Men's Hockey India League: ଆଜିଠୁ ପୁରୁଷ ହକି ଇଣ୍ଡିଆ ଲିଗ୍‌: ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଳିଙ୍ଗ ଲାନ୍‌ସର୍ସ ଖେଳାଳି

Advertisment

ସଂପ୍ରତି ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍‌ ଚାଲିଥିଲା ବେଳେ ପୁରୁଷଙ୍କ ଲିଗ୍‌ ଶନିବାରଠୁ ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ।

ସଂପ୍ରତି ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍‌ ଚାଲିଥିଲା ବେଳେ ପୁରୁଷଙ୍କ ଲିଗ୍‌ ଶନିବାରଠୁ ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ।

gdjgdjdgjcnbbn

ଭୁବନେଶ୍ବର: ସଂପ୍ରତି ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍‌ ଚାଲିଥିଲା ବେଳେ ପୁରୁଷଙ୍କ ଲିଗ୍‌ ଶନିବାରଠୁ ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ ପରେ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ୯ ମ୍ୟାଚ୍‌ ରାଞ୍ଚିରେ ଖେଳାଯିବ। ଲିଗ୍‌ ପର୍ଯ୍ୟାୟର ଶେଷ ୯ ମ୍ୟାଚ୍‌ ସହ କ୍ବାଲିଫାୟର, ଏଲିମିନେଟର୍‌, ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍‌ ଓ ଫାଇନାଲ୍‌ ପର୍ଯ୍ୟାୟ  ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଚଳିତ ସଂସ୍କରଣରେ ୮ ଦଳ ବିଜେତା ଶ୍ରାଚୀ ବେଙ୍ଗଲ ଟାଇଗର୍ସ, ଉପବିଜେତା ହାଇଦ୍ରାବାଦ ତୁଫାନ୍ସ, ଜେଏସ୍‌ଡବ୍‌ଲ୍ୟୁ ସୁରୁମା ହକି କ୍ଲବ୍‌, ଏସ୍‌ଜି ପାଇପର୍ସ, ଆକୋର୍ଡ ତାମିଲନାଡ଼ୁ ଡ୍ରାଗନ୍ସ, ଓଡ଼ିଶାଭିତ୍ତିକ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ, ରାଞ୍ଚି ରୟାଲ୍ସ ଓ ହିଲ୍‌ ଜିସି ଦଳ ଅଂଶଗ୍ରହଣ କରୁଛନ୍ତି।

fshhfbxbvvb

ଶୁକ୍ରବାର ଉଦ୍‌ଘାଟନୀ ମୁକାବିଲାରେ ଘରୋଇ ଦଳ ତାମିଲନାଡ଼ୁ ଡ୍ରାଗନ୍ସ ଓ ହାଇଦ୍ରାବାଦ ତୁଫାନ୍ସ ମୁହାଁମୁହିଁ ହେବେ। ଗତବର୍ଷ ତାମିଲନାଡ଼ୁ ଡ୍ରାଗନ୍ସ ୨-୩ରେ ଜେଏସ୍‌ଡବ୍‌ଲ୍ୟୁ ସୁରୁମା ହକି କ୍ଲବ୍‌ଠୁ ହାରି କାଂସ୍ୟରୁ ବଞ୍ଚିତ ହୋଇଥିଲା। ପ୍ରତିଯୋଗିତାରେ ଭାଗ ନେବାଲାଗି ଚେନ୍ନାଇ ଗସ୍ତ କରିବା ପୂର୍ବରୁ କଳିଙ୍ଗ ଲାନ୍‌ସର୍ସର ଖେଳାଳି ଓ ଅଧିକାରୀମାନେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟିଛନ୍ତି। ଖେଳାଳିମାନେ ଏହି ଅବସରରେ ଶ୍ରୀ ସିଂହଦେଓଙ୍କୁ ଦଳର ଜର୍ସି ପ୍ରଦାନ କରିଥିଲେ। ବେଦାନ୍ତ ଝାରସୁଗୁଡ଼ାର ସିଇଓ ସି ଚନ୍ଦ୍ରୁ, ଆଲ୍‌ମିନିୟମ୍‌ ମାଇନ୍ସ ସିଏଫ୍‌ଓ ଏସ୍‌ ସୁରେଶ ଉପସ୍ଥିତ ଥିଲେ। କଳିଙ୍ଗ ଲାନ୍‌ସର୍ସ ୪ ତାରିଖରେ ରାଞ୍ଚି ରୟାଲ୍ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। 

School Bus: ନଗଡ଼ାକୁ ସ୍କୁଲବସ୍‌ ସେବା ଶୁଭାରମ୍ଭ

ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଦଳ: କ୍ରିଷନ୍‌ ବି ପାଠକ, ସୁନିଲ ପିବି, ପ୍ରତାପ ଲାକ୍ରା, ରୋହିତ କୁଲୁ, ସଞ୍ଜୟ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ଅମିତ କୁମାର ଟୋପ୍ପୋ, ରୋଶନ କୁଜୁର, ଗୁରସାହିବଜିତ ସିଂହ, ଅଙ୍ଗଦ ବୀର ସିଂହ, ଦୀପକ ପ୍ରଧାନ, ଦିଲପ୍ରୀତ ସିଂହ, ବବି ସିଂହ ଧାମି (ଭାରତୀୟ)। ଜେଡ୍‌ ସ୍ନିଡେନ୍‌, ଆଣ୍ଟୋନି କିନା, ଆର୍ଥର ଭାନ୍‌ ଡୋରେନ୍‌, ଆଲେକ୍‌ଜାଣ୍ଡର ହେଣ୍ଡ୍ରିକ୍ସ, କ୍ରେଗ୍‌ ମାରିଆସ୍‌, ଲିଅମ ହେଣ୍ଡରସନ୍‌, କୁପର ବର୍ନସ (ବିଦେଶୀ)।

Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe