Odias shine in national competition: ଜାତୀୟ ପ୍ରତିଯୋଗିତାରେ ଓଡ଼ିଆଙ୍କ ଚମକ: ବିଚ୍‌ ସକ୍କରରେ ଓଡ଼ିଶାର ଦ୍ବିତୀୟ ବିଜୟ

Advertisment

ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (ଏସ୍‌ଜେଏଫ୍‌ଆଇ) ୧୭ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ତୀରନ୍ଦାଜରେ ଓଡ଼ିଶା ଛାତ୍ରଛାତ୍ରୀ ଉଲ୍ଲେଖନୀୟ ପ୍ରଦର୍ଶନ କରି ୪ଟି ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି।

ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (ଏସ୍‌ଜେଏଫ୍‌ଆଇ) ୧୭ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ତୀରନ୍ଦାଜରେ ଓଡ଼ିଶା ଛାତ୍ରଛାତ୍ରୀ ଉଲ୍ଲେଖନୀୟ ପ୍ରଦର୍ଶନ କରି ୪ଟି ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି।

dgadgadgddg

ଭୁବନେଶ୍ବର: ଜାତୀୟ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ତୀରନ୍ଦାଜ, ଭଲିବଲ୍ ଓ ବିଚ୍‌ ସକ୍କରରେ ନିଜ ଚମକ ଛାଡ଼ିଛନ୍ତି। ଓଡ଼ିଶା କ୍ରୀଡ଼ା ପାଇଁ ଏହା ଏକ ଶୁଭ ଖବର।

ଏସ୍‌ଜିଏଫ୍‌ଆଇ ତୀରନ୍ଦାଜ: ଓଡ଼ିଶାକୁ ୪ ସ୍ବର୍ଣ୍ଣ

ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (ଏସ୍‌ଜେଏଫ୍‌ଆଇ) ୧୭ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ତୀରନ୍ଦାଜରେ ଓଡ଼ିଶା ଛାତ୍ରଛାତ୍ରୀ ଉଲ୍ଲେଖନୀୟ ପ୍ରଦର୍ଶନ କରି ୪ଟି ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି। ଚଳିତ ଜାନୁଆରି ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଞ୍ଚିଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ଓଡ଼ିଶାରୁ ମୋଟ  ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରେ ଥିଲେ ୧୧ ବାଳିକା ଓ ୭ ବାଳକ।  ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ୟୁଜିପି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ରୋହିତ କୁମାର ମାରାଣ୍ଡି, ଇଣ୍ଡିଆନ ରାଉଣ୍ଡର ୩୦ ମିଟର ଦୂରତା ତଥା ଅଲିମ୍ପିକ୍‌ ରାଉଣ୍ଡରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ମିଶ୍ରିତ ଦଳଗତ ବର୍ଗରେ  କିସ୍  ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ରେଶ୍‌ମା ମଲ୍ଲିକଙ୍କ ସହ ରୋହିତ କୁମାର ମାରାଣ୍ଡି ଆଉ ଗୋଟିଏ ସ୍ବର୍ଣ୍ଣ ପଦକ ହାସିଲ୍ କରିଥିଲେ।  ରୋହିତ କୁମାର ମାରାଣ୍ଡି ସମୁଦାୟ ୩ଟି ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିଲେ।  ଅନ୍ୟପକ୍ଷରେ ରେଶମା ମଲ୍ଲିକ ଗୋଟିଏ ସ୍ବର୍ଣ୍ଣ ଜିତି ନିଜ ଅନନ୍ୟ ପ୍ରତିଭାର ପରିଚୟ ଦେଇଥିଲେ।

Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ  ନିଯୁକ୍ତି ହେଲେ ୪

ଜାତୀୟ ଭଲିବଲ୍: ଓଡ଼ିଶାର ହ୍ୟାଟ୍ରିକ୍‌ ବିଜୟ

ବାରାଣସୀରେ ଚାଲିଥିବା ୭୨ତମ ଜାତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ ଲଗାତାର ତୃତୀୟ ମ୍ୟାଚ୍‌ ଜିତି ହ୍ୟାଟ୍ରିକ୍‌ କରିଛି। ବୁଧବାର ରାଜ୍ୟ ଦଳ ଗୋଟିଏ ସେଟ୍‌ରେ ପଛୁଆ ରହିବା ସତ୍ତ୍ବେ ଆନ୍ଧ୍ରପ୍ରଦେଶକୁ ୩-୧ରେ (୧୯-୨୫, ୨୫-୧୪, ୨୬-୨୪, ୨୫-୧୯)ରେ ପରାସ୍ତ କରିଥିଲା। ଏହା ପୂର୍ବରୁ ଓଡ଼ିଶା ନିଜ ପ୍ରଥମ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ବିହାର ଓ ତେଲେଙ୍ଗାନାକୁ ପରାସ୍ତ କରିଥିଲା। ୧୧ ତାରିଖରେ ଶେଷ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ଦୁଇ ସ୍ଥାନରେ ରହିବା ଲକ୍ଷ୍ୟରେ ରହିଛି। ଏହି ସଫଳତା ଲାଗି ଓଡ଼ିଶା ଭଲିବଲ୍‌ ସଂଘ ସଭାପତି ଅଚ୍ୟୁତ ସାମନ୍ତ ଓ ସମ୍ପାଦକ ଗଗନେନ୍ଦୁ ଦାଶ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

PMAY: ଗରିବଙ୍କୁ ମିଳୁନି ଘର; ଭାଇ ଘରେ ଆଶ୍ରୟ ନେଉଛନ୍ତି ଦଂପତି

ବିଚ୍‌ ସକ୍କରରେ ଓଡ଼ିଶାର ଦ୍ବିତୀୟ ବିଜୟ

କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ ଆନୁକୂଲ୍ୟରେ ଡିୟୁର ଘୋଘଲା ବିଚ୍‌ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଚ୍‌ ଗେମ୍ସରେ ଓଡ଼ିଶା ମହିଳା ସକ୍କର ଦଳ ତା’ର ଜୟଯାତ୍ରା ଜାରି ରଖିଛି। ବୁଧବାର ନିଜ ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ୮-୪ରେ ଅରୁଣାଚଳପ୍ରଦେଶକୁ ପରାସ୍ତ କରି ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୧୧-୩ର ବଡ଼ ବ୍ୟବଧାନରେ ମହାରାଷ୍ଟ୍ରକୁ ହରାଇଥିଲା। ଏହି ସଫଳତା ଲାଗି ଓଡ଼ିଶା ଫୁଟ୍‌ବଲ୍‌ ସଂଘ ସଂପାଦକ ଆଶୀର୍ବାଦ ବେହେରା ଓ ସଭାପତି ଟଙ୍କଧର ତ୍ରିପାଠୀ ଓଡ଼ିଶା ଖେଳାଳିମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe