Semifinal line-up final: ସେମିଫାଇନାଲ୍‌ ଲାଇନ୍ ଅପ୍‌ ଚୂଡ଼ାନ୍ତ: ପୁରୁଷରେ ହାରିଲେ ଦୁଇ ପ୍ରମୁଖ ଖେଳାଳି

Advertisment

କଟକର ଜବାହରଲାଲ୍ ନେହରୁ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାର ସେମିଫାଇନାଲ୍‌ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ପୁରୁଷ ବର୍ଗରେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶୀର୍ଷ ମାନ୍ୟତାପ୍ରାପ୍ତ ଥରୁନ ମାନେପଲ୍ଲୀ....

କଟକର ଜବାହରଲାଲ୍ ନେହରୁ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାର ସେମିଫାଇନାଲ୍‌ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ପୁରୁଷ ବର୍ଗରେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶୀର୍ଷ ମାନ୍ୟତାପ୍ରାପ୍ତ ଥରୁନ ମାନେପଲ୍ଲୀ....

fshsffxbv

ଭୁବନେଶ୍ବର/କଟକ: କଟକର ଜବାହରଲାଲ୍ ନେହରୁ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାର ସେମିଫାଇନାଲ୍‌ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ପୁରୁଷ ବର୍ଗରେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶୀର୍ଷ ମାନ୍ୟତାପ୍ରାପ୍ତ ଥରୁନ ମାନେପଲ୍ଲୀ ଏବଂ ଗତବର୍ଷର ବିଜେତା ସତୀଶ କୁମାର କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ପୁରୁଷ ଏକକ କ୍ୱାର୍ଟର ଫାଇନାଲରେ ଇଣ୍ଡୋନେସିଆ ଖେଳାଳି ମହମ୍ମଦ ଯୁସୁଫ ୨୧-୯, ୨୨-୨୦ରେ  ଶୀର୍ଷମାନ୍ୟତାପ୍ରାପ୍ତ ଥରୁନ ମାନେପଲ୍ଲୀଙ୍କୁ ଏବଂ ଅନ୍ୟତମ ଇଣ୍ଡୋନେସିଆ ଖେଳାଳି ବିସ୍ମରାୟା ଅକଟୋରା ନିଜ ଦେଶର ରିଚି ଦୁତା ରିକାର୍ଡୋଙ୍କୁ ୨୧-୧୩, ୧୮-୨୧, ୨୧-୯ରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ସେହିଭଳି ଗତବର୍ଷର ବିଜେତା ଭାରତୀୟ ଖେଳାଳି ସତୀଶ କୁମାର ନିଜ ଦେଶର କିରଣ ଜର୍ଜଙ୍କଠାରୁ ୧୧-୨୧, ୧୭-୨୧ରେ ହାରି ବିଦାୟ ନେଇଛନ୍ତି। ଶେଷ କ୍ବାର୍ଟର ଫାଇନାଲ୍‌ରେ ଭାରତର ରୌନକ ଚୌହାନ ନିଜ ଦେଶର ଶଙ୍କର ସୁବ୍ରମଣ୍ୟମଙ୍କୁ ୨୧-୧୯, ୨୨-୨୦ରେ ହରାଇ ଦେଇଛନ୍ତି।

Education And Health: ଭଦ୍ରକରେ ପ୍ରତିଷ୍ଠା ହେବ ବିଶ୍ବବିଦ୍ୟାଳୟ, ମେଡିକାଲ କଲେଜ୍‌!

ମହିଳା ଏକକ କ୍ୱାର୍ଟର ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ଉନ୍ନତି ହୁଡ଼ା ୨୧-୧୬, ୨୧-୧୫ରେ ପଞ୍ଚମ ମାନ୍ୟତପ୍ରାପ୍ତ ଅନୁପମା ଉପାଧ୍ୟାୟଙ୍କୁ, ଅଣମାନ୍ୟତାପ୍ରାପ୍ତ ତାନ୍ୟା ହେମନ୍ଥ ୨୧-୧୬, ୨୧-୧୪ରେ ତୃତୀୟ ମାନ୍ୟତାପ୍ରାପ୍ତ ତନ୍‌ଭି ଶର୍ମାଙ୍କୁ ହରାଇ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଅନ୍ୟ ଦୁଇ ଭାରତୀୟ ଖେଳାଳି ତସ୍‌ନିମ ମୀର ଓ ଈସାରାଣୀ ବରୁଆ ଯଥାକ୍ରମେ ତାଇପେଇ ତୁଙ୍ଗ ସିଉ ଟଙ୍ଗ ଓ ଅନମୋଲ ଖର୍ବଙ୍କୁ ହରାଇ ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ମିଶ୍ରିତ ଯୁଗଳର ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି ଭାରତୀୟ ଯୋଡ଼ି ଏସ୍‌ କଣପୁରମ ଓ ଆର୍‌. ଉଥେୟସୂରୀୟାନ, ତଣ୍ଡନ ପପାନୀଚ ଓ ଫୁଙ୍ଗଫା କେ ଏବଂ ଇଣ୍ଡୋନେସିଆ ଯୋଡ଼ି ଫେରଦିନାଂସ୍ୟାହ ଓ ବି ୱାର୍ଦନା ଓ ଶୀର୍ଷ ମାନ୍ୟତାପ୍ରାପ୍ତ ଏମ୍‌ ଫାଜା ଓ ଏ ପ୍ରଣତା। ମହିଳା ଯୁଗଳରେ ଶୀର୍ଷମାନ୍ୟତାପ୍ରାପ୍ତ ବୁଲଗେରିଆ ଯୋଡ଼ି ଗାବ୍ରିଏଲା ଷ୍ଟୋଭା ଓ ଷ୍ଟିଫାନି ଷ୍ଟୋଭା, ଭାରତୀୟ ଯୋଡ଼ି ଅଶ୍ୱିନୀ ଭଟ୍ଟ ଓ ଶିଖା ଗୌତମ, ମାଲେସିଆ ଯୋଡ଼ି ଅଙ୍ଗ ଜିନ ୟି ଓ କାର୍ମେନ ଟିଙ୍ଗ ଏବଂ ଇଣ୍ଡୋନେସିଆର ଆଇ ମେଇଦା ଓ ଆର୍‌ ନାସ୍ତିନେ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ସମସ୍ତ ସେମିଫାଇନାଲ୍ ଖେଳାଯିବ।

Pakistan : ଇମ୍ରାନ ଖାଁଙ୍କ ଉପରେ ବିପଦ ମାଡ଼ିଆସୁଛି ! ରାଜସାକ୍ଷୀ ହୋଇପାରନ୍ତି ଫୈଜ୍ ହମିଦ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe