Padmatola forest: ପଦ୍ମତୋଳା ଜଙ୍ଗଲକୁ ସ୍ଥାନାନ୍ତର ହେବେ ୧୫୦ ହରିଣ

Advertisment

ସ୍ଥାନ ତୁଳନାରେ ରହିଆସୁଛନ୍ତି ମାତ୍ରାଧିକ ହରିଣ। ହେଲେ ହୋଇପାରୁନି ସ୍ଥାନ ସମ୍ପ୍ରସାରଣ। ସ୍ଥାନ ସମ୍ପ୍ରସାରଣ ଉପରେ ଗୁରୁତ୍ବ ଦେବା ପରିବର୍ତ୍ତେ ମୃଗ ବିହାରରୁ ହରିଣଙ୍କୁ ସ୍ଥାନାନ୍ତର ପାଇଁ ଚାଲିଛି ଷଡ୍‌ଯନ୍ତ୍ର। ତାହା ପୁଣି ବାଘଙ୍କ ମୁହଁରେ ଆହାର ଦେବା ପାଇଁ ସ୍ଥାନାନ୍ତର ହେବେ ୧୫୦ ହରିଣ।

ସ୍ଥାନ ତୁଳନାରେ ରହିଆସୁଛନ୍ତି ମାତ୍ରାଧିକ ହରିଣ। ହେଲେ ହୋଇପାରୁନି ସ୍ଥାନ ସମ୍ପ୍ରସାରଣ। ସ୍ଥାନ ସମ୍ପ୍ରସାରଣ ଉପରେ ଗୁରୁତ୍ବ ଦେବା ପରିବର୍ତ୍ତେ ମୃଗ ବିହାରରୁ ହରିଣଙ୍କୁ ସ୍ଥାନାନ୍ତର ପାଇଁ ଚାଲିଛି ଷଡ୍‌ଯନ୍ତ୍ର। ତାହା ପୁଣି ବାଘଙ୍କ ମୁହଁରେ ଆହାର ଦେବା ପାଇଁ ସ୍ଥାନାନ୍ତର ହେବେ ୧୫୦ ହରିଣ।

dagdadgzvc

ଦଶପଲ୍ଲା: ସ୍ଥାନ ତୁଳନାରେ ରହିଆସୁଛନ୍ତି ମାତ୍ରାଧିକ ହରିଣ। ହେଲେ ହୋଇପାରୁନି ସ୍ଥାନ ସମ୍ପ୍ରସାରଣ। ସ୍ଥାନ ସମ୍ପ୍ରସାରଣ ଉପରେ ଗୁରୁତ୍ବ ଦେବା ପରିବର୍ତ୍ତେ ମୃଗ ବିହାରରୁ ହରିଣଙ୍କୁ ସ୍ଥାନାନ୍ତର ପାଇଁ ଚାଲିଛି ଷଡ୍‌ଯନ୍ତ୍ର। ତାହା ପୁଣି ବାଘଙ୍କ ମୁହଁରେ ଆହାର ଦେବା ପାଇଁ ସ୍ଥାନାନ୍ତର ହେବେ ୧୫୦ ହରିଣ। ଏନେଇ ଅନୁମତି ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ବା ପିସିସିଏଫ୍। ପତ୍ର ସଂଖ୍ୟା ୮୯୫୫ ଅନୁଯାୟୀ ୨୦୨୪ ଅଗଷ୍ଟ ୧ ତାରିଖରେ ଏକ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରାଯାଇଛି। ଯାହାକୁ ନେଇ ପରିବଶବିତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମୁଖ୍ୟତଃ ଦେଖିବାକୁ ଗଲେ ୧୯୮୫ ମସିହାରେ ୫.୫ ଏକର ପରିମିତ ସ୍ଥାନରେ ମାତ୍ର ୫ଟି ମୃଗଙ୍କୁ ନେଇ ଏହି ମୃଗବିହାର ସ୍ଥାପନ ହୋଇଥିଲା। ୪୦ ବର୍ଷ ପରେ ଏଠାରେ ଏବେ ୧୦୭ଟି ଅଣ୍ଡିରା ଓ ୧୭୬ଟି ମାଈ ହରିଣଙ୍କୁ ମିଶାଇ ମୋଟ ୨୮୩ଟି ହରିଣ ରହିଛନ୍ତି। ଏସବୁ ହରିଣ ରହିବା ପାଇଁ ଏତିକି ଜାଗା ଉପଯୁକ୍ତ ନୁହେଁ। 

Industries: ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାକୁ ଉତ୍କର୍ଷ ଓଡ଼ିଶାରେ ସାମିଲ କରାଯିବ: ଶିଳ୍ପମନ୍ତ୍ରୀ

ମୃଗବିହାର ସ୍ଥାନ ସଂପ୍ରସାରଣ ଉପରେ ଦିଆଯାଉନି ଗୁରୁତ୍ବ
କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କୁ ଚିଠି ଲେଖିଛନ୍ତି ପିସିସିଏଫ୍‌

ପ୍ରତିବର୍ଷ ହରିଣ ସଂଖ୍ୟା ବୃଦ୍ଧି ହେତୁ ଆବଶ୍ୟକ ସ୍ଥାନ ସଂକଟକୁ ନେଇ ମାଈ ଓ ଅଣ୍ଡିରା ହରିଣଙ୍କୁ ତାରବାଡ଼ ଦେଇ ପୃଥକ ଭାବେ ରଖାଯାଇଛି। ହେଲେ ବି ତାହାରି ମଧ୍ୟରେ କିଛି ହରିଣ ଏକତ୍ର ରହିବା ହେତୁ ପ୍ରତିବର୍ଷ ୧୦ରୁ ୧୫ଟି ହରିଣ ବୃଦ୍ଧି ପାଉଛନ୍ତି। ମୃଗଙ୍କ ସୁରକ୍ଷା ତଥା ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ଥାନ ସମ୍ପ୍ରସାରଣ ପାଇଁ ନକ୍ସା ପ୍ରସ୍ତୁତ ହେବା ସହ ବହୁବର୍ଷ ହେଲା ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି। ହେଲେ ଜିଲ୍ଲାର ଏହି ଏକମାତ୍ର ମୃଗବିହାର ପ୍ରତି ପ୍ରଶାସନିକ ଅବହେଳା ଚରମ ସୀମାରେ ପହଞ୍ଚିଛି। ଏହାର ସ୍ଥାନ ସମ୍ପ୍ରସାରଣ ଉପରେ ଗୁରୁତ୍ବ ଦେବା ପରିବର୍ତ୍ତେ ଏଠାରୁ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣର କୁସଙ୍ଗ (ବନ୍ୟପ୍ରାଣୀ) ରେଞ୍ଜ ଅଧୀନସ୍ଥ ପଦ୍ମତୋଳା ସଂରକ୍ଷିତ ଜଙ୍ଗଲକୁ ୧୫୦ଟି ଚିତ୍ରିତ ହରିଣ ଛାଡ଼ିବା ନେଇ ପ୍ରସ୍ତାବ ଥିବା ଟୁଇଟ୍ ଯୋଗେ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। 
ଅନ୍ୟପକ୍ଷରେ ପ୍ରତି ୨ ବର୍ଷରେ ଥରେ ସେଣ୍ଟ୍ରାଲ୍ ଜୁ ଅଥରିଟି ଅଫ୍ ଇଣ୍ତିଆ (ସିଜେଡ୍ଏ) ପକ୍ଷରୁ ନିରୀକ୍ଷଣ କରାଯିବା ସହ ଲାଇସେନ୍ସ ନବୀକରଣ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଉଛି। ୪ ଏକରରୁ ଊର୍ଦ୍ଧ୍ବ ସ୍ଥାନ ବନବିଭାଗ (ବନଖଣ୍ତ) ଓ କୁଆଁରିଆ ଜଳସେଚନ ବିଭାଗରୁ ମୃଗ ବିହାରରେ ସାମିଲ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ପାଇଁ ସମ୍ପ୍ରସାରଣ ହୋଇପାରୁନି। ଏପଟେ ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ବାଘ ଆସିବା ଯୋଜନା ରହିଥିବା ବେଳେ ଏଠାରୁ ପ୍ରାୟ ଦେଢ଼ ଶହ ହରିଣକୁ ନେଇ ପଦ୍ମତୋଳା ଜଙ୍ଗଲରେ ଛଡ଼ାଯିବାର ଯୋଜନା ନେଇ ପରିବେଶବିତ୍ ଓ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି।

Car Price: ୟୁରୋପୀୟ କାର ଶସ୍ତା ହେବ; ଆମଦାନୀ ଶୁଳ୍କ ୪୦%କୁ କମିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe