Rahul Dravid Photograph: (SAMBAD .IN)
ବେଙ୍ଗାଲୁରୁ: ପୂର୍ବତନ ଭାରତୀୟ କ୍ରିକେଟର୍ ରାହୁଲ ଦ୍ରାବିଡ଼ ଓ ରବିଚନ୍ଦ୍ରନ୍ ଅଶ୍ବୀନ ୟୁରୋପୀୟ ଟ୍ବେଣ୍ଟି-୨୦ ପ୍ରିମିୟର୍ ଲିଗ୍( ଇଟିପିଏଲ୍)ର ଗୋଟିଏ ଫ୍ରାଞ୍ଚାଇଜି କିଣିବାର ସମ୍ଭାବନା ରହିଛି। ଏଥିପାଇଁ ଉଭୟ ଏକ ନିବେଶକ ଗୋଷ୍ଠୀ ବା କନ୍ସୋର୍ଟିୟମ୍ରେ ସାମିଲ ହୋଇଛନ୍ତି। ଗ୍ଲାସଗୋ ଭିତ୍ତିକ ଏକ ଫ୍ରାଞ୍ଚାଇଜି କିଣିବାକୁ ଏହି କନ୍ସୋର୍ଟିୟମ୍ ରାଜି ହୋଇଛି।
ଫ୍ରାଞ୍ଚାଇଜି ସଂଖ୍ୟା ବୃଦ୍ଧି କରାଯିବାକୁ ରହିଛି ଯୋଜନା
ୟୁରୋପୀୟ ଟ୍ବେଣ୍ଟି-୨୦ ପ୍ରିମିୟର୍ ଲିଗ୍ ଚଳିତ ବର୍ଷରୁ ଆରମ୍ଭ ହେବ ଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ଛଅଟି ଫ୍ରାଞ୍ଚାଇଜି ରହିଛନ୍ତି। ତେବେ ପରିବର୍ତ୍ତି ସମୟରେ ଫ୍ରାଞ୍ଚାଇଜି ସଂଖ୍ୟା ବୃଦ୍ଧି କରାଯିବାକୁ ଯୋଜନା ରହିଛି। ବର୍ତ୍ତମାନ ସୁଦ୍ଧା ଆମଷ୍ଟରଡାମ, ବେଲଫାଷ୍ଟ ଓ ଏଡିନବର୍ଗର ଫ୍ରାଞ୍ଚାଇଜିକୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର କେତେକ ନିବେଶକ ଖରିଦ କରିସାରିଛନ୍ତି। ଏହି ଲିଗ୍ର ଆଉ ଏକ ଫ୍ରାଞ୍ଚାଇଜି କିଣିବାକୁ କେତେକ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍ଙ୍କ ଏକ ଗୋଷ୍ଠୀ ଉଦ୍ୟମ କରୁଛି।
ଆହୁରି ପଢନ୍ତୁ - First Captain ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଶତକ ଅର୍ଜନ କରିବାରେ ପ୍ରଥମ ଅଧିନାୟକ ହେଲେ ବ୍ରୁକ୍
ରାହୁଲ ଦ୍ରାବିଡ଼ ଥିଲେ ସ୍କଟ୍ଲାଣ୍ଡ କ୍ରିକେଟ୍ ସହ ଜଡ଼ିତ
ଏହି ଦଳରେ ଅଛନ୍ତି ଫାପ୍ ଡୁପ୍ଲେସିସ୍, ଜଣ୍ଟି ରୋଡ୍ସ ଓ ହେନେରିକ୍ କ୍ଲାସେନ। ନେଦରଲାଣ୍ଡସ୍ର ଦ୍ବିତୀୟ ବୃହତ୍ତମ ସହର ରୋଟରଡାମରେ ଏହି ଫ୍ରାଞ୍ଚାଇଜି ରହିବ। ଚଳିତ ମାସ ଶେଷ ଭାଗରେ ଏହି ପ୍ରମିୟର ଲିଗ୍ର ରୂପରେଖ ଓ ଫ୍ରାଞ୍ଚାଇଜି ମାନଙ୍କ ସଂପର୍କରେ ଔପଚାରିକ ଘୋଷଣା କରାଯିବ। ପୂର୍ବରୁ ନିଜର କ୍ରିକେଟ୍ କ୍ୟାରିୟର ସମୟରେ ରାହୁଲ ଦ୍ରାବିଡ଼ ସ୍କଟ୍ଲାଣ୍ଡ କ୍ରିକେଟ୍ ସହ ଜଡ଼ିତ ଥିଲେ। ୨୦୦୩ରେ ସେ ସ୍କଟ୍ଲାଣ୍ଡ ପକ୍ଷରୁ ଏକ କାଉଣ୍ଟି କ୍ରିକେଟ୍ ଖେଳୁଥିଲେ। ଏଣୁ ସ୍କଟ୍ଲାଣ୍ଡ ସହ ତାଙ୍କ ପୁରୁଣା ସମ୍ପର୍କ ରହିଛି।
ଆହୁରି ପଢନ୍ତୁ - Women's Twenty20 World Cup: ଜୁନ୍ ୧୨ରୁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍
Follow Us