ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ର ଦୁଇ ସଫଳ ଦଳ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ବୁଧବାରର ତୃତୀୟ ତଥା ଶେଷ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବାଜି ମାରି ନେଇଥିଲା। ୩୦ ରନ୍ରେ ବିଜୟୀ ହୋଇ ଇଂଲଣ୍ଡକୁ ନିରାଶ କରିଥିଲା। ଏହି ରୋମାଞ୍ଚଭରା ଗ୍ରୁପ୍-ସି’ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୬ ରନ୍ର ଆହ୍ବାନଭରା ସ୍କୋର୍ କରିଥିଲା। ପ୍ରଥମ ଦୁଇ ଓଭରରେ ଦୁଇ ଓପନର୍ ବ୍ରାଣ୍ଡନ୍ କିଙ୍ଗ୍ ଓ ସାଇ ହୋପ୍ଙ୍କୁ ହରାଇ ସଙ୍କଟରେ ପଡ଼ିଥିବା ଇଣ୍ଡିଜ୍କୁ ଆଶା ଦେଇଥିଲେ ସିମରନ୍ ହେଟମାୟାର ଓ ରସ୍ତନ ଚେଜ୍।
Forest: ଲୋକଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସୁସ୍ଥ ବନ୍ୟ ପରିସଂସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ
ଉଭୟ ତୃତୀୟ ୱିକେଟ୍ରେ ୪୭ ରନ୍ ଯୋଡ଼ି ସ୍ଥିତି ସୁଧାରିବା ପରେ ସେରଫାନ୍ ରଦରଫୋର୍ଡଙ୍କ ବିସ୍ଫୋରକ ୭୬* ରନ୍ ବଳରେ ଇଣ୍ଡିଜ୍ ସୁଦୃଢ଼ ହୋଇଥିଲା। ଶେଷ ଆଡ଼କୁ ଜାସନ ହୋଲ୍ଡର ମଧ୍ୟ ୧୭ ବଲ୍ରୁ ୩୩ ରନ୍ କରିଥିଲେ। ୧୯୭ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଇଂଲଣ୍ଡ ଅପେକ୍ଷାକୃତ ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୬୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହି ଦଳର ଜଣେ ହେଲେ ବି ଖେଳାଳି ଅର୍ଦ୍ଧଶତକ ଅର୍ଜନ କରି ନଥିଲେ। ଫଳରେ ସାଥୀହୀନ ହୋଇ ସାମ୍ କରନ୍ ୪୩ ରନ୍ରେ ଅପରାଜିତ ରହିଥିଲେ।
Football: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍ବଲ୍: ସେମିରେ ବାଲେଶ୍ବର ମିସନ ଟାଇଗର
Follow Us