One-day cricket: ୫୫ ବର୍ଷ ତଳେ ଜନ୍ମ ନେଇଥିଲା ଦିନିକିଆ କ୍ରିକେଟ୍‌

Advertisment

ଆଜକୁ ଠିକ୍‌ ୫୫ ବର୍ଷ ତଳେ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଜନ୍ମ ନେଇଥିଲା ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍‌। ଦିନିକିଆ କ୍ରିକେଟ୍‌ ଭାବେ ପରିଚିତ ଏହି ଫର୍ମାଟ୍‌ ଅପ୍ରତ୍ୟାଶିତ ଘଟଣାକ୍ରମରୁ ଆବିର୍ଭାବ ହୋଇଥିଲା।

ଆଜକୁ ଠିକ୍‌ ୫୫ ବର୍ଷ ତଳେ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଜନ୍ମ ନେଇଥିଲା ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍‌। ଦିନିକିଆ କ୍ରିକେଟ୍‌ ଭାବେ ପରିଚିତ ଏହି ଫର୍ମାଟ୍‌ ଅପ୍ରତ୍ୟାଶିତ ଘଟଣାକ୍ରମରୁ ଆବିର୍ଭାବ ହୋଇଥିଲା।

Barabati cricket Stadium

Barabati cricket Stadium

ନୂଆଦିଲ୍ଲୀ: ଆଜକୁ ଠିକ୍‌ ୫୫ ବର୍ଷ ତଳେ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଜନ୍ମ ନେଇଥିଲା ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍‌। ଦିନିକିଆ କ୍ରିକେଟ୍‌ ଭାବେ ପରିଚିତ ଏହି ଫର୍ମାଟ୍‌ ଅପ୍ରତ୍ୟାଶିତ ଘଟଣାକ୍ରମରୁ ଆବିର୍ଭାବ ହୋଇଥିଲା। ମେଲ୍‌ବର୍ଣ୍ଣରେ‌ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଇଂଲଣ୍ଡ ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା। ୪୬,୦୦୦ ଦର୍ଶକ ଏହାକୁ ଦେଖିବାକୁ ୫ ଦିନ ଧରି ଅପେକ୍ଷା କରି ନିରାଶ ହୋଇଥିଲେ। ଶେଷରେ ଦର୍ଶକଙ୍କ ଚାହିଦାକୁ ନଜରରେ ରଖି ଶେଷ ଦିନରେ ୪୦ ଓଭର ବିଶିଷ୍ଟ ମ୍ୟାଚ୍‌‌ ଖେଳାଯାଇଥିଲା। ଏହାକୁ ପ୍ରଶଂସକ ପସନ୍ଦ କରିବା ପରେ ଏହି ମ୍ୟାଚ୍‌କୁ ପ୍ରଥମ ଆନୁଷ୍ଠାନିକ ଦିନିକିଆର ମାନ୍ୟତା ପ୍ରଦାନ କରାଯାଇଥିଲା। ଏହି ଫର୍ମାଟ୍‌ର ଲୋକପ୍ରିୟତା ଏତେ ଜଲଦି ବଢ଼ିଯାଇଥିଲା ଯେ ୪ ବର୍ଷ ପରେ (୧୯୭୫) ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ଖେଳାଯାଇଥିଲା।‌

Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ

ସେବେଠାରୁ କ୍ରିକେଟ୍‌ ଅନେକ ବୈପ୍ଳବିକ ପଥ ଦେଇ ଆଗକୁ ବଢ଼ିଛି। ୨୦୦୫ ଫେବ୍ରୁଆରି ମାସରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ମୁକାବିଲା ପ୍ରଥମ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଭାବେ ଖେଳାଯାଇଥିଲା। ଏବେ ସମସ୍ତ ୩ ଫର୍ମାଟ୍‌ (ଟେଷ୍ଟ୍‌, ଦିନିକିଆ, ଟ୍ବେଣ୍ଟି-୨୦) ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବେଶ୍‌ ସକ୍ରିୟ ରହିଛି। କିନ୍ତୁ ୫୫ ବର୍ଷ ତଳେ ଆରମ୍ଭ ‌ହୋଇଥିବା ଦିନିକିଆ କ୍ରିକେଟ୍‌ର ଫର୍ମାଟ୍‌ ଏହି ୫ ଦଶନ୍ଧି ଭିତରେ ୧୩ ସଂସ୍କରଣ ବିଶ୍ବକପ୍‌ ଆୟୋଜନ କରିସାରିଛି। ଅଷ୍ଟ୍ରେଲିଆ ସର୍ବାଧିକ ୬ ଥର ବିଜେତା ହୋଇଥିବା ବେଳେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଦୁଇ ଥର ଲେଖାଏଁ ଜିତିଛନ୍ତି। ଇଂଲଣ୍ଡ, ଶ୍ରୀଲଙ୍କା, ପାକିସ୍ତାନ ଥରେ ଲେଖାଏଁ ଏହି ବିଶ୍ବକପ୍‌ ଜିତିଛନ୍ତି। ୨୦୨୭ରେ ପରବର୍ତ୍ତୀ ସଂସ୍କରଣ ଖେଳାଯିବ।

E-KYC: ଏମ୍‌ଜିନରେଗା ଇ-କେୱାଇସି ୬୩.୨୧ ପ୍ରତିଶତ, ରାଜ୍ୟ ହାରରୁ କମ୍

ଦିନିକିଆ କ୍ରିକେଟ୍‌ରେ ଦୁଇ ଭାରତୀୟ ବ୍ୟାଟିଂ ମାଷ୍ଟର୍‌ ସଚିନ ତେନ୍ଦୁଲକର ଓ ବିରାଟ କୋହଲି ଏକାଧିକ ରେକର୍ଡର ଅଧିକାରୀ ଅଛନ୍ତି। ସଚିନଙ୍କ ନାମରେ ସର୍ବାଧିକ ରନ୍ (୧୮,୪୨୬) ଏବଂ ବିରାଟଙ୍କ ନାମରେ ସର୍ବାଧିକ ଶତକ (୫୩) ରହିଛି।‌ ବୋଲିଂରେ ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ସର୍ବାଧିକ ୱିକେଟ୍‌ (୫୩୪), ପାକିସ୍ତାନର ୱାସିମ୍‌ ଆକ୍ରମ (୫୦୨) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe