Pakistani kabaddi player: ଭାରତୀୟ ଦଳରୁ ଖେଳିଥିବା ପାକିସ୍ତାନୀ କବାଡ଼ି ଖେଳାଳି ନିଲମ୍ବିତ

Advertisment

ଚଳିତ ମାସ ପ୍ରାରମ୍ଭରେ ବାହାରିନ୍‌ରେ ଅନୁଷ୍ଠିତ ଏକ ଘରୋଇ ପ୍ରତିଯୋଗିତାରେ ଏକ ଭାରତୀୟ ଦଳରୁ ଖେଳିଥିବାରୁ ଜଣେ ପାକିସ୍ତାନୀ କବାଡ଼ି ଖେଳାଳିଙ୍କୁ ନିଳମ୍ବିତ କରାଯାଇଛି। ଏହି ଜଣାଶୁଣା ଅନ୍ତର୍ଜାତୀୟ ଖେଳାଳି ଜଣଙ୍କ ହେଉଛନ୍ତି ଉବୈଦୁଲ୍ଲା ରାଜପୁତ।

ଚଳିତ ମାସ ପ୍ରାରମ୍ଭରେ ବାହାରିନ୍‌ରେ ଅନୁଷ୍ଠିତ ଏକ ଘରୋଇ ପ୍ରତିଯୋଗିତାରେ ଏକ ଭାରତୀୟ ଦଳରୁ ଖେଳିଥିବାରୁ ଜଣେ ପାକିସ୍ତାନୀ କବାଡ଼ି ଖେଳାଳିଙ୍କୁ ନିଳମ୍ବିତ କରାଯାଇଛି। ଏହି ଜଣାଶୁଣା ଅନ୍ତର୍ଜାତୀୟ ଖେଳାଳି ଜଣଙ୍କ ହେଉଛନ୍ତି ଉବୈଦୁଲ୍ଲା ରାଜପୁତ।

5d456dag456zcvvv

କରାଚି: ଚଳିତ ମାସ ପ୍ରାରମ୍ଭରେ ବାହାରିନ୍‌ରେ ଅନୁଷ୍ଠିତ ଏକ ଘରୋଇ ପ୍ରତିଯୋଗିତାରେ ଏକ ଭାରତୀୟ ଦଳରୁ ଖେଳିଥିବାରୁ ଜଣେ ପାକିସ୍ତାନୀ କବାଡ଼ି ଖେଳାଳିଙ୍କୁ ନିଳମ୍ବିତ କରାଯାଇଛି। ଏହି ଜଣାଶୁଣା ଅନ୍ତର୍ଜାତୀୟ ଖେଳାଳି ଜଣଙ୍କ ହେଉଛନ୍ତି ଉବୈଦୁଲ୍ଲା ରାଜପୁତ। ତାଙ୍କୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରିଛି ପାକିସ୍ତାନ କବାଡ଼ି ମହାସଂଘ (ପିକେଏଫ୍‌)। ବିନା ଆପତ୍ତିପତ୍ରରେ ବିଦେଶ ଗସ୍ତ କରିବା ସହ ଏକ ଭାରତୀୟ ଦଳରୁ ଖେଳିବା, ଏହାର ଜର୍ସି ପରିଧାନ କରିବା ଏବଂ ବିଜୟ ପରେ ଭାରତୀୟ ଜାତୀୟ ପତାକାକୁ ଖୁସିରେ‌ ବେକରେ ଧାରଣ କରିବା ପ୍ରସଙ୍ଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। 

Donald Trump : ଆମେରିକା ହିଁ ପ୍ରକୃତ ଜାତିସଂଘ : ଟ୍ରମ୍ପ

ରାଜପୁତ ଚାହିଲେ ଶୃଙ୍ଖଳା କମିଟି ନିକଟରେ ଆବେଦନ କରିପାରିବେ ବୋଲି ପିକେଏଫ୍‌ ସମ୍ପାଦକ ରାଣା ସରୱାର ପ୍ରକାଶ କରିଛନ୍ତି। ରବିବାର ପିକେଏଫ୍‌ର ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବାହାରିନ୍‌ରେ ଏକ ଘରୋଇ ପ୍ରତିଯୋଗିତାରେ ଖେଳିବା‌ ସମ୍ପର୍କରେ ଆଦୌ ଧାରଣା ନଥିଲା ଏବଂ ଖେଳୁଥିବା ଦଳ ଏକ ଭାରତୀୟ ଦଳ ବୋଲି ମଧ୍ୟ ମୁଁ ଜାଣି ନଥିଲି ବୋଲି ରାଜପୁତ ସଫେଇ ‌ଦେବା ସହ କ୍ଷମା ମାଗି ନେଇଥିଲେ। କିନ୍ତୁ ଜିସିସି କପ୍‌ରେ ବିଜୟ ପରେ ରାଜପୁତ ଭାରତୀୟ ଜର୍ସିରେ ଭାରତୀୟ ତ୍ରିରଙ୍ଗାକୁ ଉଡ଼ାଉଥିବାର ଭିଡିଓ ଭାଇରାଲ୍ ହେବା ପରେ ପିକେଏଫ୍‌ ଗମ୍ଭୀରତାର ସହ ଏହି ମାମଲାକୁ ନେଇଥିଲା।

Obscene Dancing In Opera: ଅପେରାର ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ, ସାଧାରଣରେ ନିନ୍ଦା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe