ସମ୍ବଲପୁର: ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ମାଧ୍ୟମ ମାତୃଭାଷା ହେବା ଉଚିତ। ଭାରତର ନ୍ୟାୟ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଏହାକୁ ମାତୃଭାଷା ଆଧାରିତ କରିବାକୁ ହେବ। ଆମକୁ ପାଶ୍ଚାତ୍ୟ ଚିନ୍ତାଧାରାରୁ ବାହାରି ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ଆପଣାଇବାକୁ ପଡ଼ିବ। ଓଡ଼ିଶାର ସମସ୍ତ କୋର୍ଟରେ କାର୍ଯ୍ୟକାରୀ ଭାଷା ଓଡ଼ିଆ(ମାତୃଭାଷା) ହେବା ଆବଶ୍ୟକ। ଭାଷାର ପ୍ରତିବନ୍ଧକ ଦୂର ହେଲେ ହିଁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ଉଚିତ ନ୍ୟାୟ ପାଇପାରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ‘ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍(ଆଓଲା)’ର ୫୪ତମ ବାର୍ଷିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ମଧୁସୂଦନ ଦାସ ଧର୍ମରେ ଜଣେ ଖ୍ରୀଷ୍ଟିଆନ ହୋଇଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧିକାର ପାଇଁ ମାମଲା ଲଢ଼ିଥିଲେ। ତାଙ୍କର ଦୂରଦୃଷ୍ଟି ଓ ଦାୟିତ୍ୱବୋଧ ଯୋଗୁଁ ଆଜି ଜଗନ୍ନାଥ ସଂସ୍କୃତି ଅକ୍ଷୁଣ୍ଣ ରହିଛି। ଆମକୁ ଆଜି ସେହିପରି ଦାୟିତ୍ୱବାନ ହୋଇ ସୁପ୍ରିମକୋର୍ଟରେ ଓଡ଼ିଆଙ୍କ ସଂଖ୍ୟା ଓ ପ୍ରଭାବ ବୃଦ୍ଧି କରିବାକୁ ହେବ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ‘ଆଓଲା’ ପାଇଁ ଜମି ଯୋଗାଇବାରେ କୌଣସି ସମସ୍ୟା ନାହିଁ।
Story Of Jagannath: ‘କଳା ବାନ୍ଧବ’: ମନ ଜିଣୁଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କୁନି ମୀରାର ଅଭିମାନ ଭରା କାହାଣୀ…
ଓକିଲମାନେ ମାନବବାଦୀ ହୁଅନ୍ତୁ: ବିଚାରପତି ଡ. ସଞ୍ଜୀବ ପାଣିଗ୍ରାହୀ
ବରିଷ୍ଠ ଆଇନଜୀବୀ କନିଷ୍ଠଙ୍କୁ ମାର୍ଗଦର୍ଶନ ଦିଅନ୍ତୁ: ବିଚାରପତି ବିଶ୍ବନାଥ ରଥ
ନୂଆ ରାଜସ୍ବ ଆଇନ ଆସୁଛି: ମନ୍ତ୍ରୀ
ସବୁ ଆଇନ ସମୟ ଉପଯୋଗୀ ହେବା କଥା। ଆଗାମୀ ଦିନରେ ‘ଓଡ଼ିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଲ’ ଆସିବାକୁ ଯାଉଛି। ଓଡ଼ିଶା ଲ’ କମିସନର ଅଧ୍ୟକ୍ଷ ବିଚାରପତି ବିଶ୍ବନାଥ ରଥ କହିଲେ, ରାଜ୍ୟରେ ଏବେ ବହୁ ଜିଲ୍ଲା ଜଜ୍ ପଦ ଖାଲି ରହିଛି। ସିଧାସଳଖ ଜିଲ୍ଲା ଜଜ୍ ପଦରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ରହିଛି। ବରିଷ୍ଠ ଆଇନଜୀବୀଙ୍କ ମାର୍ଗଦର୍ଶନ ପାଇଲେ କନିଷ୍ଠମାନେ ଆଗକୁ ବଢ଼ିପାରିବେ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଆଇନଜୀବୀମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ହିତ ପାଇଁ ଲଢ଼ିବାକୁ ଆହ୍ବାନ ଦେଇଥିଲେ। ବିଚାରପତି ଡ. ସଞ୍ଜୀବ ପାଣିଗ୍ରାହୀ କହିଲେ, ଓକିଲମାନଙ୍କୁ ମାନବବାଦୀ ହେବାକୁ ପଡ଼ିବ। ଡ୍ରାଫ୍ଟିଂ ସମୟରେ ‘ଏଆଇ’ ବ୍ୟବହାର ଏଡ଼ାଇବା ପାଇଁ ପରାମର୍ଶ ଦେଇଥିଲେ। ବିଧାୟକ ଜୟନାରାୟଣ ମିଶ୍ର, ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ପଣ୍ଡା ମଞ୍ଚାସୀନ ଥିଲେ। ‘ଆଓଲା’ର ସଭାପତି ଶିଶିର କୁମାର ପାଢ଼ୀଙ୍କ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସଂପାଦକ ପ୍ରସନ୍ନ କୁମାର ନନ୍ଦ ବିବରଣୀ ପାଠ ଓ ଆୟୋଜକ ସମ୍ବଲପୁର ଓକିଲ ସଂଘର ସଭାପତି ପ୍ରଦୀପ ବହିଦାର ଅତିଥି ପରିଚୟ ଦେଇଥିଲେ। ପ୍ରଦ୍ୟୋତ ଶର୍ମା, ଅରବିନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/30/hsfhfhxbv-2025-12-30-02-48-04.jpg)