ମାଉଣ୍ଟ ମଙ୍ଗନୁଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ୍କୁ ନ୍ୟୁଜିଲାଣ୍ଡ ୩୨୩ ରନ୍ରେ ଜିିତି ନେଇଛି। ତା’ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ବିଜୟୀ ହୋଇଛି। ଏଠାରେ ଖେଳାଯାଉଥିବା ତୃତୀୟ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡ ୪୬୨ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ୱେଷ୍ଟଇଣ୍ଡିଜ୍ କିନ୍ତୁ ଲଜ୍ଜାଜନକ ଭାବେ ୧୩୮ ରନ୍ରେ ଅଲ୍ଆଉଟ୍ ହୋଇ ଆଉ ଏକ ବୃହତ୍ ପରାଜୟ ବରଣ କରିଥିଲା। ରବିବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଇଣ୍ଡିଜ୍ ବିନା କ୍ଷତିରେ ୪୩ ରନ୍ କରିଥିବାରୁ ସୋମବାର ଜୋର୍ଦାର୍ ଲଢ଼େଇ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏକମାତ୍ର ଅର୍ଦ୍ଧଶତକ ହାସଲକାରୀ କିଙ୍ଗ୍ ବ୍ୟକ୍ତିଗତ ସ୍କୋର୍ରେ ଆଉ ୨୦ ରନ୍ ଯୋଡ଼ି ଆଉଟ୍ ହେବା ପରେ ଇଣ୍ଡିଜ୍ ପାଳି ତାସ୍ଘର ଭଳି ଭୁଶୁଡ଼ି ଯାଇଥିଲା। ୮୭ ରନ୍ରେ ଗୋଟିଏ ୱିକେଟ୍ ହରାଇବା ପରେ ଅବଶିଷ୍ଟ ୯ ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ଏକପ୍ରକାର ଆତ୍ମସମର୍ପଣ କରିଥିଲା।
Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର
ଏହି ମ୍ୟାଚ୍ରେ ପ୍ରଥମ ବ୍ୟାଟର୍ ଭାବେ ଦ୍ବିଶତକ ଓ ଶତକ ହାସଲ କରିଥିବା ଡେଭନ୍ କନ୍ୱେ ମ୍ୟାଚ୍ର ଏବଂ ୪୨ ରନ୍ ଦେଇ ମୋଟ ୨୩ ୱିକେଟ୍ କରାୟତ୍ତ କରିଥିବା ଜ୍ୟାକବ୍ ଡଫି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ନ୍ୟୁଜିଲାଣ୍ଡ ପୂର୍ବରୁ ତା’ର ପ୍ରଥମ ପାଳିକୁ ୫୭୫/୮ରେ ଘୋଷଣା କରିଥିଲା। ଜବାବରେ ଇଣ୍ଡିଜ୍ ୪୨୦ ରନ୍ କରିଥିଲା। ସେହିଭଳି ନ୍ୟୁଜିଲାଣ୍ଡ ୩୦୬/୨ରେ ଦ୍ବିତୀୟ ପାଳି ଘୋଷଣା କରିବାରୁ ଇଣ୍ଡିଜ୍ ସମ୍ମୁଖରେ ୪୫୦ରୁ ଅଧିକ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/23/dgdagdazvvcvc-2025-12-23-01-31-29.jpg)