7272 children missing: ରାଜ୍ୟରେ ୭୨୭୨ ଶିଶୁ ନିଖୋଜ: ନିଖୋଜ ଶିଶୁଙ୍କ ମଧ୍ୟରେ ୯୦% ନାବାଳିକା

Advertisment

ରାଜ୍ୟରେ ଗତ ୭ ବର୍ଷ ଭିତରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି। ୨୦୨୩ ବର୍ଷରେ ୫ ହଜାର ୯୨୮ ଶିଶୁ ନିଖୋଜ ହୋଇଛନ୍ତି। ପୂର୍ବ ବର୍ଷଗୁଡ଼ିକୁ ହିସାବକୁ ନେଲେ ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ।

ରାଜ୍ୟରେ ଗତ ୭ ବର୍ଷ ଭିତରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି। ୨୦୨୩ ବର୍ଷରେ ୫ ହଜାର ୯୨୮ ଶିଶୁ ନିଖୋଜ ହୋଇଛନ୍ତି। ପୂର୍ବ ବର୍ଷଗୁଡ଼ିକୁ ହିସାବକୁ ନେଲେ ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ।

hdhhhadhhdhda

କଟକ: ରାଜ୍ୟରେ ଗତ ୭ ବର୍ଷ ଭିତରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି। ୨୦୨୩ ବର୍ଷରେ ୫ ହଜାର ୯୨୮ ଶିଶୁ ନିଖୋଜ ହୋଇଛନ୍ତି। ପୂର୍ବ ବର୍ଷଗୁଡ଼ିକୁ ହିସାବକୁ ନେଲେ ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ। ଏଥିରେ ସର୍ବାଧିକ ୬୪୯୭ ନାବାଳିକା ଅଛନ୍ତି। ଶିଶୁକନ୍ୟାଙ୍କୁ ବିଭିନ୍ନ ସମୟରେ ମୁଖ୍ୟତଃ ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସମେତ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଚାଲାଣ କରାଯାଉଛି। 

Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର

ରାଜ୍ୟରେ ମାନବ ଚାଲାଣ ରୋକିବା ଉଦ୍ଦେଶ୍ୟରେ ୩୬ ପୁଲିସ ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ୍‌ ଟ୍ରାଫିକିଂ ୟୁନିଟ୍ ଖୋଲିଥିବା ବେଳେ କ୍ରାଇମବ୍ରାଞ୍ଚ ସମାନ୍ତରାଳ ଭାବେ ୨୦୧୫ରୁ ୨୦୧୯ ଭିତରେ ଅପରେସନ୍ ସ୍ମାଇଲ୍, ମୁସ୍କାନ ଓ ପରୀ ଯୋଜନା ଆରମ୍ଭ କରିଛି। ତଥାପି ଶିଶୁକନ୍ୟା ନିଖୋଜ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ୨୦୧୭ରୁ ୨୦୨୩ ବର୍ଷ ଭିତରେ ସର୍ବାଧିକ ଶିଶୁ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ନିଖୋଜ ହୋଇଛନ୍ତି। ୨୦୨୨ରେ ୪ ହଜାର ୭୫୭ ନିଖୋଜ ହୋଇଛନ୍ତି। ଏଥିରେ ନାବାଳକ ୫୦୭ ଓ ନାବାଳିକା ୪ ହଜାର ୨୫୦। ୨୦୨୧ରେ ୪ ହଜାର ୧୩୩ ଶିଶୁ ନିଖୋଜ ହେଇଥିଲେ। ଏମାନଙ୍କ ମଧ୍ୟରୁ ନାବାଳକ ୪୭୭ ଓ ନାବାଳିକା ୩ ହଜାର ୬୫୬ ଜଣ ଥିଲେ। ୨୦୨୦ରେ ୨ହଜାର ୮୯୯ ଜଣ ଶିଶୁ ନିଖୋଜ ହୋଇଥିବା ବେଳେ ଏଥିରେ ନାବାଳକ ୩୪୩ ଓ ନାବାଳିକା ୨ହଜାର ୫୫୬ ଜଣ ଥିଲେ। ୨୦୧୯ରେ ୩ ହଜାର ୧୫୧ ଜଣ ଶିଶୁ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରେ ନାବାଳକ ୫୬୦ ଜଣ ଓ ନାବାଳିକା ୨ହଜାର ୫୯୧ ଜଣ।

BCCI: ଅଢେଇ ଗୁଣ ବଢିଲା ଘରୋଇ ମହିଳା କ୍ରିକେଟରଙ୍କ ପାଉଣା

୨୦୧୮ରେ ୨ହଜାର ୩୨୬ ଜଣ ଶିଶୁ ନିଖୋଜ ଥିଲେ। ଏଥିରେ ନାବାଳକ ୪୫୧ ଓ ନାବାଳିକା ୧ହଜାର ୮୭୫ ଜଣ। ୨୦୧୭ରେ ୨ ହଜାର ୨୪୪ ନିଖୋଜ ଥିଲେ। ଏଥିରେ ନାବାଳକ ୭୨୩ ଓ ନାବାଳିକା ୧ହଜାର ୫୨୧ ଜଣ। ଓଡ଼ିଶା ପୁଲିସ ପକ୍ଷରୁ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାକୁ ଯଦିଓ ପ୍ରତ୍ୟେକ ବର୍ଷ ଉଦ୍ୟମ କରାଯାଉଛି, ତେବେ ପ୍ରତ୍ୟେକ ବର୍ଷ ନିଖୋଜ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe