National Cycling: ଜାତୀୟ ସାଇକ୍ଲିଂ: ଓଡ଼ିଶାକୁ ଆଉ ୨ ପଦକ

Advertisment

ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଆୟୋଜିତ ୭୭ତମ ଜାତୀୟ ବରିଷ୍ଠ ଏବଂ ୫୪ତମ କନିଷ୍ଠ ତଥା ୪୦ତମ ଉପକନିଷ୍ଠ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ବରିଷ୍ଠ ମହିଳା ଦଳଗତ ସ୍ପ୍ରିଣ୍ଟ୍‌ରେ ସ୍ବସ୍ତି ସିଂହ....

ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଆୟୋଜିତ ୭୭ତମ ଜାତୀୟ ବରିଷ୍ଠ ଏବଂ ୫୪ତମ କନିଷ୍ଠ ତଥା ୪୦ତମ ଉପକନିଷ୍ଠ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ବରିଷ୍ଠ ମହିଳା ଦଳଗତ ସ୍ପ୍ରିଣ୍ଟ୍‌ରେ ସ୍ବସ୍ତି ସିଂହ....

dgdagzcvvc

ଭୁବନେଶ୍ବର: ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଆୟୋଜିତ ୭୭ତମ ଜାତୀୟ ବରିଷ୍ଠ ଏବଂ ୫୪ତମ କନିଷ୍ଠ ତଥା ୪୦ତମ ଉପକନିଷ୍ଠ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ବରିଷ୍ଠ ମହିଳା ଦଳଗତ ସ୍ପ୍ରିଣ୍ଟ୍‌ରେ ସ୍ବସ୍ତି ସିଂହ, ରେଜିଆ ଦେବୀ ଓ ବର୍ଷାରାଣୀ ବଡ଼ାଇକଙ୍କୁ ନେଇ ଗଠିତ ରାଜ୍ୟ ଦଳ ରୌପ୍ୟ ପଦକ ହାସଲ କରିଛି। ସେହିଭଳି ୨ କିଲୋମିଟର ବ୍ୟକ୍ତିଗତ ପର୍ସୁଟ୍‌ (ଯୁବ)ରେ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଓଡ଼ିଶା ସାଇକ୍ଲିଂ ଏକାଡେମିର ପ୍ରଶିକ୍ଷାର୍ଥୀ ସସ୍ମିତା ପଣ୍ଡା ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

Cricket: କ୍ରିକେଟ୍‌ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ

ସେ ମଧ୍ୟ ରାଜ୍ୟ ସାଇକ୍ଲିଂର ନୂଆ ସମ୍ଭାବନା ଭାବେ ହୋଇଛନ୍ତି। ଶନିବାର ବରିଷ୍ଠ ମହିଳା ଦଳଗତ ୪ କିଲୋମିଟର ପର୍ସୁଟ୍‌ରେ ସ୍ବସ୍ତି ସିଂହ, ରେଜିଆ ଦେବୀ, ମଧୁସ୍ମିତା ବଡ଼ାଇକ, ବର୍ଷାରାଣୀ ବାରିକ ଓ ମନୀଷା ଦାସଙ୍କୁ ନେଇ ଗଠିତ ସ୍ବର୍ଣ୍ଣ ପଦକ ଜିତିଥିଲା। ସେହିଭଳି ୧ କିଲୋମିଟର ଏଲିଟ୍ ମହିଳା ବ୍ୟକ୍ତିଗତ ଟାଇମ୍ ଟ୍ରାଏଲ୍ ଇଭେଣ୍ଟ୍‌ରେ ବର୍ଷାରାଣୀ ବାରିକ କାଂସ୍ୟ ପଦକ ଜିତିଥିଲେ। ରବିବାରର ୨ପଦକ ସହ ଓଡ଼ିଶାର ମୋଟ ପଦକ ସଂଖ୍ୟା ୪କୁ ବଢ଼ିଛି।

Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe