ମାଲକାନଗିରି: ମାଲକାନଗିରି ଜିଲ୍ଲାର ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଜଳସଂକଟ। ଜଳକଷ୍ଟରୁ ବାଦ୍ ପଡ଼ିନାହିଁ ସମ୍ବେଦନଶୀଳ ସ୍ବାଭିମାନ ଅଞ୍ଚଳ। ଏଠାରେ ପରିସ୍ଥିତି ଏମିତି ଯେ ପ୍ରଶାସନିକ ବିଫଳତାର ସୁଯୋଗ ନେଇ ମାଡ଼ି ଆସିଛି ଆନ୍ଧ୍ର। ଓଡ଼ିଶାର ସୀମାନ୍ତ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଆନ୍ଧ୍ର।
Bangladesh: ଭାରତ ବିରୋଧରେ ବିଭ୍ରାନ୍ତି ବଢ଼ାଉଛି ବାଂଲାଦେଶ
ବାଲିମେଳା ଜଳଭଣ୍ଡାର ସ୍ବାଭିମାନ ଅଞ୍ଚଳକୁ ବହୁଦିନ ଧରି ବିଚ୍ଛିନ୍ନ କରି ରଖିଥିଲା। ସେହିପରି ନକ୍ସଲଙ୍କ ଉପଦ୍ରବ ପାଇଁ ବିକାଶର ଛାଇ ସୁଦ୍ଧା ଏହି ଅଞ୍ଚଳରେ ପଡ଼ିଲା ନାହିଁ। ତେଣୁ ବହୁବର୍ଷ ଧରି ଅଛୁଆଁ ହୋଇ ରହିଥିଲା ଚିତ୍ରକୋଣ୍ଡା ବ୍ଲକର ଅଧା ଅଞ୍ଚଳ। ଅନ୍ୟପଟେ ପଡ଼ୋଶୀ ରାଜ୍ୟର ସୀମାକୁ ଲାଗି ରହିଥିବାରୁ ଆନ୍ଧ୍ରର ପ୍ରଭାବ ରହିଥିଲା। ଗୁରୁପ୍ରିୟା ସେତୁ ହେବା ପରେ ବିକାଶ ପହଞ୍ଚୁଛି ବୋଲି କୁହାଯାଉଛି। ତେବେ ବାସ୍ତବତା ହେଲା ସୀମାନ୍ତ ଗାଁର ଲୋକ ଓଡ଼ିଶା ତୁଳନାରେ ଆନ୍ଧ୍ରଠାରୁ ଅଧିକ ପାଉଛନ୍ତି। ରାଲଗେଡ଼ା, ଧୂଳିପୁଟ ଭଳି ପଞ୍ଚାୟତକୁ ନିଜ ସୀମାରେ ସଂଲଗ୍ନ କରିବାକୁ ଆନ୍ଧ୍ରର ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି। ଜୁମଡ଼ାଙ୍ଗ, ମାନାପାଲୀ, କୋରକୋଣ୍ଡା, ଚିତାଙ୍ଗାରୁ ଭଳି ଗାଁରେ ବର୍ଷା ତମାମ ପାନୀୟ ଜଳ ସମସ୍ୟା ରହୁଛି। ଲୋକେ ଝରଣା ଓ ଚୁଆପାଣି ଉପରେ ନିର୍ଭର କରନ୍ତି।
Pakistan: ଅପରେସନ୍ ‘ସିନ୍ଦୂର’ ସମୟରେ ଥରୁଥିଲା ପାକିସ୍ତାନ,ବଙ୍କରରେ ରହିବାକୁ କୁହାଯାଇଥିଲା
ଏପରିକି ଶୀତ ଦିନରେ ନଈନାଳ ସବୁ ଶୁଖି ଯାଇଥିବାରୁ ସୀମାନ୍ତ ଗାଁ ପାଇଁ ଆନ୍ଧ୍ର ସାହାରା ପାଲଟିଛି। ଜୁମଡାଙ୍ଗ, ଦୋରାଗୁଡ଼ା ଭଳି ଗାଁରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଗ୍ରାମବାସୀଙ୍କୁ ଭୋଟର କାର୍ଡ ଆନ୍ଧ୍ର ଯୋଗାଇ ଦେଇଥିବା ଦେଖିବାକୁ ମିଳୁଛି। ମାଗଣା ରାସନ ସହ ବିଦ୍ୟୁତ୍ ଓ ସ୍ବାସ୍ଥ୍ୟସେବା ବି ଆନ୍ଧ୍ର ପକ୍ଷରୁ ଯୋଗାଇ ଦିଆଯାଉଛି। ଦିନକୁ ଦିନ ଆନ୍ଧ୍ରର ପ୍ରଭାବ ବଢ଼ି ଚାଲିଥିବାରୁ ଲୋକେ ଓଡ଼ିଆ ଭୁଲିବା ଆରମ୍ଭ କଲେଣି। ଅଧିକାଂଶ ଲୋକ ତେଲୁଗୁ ଭାଷାରେ କଥାବାର୍ତ୍ତା କରୁଛନ୍ତି। ଏଠାକାର ପିଲା ତେଲୁଗୁ ପଢ଼ିବା ପାଇଁ ଆଗ୍ରହ ଦେଖାଉଛନ୍ତି। ପାହାଡ଼ ଭଳି ସମସ୍ୟା ସୀମାନ୍ତ ଗାଁରେ ରହିଥିଲା ବେଳେ ସମାଧାନ ଲାଗି ଆଉ କେତେ ବର୍ଷ ଲାଗି ତାହାର ଉତ୍ତର କେହି ଦେଇପାରୁ ନାହାନ୍ତି। ପ୍ରଶାସନକୁ ଯୋଗାଯୋଗ କଲେ ସମସ୍ୟା ସଂପର୍କରେ ଅବଗତ ଅଛୁ, ସବୁ ସୁବିଧା ପହଞ୍ଚାଯାଉଛି ବୋଲି କୁହାଯାଉଛି।
Follow Us