Vijay Hazare Trophy: ବିଜୟ ହଜାରେ ଟ୍ରଫି: ରାଜେଶଙ୍କ ହ୍ୟାଟ୍ରିକ୍‌, ଓଡ଼ିଶାର ପ୍ରଥମ ବିଜୟ

Advertisment

ବେଙ୍ଗାଲୁରୁଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ବିସିସିଆଇ ଘରୋଇ ଦିନିକିଆ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପୁଣି ଚମକ ଛାଡ଼ିଛନ୍ତି। ବୁଧବାର ସୌରାଷ୍ଟ୍ର ବିପକ୍ଷରେ ସ୍ବସ୍ତିକ ସାମଲ (୨୧୨), ବିପ୍ଳବ ସାମନ୍ତରାୟ (୧୦୦)ଙ୍କ ଧମାକାଦାର ପାଳି ଖେଳିଥିଲେ ମଧ୍ୟ ଓଡ଼ିଶା ହାରିଯାଇଥିଲା।

ବେଙ୍ଗାଲୁରୁଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ବିସିସିଆଇ ଘରୋଇ ଦିନିକିଆ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପୁଣି ଚମକ ଛାଡ଼ିଛନ୍ତି। ବୁଧବାର ସୌରାଷ୍ଟ୍ର ବିପକ୍ଷରେ ସ୍ବସ୍ତିକ ସାମଲ (୨୧୨), ବିପ୍ଳବ ସାମନ୍ତରାୟ (୧୦୦)ଙ୍କ ଧମାକାଦାର ପାଳି ଖେଳିଥିଲେ ମଧ୍ୟ ଓଡ଼ିଶା ହାରିଯାଇଥିଲା।

fhhffhxbv

ଭୁବନେଶ୍ବର: ବେଙ୍ଗାଲୁରୁଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫି ବିସିସିଆଇ ଘରୋଇ ଦିନିକିଆ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପୁଣି ଚମକ ଛାଡ଼ିଛନ୍ତି। ବୁଧବାର ସୌରାଷ୍ଟ୍ର ବିପକ୍ଷରେ ସ୍ବସ୍ତିକ ସାମଲ (୨୧୨), ବିପ୍ଳବ ସାମନ୍ତରାୟ (୧୦୦)ଙ୍କ ଧମାକାଦାର ପାଳି ଖେଳିଥିଲେ ମଧ୍ୟ ଓଡ଼ିଶା ହାରିଯାଇଥିଲା। ଶୁକ୍ରବାର କିନ୍ତୁ ରାଜେଶ ମହାନ୍ତି ଓ ସମ୍ବିତ ବରାଳ ୪ ଲେଖାଏଁ ୱିକେଟ୍‌ ଅକ୍ତିଆର କରିବା ଫଳରେ ସର୍ଭିସେସ୍‌ ବିପକ୍ଷରେ ଓଡ଼ିଶା ୪ ୱିକେଟ୍‌ରେ ବିଜୟୀ ହୋଇଛି। ରାଜେଶ ମହାନ୍ତି ପ୍ରଥମ ଓଡ଼ିଆ ଭାବେ ଲିଷ୍ଟ୍ ‘ଏ’ କ୍ରିକେଟ୍‌ରେ ହ୍ୟାଟ୍ରିକ୍ ୱିକେଟ୍‌ ଦଖଲ କରି ବିରଳ କ୍ଲବ୍‌ର ଶୁଭାରମ୍ଭ କରିଛନ୍ତି। ଗତ ମ୍ୟାଚ୍‌ରେ ସ୍ବସ୍ତିକ ପ୍ରଥମ ଓଡ଼ିଆ ଭାବେ ଲିଷ୍ଟ୍‌ ‘ଏ’ରେ ଦ୍ବିଶତକ ଅର୍ଜନ କରିଥିଲେ।

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ଶୁକ୍ରବାର ବେଙ୍ଗାଲୁରୁ ଉପକଣ୍ଠ ଆଲୁରସ୍ଥିତ କେଏସ୍‌ସିଏ-୩ ଷ୍ଟାଡିୟମ୍‌ରେ ଓଡ଼ିଶା ଟସ୍‌ ଜିତି ପ୍ରଥ‌ମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ସର୍ଭିସେସ୍‌ ପାଇଁ ନୀତିନ ତନୱାର (୧୧) ଓ ସାଗର ଦାହିୟା (୯) ପ୍ରଥମ ୬ ଓଭରରେ ୨୧ ରନ୍‌ ସଂଗ୍ରହ କରିଥିଲେ। ରାଜେଶ ମହାନ୍ତି କିନ୍ତୁ ନିଜ ଚତୁର୍ଥ ଓଭର ପଥା ପାଳିର ସପ୍ତମ ଓଭର ପ୍ରଥମ ୩ ବଲ୍‌ରେ ୩ ୱିକେଟ୍ ନେଇ ସର୍ଭିସେସ୍‌ ପାଳିକୁ ବିପର୍ଯ୍ୟୟମୁହାଁ କରିଥିଲେ। ସାଗର ଦାହିୟାଙ୍କୁ ବୋଲ୍ଡ କରିଦେବା ପରେ ପରବର୍ତ୍ତୀ ୨ ବଲ୍‌ରେ ଅମିତ ଶୁକ୍ଳା ଓ ରବି ଚୌହାନଙ୍କୁ ଖାତା ‌ଖୋଲିବାକୁ‌ ଦେଇ ନ ଥିଲେ। ଉଭୟଙ୍କୁ ରାଜେଶ ଏଲ୍‌ବିଡବ୍‌ଲ୍ୟୁ କରି ଦେଇଥିଲେ। ଏଥି ସହ ଓଡ଼ିଶାର ଲିଷ୍ଟ୍‌-‘ଏ’ ଇତିହାସରେ ପ୍ରଥମ ବୋଲର ଭାବେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ରାଜେଶଙ୍କ ବିସ୍ଫୋରଣ ପରେ ତାଙ୍କ ରାମେଶ୍ବର କ୍ଲବ୍‌ ସାଥୀ ବୋଲର ସମ୍ବିତ ବରାଳ ବି ପାର୍ଟିରେ ଯୋଗ ଦେଇଥିଲେ। ସମ୍ବିତ ନିଜର ୧୨ ବଲ୍‌ ଭିତରେ ୪ ୱିକେଟ୍‌ ଦଖଲ କରି ସର୍ଭିସେସ୍‌କୁ ପ୍ରତ୍ୟାବର୍ତ୍ତନର କୌଣସି ସୁଯୋଗ ଦେଇ ନ ଥିଲେ। ରାଜେଶ (୯-୨-୨୫-୪) ଓ ସମ୍ବିତ (୮.୫-୦-୨୧-୪) ମିଳିତ ଭାବେ ୮ ୱିକେଟ୍‌ ଦଖଲ କରିବାରୁ ସର୍ଭିସେସ୍‌ ପାଳି ୨୧.୫ ଓଭରରେ ମାତ୍ର ୮୩ ରନ୍‌ରେ ସୀମିତ ରହିଯାଇଥିଲା। ସ୍ପିନର ବାଦଲ ବିଶ୍ବାଳ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।

SIR : ଉତ୍ତରପ୍ରଦେଶରୁ କଟିଲେ ୨ କୋଟି ୮୯ ଲକ୍ଷ ଭୋଟର

ଜବାବରେ ଓଡ଼ିଶା ବି ୮୪ ରନ୍‌ ବିଜୟ ଲକ୍ଷ୍ୟ ପଶ୍ଚାତ୍‌ଧାବନରେ ସଂଘର୍ଷ କରିଥିଲା। ୫୫/୫ରେ ପହଞ୍ଚି ଯାଇଥିଲା‌ ବେଳେ ଚାପ ପକାଇଥିଲା ସର୍ଭିସେସ୍‌। ସ୍ବସ୍ତିକ ସାମଲ (୦), ଓମ୍‌ ଟି ମୁଣ୍ଡେ (୧), ଗୋବିନ୍ଦ ପୋଦ୍ଦାର (୧୧), ବିପ୍ଳବ ସାମନ୍ତରାୟ (୪) ବିଫଳ ହୋଇଥିଲେ। ଏହି ସମୟରେ ରାଜେଶ ମହାନ୍ତି (୧୨)ଙ୍କୁ ସାଥୀ କରି ସନ୍ଦୀପ ପଟ୍ଟନାୟକ ୧୮ ରନ୍ ଯୋଡ଼ିବାରୁ ଓଡ଼ିଶାା ବିଜୟ ଦ୍ବାରରେ ପହଞ୍ଚିଥିଲା। ସନ୍ଦୀପ (୬୯ ବଲ୍‌ରୁ ୩୨* ରନ୍)ଙ୍କୁ ଶେଷରେ ପ୍ରୟାସ ସିଂହ (୮ ବଲରୁ  ୯* ରନ୍‌) ସହଯୋଗ କରିବାରୁ ଓଡ଼ିଶା ୧୩୩ ବଲ୍‌ ପୂର୍ବରୁ ୪ ୱିକେଟ୍‌ରେ ବିଜୟ ଲାଭ କରିଥିଲା।  ହ୍ୟାଟ୍ରିକ୍‌ ସହ ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିବା ରାଜେଶ ମହାନ୍ତି (୧୩ ବଲ୍‌ରୁ ୧୨ ରନ୍ ଏବଂ ୪/୨୫) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଓଡ଼ିଶା ନିଜ ପରବର୍ତ୍ତୀ ମ୍ୟାଚ୍‌ ସୋମବାର ଆନ୍ଧ୍ରପ୍ରଦେଶ ବିପକ୍ଷରେ ଖେଳିବ।

ସଂକ୍ଷିପ୍ତ ସ୍କୋର: ସର୍ଭିସେସ୍‌ ୨୧.୫ ଓଭରରେ ୮୩/୧୦ (ପୁନମ ପୁନିଆ-୨୫, ଅର୍ଜୁନ ଶର୍ମା-୧୩*, ସମ୍ବିତ ବରାଳ-୪/୨୧, ରାଜେଶ ମହାନ୍ତି-୪/୨୫, ବାଦଲ ବିଶ୍ବାଳ-୧/୨୦)। ଓଡ଼ିଶା ୨୪.୩ ଓଭରରେ ୮୪/୬ (ସନ୍ଦୀପ ପଟ୍ଟନାୟକ-୩୨*, ରାଜେଶ ମହାନ୍ତି-୧୨, ପ୍ରୟାସ ସିଂହ-୯*, ପୁନମ ପୂନିଆ-୪/୨୭, ନୀତିନ ଯାଦବ-୨/୨୦)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe