Junior Asia Cup: କନିଷ୍ଠ ଏସିଆ କପ୍‌: ୟୁଏଇକୁ ୨୩୪ ରନ୍‌ରେ ହରାଇଲା ଭାରତ, ବୈଭବଙ୍କ ବିସ୍ଫୋରଣ (୯୫ ବଲ୍‌, ୧୭୧ ରନ୍‌)

Advertisment

ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରଣରେ ଭାରତ ଚଳିତ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ୧୪ ବର୍ଷୀୟ ବୈଭବଙ୍କ ୯୫ ବଲ୍‌ରୁ ରେକର୍ଡ ୧୭୧ ରନ୍‌ ବଳରେ ଭାରତ ୨୩୪ ରନ୍‌ରେ ୟୁଏଇକୁ ମାତ୍‌ ଦେଇଛି।

ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରଣରେ ଭାରତ ଚଳିତ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ୧୪ ବର୍ଷୀୟ ବୈଭବଙ୍କ ୯୫ ବଲ୍‌ରୁ ରେକର୍ଡ ୧୭୧ ରନ୍‌ ବଳରେ ଭାରତ ୨୩୪ ରନ୍‌ରେ ୟୁଏଇକୁ ମାତ୍‌ ଦେଇଛି।

fshsfhfxvbvb

ଦୁବାଇ: ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରଣରେ ଭାରତ ଚଳିତ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ୧୪ ବର୍ଷୀୟ ବୈଭବଙ୍କ ୯୫ ବଲ୍‌ରୁ ରେକର୍ଡ ୧୭୧ ରନ୍‌ ବଳରେ ଭାରତ ୨୩୪ ରନ୍‌ରେ ୟୁଏଇକୁ ମାତ୍‌ ଦେଇଛି। ବୈଭବଙ୍କ ଏହି ଶତକୀୟ ପାଳିରେ ୧୪ ଛକା ଓ ୯ ଚୌକା ସାମିଲ ଥିଲା। ୧୯ ବର୍ଷରୁ କମ୍‌ ବର୍ଗରେ ଗୋଟିଏ ପାଳିରେ ୧୪ ଛକା ମାରିବା ଏହା ପ୍ରଥମ ଘଟଣା ହୋଇଛି। ତାଙ୍କ ୧୭୧ ରନ୍‌ ଯୁବ ଦିନିକିଆରେ ଭାରତର ଦ୍ବିତୀୟ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ ରେକର୍ଡ ମଧ୍ୟ ‌ହୋଇଛି। ତାଙ୍କ ଆଗରୁ ଏହି ରେକର୍ଡ ଅମ୍ବାତି ରାୟୁଡ଼ୁ (୧୭୭* ରନ୍‌)ଙ୍କ ନାମରେ ରହିଛି। ସେ ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ଏହି ପାଳି ଖେଳିଥିଲେ। ଯୁବ ଦିନିକିଆ ସର୍ବୋଚ୍ଚ ସ୍କୋର୍‌ ତାଲିକାରେ ରାୟୁଡ଼ୁ ପଞ୍ଚମରେ ଥିଲା ବେଳେ ସୂର୍ଯ୍ୟବଂଶୀ ନବମରେ ରହିଛନ୍ତି। 

Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ

ଶୁକ୍ରବାର ସୂର୍ଯ୍ୟବଂଶୀଙ୍କ ବାଦ୍‌ ବିହାନ ମାଲହୋତ୍ରା (୬୯, ୭୩ ବଲ୍‌, ୭ ଚୌକା, ୧ ଛକା) ଓ ଆରୋନ ଜର୍ଜ (୬୯, ୫୫ ବଲ୍‌, ୭ ଚୌକା, ୧ ଛକା) ଅର୍ଦ୍ଧଶତକ ଅର୍ଜନ କରିବାରୁ ଭାରତ ୪୩୩/୬ କରିଥିଲା। ଯାହା ଭାରତର ୧୯ ବର୍ଷରୁ କମ୍‌ ଦିନିକିଆ ଏବଂ ଏହି ବୟସ ବର୍ଗ‌ର ଏସିଆ କପ୍‌ ଇତିହାସରେ ସର୍ବୋଚ୍ଚ ସ୍କୋର୍‌ ହୋଇଛି। ମୋଟ ଉପରେ ଅଷ୍ଟ୍ରେଲିଆ (୪୮୦/୬ ବନାମ କେନିୟା, ୨୦୦୨) ଓ ନ୍ୟୁଜିଲାଣ୍ଡ (୪୩୬/୪ ବନାମ କେନିୟା, ୨୦୧୮) ପରେ ଭାରତ ତୃତୀୟରେ ପହଞ୍ଚିଛି। ଭାରତର ୪୩୩ ରନ୍ ଜବାବରେ ପୃଥ୍ବୀ ମଧୁ (୫୦) ଓ ଉଦ୍ଦିଶ ସୁରୀ (୭୮*)ଙ୍କ ଅର୍ଦ୍ଧଶତକ ବଳରେ ୟୁଏଇ ୭ ୱିକେଟ୍‌ ହରାଇ ୧୯୯ ରନ୍‌ କରିପାରିଥିଲା। ବୈଭବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Pakistan : ଇମ୍ରାନ ଖାଁଙ୍କ ଉପରେ ବିପଦ ମାଡ଼ିଆସୁଛି ! ରାଜସାକ୍ଷୀ ହୋଇପାରନ୍ତି ଫୈଜ୍ ହମିଦ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe