାଶରୁ ଛାଡ଼ିଥିବା କ୍ଷେପଣାସ୍ତ୍ର ‘ବ୍ଲୁ ସ୍ପାରୋ’

ଭାରତ ବ୍ୟାଟର୍‌ ୧୯ ଏବଂ ଇଂଲଣ୍ଡ ବ୍ୟାଟର୍‌ ୧୫ ଛକା ମାରିଥିଲେ। ପୂର୍ବ ରେକର୍ଡ ୩୧ ଛକା ସେହି ୱାଙ୍ଖଡେରେ ଗତ ୱେଷ୍ଟଇଣ୍ଡିଜ୍‌ ବନାମ ଜିମ୍ବାୱେ ସୁପର୍‌-୮ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଗୁରୁବାର ମ୍ୟାଚ୍‌ର ଦୁଇ ପାଳିରୁ ମୋଟ ୪୯୯ ରନ୍ (ଭାରତ-୨୫୩, ଇଂଲଣ୍ଡ ୨୪୬) ସଂଗୃହିତ ହେବା ଏକ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଦ୍ବିତୀୟ ସର୍ବାଧିକ, କିନ୍ତୁ ବିଶ୍ବକପ୍‌ରେ ସର୍ବାଧିକ। ୨୦୨୩ରେ ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ୫୧୭ ରନ୍‌ କରିଥିଲେ। ବିଶ୍ବକପ୍‌ରେ କିନ୍ତୁ ଚଳିତ ସଂସ୍କରଣରେ ପୂର୍ବରୁ ଭାରତ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ରୁ ମଧ୍ୟ ୪୯୬ ରନ୍‌ ମିଳିଥିଲା, ଯାହା ଗୁରୁବାର ପଛରେ ପଡ଼ିଯାଇଛି।
ଜ୍ୟାକବ୍‌ ବେଥେଲଙ୍କ ପାଳି (୪୮ ବଲ୍‌ରୁ ୧୦୫ ରନ୍) ତାଙ୍କ ଖେଳ ଜୀବନର ପ୍ରଥମ ଟ୍ବେଣ୍ଟି-୨୦ ଶତକ। ଏକ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନକ୍‌ ଆଉଟ୍‌ ମ୍ୟାଚ୍‌ରେ କିନ୍ତୁ ଏହା ସର୍ବୋଚ୍ଚ ବ୍ୟକ୍ତିଗତ। ଚଳିତ ସଂସ୍କରଣର ପ୍ରଥମ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ର ଫିନ୍‌ ଆଲେନ୍ ସ୍କୋର୍‌ କରିଥିବା ୧୦୦* ରନ୍‌ ୨୪ ଘଣ୍ଟା ଭିତରେ ପଛରେ ପଡ଼ିଯାଇଛନ୍ତି। ସଂଜୁ ସାମ୍‌ସନଙ୍କ ୮୯ ରନ୍‌ ମଧ୍ୟ ଭାରତ ପାଇଁ ବିଶ୍ବକପ୍‌ ସେମିଫାଇନାଲ୍‌ରେ ବିରାଟ କୋହଲି (୮୯*)ଙ୍କ ସର୍ବୋଚ୍ଚ ପାଳିର ସମକକ୍ଷ କରାଇଛି। କୋହଲି ୨୦୧୬ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୱାଙ୍ଖ୍‌ଡେ ସେମିଫାଇନାଲ୍‌ରେ ଏହି ପାଳି ଖେଳିଥିଲେ।

Helicopter Painting: ଇସ୍ରାଏଲ ଇରାନ ହେଲିକପ୍ଟରର ଛବି ଉପରେ ବୋମା ପକାଇଥିଲା କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe