ଭୁବନେଶ୍ବର: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ଓପିଏସ୍ସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଓଏଏସ୍, ଓଆର୍ଏସ୍, ଓଏଫ୍ଏସ୍ ଆଦି କ୍ୟାଡର୍ରେ କୌଣସି ପଦ ନଥିଲା। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିଛନ୍ତି। କେଉଁଭଳି ପରିସ୍ଥିତିରେ ଏପରି ଅସଙ୍ଗତି ସୃଷ୍ଟି ହେଲା, କାହିଁକି ଓଏଏସ୍ ଓ ଓଆର୍ଏସ୍ ଭଳି କ୍ୟାଡର୍ରେ ପଦ ସୃଷ୍ଟି ହୋଇ ପାରିଲାନି ସେ ନେଇ ସମୀକ୍ଷା କରିଛନ୍ତି। ଏହାସହ ଖାଲି ପଦ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
PMAY: କଚ୍ଛପ ଗତିରେ ସହରାଞ୍ଚଳ ପ୍ରଧାମନ୍ତ୍ରୀ ଆବାସ ଯୋଜନା
ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ, କହିଲେ ଖାଲି ପଦ ପୂରଣ କର
ଅଧିକ ୧୫୧ଟି ପଦ ପୂରଣ ପାଇଁ ଓପିଏସ୍ସିକୁ ଜଣାଇଲେ
ଏହାପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ୧୪ଟି, ଓଡ଼ିଶା ରାଜସ୍ବ ସେବା (ଓଆର୍ଏସ୍)ରେ ୧୧୩ଟି, ଓଡ଼ିଶା ପରିବହନ ସେବା (ଓଟିଏସ୍)ରେ ୧୬ଟି ଓ ଓଡ଼ିଶା ମଙ୍ଗଳ ସେବା (ଓଡବ୍ଲ୍ୟୁଏସ୍)ରେ ୮ଟି ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)କୁ ଅନୁରୋଧ କରାଯାଇଛି। ସମୁଦାୟ ୧୫୧ଟି ଅଧିକ ପଦ ପାଇଁ ଅନୁରୋଧ କରାଯାଇଛି। ଏହାଦ୍ବାରା ପୂର୍ବରୁ ୭ଟି କ୍ୟାଡର୍ର ୩୧୪ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏବେ ଆଉ ୪ଟି କ୍ୟାଡର୍ର ୧୫୧ଟି ପଦ ମିଶାଇ ମୋଟ୍ ୧୧ଟି କ୍ୟାଡର୍ର ୪୬୫ଟି ପଦ ପାଇଁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇବ। କିନ୍ତୁ ଓଏଫ୍ଏସ୍ ପାଇଁ କୌଣସି ପଦ ବାହାରିନି। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆଶାୟୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ କିଛି ମାତ୍ରାରେ ଲାଘବ ହୋଇଛି।
Neha Singh Rathod : ଲୋକ ଗାୟିକା ନେହା ସିଂ ରାଠୋରଙ୍କୁ ଅଟକ ରଖିଲା ପୁଲିସ
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦ ପୂରଣ ହୋଇସାରିଛି। ଏଣିକି ବିଭିନ୍ନ ଆୟୋଗ ଦ୍ବାରା ଯେଉଁ ପରୀକ୍ଷା କରାଯିବ, ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଯେତେ ପଦ ଖାଲିଥିବ ସବୁ ପୂରଣ କରିବା ପାଇଁ ଆୟୋଗଗୁଡ଼ିକୁ ସୁପାରିସ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/04/sambad-effect-2026-01-04-01-11-50.jpg)