Syed Mushtaq Ali Trophy: ସୟଦ ମୁସ୍ତାକ ଅଲୀ ଟ୍ରଫି: ରେଳବାଇକୁ ୧ ରନ୍‌ରେ ହରାଇଲା ଓଡ଼ିଶା, ସୌମ୍ୟଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ

Advertisment

ସୟଦ ମୁସ୍ତାକ ଅଲୀ ଘରୋଇ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଓଡ଼ିଶା ଲାଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ଗୁରୁବାର ନିଜ ପଞ୍ଚମ ରାଉଣ୍ଡ୍ ମୁକାବିଲାରେ ବିପ୍ଳବ ସାମନ୍ତରାୟଙ୍କ ଦଳ ଉତ୍କଣ୍ଠାପୂର୍ଣ୍ଣ ଭାବେ ରେଳବାଇକୁ ୧ ରନ୍‌ରେ ହରାଇ ନିଜ ଆତ୍ମବିଶ୍ବାସ ବି ଦ୍ବିଗୁଣିତ କରିଛି।

ସୟଦ ମୁସ୍ତାକ ଅଲୀ ଘରୋଇ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଓଡ଼ିଶା ଲାଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ଗୁରୁବାର ନିଜ ପଞ୍ଚମ ରାଉଣ୍ଡ୍ ମୁକାବିଲାରେ ବିପ୍ଳବ ସାମନ୍ତରାୟଙ୍କ ଦଳ ଉତ୍କଣ୍ଠାପୂର୍ଣ୍ଣ ଭାବେ ରେଳବାଇକୁ ୧ ରନ୍‌ରେ ହରାଇ ନିଜ ଆତ୍ମବିଶ୍ବାସ ବି ଦ୍ବିଗୁଣିତ କରିଛି।

fshfsxvbvbbv

ଭୁବନେଶ୍ବର: ସୟଦ ମୁସ୍ତାକ ଅଲୀ ଘରୋଇ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଓଡ଼ିଶା ଲାଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ଗୁରୁବାର ନିଜ ପଞ୍ଚମ ରାଉଣ୍ଡ୍ ମୁକାବିଲାରେ ବିପ୍ଳବ ସାମନ୍ତରାୟଙ୍କ ଦଳ ଉତ୍କଣ୍ଠାପୂର୍ଣ୍ଣ ଭାବେ ରେଳବାଇକୁ ୧ ରନ୍‌ରେ ହରାଇ ନିଜ ଆତ୍ମବିଶ୍ବାସ ବି ଦ୍ବିଗୁଣିତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପୁଣି ଥରେ ଶୀର୍ଷକ୍ରମ ବିଫଳତାର ସମ୍ମୁଖୀନ ହୋଇଥିଲା। ଓପନର୍ ଗୌରବ ଚୌଧୁରୀ (୫) ଓ ଅଭିଜ୍ଞ ଶୁଭ୍ରାଂଶୁ ସେନାପତି (୧)ଙ୍କ ସହ ଅଧିନାୟକ ବିପ୍ଳବ ସାମନ୍ତରାୟ (୧) ଏକ ଅଙ୍କରେ ସୀମିତ ହୋଇଯାଇଥିଲେ। ପୁଣି ଭଲ ବ୍ୟାଟିଂ କରୁଥିବା ଆଦିତ୍ୟ ରାଉତ କିଛି ଦର୍ଶନୀୟ ସଟ୍ ଖେଳିବା ପରେ ୧୫ ବଲ୍‌ରୁ ୨୧ ରନ୍ କରି କ୍ଲିନ୍ ବୋଲ୍‌ଡ ହୋଇଯାଇଥିଲେ। ଫଳରେ ଓଡ଼ିଶା ୩୮ ରନ୍‌ରେ ୪ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ତେବେ ପଞ୍ଚମ ୱିକେଟ୍‌ରେ ଆଶୀର୍ବାଦ ସ୍ବାଇଁ (୪୮, ୪୭ ବଲ୍, ୧ ଚୌକା, ୨ ଛକା) ଏବଂ ଚଳିତ ଋତୁର ପଦାର୍ପଣକାରୀ ସୌମ୍ୟ ରଞ୍ଜନ ଲେଙ୍କା (୭୫* ରନ୍, ୪୦ ବଲ୍, ୩ ଚୌକା, ୬ ଛକା)ଙ୍କ ୭୨ ବଲ୍‌ରୁ ୧୦୫ ରନ୍‌ର ବିସ୍ଫୋରକ ଭାଗୀଦାର ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଆଶୀର୍ବାଦ ମାତ୍ର ୨ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ସୌମ୍ୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବାରୁ ଓଡ଼ିଶା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୯ ରନ୍‌ର ସମ୍ମାନଜନକ ସ୍କୋର୍ କରି ନେଇଥିଲା। ୧୭୦ ରନ୍‌ ଲକ୍ଷ୍ୟ ରେଳବାଇ ଦଳ ପାଇଁ ସେତେଟା କଷ୍ଟକର ହେବ ବୋଲି ଆକଳନ କରାଯାଉଥିଲେ ମଧ୍ୟ ବୋଲରଙ୍କ ମିଳିତ ପ୍ରୟାସ ଓଡ଼ିଶାକୁ ନାଟକୀୟ ବିଜୟ ଦେଇଥିଲା। 

Indian Railways: ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ନବୀକରଣ

ଧୂଆଁଧାର ବ୍ୟାଟିଂ କରୁଥିବା ଏଆର୍‌ ପାଣ୍ଡେ (୬୪ ରନ୍)ଙ୍କୁ ବିପ୍ଳବ ଠିକଣା ସମୟରେ ବୋଲ୍ଡ କରିଦେବାରୁ ମ୍ୟାଚ୍ ଏକପ୍ରକାର ଓଡ଼ିଶା ପଟକୁ ଢଳି ଯାଇଥିଲା। ‌ସେହିଭଳି ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ କରି ସୌମ୍ୟ ଏକାକୀ ୩ ୱିକେଟ୍ ନେଇ ରେଳବାଇକୁ ବିଜୟ ଲକ୍ଷ୍ୟ ପାର ହେବାକୁ ଦେଇ ନଥିଲେ। ତାଙ୍କ ଶେଷ ଓଭରରେ ଓଡ଼ିଶା ବି ୩ଟି ୱିକେଟ୍ ପାଇଥିଲା। ଫଳରେ ରେଳବାଇ ଠିକ୍ ୨୦ ଓଭରରେ ୧୬୮ ରନ୍‌ରେ ଅଟକି ଯାଇଥିଲା। ସୌମ୍ୟ ୨୦ତମ ଓଭରର ତୃତୀୟ ବଲ୍‌ରେ ଆଶୁତୋଷ ଶର୍ମାଙ୍କୁ ଆଶୀର୍ବାଦଙ୍କ ହାତରେ କ୍ୟାଚ୍ କରାଇବା ପରେ ଚତୁର୍ଥ ବଲ୍‌ରେ ଅଟଳ ବିହାରୀ ରାୟଙ୍କୁ ପ୍ୟାଭିଲିୟନ୍‌ ଫେରାଇ ଦେଇଥିଲେ। ସେହିଭଳି ଶେଷ ବଲ୍‌ରେ ଆର୍‌କେ ଚୌଧୁରୀଙ୍କୁ ରନ୍ଆଉଟ୍ କରି ବିପ୍ଳବ ରାଜ୍ୟ ଦଳର ବିଜୟ ମୁଣ୍ଡି ମାରିଥିଲେ। ଏମାନଙ୍କ ଛଡ଼ା ରାଜେଶ ମହାନ୍ତି ଓ ପ୍ରୟାସ କୁମାର ସିଂହ ପ୍ରତ୍ୟେକ ଦୁଇଟି ଲେଖାଏଁ  ୱିକେଟ୍ ନେବାର ଅବଦାନ ରଖିଥିଲେ। ସୌମ୍ୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

Asim Munir : ଅସୀମ ମୁନୀର ହେଲେ ପାକିସ୍ତାନର ପ୍ରଥମ ସିଡିଏଫ, ପ୍ରଧାନମନ୍ତ୍ରୀ ସରିଫ ଦେଲେ ମଂଜୁରୀ

ସଂକ୍ଷିପ୍ତ ସ୍କୋର୍: ଓଡ଼ିଶା ୨୦ ଓଭରରେ ୧୬୯/୫ (ସୌମ୍ୟରଞ୍ଜନ ଲେଙ୍କା ୭୫*, ଆଶୀର୍ବାଦ ସ୍ବାଇଁ ୪୮, ଆଦିତ୍ୟ ରାଉତ ୨୧, କୁନାଲ ଯାଦବ ୨/୩୬)। ରେଳବାଇ ୨୦ ଓଭରରେ ୧୬୮/୧୦ (ଏଆର୍‌ ପା‌ଣ୍ଡେ ୬୦, ଏସ୍ଏ ଆହୁଜା ୩୯, ଆଶୁତୋଷ ଶର୍ମା ୧୮, ସୌମ୍ୟ ରଞ୍ଜନ ଲେଙ୍କା ୩/୫୦, ପ୍ରୟାସ କୁମାର ସିଂହ ୨/୨୯, ରାଜେଶ ମହାନ୍ତି ୨/୨୨)। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe