28th Kalahandi Festival: ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉଦ୍‌ଯାପିତ: କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୮୯୧. ୩୯ କୋଟିର ପ୍ରକଳ୍ପ ଉପହାର

Advertisment

୨୮ତମ କଳାହାଣ୍ଡି ଉତ୍ସବ ‘ଘୁମୁରା’ର ଉଦ୍‌ଯାପନୀ ଉତ୍ସବରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାବାସୀଙ୍କୁ ୮୯୧. ୩୯ କୋଟି ଟଙ୍କାର ୩୬୧୨ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ଘୋଷଣା କରିଛନ୍ତି।

୨୮ତମ କଳାହାଣ୍ଡି ଉତ୍ସବ ‘ଘୁମୁରା’ର ଉଦ୍‌ଯାପନୀ ଉତ୍ସବରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାବାସୀଙ୍କୁ ୮୯୧. ୩୯ କୋଟି ଟଙ୍କାର ୩୬୧୨ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ଘୋଷଣା କରିଛନ୍ତି।

dgdaggdzcvcvvc

ଭବାନୀପାଟଣା: ୨୮ତମ କଳାହାଣ୍ଡି ଉତ୍ସବ ‘ଘୁମୁରା’ର ଉଦ୍‌ଯାପନୀ ଉତ୍ସବରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାବାସୀଙ୍କୁ ୮୯୧. ୩୯ କୋଟି ଟଙ୍କାର ୩୬୧୨ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ଘୋଷଣା କରିଛନ୍ତି। ଆଞ୍ଚଳିକ ବୈଷମ୍ୟ ନୁହେଁ, ବରଂ ରାଜ୍ୟର ସବୁ ଜିଲ୍ଲାର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ଚାଷୀ, ଯୁବବର୍ଗ ସମସ୍ତଙ୍କୁ ପ୍ରାଥମିକତା ଦେବା ସହିତ ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ଓ ସେମାନଙ୍କ ସ୍ମୃତିରକ୍ଷା, କଳା, ସଂସ୍କୃତି ସହିତ ବିକାଶକୁ ଆଗେଇନେବା ଆମ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଖୁବଶୀଘ୍ର କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। 

Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ

୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉଦ୍‌ଯାପିତ
ଖୁବ୍‌ଶୀଘ୍ର କଳାହାଣ୍ଡିରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଉତ୍ସବରେ ଲୋକସଭା ସାଂସଦ ମାଳବିକା ଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଜୁନାଗଡ଼ ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ନର୍ଲା ବିଧାୟିକା ମନୋରମା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସୋମା ମହାପାତ୍ର ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ସ୍ଥାନୀୟ ପୁଲିସ ରିଜର୍ଭ ପଡ଼ିଆରେ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ସେ ମାଣିକେଶ୍ବରୀଙ୍କ ଦର୍ଶନ କରିବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୨୩ ପ୍ଲାଟୁନ୍‌ ପୁଲିସ ବଳ ନିୟୋଜିତ କରାଯାଇଥିଲା।

Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe